BULU BEHERA

Abstract Action Children

3  

BULU BEHERA

Abstract Action Children

"ମୋ ସପନ ଗାଡି "

"ମୋ ସପନ ଗାଡି "

2 mins
148


ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଅଗ୍ନିରେ ଆହୁତି ଦେଲା ପରି ଯନ୍ତ୍ରଣା ଅନୁଭବ ହେଉଥାଏ l ଯେଉଁଆଡେ ଚାହିଁବ ଗ୍ରୀଷମର ଉଜାଣି ସ୍ରୋତ ଦlବାଗ୍ନିର ପ୍ରଚଣ୍ଡ ତାପ ପରି ମୁହଁକୁ ପୋଡି ଦେଉଥାଏ l ଗ୍ରୀଷ୍ମର ତାଡ଼ନାରେ ଏବଂ ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣରେ ଦିନବେଳା ପିଶାଚୀ ରଜନୀର ଭୟଙ୍କର ପରି ନିରବ, ନିସ୍ତବ୍ଧ ଆଉ ଶୂନଶାନ ଲାଗୁଥାଏ l ଗୃହ ଭିତରୁ ପଦାକୁ ବାହାରିଲେ ଦେହରେ କରେଣ୍ଟ ସକ ଲାଗିଲା ପରି ହୃଦବୋଧ ହୁଏ l ସୂର୍ଯ୍ୟଙ୍କର ଉତ୍ତପ୍ତ ତାପରେ ସମଗ୍ର ସ୍ଥଳଭାଗ ନଈର ତତଲା ବାଲିରେ ଚାଲିଲା ପରି ବହୁତ ପୀଡା ଅନୁଭବ ହେଉଥାଏ l ଦେହରୁ ଝାଳ ଗଙ୍ଗା ଯମୁନା ପ୍ରବାହିତ ହେଲା ପରି ଖାଲି ନିର୍ଗତ ହୁଏ l ଏମିତି ଗୁଳଗୁଳି ଲାଗୁଥାଏ ଯେ ସତେକି ବସନ୍ତ ରୋଗୀ ବସନ୍ତ ଋତୁରେ ଡହକ ବିକଳ ହେଲା ପରି ଲାଗେ l ଖାଲି ଗରମରେ ନୃସିହଁ ବିଦାରିଲା ପରି ବିଦାରିବାକୁ ଇଚ୍ଛା ହୁଏ l

            ଠିକ ଦିନ ବାର ଘଣ୍ଟା ହେବ l ଗ୍ରୀଷ୍ମର ପ୍ରଚଣ୍ଡ ତାପକୁ ଖାତିର ନ କରି ଦୁଇ ଜଣ ସାଙ୍ଗ କର୍ମକ୍ଷେତ୍ରକୁ ବାହାରି ପଡିଲେ ଆମ୍ବ ତୋଳିବା ପାଇଁ l ଦୁହେଁ ବାଟରେ ଯାଉ ଯାଉ ଏକ ବିରାଟ ବରଗଛ ଟିଏ ତପସ୍ବୀ ଋଷିଙ୍କ ପରି ଚତୁଃର୍ଦିଗକୁ ଜଟ ଲମ୍ବାଇ ତପସ୍ୟା କରିବାରେ ନିମଗ୍ନ ଥାଏ l ଦୁହେଁ ଯାଇ କିଛି ସମୟ ସେହି ବରଗଛ ମୂଳେ ଆଶ୍ରୟ ନେଲେ l ଭାରି ଥଣ୍ଡା ଅନୁଭୂତ ହେଉଥାଏ l ସତେକି ଦୁହିଁଙ୍କୁ ହିମାଳୟର ହିମଛାୟା ତଳେ ରହିଲା ପରି ଲାଗୁଥାଏ l ସେହି ସ୍ଥାନଟି ଦେଖିବାକୁ ଯେମିତି ସୁନ୍ଦର ଠିକ ସେହିପରି ଶୀତଳ ମଧ୍ୟ l ଗ୍ରୀଷ୍ମର ପ୍ରଚଣ୍ଡ ତାପ ଆଉ ଦଇଜଣଙ୍କୁ ଅସହ୍ୟ ମନେ ହେଲା ନାହିଁ l ଦୁହେଁ ଆରାମରେ ଗଛକୁ ଆଉଜି ମାଙ୍କଡ଼ଙ୍କ ପରି ବିଶ୍ରାମ ନେଲେ l ସତେକି ଦୁଇ ଜଣଙ୍କୁ ହିମାଳୟ ପାଦ ତାଳେ ଆଶ୍ରୟ ନେଲା ପରି ହୃଦବୋଧ ହେଉଥାଏ l ସୁଲୁସୁଲିଆ ପବନ ସାଙ୍ଗକୁ ଝିଙ୍କାରିର ଝିଇଁ ଝିଇଁ କଣ୍ଠ ସ୍ୱର ଡେ଼କରୁ ଗୀତ ଶୁଣିଲା ପରି ମନେ ହେଉଥାଏଦୁହେଁ ଗୀତ ଶୁଣି ଶୁଣି ସେହି ବୃକ୍ଷ ମୂଳରେ ଢୁଳାଇଲେ ଥଣ୍ଡା ପବନରେ ଦୁହେଁ ମୋହିତ ହୋଇ ସେଠାରେ ଶୋଇ ପଡିଲେ l ଆରାମରେ କୁମ୍ଭକର୍ଣ୍ଣ ପରି ଘୁଙ୍ଗୁଡ଼ି ମରିବାକୁ ଲାଗିଲେ l


    ସେହି ବୃକ୍ଷରେ କେଉଁ କାଳରୁ ବସବାସ କରି ଆସୁଥିଲା ଗୋଟିଏ ବିରାଟକାୟ ଜନ୍ତୁଟିଏ l ଦେହସାରା ତାର କଳା କିଟିକିଟି ଅନ୍ଧାର ପରି ତା ରଙ୍ଗ, ମଝିରେ ମଝିରେ ମହାବଳ ବାଘର ପଟା ପଟା ଦାଗ ପରି ଚି଼ହ୍ନ ଆଉ ଲାଞ୍ଜଟି ତାର ହାତୀ ପରି ଲମ୍ବା ଓ ମୁଣ୍ଡଟି ଦେଖିବାକୁ ଗବ କଇଁଛ ପରି ଲମ୍ବା l ଲମ୍ବା ତାର ପାଞ୍ଚ ଫୁଟ କି ଛଅ ଫୁଟ ହେବ କିନ୍ତୁ  ମୋଟା  ସିଏ କୁମ୍ଭୀର ପରି l ଦାନ୍ତ ଗୁଡିକ  ଅତି ତୀକ୍ଷ୍ଣ କିନ୍ତୁ ତାର କୌଣସି ଗୋଡ଼ ନାହିଁ l ସେ ହେଉଛି ସରୀସୃପ ଜାତୀୟ ପ୍ରାଣୀ l ଗୁରୁଣ୍ଡି ଗୁରୁଣ୍ଡି ଛୋଟ  ପିଲା ପରି ଯାଏ ଓ  ଶୁଙ୍ଘି ଶୁଙ୍ଘି ତାର ଖାଦ୍ୟ ଅନ୍ୱେଷଣ  କରେ l ଯିଏ ଦେଖିଦେବ ଏଭଳି ଭୟଙ୍କର ବିଚିତ୍ର ସରୀସୃପଟିକୁ  ତାର ପିଳେହି ପାଣି ହେଇଯିବ l

  


     ଏ ଯନ୍ତୁଟି ଯେତେବେଳେ ମନୁଷ୍ୟ ବାସ୍ନା ଆଘ୍ରାଣ କରେ ସେତେବେଳେ ଧୀରେ ଧୀରେ ଏପାଖରୁ ସେ ପାଖକୁ ହୋଇ ମାଙ୍କଡ଼ ପରି ଚାରିଆଡେ ଖୋଜି ବୁଲେ l ତାପରେ ସେହି ବାସନା ଦିଗରେ ଗତିଶୀଳ ହୁଏ l ଦିନରେ ସେହି ଯନ୍ତୁକୁ ଦେଖା ନଗଲେ ମଧ୍ୟ ମନୁଷ୍ୟ ବାସନା ତାକୁ ଏତେ ଅତିଷ୍ଟ କରିଦେଇ ଥାଏ ଯେ ସତେ କି ପ୍ରେମିକ ତାର ପ୍ରେମିକାକୁ ଖୋଜିଲା ପରି ସେ ବାରମ୍ବାର ଖୋଜି ବୁଲୁଥାଏ l ପ୍ରଭୁ ରାମଚନ୍ଦ୍ର ଯେପରି ମାୟା ମୃଗକୁ ପାଇବା ଆଶାରେ ବଶୀଭୂତ ହୋଇ ଶିକାର କରିବାକୁ ମାୟା ମୃଗ ପଛରେ ଗୋଡ଼ାଇଥିଲେ, ଏହି ଜନ୍ତୁଟି ମଧ୍ୟ ପାଟିରୁ ଲାଳ ଗଡ଼ାଇ ଆହାର ପାଇବା ଆଶାରେ ଏଣେ ତେଣେ ଖୋଜି ବୁଲୁଥିଲା l


     ଧୀରେ ଧୀରେ  ବିରାଡ଼ି ଯେପରି ଛପି ଛପି ଯାଇ ମୂଷାକୁ ଶିକାର କରିଲା ପରି ଆସି ଦୁଇଜଣଙ୍କ  ନିକଟରେ ହାଜର ହେଲା l ନିଲୁ ଆଗରୁ ଶୋଇ ଏକ ସୁନ୍ଦର ସ୍ବପ୍ନଟି ଭିଡିଓ ଦେଖିଲା  ପରି ଦେଖୁଥାଏ l ନିଲୁ ତାର ବଡ଼ ଭାଇ ପିଠିରେ ବସି ମଜାରେ  ଖେଳୁଥାଏ l ଏହିପରି ସେ ସ୍ବପ୍ନ ଦେଖି ଆନନ୍ଦରେ ଅଧୀର ହୋଇ ପଡୁଥାଏ l ସେପଟେ ବିରାଟକାୟ ଜନ୍ତୁଟି ଦୁଇ ଜଣଙ୍କ ପାଖରେ ପହଞ୍ଚି ଭଲ  ରୂପେ  ଶୁଂଘୁଥାଏ l ଦୁଇଜଣ ନିଲୁ ଓ ସିଲୁ ଶୋଇବାରେ ଅନ୍ଧ ଓ ଜନ୍ତୁଟି ଦିନବେଳେ ଅନ୍ଧ l ନିଲୁର ଘୁଙ୍ଗୁଡ଼ି ମରିବା ଶବ୍ଦରେ କିଏ ମଧ୍ୟ ତାର ପାଖ ମାଡୁ ନଥିଲେ l ଦୂରରୁ  ଦେଖି ଦଣ୍ଡବତ  କରୁଥିଲେ l ଏହି  ଜନ୍ତୁଟି ମଧ୍ୟ ଭୟ ପାଇ ପଳାଇ ଯିବାକୁ ସ୍ଥିର କଲା l କିନ୍ତୁ  ଖାଇବାରେ ଲାଳସା ତାକୁ ଏପରି ପାଗଳ କରି ଦେଇଥାଏ ଯେ ପାଟିରୁ ଲାଳ ବାହାର କରି କୁକୁର ପରି  ଜଗି  ବସିଥିଲା l


        ଏହି ସମୟରେ ନିଲୁକୁ ପିମ୍ପୁଡିଟିଏ କାମୁଡି ଦେବାରୁ ସେ ଜୋରରେ ଗର୍ଜନ କରି ଓ ଅଡା ଭଳିଆ ହାଇ ମାରି ତାର ଦୁଇଟି  ପାଦକୁ  ଟେକି  ଜନ୍ତୁ ଉପରେ ରଖିଦେଲା l ଫଳରେ ଜ ଜନ୍ତୁ ଉପରେ ପଥର  ପଡିଲା ପରି ଲାଗିଲା l ଭୟ ପାଇ ଚୋରଙ୍କ  ପରି ଖସି ଚାଲିଯିବାକୁ ଉଦ୍ୟମ କଲା l ସେପଟେ ନିଲୁକୁ ସୋଫାରେ  ଗୋଡ଼ ରଖି ଗଭର୍ଣ୍ଣର ଶୋଇଲା ପରି ଲାଗୁଥାଏ l ଯେତେବେଳେ  ସେହି  ଜନ୍ତୁଟି ଗାଡି  ପରି  ବୁଲି ପଳାଇ ଯିବାକୁ  ଚେଷ୍ଟା  କଲା  ସେତେବେଳେ ନିଲୁର  ଗୋଡ଼ ଦୁଇଟି  ଖସି  ପଡିଲା  ଓ  ସେ  ଗାଡ଼ିରୁ ତଳେ  ପଡିଲା ପରି ତାର  ମୁଣ୍ଡଟି ଯାଇ  ଜନ୍ତୁ  ଉପରେ  ରହିଗଲା l ହଠାତ ଆକାଶରୁ ବଜ୍ରପାତ  ପଡିଲା  ଭଳି  ଜନ୍ତୁଟିକୁ  ଲାଗିଲା  ଓ  ସେ  ଆହୁରି ପ୍ରବଳ ଭୟ  ପାଇ  କୌଣସି  ମୋ  ଠାରୁ  ବଡ଼ ଜନ୍ତୁ  ହୋଇଥିବ ଭାବି  ଏବଂ  କାଳେ  ମୋ  ଉପରେ  ଆକ୍ରମଣ କରିଛି ଏକଥା ମନେ ମନେ ଭାବି ସେ ଧୀରେ ଧୀରେ ପଳାଇ  ଯିବାକୁ  ଚେଷ୍ଟା  କଲା l କ୍ରମଶଃ  ଗଡ଼ାଣିଆ  ରାସ୍ତା ହୋଇଥିବାରୁ  ଜନ୍ତୁଟି  ଯେମିତି  ଖସି  ଚାଲିଗଲା  ନିଲୁ  ସେମିତି  ସେହି  ଗଡ଼ାଣିଆ ଜାଗାରେ  ଚକ  ଗଡ଼ିଲା  ପରି  ଗଡି ଗଡି ଗଲା ଓ ଜନ୍ତୁ ଉପରେ ହଠାତ  ଯାଇ ମୁହଁ  ମାଡି ବସି  ପଡିଲା l  ଫଳରେ ଲଗାମ ଛଡା l ଘୋଡା  ପରି  ଜନ୍ତୁଟି ଆଗକୁ  ଆଗକୁ  ଚାଲିଲା l ଓ  ତାହାରି  ଉପରେ  ନିଲୁ ଶୋଇ ଆନନ୍ଦରେ  ଚାଲିଲା l ସେପଟେ ସପନରେ ନିଜ ଭାଇ  ପିଠିରେ ବସି  ଖେଳୁଥାଏ l ଏପଟେ  ଜନ୍ତୁ  ଉପରେ  ବସି  ତାହାକୁ କୁଣ୍ଢାଇ  ଧରି  ଆରାମରେ  ଯାଉଥାଏ l


      ଯେତେବେଳେ ଜନ୍ତୁଟି ଗଛକୁ ଯାଇ ଚଢିବା ଆରମ୍ଭ କଲା, ସେତେବେଳେ ନିଲୁ ତଳେ ଭୋତ ଭାତ ହୋଇ ଖସି ପଡିଲା ଓ  ସପନରେ  ତା ଭାଇ ପିଠିରୁ ପଡିଲା ଭଳି ଲାଗିଲା l ଓ ସେ ସ୍ୱପ୍ନରେ ବାଉଲେଇ ହୋଇ ରହ ରହ ମୋର......ଗାଡି...... ରହ...... ରହ..... କହିଲା  ବେଳକୁ ସିଲୁର ନିଦ ଭାଙ୍ଗିଗଲା ଓ  ଦେଖିଲା  ବେଳକୁ  ତା 'ର ପାଖରେ ନିଲୁ ନାହିଁ l ଗୋଟିଏ  ଲତl  ପାଖରେ  ଯାଇ ମୁଣ୍ଡିଆ  ମାରି  ଶୋଇ ଖାଲି ବାଉଳେଇ  ହେଉଛି l ଯେଉଁ ଗାଡ଼ିରେ ବସିବାକୁ ସେ ରହ ରହ ବୋଲି ଡାକୁଛି ତାହା ହେଉଛି ଗୋଟିଏ ବିରାଟକାୟ  ଅଜଗର ସାପ l ନିଲୁକୁ ଖାଇବା  ପାଇଁ  ଚାତକ ପକ୍ଷୀ ପରି ଚାହିଁ ରହିଛି l


     ସିଲୁ ହଠାତ ଉଠିପଡ଼ି ନିଲୁ ପାଖକୁ ଧାଇଁ ଗଲା lଗୋଟିଏ ଚାପିଡାଟିଏ ତାର ଗାଲକୁ ଜୋରରେ କଷି କରି ଦେଲା l ଫଳରେ ନିଲୁକୁ ଘଡଘଡି ମାରିଲା ପରି ଲାଗିଲା lପ୍ରାଣ ବିକଳରେ ଉଠି ପଡ଼ି ଗାଲକୁ ଧରି ସେ ଖାଲି କାନ୍ଦିବାକୁଆରମ୍ଭ କଲା l ସେ ଧକେଈ ଧକେଇ କାନ୍ଦୁଥିବା ସମୟରେ ହଠାତ ତା ନଜର ବୋଡା ସାପ ଉପରେ ପଡିଲା l ସେମିତି ସିଏ ଇୟୋ ....... ବୋପl ............ ମା... ଲୋ.... କହି ସେଠାରୁ କୋଡିଏ ହାତ ଦୂରକୁ ଚାଲିଗଲା l

  

ସl ପଟି  ସିଲୁର ଚାପୁଡ଼ା ଶବ୍ଦରେ ଆହୁରି ଭୟଭୀତ  ହୋଇ ସେହି ବୃକ୍ଷ ଗହଲରେ ଲୁଚି ପଡିଲା l ସିଲୁ ତୋର କି ବ୍ରହ୍ମାଣ୍ଡ  ଚାପୁଡ଼ାରେ , ମୋର ସବୁଦିନ ପାଇଁ  ମୋ ମନରେ ସ୍ମୃତି ହୋଇ ରହିଗଲା l

ଆଉ କି ଆମ୍ବ ଖାଇବା ସିଲୁ, ସାପା ତ ଆମକୁ ଆମ୍ବ କରି ଖାଇ ଦିଅନ୍ତା l ଚାଲ ଘରକୁ ଫେରିଯିବା l ଏଠାରେ ରହିବା ବିପଦ l ତୋର ଚାପୁଡ଼ା ଯୋଗୁଁ ମୁଁ ଆଜି ସାପ କବଳରୁମୁକ୍ତି ପାଇପାରିଲି l ଆଉ  ମୋ ଭାଇ  ଉପରେ  ଚଢି  ମୁଁ ଯେଉଁ ସପନ  ଦେଖୁଥିଲି  ତାହା ମଧ୍ୟ  ଆଜି  ସାକାର ହୋଇଛି l








Rate this content
Log in

Similar oriya story from Abstract