BULU BEHERA

Inspirational Children

3.5  

BULU BEHERA

Inspirational Children

ଶ୍ରେଷ୍ଠ ଗୁରୁ ଭକ୍ତ

ଶ୍ରେଷ୍ଠ ଗୁରୁ ଭକ୍ତ

1 min
304



ଓଃ................. ମୋ...................... ଆଖି


କି................ ପୋଡୁଛି................ ଜଳୁଛି.... ମୋ... ଆଖି


ଧାଇଁ  ଆସରେ  ପିଲେ କିଏ  ବାହାର କରିବ, ମୋ ଆଖିରୁ

  

ପୋକଟାକୁ |  କି ପୋଡୁଛି..... ମୋ...... ଆଖି.....ବାପରେ |


ଗୁରୁଙ୍କ ଡାକ  ଶୁଣି  ରାଜେଶ୍ୱରୀ, ବିକ୍ରମ, ଓ  ଚନ୍ଦ୍ରକାନ୍ତ


ତିନି ଜଣ  ଧାଇଁ ଆସିଲେ  l କିନ୍ତୁ  ରାଜେଶ୍ୱରୀ ଧାଇଁ  ଆସି


ପ୍ରଥମେ  ଗୁରୁଙ୍କ  ଆଖିକୁ  ଧରି  ଦେଖୁଛି  ସିନା ପୋକଟାକୁ


ସେ  ବାହାର  କରିପାରୁନି l ତା' ପରେ ଚନ୍ଦ୍ରକାନ୍ତ ମଧ୍ୟ ଚେଷ୍ଟା


କରି ବିଫଳ  ହେଲା | ଶେଷରେ  ବିକ୍ରମ ବି ଧାଇଁ  ଆସି


ଦେଖିଲା  ଯେ, ଶ୍ରୀକୃଷ୍ଣ  ଯେପରି  ବକାସୁରର ଦୁଇ ଥଣ୍ଟକୁ


ଧରି ବଧ କରିଥିଲେ, ଠିକ  ସେହିପରି  ରାଜେଶ୍ୱରୀ  


ଗୁରୁଜୀଙ୍କର ଉପର  ଆଖିପତାକୁ ଧରିଛି ତ' ଚନ୍ଦ୍ରକାନ୍ତ ତଳ


ଆଖିପତାକୁ ଜୋରରେ ଟାଣି ଧରିଛି ଏବଂ ବିକ୍ରମ ଡାକ୍ତର


ସାଜି  ଗୁରୁଙ୍କର ଆଖିରୁ ପୋକଟାକୁ ବାହାର କରୁଛି |


      ଶେଷରେ,  ସେ କିଂକର୍ତ୍ତବ୍ୟମୂଢ ହୋଇ ଆଖି

 

 ଡୋଳାକୁ ଫୁଙ୍କି ଫୁଙ୍କି  ଯେତେବେଳେ ପୋକଟା ଡୋଳା


 ନିକଟକୁ  ଚାଲି  ଆସିଲା,  ସେତେବେଳେ କାଳେ ପୋକଟା


ଆଖିରୁ  ବାହାରି ପଡିବ  ଭାବି ବିନା  ରୁମାଲରେ  ତାର


ଅନାମିକା ଆଙ୍ଗୁଠିଟିକୁ ଯେମିତି ଆଖିରେ  ପୁରାଇ  ଦେଇଛି


ପୋକଟା  ବାହାରିବ କ'ଣ ତାର ଆଙ୍ଗୁଠି  ଯାଇ ଗୁରୁଙ୍କର


ଆଖି  ଡୋଳାରେ ବାଜି ଯାଇଥିଲା  |



     ଓଃ.........ମୋ'  ଆଖି କ'ଣ  ହୋଇଗଲା କହି ପ୍ରାଣ


ବିକଳରେ  ତଳ  ମୁହାଁ କରି  ଚାହିଁଲା  ବେଳକୁ  ଲୋତକ


ବହୁଥିଲା  ସିନା, ଆଖିର ପୋଡା ଜଳ| କମୁ ନ' ଥିଲା |



ଟ୍ୟୁସନର ସବୁ ପିଲାମାନେ ଆସି  ଗୁରୁଜୀଙ୍କ ଚତୁଃପାର୍ଶ୍ଵରେ


ରୁଣ୍ଡ ହୋଇ ଯାଇଥିଲେ l କ'ଣ ଘଟଣା ଘଟିଲା ଭାବି ସର୍ବେ     ଗୁରୁଜୀଙ୍କୁ ଚାହିଁ  ରହିଥିଲେ |  ସବୁ  ପିଲା  ପରସ୍ପରକୁଚାହିଁଥିଲେ ସିନା ଗୁରୁଜୀଙ୍କର ଆଖିରୁ  ପୋକଟାକୁ କେହିବାହାର କରିପାରି ନଥିଲେ |




        ପରିଶେଷରେ, ପଞ୍ଚମ ଶ୍ରେଣୀର ଛାତ୍ର ଶମ୍ଭୁ ସବୁ


ପିଲାମାନଙ୍କ  ଆଗରେ  ନିଜ  ସାର୍ଟଟିକୁ ଖୋଲି  ରୁମାଲ


ଭଳିଆ ମୁଦି ଦେଇ, ଗୁରୁଜୀଙ୍କ ପାଖକୁ  ଯାଇ ,  କହିଲା


ମୁଁ  ଆପଣଙ୍କ  ଆଖିରୁ  ପୋକଟାକୁ  ବାହାର କରିଦେବି କହି


ଗୁରୁଜୀଙ୍କ  ମଥାକୁ  ଧୀରେ  ଧୀରେ  ଉପରକୁ  ଉଠାଇଲା |



     ଯେତେବେଳେ ସେ  ଗୁରୁଜୀଙ୍କ  ଆଖିଟିକୁ  ଖୋଲିଛି


ସେତେବେଳ ନବୀନ  ସୂର୍ଯ୍ୟ  ଉଇଁଲା ପରି  ଆଖିଟି ତାଙ୍କ


ଦିଶୁଥିଲା | ଧୀରେ  ଧୀରେ  ଆଖିପତାକୁ  ଧରି  ସମୁଦ୍ରରେ


ମୋତି  ଖୋଜିଲା  ପରି  ନିଜର  ସାର୍ଟ  ସାହାଯ୍ୟରେ ସେ,


ଫୁଙ୍କି ଫୁଙ୍କି କଳା  ରଙ୍ଗର  ମୋତି ସଦୃଶ୍ୟ, ସେହି


 ପୋକଟାକୁ  ଖୋଜି  ବାହାର  କରିଦେଲା  l




    କିଛି  ସମୟ  ପରେ , ଗୁରୁଜୀଙ୍କର ଆଖି ଖୁଞ୍ଚା ବା


ଜ୍ୱାଳା ପୋଡା ଟିକେ କମି କମି  ଆସିଥିଲା  |            

କିନ୍ତୁ, ରାଜେଶ୍ୱରୀ ଓ ଚନ୍ଦ୍ରକାନ୍ତ ଆଖିଟିକୁ  ଜୋରରେ  ଟାଣି


ଧରିଥିବାରୁ  ଗୁରୁଜୀ ଦୁଇ  ଦିନ  ପର୍ଯ୍ୟନ୍ତ  ବାମ  ଆଖିଟିକୁ


ଛୁଇଁ ପାରିନଥିଲା l ଗୁରୁଜୀ  ଶମ୍ଭୁର  ସେବାରେ ଅତ୍ୟନ୍ତ ଖୁସି


ହୋଇଯାଇଥିଲେ | ଗୁରୁଜୀଙ୍କ ପ୍ରତି ତାର ଯେଉଁ ଭକ୍ତି ଭାବ


ଥିଲା , ତାହା ଗୁରୁଜୀ ପିଲାମାନଙ୍କ  ସମ୍ମୁଖରେ  ତାକୁ ଅତି


ଆନନ୍ଦର ସହ  ପ୍ରଶଂସା କରିଥିଲେ  |




    ସେହି ଦିନ ଠାରୁ  ଶମ୍ଭୁ  ପ୍ରତି  ଗୁରୁଜୀଙ୍କର ସ୍ନେହ ଓ


ଆଶୀର୍ବାଦ ଏବଂ କୃପା ଦୃଷ୍ଟି ଅଜାଡି ହୋଇ ପଡିଥିଲା |



     ସେହି  ବର୍ଷ  ନଭେମ୍ବର ମାସ 14 ତାରିଖ  ପବିତ୍ର


ଶିଶୁ  ଦିବସ ଦିନ ଗୁରୁଜୀ ଶମ୍ଭୁକୁ  ଟ୍ୟୁସନର  ଶେଷ୍ଠ ଗୁରୁ


ଭକ୍ତ  ଭାବରେ  ପୁରସ୍କୃତ  କରିଥିଲେ | 




   ଶମ୍ଭୁ  ପରି  ଜଣେ  ଆଦର୍ଶବାନ  ଛାତ୍ର ଓ ସଚ୍ଚା ଗୁରୁ


ଭକ୍ତର  ମାନ୍ୟତା ଦେଇ,  ତା ପରି  ଅନ୍ୟ ଛାତ୍ରଛତ୍ରୀମାନେ


ଗୁରୁଜନମାନଙ୍କୁ  ଉପଯୁକ୍ତ  ଭକ୍ତି  କରି , ଆରୁଣି ,ଉପମନ୍ୟୁ


ଶିବାଜୀ ଓ ଏକଲବ୍ୟ  ପରି  ଶ୍ରେଷ୍ଠ  ଗୁରୁ ଭକ୍ତ ହେବା


 ପାଇଁ  ଗୁରୁଜୀ ପିଲାମାନଙ୍କୁ ଉପଦେଶ  ଦେଇଥିଲେ |



 


   

     



   


Rate this content
Log in

Similar oriya story from Inspirational