ମୋ ପ୍ରିୟା ରୁଷିଛି
ମୋ ପ୍ରିୟା ରୁଷିଛି
ସବୁଦିନ ଭଳି ମୁଁ ସେଦିନ ବି ରାତିରେ ଖାଇସାରି ୧୦ଟା ବେଳକୁ ଶୋଇଯାଇ ଥାଏ । ହଠାତ ମୋ ପାଖରେ ମୁଁ ଭଲ ପାଉଥିବା ରଶ୍ମି ଆସି ମୋ ପାଖରେ ବସିଲା ଆଉ ପଚାରିଲା -ମୋତେ ତୁମେ ପୁରା ଭୁଲି ଗଲା? ମୁଁ କହିଲି ହଁ ଭୁଲି ଯାଇଛି । ପୁଣି ସେ ପଚାରିଲା -ସତରେ ତୁମେ ମୋ ବିନା ତୁମେ ରହିପାରିବ? ମୁଁ କହିଲି ହଁ ରହିପାରିବି ।ତା ପରେ ସେ ରାଗରେ ଗର ଗର ହୋଇ କହିଲା ମୁଁ ଶୁଣିବାକୁ ପାଇଲି, ତୁମେ କଣ ଆଉ ଜଣକୁ ବାହା ହେବ? ମୁଁ କହିଲି ତୁମ ସହ ମୋର ବ୍ରେକ୍ଅପ୍ ହେଲା ପରେ ଆମ ଘରେ ଆଉ ଜଣକ ସହ ମୋର ବାହାଘର ଠିକ କରିଦେଇଛନ୍ତି ।ସେ ତାର କଙ୍କାଳ ରେ ହାତ ରଖି କହିଲା -ଏମିତି କେମିତି ହେବ ? ଏହା କହି ନାକକୁ ଫୁଲେଇ ତାର ଗୁଡ଼ା ମୁଁହଟିକୁ ନାଲି କରି କହିଲା ମୁଁ ବି ଦେଖିବି କିଏ ସେ ତୋତେ ବାହା ହେବା। ଏହା କହି ସଙ୍ଗେ ସଙ୍ଗେ ଏକ ଲୁହା ଦଣ୍ଡରେ ମୋ ସବୁ ଦାନ୍ତ ଗୁଡିକୁ ପିଟି ଝଡେ଼ଇ ଦେଲା ।ଆଉ ସବୁ ବାଳ ଉପାଡି ପକେଇଲା ।ଏତିକି ରେ ତ ମନ ଶାନ୍ତି ହେଲାନି ଯେ ପୁଣି ସେ ମୋର ଗୋଟେ ସେଫ୍ ଟି ପିନ ମୋ ଆଖିରେ ପୁରାଇ ନଷ୍ଟ କରିଦେଲା ।ଆଉ ମୋତେ କହିଲା ହା-ଇ-ରେ ଫାଙ୍ଗୁଳା, କଣା ଦେଖିବା ତୋତେ କିଏ ଏବେ ବାହା ହେଉଛି ।
ଏହା ପରେ ବି ତୋତେ ଯିଏ ବାହା ହେବ ମୁଁ ତାକୁ ଛାଡିବିନି ।ମୁଁ ଗୋଟେ ପାରାଲିସିସ୍ ପେସେଣ୍ଟ ଭଳି ପଡି ରହିଥାଏ । ମୋ ହାତ ଗୋଡ ଜମା ଉଠୁ ନ ଥାଏ ।ଆଉ କିଛି କରିପାରୁ ନ ଥାଏ । ଏହା ପରେ ସେ ମୋ ରୁମ୍ ରେ ଥିବା ମୋର ସମସ୍ତ ଦରକାରୀ କାଗଜପତ୍ର ଆଉ ସାର୍ଟିଫିକେଟ ସବୁ ଏକାଠି କରି ସେଥିରେ ନିଆଁ ଲଗାଇ ଦେଇ ଖୁବ ଜୋରରେ ହସିବାକୁ ଲାଗିଲା । ଆଉ ତାପରେ ରୁମ୍ ରେ ଥିବା ସବୁ ସାର୍ଟ ଗୁଡିକୁ ଏକ ନୂଆ ବ୍ଲେଡରେ କାଟି ଟିକି ଟିକି କରି ପକେଇେଲା ।ତା ପରେ ସେ ରାଗ ରେ ଫଁ ଫଁ ହୋଇ ମୋ ହାତ ଘଣ୍ଟା ଆଉ ସନ୍ ଗ୍ଲାସ୍ କୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଲା । ଆଉ ତା ପରେ ସେ ଦେଇଥିବା ଗିଫ୍ଟ ଗୁଡିକ ବି ରାଗି ଭାଙ୍ଗି ଦେଲା । ମୁଁ ଏହି ସମୟରେ ଏକ ଅସହାୟ ପରି ନିରବ ରହି ଭଗବାନ୍ ଙ୍କୁ ଡାକୁଥାଏ । ଆଉ ତା ପରେ ସେ ମୋତେ ମୋର ହାତ ଧରି ଘୋଷାଡି ଘୋଷାଡି ନେଇ ବାଡ଼ି ପଛ ପଟ ଥିବା ଏକ କୂଅ ଭିତରକୁ ପକେଇ ଦେଲାବେଳକୁ ମୁଁ ଜୋରରେ ଚିତ୍କାର କରି କହିଲି..ମୋତେ ଛାଡ଼ିଦିଅ....ମୋତେ ଛାଡିଦିଅ ମୋର ଭୁଲ ହୋଇ ଯାଇଛି ......ମୋର ଭୁଲ ଯାଇଛି ।ଏହା କହି ବିଛଣାରୁ ତଳକୁ ଗଡି ପଡିଲି ଆଉ । ଆଖି ଖୋଲି ଦେଖିଲା ବେଳକୁ ମୋ ପରିବାରର ସମସ୍ତ ଲୋକ ମୋତେ ଘେରି ରହି ତରାଟି କରି ଚାହଁ ରହିଛନ୍ତି । ଆଉ ମୋତେ ପଚାରୁଛନ୍ତି କଣ ହେଲା ତୋର ? ମୋ ସ୍ବପ୍ନ ଦେଖିଲି ବୋଲି କହିବାରୁ ସେମାନେ ସେଇଠୁ ଛାଡି ହସିହସି ଚାଲିଗଲେ । ମୁଁ ବି ଟିକିଏ ହସିଦେଲି । ଭାବିଲି ବୋଧହୁଏ ମୋ ପ୍ରିୟା ରୁଷିଛି ।

