STORYMIRROR

suchismita Panda

Drama Fantasy Inspirational

3  

suchismita Panda

Drama Fantasy Inspirational

ମୋହ

ମୋହ

2 mins
146

        ସମୟ ସହ ବୟସ ବଢିଯାଇଛି । ପରିବର୍ତ୍ତନ ହୋଇଯାଇଛି ଅନେକ ପରିସ୍ଥିତି । ବୟସ ବଢିବା ସହ ଅନେକ ସ୍ମୃତି ଆଖିରେ ଗୁନ୍ଥି ହୋଇରହିଛି । ସେଇ ସ୍ମୃତିକୁ ସନ୍ତକ କରି ବିଦେଶରେ ଘର କରି ରହୁଥିବା ପୁଅ ଝିଅଙ୍କ ଖୁସିରେ ଖୁସି ହୋଇ ଦୁଇ ପ୍ରାଣୀ ଏକା ରହୁଛନ୍ତି ଓଡିଶା । ନିଜ ଚାକିରୀ କଲା ବେଳକୁ ପେଟରୁ କିଛି କିଛି ଦାନା କାଟି ସଂଚୟ ହୋଇଥିବା ପଇସାରେ ତିଆରି ହୋଇଥିବା ଘରେ ।

     ଦୁଇ ଜଣଙ୍କ ପାଇଁ ବେଶୀ କାମ ନହେଲେ ମଧ୍ୟ ହାତ ଗୋଡରେ ଆଗ ପରି ଆଉ ଶକ୍ତି ନଥାଏ । ତେଣୁ ତାଙ୍କ ସହ ରହୁଥାଏ ମିନା । ବୟସ ବେଶୀ ନୁହେଁ ହେଲେ ବୁଦ୍ଧିରେ ଭାରି ବଡ ସେ । ଦିନ ରାତି ସବୁବେଳେ ସେଠି ରହି ସେ ମଧ୍ୟ ପାଲଟି ଯାଇଥାଏ ଘରର ଅନ୍ୟ ଜଣେ ସଦସ୍ୟ । ରବି ଓ ସୁଚେତାଙ୍କ ଝିଅ ।

      ମିନା ଆଗେ ପ୍ରାୟ ସମୟ ସୁଚେତା ତାଙ୍କ ପୁରୁଣା ସ୍ମୃତି କଥା କହନ୍ତି । ସେ ତାଙ୍କ ବାପଘର ଏବଂ ଶାଶୁଘରର ବର୍ଣ୍ଣନା ଭିତରେ ଦିନ ରାତି ବିତେଇ ଦିଅନ୍ତି। ବେଳେ ବେଳେ ସେଇ ସ୍ମୃତିରେ ବିଭୋର ହୋଇ କାନ୍ଦିବାକୁ ଲାଗନ୍ତି । ମନ ଦୁଃଖ କରି ସେଦିନ ନଖାଇ ମଧ୍ୟ ଶୋଇପଡନ୍ତି । 

     ସୁଚେତାଙ୍କ ସେଇ ସ୍ମୃତି ସହ ଥିବା ଗଭୀରତାକୁ ଖୁବ ଭଲ ଭାବେ ବୁଝିପାରିଥାଏ ମିନା । ମନେ ମନେ ଭାବୁଥାଏ କେମିତି ସେ ତା ମାଆ ତୁଲ୍ୟ ସୁଚେତା ମାଉସୀଙ୍କୁ ଖୁସି କରେଇବ । ହଠାତ୍ ରବି ମଉସା ସହ କଥା ହେଉ ହେଉ ସ୍ଥିର କରେ ଯେ ଏଥର ଗ୍ରୀଷ୍ମଛୁଟିରେ ମାଉସୀଙ୍କ ବାପଘରକୁ ଯିବା । ତାଙ୍କ ଭାଇ ଭଉଣୀ ମଧ୍ୟ ଏଇ ପ୍ରସ୍ତାବରେ ରାଜି ହେବା ପରେ ଯେମିତି ଉତ୍ସାହ ବଢି ଚାଲିଲା । ହେଲେ ସୁଚେତା ଏସବୁଠୁ ଥିଲେ ଅଜଣା ।

     ଛୁଟି ଆରମ୍ଭ ହୋଇଯାଏ । ସୁଚେତାଙ୍କୁ ଦେଖା କରିବାର ବାହାନାରେ ଆସନ୍ତି ତାଙ୍କ ଭାଇ ଭଉଣୀ ସପରିବାର ସହ । ଗୋଟେ ଦିନ ରହଣି ପରେ ହଠାତ୍ ଯେବେ ସୁଚେତା ଜାଣନ୍ତି ସକାଳ ହେଲେ ସେମାନେ ଯିବେ ତାଙ୍କ ପୁରୁଣା ମାଟି ପାଖକୁ ସେତେବେଳେ ତାଙ୍କ ଖୁସି କହିଲେ ନ ସରେ । ଏତେ ଦିନ ସେ ଦୁଃଖରେ ଖାଉ ନଥିଲେ ହେଲେ ସେଦନ ସେ ଖୁସିରେ ଖାଇପାରିନଥିଲେ।  

       ସୁଚେତା ଯେବେ ତାଙ୍କ ପୁରୁଣା ମାଟି, ଘରରେ ପିଦ ଦେଲେ ଧାର ଧାର ଲୁହରେ ଭିଜିଯାଇଥିଲେ । ପୁଣି ସେମାନଙ୍କ ସହ ଦେଖା କରିବାକୁ ଆଖ ପାଖ ପଡୋଶୀ ମଧ୍ୟ ଘେରିଯାଇଥାନ୍ତି । କିଏ କେତେ ସୁନ୍ଦରିଆ ପ୍ରଶ୍ନ କରୁଥାଏ ତ ଆଉ କିଏ ପାଣି ଆଣି ପିଇବାକୁ ଦେଉଥାଏ । ସୁଚେତା କିଛି କ୍ଷଣ ସେମାନଙ୍କ ସହ କଥା ହୋଇ ଘୁରି ବୁଲନ୍ତି ଏମୁଣ୍ତରୁ ସେମୁଣ୍ଡକୁ । ମିନାର ହାତଟା ଧରି ଦେଖାଇ ଦେଉଥାନ୍ତି ସବୁ ସୁଖଦ ଅନୁଭୂତି ସବୁକୁ ।

    ମିନା ସୁଚେତାଙ୍କ ଖୁସି ଦେଖି ଭାରି ଖୁସିଥାଏ । ସେ ଏତେ ଦିନ ପରେ ନିଜ ମାଉସୀଙ୍କ ପ୍ରକୃତ ହସ ଦେଖିଥିଏ । ପୁଣି ସେଇ ଘର ସେଇ ପରିବେଶ ଭିତରେ ମାତ୍ର ପନ୍ଦର ଦିନର ରହଣି ଭିତରେ ମିନା ନିଜେ ଛାଡି ଯିବାକୁ ନାରାଜ ଥାଏ ହେଲେ ଯିବାକୁ ବାଧ୍ୟ । ତଥାପି ସେ ନିଜ ମାଉସୀଙ୍କ ସହ ବିଚାର କରେ ସବୁବେଳେ ଛୁଟିରେ ସେମାନେ ଏଠିକୁ ଆସିବେ । ବୁଲି ବାଲି ପୁଣି ଫେରିବେ । 

     ସେଠୁ ଫେରିବା ପରଠୁ ସୁଚେତା ଖୁସିଥାନ୍ତି । ଏଇ ସବୁ ମୋହରେ ବାନ୍ଧି ହୋଇ ସେ କେବେ ଓଡିଶା ଛାଡିନାହାନ୍ତି । ଜନ୍ମ ଯେଉଁଠି ସେଠି ହିଁ ଶେଷ ବିଦାୟ ନେବାକୁ ଚାହାଁନ୍ତି । ରବିଙ୍କ ମଧ୍ୟ ସେଇ ସମାନ ମୋହ । ଏଇ ମୋହ ତାଙ୍କ ବଂଚିବାର ଏକ ସୁନ୍ଦର ଯାତ୍ରା ।

     

     



Rate this content
Log in

Similar oriya story from Drama