STORYMIRROR

BIJAY KUMAR GHADEI

Children Stories Inspirational Children

3  

BIJAY KUMAR GHADEI

Children Stories Inspirational Children

ଧରିତ୍ରୀ

ଧରିତ୍ରୀ

2 mins
145

        

ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପରେ ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିବା ପାଇଁ ବାପା ଧରିତ୍ରୀର ନାମ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ଲେଖେଇ ଦେଲେ । ଧରିତ୍ରୀ ସାତ ବର୍ଷର କୋମଳମତି ଓ ବାପା ମାଆଙ୍କର ଗୋଟିଏ ବୋଲି ଗେହ୍ଲା ଝିଅ । ନୂଆ କରି ସ୍କୁଲ୍ ଯିବା ପାଇଁ ତା ମନରେ ଏକ ଭିନ୍ନ ପ୍ରକାର ଆବେଗ ସୃଷ୍ଟି ହେଉଥାଏ । ସ୍କୁଲ୍ ଯିବ ,ଅନେକ ପିଲାଙ୍କ ସହ ମିଶିବ,ସାଙ୍ଗ ସାଥିଙ୍କ ସହ ଖେଳିବ,ପାଠ ପଢିବ,ବାପା ମା ଙ୍କର ସ୍ବପ୍ନ ସାକାର କରିବା ଏମିତି କେତେ କଣ ଭାବନା ତା ର ମନକୁ ଆନ୍ଦୋଳିତ କରୁଥାଏ ।


କିଛିଦିନ ପରେ ସ୍କୁଲ୍ ରେ ପାଠ ପଢା ଆରମ୍ଭ ହେଲା ।ସେଦିନ ଥାଏ ଧରିତ୍ରୀର ସ୍କୁଲ୍ ଯିବାର ପ୍ରଥମଦିନ । ଖୁସିରେ ଗୋଡ଼ ତଳେ ଲାଗୁ ନ ଥାଏ । ସଜ ବାଜ ହୋଇ ଦି-ଶିଙ୍ଗିଆ ଜଟ ଟିଏ କରି ଫୁଲଟିଏ ଲଗେଇ,ନୂଆ ଡ୍ରେସ ପିନ୍ଧି,ବ୍ୟାଗ୍ ଧରି ବାହାରି ପଡିଲା । ଗଲା ବେଳେ ମାଆଙ୍କ ଗାଲ ରେ ଗେଲ୍ହ ଟିକେ କରି ହାତ ହଲାଇ ବିଦାୟ ଜଣାଇ ବାହାରିଲା । ତା ବାପା ତାକୁ ସାଇକେଲ୍ ରେ ନେଇ ସ୍କୁଲରେ ଛାଡି ଆସିଲେ । ଧରିତ୍ରିକୁ ସ୍କୁଲ୍ ପହଂଚିବା ପରେ ଏକା ଏକା ଲାଗିଲା । କାହା ସହ ମିଶି ପାରୁ ନ ଥାଏ । କିଛି ସମୟ ଏକୁଟିଆ ରହିଲା ।ଧୀରେ ଧୀରେ ପିଲାଙ୍କ ସହ ମିଶିଲା ।ଆଉ ବେଶ ଖୁସିରେ ପିଲାଙ୍କ ସହ ମିଶି ପାଠ ପଢିଲା ,ଖେଳିଲା,ମଧ୍ୟାହ୍ନ୍ ଭୋଜନ ବି ମିଶିକରି ଖାଇଲା । ଶିକ୍ଷକମାନଙ୍କପ୍ରତି ଥିବା ଧାରଣା ମଧ୍ୟ ସେଦିନ ତାର ପରିବର୍ତ୍ତନ ହେଲା ।ସେ ବୁଝି ପାରିଲେ ଯେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ ସେ ମଧ୍ୟ ଆମକୁ ବୁଝନ୍ତି ।ବିଦ୍ୟାଳୟ ସମୟକୁ ସେ ସମ୍ପୂର୍ଣ୍ଣ ଭାବେ ଆନନ୍ଦର ସହ ଉପଭୋଗ କଲା ।ସ୍କୁଲ୍ ପରିବେଶ ତାକୁ ଭାରି ଭଲ ଲାଗିଲା ।ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବ୍ୟବହାର ବନ୍ଧୁତ୍ଵପୂର୍ଣ୍ଣ ଥିଲା । ସବୁ ଦିନ ଏମିତି ସ୍କୁଲ୍ ଆସିବ ବୋଲି ପାଟି ଲାଗୁଥିବା ସ୍ନେହ ଭରା କଣ୍ଠରେ ସାଙ୍ଗ ପିଲାମାନଙ୍କୁ କହିଲା ।


      ସମୟ ଅପରାହ୍ଣ ଚାରିଟା । ଛୁଟି ଘଣ୍ଟା ବାଜିଲା । ଶିକ୍ଷକଙ୍କ କହିବା ଅନୁଯାୟୀ ପିଲାମାନେ ଧାଡି ବାନ୍ଧି ସ୍କୁଲ୍ ପରିସରରୁ ବାହାରିଲେ ।କିଛି ସମୟ ପରେ ହଠାତ ଏକ ଚିତ୍କାର ଶୁଭିଲା ।ଆଉ ଲୋକ ମାନେ ଆସି ରୁଣ୍ଡ ହୋଇଗଲେ । ଦେଖିଲା ବେଳକୁ ଜାଣିବାକୁ ମିଳିଲା କୁନି ଝିଅ ଧରିତ୍ରୀ ଏକ କାର୍ ସହ ଧକ୍କା ହୋଇ ତଳେ ପଡିରହିଛି । ରକ୍ତର ଧାର ବହି ଚାଲିଛି ।ମୁଣ୍ତରେ ଗଭୀର ଭାବେ ଆଘାତ ଲାଗିଥିବାରୁ ନିଷ୍ପାପ ଝିଅଟିର ଜୀବନ ସଙ୍ଗେ ସଙ୍ଗେ ଚାଲି ଯାଇଛି । ଏହି ସମୟରେ ପଛପଟୁ ଏକ ରୁଗ୍ ଣ ଅନ୍ଧ ବୁଢାଟିଏ ପାଟିକରି କହିଲା-ତୋର ମଙ୍ଗଳ ହେଉ ଝିଅ ,ତୁ ମୋ ଜୀବନ ରକ୍ଷା କରିଥିବାରୁ । ତୁ ମୋତେ ରାସ୍ତା କଡ଼କୁ ଠେଲି ଦେଇ ନ ଥିଲେ ମୋର ଜୀବନ ଗାଡି ଚକା ତଳେ ଚାଲି ଯାଇ ଥାଆନ୍ତା । ଏହା ଶୁଣି ରୁଣ୍ଡ ହୋଇଥିବା ସବୁଲୋକ ଆବାକ୍ । ସମସ୍ତଙ୍କ ଅନ୍ତରରୁ ଗୋଟିଏ କଥା ଶୁଣିବାକୁ ମିଳୁ ଥାଏ- ଶିକ୍ଷା କେବଳ ଖାଲି ବିଦ୍ୟାଳୟରୁ ନୁହଁ ,ପରିବାରରୁ ବି ମିଳି ଥାଏ ।ଯାହାର ଜ୍ୱଳନ୍ତ ଉଦାହରଣ କୁନି ଧରିତ୍ରୀର ମାନବିକତା ଆଉ ନୈତିକତାରୁ ବେଶ୍ ବାରି ହୋଇ ପଡୁଥିଲା । ବାପା ମାଆଙ୍କର ଆଦର୍ଶ ଧରିତ୍ରୀ ନିକଟରେ ପ୍ରକାଶ ପାଇଥିଲା ।

        

      


Rate this content
Log in