The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଉମା ଶଙ୍କର ମାଝୀ

Inspirational

1  

ଉମା ଶଙ୍କର ମାଝୀ

Inspirational

ମୋ ପ୍ରଥମ ଲେଖା ପାଇଁ ପ୍ରେରଣା

ମୋ ପ୍ରଥମ ଲେଖା ପାଇଁ ପ୍ରେରଣା

2 mins
382


ମୁଁ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ସମୟର କଥା l


ମୋର ଛୋଟ ବେଳୁ ଓଡ଼ିଆ ଭାଷା ରେ ମିନି ଗଳ୍ପ ଓ କବିତା ପଢ଼ିବାର ବହୁତ ଆଗ୍ରହ ଥିଲା l ତେଣୁ କୌଣସି ସ୍ଥାନ ରେ କୌଣସି ପତ୍ରିକା ରେ ଗଳ୍ପ କି କବିତା ପଢ଼ିଲେ ନିଶ୍ଚୟ ପଢ଼ୁଥିଲି l


ଏହା ଦ୍ୱାରା ବହୁତ ଆନନ୍ଦ ମିଳୁଥିଲା l 


ଥରେ ବିଦ୍ୟାଳୟ ରେ ଆମ ସାହିତ୍ୟ ଶିକ୍ଷକ ଗୋଟିଏ ମୀନାବଜାର ନାମରେ ପତ୍ରିକା ଆଣିଥିଲେ l ସେ ପତ୍ରିକା ର ବହୁତ ସୁନ୍ଦର ଗଳ୍ପ ଓ କବିତା ଗୁଡିକ ପଢ଼ି ଆମକୁ ଶୁଣେଇଲେ l


ଏହା ସହ ସେ କହିଲେ ଯେ ପିଲା ମାନେ ତୁମେ ମାନେ ମଧ୍ୟ ଏମିତି କବିତା ଓ ଗଳ୍ପ ବି ଲେଖିପାରିବ l ତୁମେ ମାନେ ଚେଷ୍ଟା କର l


ତୁମ ମାନଙ୍କ କବିତା ବି ଏମିତି ପତ୍ରିକା ରେ ବାହାରିବ ଆଉ ତୁମ ଛାତ୍ର ଛାତ୍ରୀ ପାଇଁ ଆମେ ବି ଗର୍ବ କରିବୁ l


ତୁମେ ମାନେ ନିଜ ଅନୁଭୂତି କୁ କବିତା ବା ଗଳ୍ପ ର ରୂପ ଦେଇପାର l

କଣ ପିଲା ମାନେ ତୁମେ ମାନେ କିଛି ଲେଖିବା ପାଇଁ ଚେଷ୍ଟା କରିବ ନା ନାହିଁ l 

ସମସ୍ତେ ପିଲା ହଁ କଲୁ l


ଆଉ ଏକ ଅନୁଭୂତି l 


ଅଷ୍ଟମ ଶ୍ରେଣୀ ପଢ଼ୁଥିବା ସମୟ ର କଥା l


ମୁଁ ବାପା ଙ୍କ ସହ ରାମପୁର ଯାଇଥାଏ l ରାମପୁର ବସଷ୍ଟାଣ୍ଡ ରେ ଗୋଟିଏ ଦୋକାନ ରେ ଦେଖିଲି ସେଠି ଶିଶୁ ପତ୍ରିକା "ଇଟିକିଲି ମିଟିକିଲି" ବିକ୍ରି ହେଉଛି l 


ତାହାର କିଣା ମୂଲ୍ୟ ଥିଲା ବୋଧେ ସେ ସମୟରେ ତିନି ଟଙ୍କା l 

ବାପା ଘର କୁ ବସ ରେ ଆସିବା ପାଇଁ ଟିକେଟ କାଟି ସାରିଥାନ୍ତି ,ତେଣୁ ତାଙ୍କ ପାଖରେ ଟଙ୍କା ପଇସା ନ ଥାଏ l 


ମୋ ପାଖରେ ମାତ୍ର ଦୁଇ ଟଙ୍କା ଥାଏ l ମୁଁ ଦୋକାନୀ କୁ ସେହି ପତ୍ରିକା କିଣିବା ପାଇଁ ଦୁଇ ଟଙ୍କା ଦେଲି l ଦୋକାନୀ କହିଲେ ପତ୍ରିକା ର ମୂଲ୍ୟ ତିନି ଟଙ୍କା l ମୁଁ କହିଲି ମୋ ପାଖରେ ବର୍ତ୍ତମାନ ଆଉ ଟଙ୍କା ନାହିଁ l 


କେଜାଣି କାହିଁକି ଦୋକାନୀ ଡାକି କହିଲା - "ଏ ପୁଅ,ଏ ପତ୍ରିକା ମୁଁ ତୋତେ ମାଗଣା ରେ ଦେଉଛି କିନ୍ତୁ କଥା ଦେ ତୁ ଭଲ ପାଠ ପଢ଼ିବୁ ଓ ତୋର ଲେଖିଥିବା କବିତା ବି ଦିନେ ଏମିତି ପତ୍ରିକା ରେ ବାହାରିବ l " 


ଏହା କହି ଦୋକାନୀ ଜଣକ ମୋତେ ପତ୍ରିକା ସହ ଗୋଟିଏ ମିଠା ଚକୋଲେଟ ଖାଇବାକୁ ଦେଲେ l.


ଏଇ ଦୁଇ ଟି ଘଟଣା ମୋତେ ଭଲ ପାଠ ପଢ଼ିବା ପାଇଁ ଓ ଓଡ଼ିଆ ଭାଷା ରେ କବିତା ଓ ଗଳ୍ପ ଲେଖିବା ପାଇଁ ପ୍ରେରଣା ଯୋଗାଇ ଥିଲା l


Rate this content
Log in

More oriya story from ଉମା ଶଙ୍କର ମାଝୀ

Similar oriya story from Inspirational