Naughty Naughty

Inspirational Others

3  

Naughty Naughty

Inspirational Others

ମୋ ବାପା

ମୋ ବାପା

3 mins
236



ସକାଳ ସାତଟା ହଠାତ ବାପାଙ୍କ ଡାକରେ ନିଦ ମୋ ଭାଙ୍ଗିଗଲା । ଧଡ଼ ପଡ଼ ହୋଇ ଉଠିପଡିଲି । ରୁମ ବାହାରକୁ ଆସି ଦେଖେ କିଛି ଲୋକ ବାହାରେ ବାପାଙ୍କ ସହ ଝଗଡା କରୁଛନ୍ତି । ସେଥି ମଧ୍ୟରୁ ରାଜୁ ବାବୁ ନାମକ ଜଣେ ସାହୁକାର ବାପାଙ୍କୁ ଜେଲ ପଠାଇବାର ଧମକ ଦେଉଛି । ଏହା ଶୁଣି ମୁଁ ସଙ୍ଗେ ସଙ୍ଗେ ମୁଁହଁ ଧୋଇ ଗାମୁଛାଟି ଧରି ମୁଁହ ପୋଛି ପୋଛି ବାହାରକୁ ଗଲି । କାରଣ ପଚାରିବାରୁ ଜାଣିବାକୁ ପାଇଲି ବାପା ସେମାନଙ୍କ ଠାରୁ ଦୁଇ ବର୍ଷ ପୂର୍ବରୁ ସେମାନଙ୍କ ପାଖରୁ ପଚାଶ ହଜାର ଟଙ୍କା କରଜ ଆଣିଥିଲେ । ଯାହା ଏବେ ସୁଧମୂଳ ମିଶି ପାଖାପାଖି ନବେ ହଜାର ହୋଇଯାଇଛି ।

ଏହା ଜାଣି ମୁଁ ସେମାନଙ୍କୁ ଯିବାକୁ ଅନୁରୋଧ କଲି । ଏବଂ ସେମାନଙ୍କୁ ଏକ ମାସ ଭିତରେ ସବୁ ଟଙ୍କା ସୁଝିବାକୁ କଥାଦେଲି । 

     ସେମାନେ ଚାଲିଗଲା ପରେ ମୁଁ ବାପାଙ୍କୁ ରାଗରେ ଉଚ୍ଚସ୍ଵରରେ କହିଲି ତୁମେ ରଖିଥିବା ଆଗ ଟଙ୍କା କଣ ମଦ ପିଇ ଉଡେଇ ଦେଲ ? ତାଙ୍କୁ ଏବେ ଆମେ ଟଙ୍କା ଶୁଝିବା କିପରି ? ତୁମେ ଏମିତି କେମିତି କରି ପାରିଲ ବାପା ? ବାପାଙ୍କର ନୀରବତା ଦେଖି ମୋତେ ଲାଗୁଥିଲା ଯେ ବାପାଙ୍କ ପାଖରେ ଥିବା ଟଙ୍କା ସେ ବଦ ଖର୍ଚ୍ଚରେ ଉଡାଇ ଦେଇଛନ୍ତି । ବାପା ପୁରା ନିରବ । ପରେ ମୁଁ ତାଙ୍କୁ ବୁଝିବାକୁ ଚେଷ୍ଟାକଲି ।କିନ୍ତୁ ସେ ପୁରା ନିରବ ।

 ସେଦିନ ସକାଳେ ବାପା ଆଉ କିଛି ଖାଇଲେ ନାହିଁ । ମୁଁ ଖାଇବାକୁ ବହୁତ ଅନୁରୋଧ କଲେ ମଧ୍ୟ ସେ ଭୋକ ନାହିଁ ବୋଲି କହିଲେ ଆଉ ମୋତେ ଖାଇବାକୁ କହିଲେ,ପେଟ ଟିକେ ଭଲ ନାହିଁ ବୋଲି କହିଲେ ମୋ ପାଖରୁ ଚାଲିଗଲେ । ପିଲାଟି ଦିନରୁ ମୁଁ ବାପାଙ୍କ କୋଳରେ ବଢ଼ି ଆସିଛି । ଜନ୍ମ କରି ମା ମୋତେ ଅନ୍ତୁଡିଶାଳରୁ ଚାଲି ଗଲେ । ବାପାଙ୍କ ଠାରୁ ମୁଁ କେବେ ବି କିଛିର ଅଭାବ ମୁଁ ଦେଖିନି । ଯେତେବେଳେ ମୁଁ ଯାହା ମାଗେ ବାପା ଯେମିତି ହେଲେ ବି ଆଣି ଦିଅନ୍ତି ।

   ସେଦିନଟି ମୋତେ ଜମାରୁ ବି ଭଲ ଲାଗିଲା ନାହିଁ । ଦିନଟି ଯାକ ବାପା ମୁଁହ ସୁଖାଇ ରହିଲେ । ମୁଁ ବାପାଙ୍କ ପାଖକୁ ଯାଇ କ୍ଷମା ମାଗିଲି । ବାପା ମୋ ମୋ ମୁଣ୍ଡରେ ହାତ ବୋଲାଇ କପାଳକୁ ଏକ ଚୁମ୍ବନ ଦେଇ କହିଲେ-ଆରେ ପାଗଳ ମୁଁ ପରା ତୋର ବାପା ,ମୁଁ କଣ କେବେ ତୋ ଉପରେ ରାଗିପାରିବି । ଏହା କହି ବାପା ଭୋ ଭୋ କରି କାନ୍ଦି ପକେଇେଲ । କହିଲେ ମୁଁ ତୋତେ ଗୋଟେ ଡାକ୍ତରଭାବେ ଗଢିବା ପାଇଁ ପିଲାଦିନର ତୋର ଇଛାକୁ ପୂରଣ କରିବା ପାଇଁ ମୁଁ ମୋ ଜୀବନର ଶେଷ ଇଚ୍ଛା ରଖିଛି ରେ । ପଇସା ଅଭାବରୁ ତୁ ଯେମିତି ମା ଛେଉଣ୍ଡ ହୋଇ ଗଲୁ ଆଉ ସେମିତି କାହା ସାଙ୍ଗରେ ଯେମିତି ନ ହେଉ ,ଏକଥା ତୋ ଅନ୍ତରଙ୍ଗ ସାଙ୍ଗ ବବୁନକୁ କହିଲା ବେଳେ ମୁଁ ଶୁଣିଥିଲି । ତେଣୁ ମୁଁ ତୋତେ ମେଡ଼ିକାଲ୍ ପଢିବାକୁ ମୁଁ ମହାଜନ ଠାରୁ ଟଙ୍କା ଆଣିଥିଲି । ମୋର ଆଗରୁ କିଛି ଟଙ୍କା ନାହିଁ । ମୋ ପାଖେ ଅର୍ଥ ଅଭାବ ବୋଲି ଜାଣି ତୁ କାଳେ ଭାଙ୍ଗି ପଡ଼ିବୁ ଆଉ ଡାକ୍ତର ହେବାର ସ୍ବପ୍ନ ଭୁଲି ଯିବୁ । ତେଣୁ ତାଙ୍କ ଠାରୁ ଟଙ୍କା ଆଣି ପରେ ମୁଁ ସୁଝି ନ ପାରିଲେ ମୋ କିଡ଼ିନ୍ ବିକି ଟଙ୍କା ସୁଝିବି ବୋଲି ଭାବି ଥିଲି ।


  ମୁଁ ସବୁ ଶୁଣି ବାପାଙ୍କୁ କହିଲି- ବାପା ମୋର ଡାକ୍ତରୀ ପଢିବା ଦରକାର ନାହିଁ । ତୁମେ ମୋର ସବୁ କିଛି । ଏହା କହି ବାପାଙ୍କୁ ମୁଁ ନିଜ ହାତରେ ରୋଶେଇ କରି ଖାଇବାକୁ ଦେଲି । ତା ପରେ ବାପାଙ୍କ ସାଥିରେ ତାଙ୍କ ଶୋଇବା ଘରକୁ ଗଲି । ବାପା ଶୋଇବା ପରେ ମୁଁ ତାଙ୍କୁ ଗୋଟିଏ ଚଦର ଘୋଡେଇ ଦେଇ ମୁଁ ଶୋଇବାକୁ ଚାଲି ଆସିଲି ।

    ରାତିରେ ବାପାଙ୍କୁ କହିଥିବା କଥା ମୋତେ ବ୍ୟଥିତ କରୁଥିଲା ।ବହୁତ ରାତିରେ ଆଖିକୁ ନିଦ ଆସିଲା । ସକାଳୁ ଟିକିଏ ଉଠିବା ଡେରି ହୋଇଗଲା ।

ଉଠିକି ଦେଖିଲି କବାଟ ସେମିତି ବନ୍ଦ ଅଛି । ବାପାଙ୍କର ମାଟିପାତ୍ର ତିଆରି ସ୍ଥାନଟି ମଧ୍ୟ ଖାଲି ପଡିଛି । ମୁଁ ସଙ୍ଗେ ସଙ୍ଗେ ବାପାଙ୍କ ରୁମକୁ ଗଲି । ବାପା ସୋଇଥିବା ଦେଖି ମୁଁ ତାଙ୍କୁ ଉଠାଇବାକୁ ଯାଇ ବାପା ବାପା ଡାକି ହଲାଇଲି । ଆଉ ତା ପରେ ବାପା ଆଉ ମୋ ଡାକ ଶୁଣି ନ ପାରିଲା ଭଳି ନିରବ ରହିଲେ । ମୁଁ କାନ୍ଦି କାନ୍ଦି କହୁଥାଏ ବାପା ମୋର ଭୁଲ ହୋଇ ଯାଇଛି ।ମୁଁ ଆଉ କେବେ ତୁମକୁ କିଛି କହିବିନି ।ଏବେ ଉଠି ପଡ ।ଏହି ସମୟରେ ମୋ ବଦବାପା ଆସି ମୋତେ ପାଖକୁ ଜାବୁଡି ନେଇ କହିଲେ ତୋ ବାପା ଆଉ ନାହାନ୍ତି । ତା ପରେ ଆଖି ଖୋଲିବା ପରେ ମୁଁ ଡାକ୍ତରଖାନାର ଛାତକୁ ଦେଖିବାକୁ ପାଇଲି । ସେଦିନର ବାପାଙ୍କ ପ୍ରତି ବ୍ୟବହାର ମୋତେ ଆଜି ବି ପ୍ରତାରିତ ଆଉ ଯନ୍ତ୍ରଣା ଦେଉଛି । ଏବେ ମୁଁ ଜଣେ ବାପାଙ୍କ ପାଇଁ ଜଣେ ଡାକ୍ତର । ସରକାରୀ ଚାକିରୀ ଛାଡି ବୋଲି ବୋଲି ରୋଗୀଙ୍କୁ ସେବା ଦେଉଛି । ଆଉ ରୋଗୀ ମାନଙ୍କ ନିକଟରେ ମୁଁ ମୋ ବାପା ମା ଙ୍କୁ ବେସ୍ ଅନୁଭବ କରିପାରୁଛି ।

    

   


Rate this content
Log in

Similar oriya story from Inspirational