STORYMIRROR

BULU BEHERA

Inspirational

3  

BULU BEHERA

Inspirational

ଆମେ ବଡ଼ ଭାଗ୍ୟବାନ

ଆମେ ବଡ଼ ଭାଗ୍ୟବାନ

1 min
178

ସତ୍ୟ ଯୁଗରେ ଘଟିଥିବା ସତ୍ୟ ଘଟଣାବଳୀ

ପ୍ରଭୁ ନରସିଂହଙ୍କ ଅବତାର

ଦାନଵ ହିରଣ୍ୟ କଶ୍ୟପର ଦମନ ଲୀଳା ଆଦି

ବହୁ ପୌରାଣିକ ଘଟଣାବଳୀ 

ଐତିହାସିକ ତଥ୍ୟ ସବୁ ପୁରlଣ ଗ୍ରନ୍ଥ

ଇତିହାସର ପ୍ରତି ପୃଷ୍ଠlକୁ ଅବଲୋକନ କଲେ

ସତ୍ୟ ଯୁଗ ବିଷୟରେ ଜାଣି ପାରୁଛୁ l


ସେହିପରି ତ୍ରେତୟା ଯୁଗରେ

ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ସହ

ଦୈତ୍ୟ ରାବଣର ଯେଉଁ ଭୟଙ୍କର

ମହା ସମର ଘଟି ଥିଲl ତାହାର

ଜ୍ୱଳନ୍ତ ଉଦାହରଣ ଆମେ ରାମାୟଣ 

ଆଦି ପୁରାଣ ଶାସ୍ତ୍ର ଅଧ୍ୟୟନରୁ  

ସବୁ କିଛି ଜାଣିପାରୁଛୁ l


ଦ୍ୱାପରରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ 

ଗୋପୀମାନଙ୍କ ସହ ରସ ଲୀଳା

ଦୁରାତ୍ମା କଂସର ଅକଥନୀୟ ଅତ୍ୟାଚାର

ଆମେ ବହୁ ପୁରାଣ ଶାସ୍ତ୍ର ତଥା 

 ମହାଭାରତରୁ ଗୁଢ଼ ତତ୍ତ୍ୱ ଜାଣିପାରୁଛୁ l


କଳିଯୁଗରେ ପ୍ରଭୁ ଜଗନ୍ନାଥଙ୍କ

କଳକୀ ଅବତାରକୁ ସାଙ୍ଗକୁ

ମୁଁ କାର ରକ୍ଷାସର ଉତ୍ପତ୍ତି

ମନ୍ତ୍ର, ତନ୍ତ୍ର ଏବେ ଯନ୍ତ୍ରର ଉତ୍ପତ୍ତି  

ପ୍ରଯୁକ୍ତି ବିଦ୍ୟାର ସୁଦୂର ପ୍ରସାର ସାଙ୍ଗହୁ

ଅତ୍ୟାଧୁ ନିକ ଯନ୍ତ୍ରର ବହୁଳ ବ୍ୟବସାରରୁ

କଳିଯୁଗ ସମ୍ପର୍କରେ ବହୁ ବୈଷୟିକ ଜ୍ଞାନ

ଆମେ ମୁନି ଋଷିଙ୍କ ପରି ଆମେ ଇଣ୍ଟରନେଟରୁ

ଚାରି ଯୁଗ ବିଷୟରେ ଆମେ ଜାଣିପାରୁଛୁ

ତେଣୁ କଳି ଯୁଗର ଆମେ ବିଚିତ୍ର ମାନବ

ଆଉ ସବୁଠାରୁ ଆମେ ବଡ଼ ଭାଗ୍ୟବାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational