Pradipta Sundar Rath

Inspirational

4  

Pradipta Sundar Rath

Inspirational

ମୁ ବଡ ହେଲେ ବହୁତ ବଡ ପିଅନ ହେବି - 6

ମୁ ବଡ ହେଲେ ବହୁତ ବଡ ପିଅନ ହେବି - 6

3 mins
346



   

ବିନୟ ନିଜ ଅଞ୍ଚଳର ବିଧାୟକ କୁ ସାକ୍ଷାତ କରି ନିଜ ଗାଁ ବିଷୟରେ ସବୁକିଛି କହିଲା । ବିଧାୟକ ମଧ୍ଯ ସରକାରଙ୍କ ଯୋଜନା ବିଷୟରେ ବିନୟକୁ ବୁଝାଇ କହିଲେ; ସେ କହିଲେ ଯେ ଅଫିସର ମାନେ ଯାଇ ତୁମ ଗାଁର ରିପୋର୍ଟ ଆଣିବେ ତାପରେ ତୁମ ଗାଁର ଲୋକମାନଙ୍କ ବ୍ୟାଙ୍କ ଖାତାକୁ ପଇସା ଚାଲିଯିବ ।

  ବିନୟ କିନ୍ତୁ ଭଲଭାବେ ଜାଣିଥିଲା ଏହିସବୁ ବିଷୟରେ ...ଯାହା ପଇସା ମିଳିବ ସେଥିରୁ କିଛି କୁଜି ନେତାଗଣ ରଖିଦେବେ ଆଉ ସେଥିରୁ କିଛି ନିଜ ନିଜର ଖର୍ଚ୍ଚ ପାଇଁ କିଛି ରଖିଦେବେ ଲୋକମାନେ...ଆଉ ବଳିବ ଯେତିକି ....ସେଥିରେ ଏପରି ଘର କରିବେ ..ଯାହା ବନ୍ୟା ବର୍ଷା କୁ ବେଶି ଦିନ ଯାଏଁ ପ୍ରତିରୋଧ କରିପାରିବନି ....ପୁଣି ବର୍ଷେ ଅବା ଦୁଇ ବର୍ଷ ପରେ ପୁଣି ଯେଉଁ ଅବସ୍ଥା କୁ ସେହି ଅବସ୍ଥା ।

  ସେ ବିଧାୟକଙ୍କୁ କହିଲା ପଇସା ନଦେଇ ଲୋକମାନଙ୍କୁ, ସିଧା ସେମାନଙ୍କ ପାଇଁ ଘର ବନେଇଦେଇଦିଅନ୍ତୁ । ସେ କହିଲା ଭାଇ (ବିଧାୟକ ) ମୁଁ ଜାଣିବାରେ ଆପଣଙ୍କ ର ଏକ ଛୋଟ construction company ଅଛି, ସାର୍ ଆପଣ ଯଦି ମନ୍ତ୍ରୀ ଙ୍କୁ କହି ଏହି ସବୁ ଗାଁରେ ଘର ବନାଇବା project କୁ tendering system କରିଦେବେ ...ତେବେ ଏହି tender କୁ ଆପଣ ଜିତି ନିଜ କମ୍ପାନି ପାଇଁ ଏକ ଭଲ project ପାଇପାରିବେ ।ଆଉ ଏହି tendering process ରେ ସରକାରର ମଧ୍ଯ ଲାଭ ହେବ ।

  ବିନୟର idea ରାଜ୍ ଭାଇ କୁ (ବିଧାୟକ ) ଭଲ ଲାଗିଲା । କାରଣ ଏଥିରେ ତାର ବିଜିନେସ୍ ର ଉନ୍ନତି ଥିଲା । ଆଉ ଯେତେବେଳେ ନେତା ଚାହେଁ ସେ କିଛି ବି କରିପାରେ । ପୂରା ରାଜ୍ୟ ର tender ରାଜ୍ ଭାଇକୁ ମିଳିଗଲା ।ଏହି project ମାଧ୍ୟମରେ ବହୁ ବେରୋଜଗାର ଙ୍କୁ ରୋଜଗାର ମିଳିଗଲା ।

  ଏବେ ବିନୟ ର ଚିନ୍ତା ଥିଲା କିପରି କାମ ଭଲ ହେବ ।ସେ ରାଜ୍ ଭାଇ କୁ କହିଲା -ଦେଖ ଭାଇ ତୁମେ ଯଦି ରାଜନେତା ଭାବେ ଏହି project କୁ ଯେମିତି ସେମିତି କରି ସେଥିରୁ ପଇସା ମାରିବାକୁ ଚାହୁଁଛ...ତେବେ ମୁଁ କହିଦେଉଛି ଏଥିରେ ଆପଣଙ୍କ ହିଁ କ୍ଷତି ହେବ । ଏହି project ହେଉଛି ତୁମେ ପାଇଥିବା ପ୍ରଥମ ବଡ project ଆଉ ତୁମେ ଜାଣିଛ ପ୍ରତି 3 ମାସ ରେ ଥରେ ଓଡିଶାରେ ବନ୍ୟା ବା ବାତ୍ୟା କିଛି ନା କିଛି ଆସୁଛି ...ଏଣୁ ଯଦି ପରେ ଟିକେ ବର୍ଷା ହେଇ ଲୋକମାନଙ୍କ ଘର ଭାଙ୍ଗିଯାଏ, ତେବେ ଏଥିରେ ତୁମର ରାଜନୈତିକ କ୍ୟାରିୟରରେ ଯାହା ହେବ ତ ହେବ ...ତୁମ କମ୍ପାନୀ ବି ବନ୍ଦ ହେଇଯାଇପାରେ ଆଉ କୌଣସି ବଡ project ମିଳିନପାରେ ...।

  କିନ୍ତୁ ଯଦି success ହେଇଯାଏ ...ତେବେ ଧୀରେ ଧୀରେ ତୁମ କୁ ଆହୁରି ବଡ ବଡ project ମିଳିଯିବ ...ବିନୟ ସିନା ରାଜ୍ ଭାଇକୁ ବୁଝାଇଦେଲା କିନ୍ତୁ ସେ ଜାଣିଥିଲା ଭଲଭାବେ କମ୍ପାନୀ ଯେତେ ଭଲ ହେଲେ ମଧ୍ଯ ତାର employees ମାନେ ଚାହିଁବେ କମ୍ପାନୀକୁ ଠକିବାକୁ ।

  ବିନୟ ନିଜ ଗାଁର ଲୋକମାନଙ୍କୁ ଯାଇ ବୁଝାଇ କହିଲା ଯେ -ଏତେ ସୁନ୍ଦର ସୁନ୍ଦର ଘର ଯେଉଁସବୁ ହେଉଛି ସେ ସବୁ ଏହି ଶାଶ୍ବତ ବାବୁ (engineer ରାଜ୍ ଭାଇ କମ୍ପାନୀର )ଙ୍କ ବୁଦ୍ଧି ପାଇଁ , ଶାଶ୍ବତ ବାବୁ ଆପଣମାନଙ୍କ ଘର ନିଜ ଘର ଭାବି ବନଉଛନ୍ତି ଯେପରି ଯେତେ ବାତ୍ୟା ବନ୍ୟା ଆସିଲେ ମଧ୍ଯ ପୁଣି କେବେ ଭାଙ୍ଗିବନି ...ଭବିଷ୍ଯତ ରେ ଯଦି ଆମେ ସୁରକ୍ଷିତ ରହିବା ତେବେ କେବଳ ଏହି ବାବୁ ମାନଙ୍କ ପାଇଁ । ଆଚ୍ଛା ସବୁ କହିଲେ ଯେ ଆମ ପାଇଁ ଏତେ ସବୁ କରୁଛନ୍ତି ତାଙ୍କ କଥା ବୁଝିବା କଣ ଆମର କର୍ତ୍ତବ୍ଯ ନୁହେଁ ।ବିନୟ ନିଜ ଗାଁରେ ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ କରିଦେଲା ।ଗାଁ ଲୋକମାନଙ୍କୁ ଏପରି ବୁଝାଇଥିଲା ଯେପରି କଛି ବି ଅସୁବିଧା ନହୁଏ ସେମାନଙ୍କର ।

  ଏବେ ସେ ଶାଶ୍ବତ ବାବୁ ଙ୍କୁ ଯାଇ ବୁଝାଇ କହିଲା -ଦେଖୁଛନ୍ତି ସାର୍ କେତେ ସରଳ ଓ ସ୍ନେହି ଏମାନେ ।ଆପଣଙ୍କ ଖାଇବା ରହିବା କଥା ଆପଣଙ୍କ କମ୍ପାନୀର ଦାୟୀତ୍ବ ...କିନ୍ତୁ ଏମାନେ ନିଜ ହାତରେ ଆପଣାର ଭାବି ତୁମ ପାଇଁ ରୋଷେଇ କରି ଆଣୁଛନ୍ତି । ଆଉ ଦେଖନ୍ତୁ ସାର୍ ଯଦି ଆପଣ ଏମାନଙ୍କ ସହ ଭଲ ସଂପର୍କ ରଖି ସେମାନଙ୍କ ମନରେ ଆପଣାର ଭାବନା ଜଗେଇପାରନ୍ତି ,ତେବେ ମୁ ଏତିକି ଆପଣକୁ କହିପାରିବି ଆପଣଙ୍କ ଜୀବନରେ କେବେ ଖାଦ୍ୟରେ ଅଭାବ ହେବନି ...ଆମ ଗାଁ ଏକ କୃଷି ପ୍ରଧାନ ଗାଁ .. ବିଭିନ୍ନ ଫସଲରେ ଭରପୁର ...। ଆଉ ଏମାନେ ଏତେ ସରଳ ଓ ସ୍ନେହି ଯେ ଫସଲ ଅମଳ ପରେ କିଛି କିଛି ନିଜର ଆପଣାର ମାନଙ୍କ ପାଖକୁ ପଠାନ୍ତି ।ଆଉ ଆପଣ ଭଲଭାବେ ଜାଣିଛନ୍ତି ଏହି project ରୁ ଯେଉଁ ପଇସା ଠକି କି ନେବେ ସେ ପଇସା କେବେ ଜୀବନ ଯାକ ଆପଣଙ୍କୁ ଖାଇବାକୁ ଦେଇପାରିବନି ।

  ଏବେ ଥିଲେ ଗାଁର କୁଜି ନେତାଗଣ ..ଯେଉଁମାନେ ବିରୋଧ କରୁଥିଲେ ।ଅବଶ୍ଯ ସେଥିରୁ ଅନେକ ସେହି project ରେ ଚାକିରି ପାଇ ଖୁସି ଅଛନ୍ତି ।କାରଣ ଗାଁର 80% କୁଜି ନେତାମାନେ କେବଳ ବରୋଜଗାରୀ ପାଇଁ ରାଜନୀତି କୁ ଆସିଥାନ୍ତି । କିନ୍ତୁ ଚାକିରି ମିଳିବା ପରେ ସେମାନେ ନୀରବ । ଆଉ ବାକି ରହିଲେ 20% , ଯେଉଁମାନେ ପଇସା ଅପେକ୍ଷା କ୍ଷମତା ଲୋଭୀ ।

 ବିନୟ ନିଜେ ସବୁକିଛି କରିଥିଲେ ମଧ୍ଯ ଏହି ସବୁ ର କ୍ରେଡିଟ୍ ସେମାନଙ୍କୁ ଦେଇ ଦେଲା । ଏପରି ଅଭିନୟ କଲା ଯେପରି କାମ ସେହି ନେତାମାନଙ୍କ ନେତୃତ୍ବରେ ହେଉଛି ।ଏବେ ସେମାନେ ବି ଖୁସ୍ ।କାରଣ ସେମାନଙ୍କ ଲୋକପ୍ରିୟତା ବଢିଗଲା ।



Rate this content
Log in

Similar oriya story from Inspirational