BULU BEHERA

Children Stories Inspirational Thriller

3  

BULU BEHERA

Children Stories Inspirational Thriller

ଅଲଡି

ଅଲଡି

1 min
457



ବଡ ନଦୀର ତଟ ଦେଶରେ  ଶୋଭାପାଏ, ଶସ୍ୟଶ୍ୟାମଳା

ଭରା କେଦାର ଶସ୍ୟ ରାଶି ଭାରି  ମନଲୋଭା  ଦିଶୁଥାଏ l

କ୍ଷେତରେ  ଫୁଲ ଫଳ  ହୋଇ ଏତେ  ସୁଷମା ଦିଶୁଥାଏ

ଯେ ସତେକି  ଚିଲିକାରେ ନିଲାଭ  ଜଳରାଶି  ମଧ୍ୟ  ହlର

ମାନିବ l କୃଷକ  ଭାଇର  ଶସ୍ୟ କ୍ଷେତ୍ରକୁ ଜଳସେଚନ

କରିବାର ଦୃଶ୍ୟ  ଦେଖିଲେ  ମନେ  ପଡ଼ିଯାଏ

ଚିଲିକା  ବୁକୁରେ ନାବିକର  ନୌଚାଳନର ମନୋହର  

 ଦୃଶ୍ୟ l


ଏତେ ସୌନ୍ଦର୍ଯ୍ୟ ପରିବେଶରେ ଶୀତଳ  ସମୀରଣ ପ୍ରବାହିତ

ହେବା  ଫଳରେ  ଶସ୍ୟ ରାଶି  ଭାବ ବିହ୍ଵଳରେ ପାଗଳ 

ମଦ୍ୟପଙ୍କ ପରି  ନାଚି  ଉଠୁଥିଲା lଏବଂ ଅଫୁରନ୍ତ ଆନନ୍ଦରେ  ଦେହ ଶିହିରି  ଉଠୁଥିଲାକୃଷକ ଭାଇର  କେଦାର ଶସ୍ୟ ରାଶିକୁ  ଜଳସେଚନକରିବାର ଦୃଶ୍ୟ ଦେଖିଲେ ସତେକି  ଭୋଜିରେ  ବ୍ରାହ୍ମଣର କାର୍ଯ୍ୟକଳାପ  ପରି  ମନେହୁଏ  l

ଭୋକିଲା ସଶ୍ୟମାନଙ୍କ  ମୁଖରେ  ଆହାର  ଦେଇ ସେମାନଙ୍କ

କ୍ଷୁଧା ନିବାରଣ  କରିବା  ଦାୟିତ୍ୱ ହେଉଛି  କୃଷକର l

ତେଣୁ ସେ ବ୍ରାହ୍ମଣ ପରି  ନିଜ ଅଣ୍ଟାରେ ଚାଦର ଭିଡି

ଜନସାଧାରଣଙ୍କୁ ଭୋଜିରେ  ଅନ୍ନ ପରସିଲା  ପରି  

କୂପ  ରୂପକ  ହଣ୍ଡା ଭିତରୁ  ଅନ୍ନ   ବାହାର କରି  

ଢ଼ାଳିବାରେ  ବ୍ୟସ୍ତ ଥାଏ l ସେପଟେ  କୃଷକର ପୁତ୍ର

ନର ରୁପି ପାଦପକୁ  ନିଜର  ଥାଳି ରୂପକ  

କୋଡ଼ି ଧରି  ଆହାର  ବଣ୍ଟନରେ  ସେ ଲିପ୍ତ ରହିଥାଏ l



ଯେପରି  ଭୋଜିରେ  ପ୍ରଥମେ  ବ୍ରାହ୍ମଣ, କ୍ଷେତ୍ରୀୟ,  ବୈଶ୍ୟ

ଲୋକ ଖାଇ  ସାରିଲା ପରେ  ଶୁଦ୍ର ଲୋକମାନେ

ଭୋଜି  ଖାଆନ୍ତି, ଠିକ  ସେହିପରି   ଯେତେବେଳେ

କୃଷକର  ପୁଅ କାଳିଆ ସବୁ  ଫସଲକୁ  ଜଳସେଚନ

କରିବା ପରେ  ବାକି ରହି ଯାଇଥିଲା  ଅଲଡି ଫସଲ l



ପ୍ରାୟ ହାତେ ଲମ୍ବାର ଦୈର୍ଘ୍ୟ ବିଶିଷ୍ଟ  ଏହି  ଅଲଡି 

ଦେଖିଲେ  ତାକୁ ଖାଇବାକୁ  ମନରେ  ଭାରୀ  ଇଛା

ହୁଏ l ତେଣୁ କାଳିଆ ନିଜର  କୋଡ଼ିଟିକୁ  ତଳେ 

ଅଲଡୀ  ତୋଳିବାରେ ବ୍ୟସ୍ତ  l  ଏପଟେ ସମୟର

 ଆଧିକ୍ୟ  ହେତୁ ତାକୁ  ଭାରୀ  ଭୋକ ହେଉଥିଲା

ତେଣୁ କଥାରେ  ଅଛି.

"ଭୋକ କି ଜାଣେ  କଞ୍ଚା ଓଦା,

ନିଦ  କି  ଜlଣେ କଣ୍ଟା ବୁଦା l"


ଏହିପରି  କିଛି  ସମୟ ଗଲା ପରେ ସେ ଦେଖିଲା

ଏକ ମୋଟlଳିଆ  ଅଲଡିଟିଏ  ତାର ପଛ ପଟେ ଝୁଲୁଛି l

ଯେତେ ବେଳେ  କାଳିଆ ମହାନନ୍ଦରେ  ସେହି ଅଲଡିଟିକୁ

ଖlମଖିଆଲି ଭବେ  ଅନ୍ୟ ମନସ୍କ  ହୋଇ   ତୋଳି

ଗୋଟିଏ ହାତରେ  ଧରିଲା  ଓ ଅନ୍ୟ ହାତରେ  କୋଡିଟିକୁ

ଧରି  ଶସ୍ୟ  କ୍ଷେତକୁ  ଜଳସେଚନ  କଲା l



ଯେତେବେଳେ କାଳିଆ ଅତି ଖୁସିରେ  ଅଧୀର  ହୋଇ

ଡାହାଣ ହାତରୁ   କୋଡିଟିକୁ  ରଖି  ଅଲଡି ଟିକୁ  

ଭଲଭାବେ  ଚୋବାଇବାକୁ  ପ୍ରୟାସ କଲା,  ସେତେବେଳେ

ସେ ଦେଖିଲା  ଯେ ' ଅଲଡିଟିର ତଳ  ପଟୁ  ଅର୍ଥାତ

ସେ ଯେଉଁ  ଜାଗାକୁ  ନିଜ  ଦାନ୍ତରେ  ଚୋବାଇ  

 କ୍ଷ ତ ବିକ୍ଷତ  କରିଛି,  ସେହି  ସ୍ଥାନରୁ  ରକ୍ତ   ବାହାରୁଛି

ହେ ଭଗବାନ, ଏ କି  ବିଚିତ୍ର  ଦୃଶ୍ୟ  l ମୁଁ  କେବେ

ଏମିତି ଦେଖି  ନଥିଲି l ସାମାନ୍ୟ ଅଲଡି  ଦେହରୁ ଏ 

କି ରକତ l ପରେ  ପରେ  ସେ   ଧରିଥିବା  ଅଲଡି

ଅଗ୍ରଭାଗଟି ସଂକୋଚନ  ଓ ପ୍ରସାରଣ  ହେବlରେ  ଲାଗିଲାl

ତାପରେ  ଅଲଡିଟିର ସମଗ୍ର  ଶରୀରଟି ହଲି

ବାରେ  ଲାଗିଲା  l



କାଳିଆ ଅଲଡି ଟିକୁ ଧରି  କିଛି  ସମୟ  ନିରବ

ନିସ୍ତବ୍ଦ ଭବେ  ଦଣ୍ଡାୟମାନ  ପାଳ ଭୂତ  ପରି

ଅନୁଧ୍ୟାନ କରି  ଭଲ  ଭବେ  ନିରୀକ୍ଷଣ  କରିବାରୁ

ସେ ଦେଖିଲା  ଯେ ତାହାରି  ଦେହରେ  ସାଗୁଆ ବର୍ଣ୍ଣ

ପଟା ପଟା  ଗାର  ପଡିଛି  ମହାବଳ  ବାଘ  ପରି l

ଯେମିତି ଦେଖି  ଦେଇଛି  ସପର  କଠାଉ ଟିକୁ,  ତାର 

 ଆଉ  ପିଣ୍ଡରେ  ପ୍ରାଣ   ରହିଲା  ନାହିଁ  l   ସେହି

ସ୍ଥାନରେ ସେ ଠିଆ  ହୋଇ ଜୋରରେ  ଚିତ୍କାର କଲା 

 ପୁଅ ଡାକିବାର ଶୁଣି  ତାର ବାପା ଧାଇଁ ଆସିଲେ

 ତା' ପାଖକୁ  l  ସେ  ଦେଖିଲା ବେଳକୁ

କାଳିଆ ସେହି ସ୍ଥାନରେ ଠିଆ ହୋଇ  ବାମ

ହାତରେ  ଅଲଡି  ରୂପକ ଶାଗୁଆନ ନାଗ ସାପଟିକୁ

ଧରି  ଠିଆରେ  ଥରୁଛି l ସଂଗେ  ସଂଗେ 

ତାର ବାପା  ପାଖ  ଗାଆଁରେ  ଝଡା ଫୁଙ୍କା  କରୁଥିବା

ଗାଆଁ ବୈଦ୍ୟ ପାଖକୁ ନେଇ  ଫୁଙ୍କା କରି  କିଛି

ଚେର ମୂଳି ଔଷଧ  ବାଟି ପିଆଇଦେବାରୁ ତାକୁ

ଆଶ୍ବସ୍ତି ଟିକିଏ ଲାଗିଲା l କିଛି  ସମୟ ପରେ  

ଦୁହେଁ ଘରକୁ  ଫେରିଲେ l ତାର ସାଙ୍ଗ ସାଥି  ଏବଂ  

ଏବଂ ନିଜର  ମାଆ କୁ ଘଟିଯାଇଥିବା ଘରଣା

ସମ୍ପର୍କରେ  ପ୍ରାଞ୍ଜଳ ଭlବେ  ଗୋଟି ଗୋଟି 

କରି   ବୁଝାଇଲା ଏବଂ ସମସ୍ତଙ୍କୁ   କହିଲା  

 କୌଣସି  ଜିନିଷକୁ  ନ ଦେଖି  ଅନ୍ୟ  ମନସ୍କ

ହୋଉ ତାହା ଗ୍ରହଣ  କଲେ  ଏପରି  ଅବସ୍ଥା

ତୁମକୁ  ଭୋଗିବାକୁ  ପଡିବ l

ତେଣୁ ସମସ୍ତ  ଭାଇ ଭଉଣୀ ମାନଙ୍କୁ ମୋର ଏତିକି 

ନିବେଦନ  ଯେ, ଶାଗୁଆନ ସାପ  ପ୍ରତି ସତର୍କତା  

 ମ୍ବନ କରୁଥିବ  l ନ ହେଲେ ମୋ ଭଳି  ଅବସ୍ଥା

ସମସ୍ତଙ୍କୁ  ଭୋଗ  ଭୋଗିବାକୁ  ପଡିବ  l


Rate this content
Log in