ପେଟୁ
ପେଟୁ
ପେଟୁ ଆଉ ଆଗ ଭଳି ଛୋଟ ନାହିଁ । ସେ ବଢ଼ି ଗଲାଣି । କିନ୍ତୁ କେବଳ ଶରୀର ବଢ଼ି ଥିଲେ ମଧ୍ୟ ତାର ଜ୍ଞାନ ଘରର ପରିପକ୍ଵତା ଆସି ନାହିଁ । ସାହି ପଡୋଶୀ ଅନାଦର ଭଳି ଶବ୍ଦରେ ତାକୁ ସବୁବେଳେ ପେଟୁ ବୋଲି ଡାକନ୍ତି । ବହୁ ପୂଜା ଆରଧନା ପରେ ଭଗବାନ ଶଙ୍କରଙ୍କ କୃପାରୁ ସେ ମା'ଙ୍କ କୋଳରେ ଜନ୍ମ ନେଇଥିଲା । ପିଲା ବେଳେ ତାର ପେଟ ଟି ଟିକିଏ ବଡ ଥିବାରୁ ତାକୁ ସମସ୍ତେ ପେଟୁ ବୋଲି ଡାକନ୍ତି ।
ପେଟୁ ଭାରି ସରଳ ଓ ନିରୀହ । ମାଛିକୁ ମୋର ବୋଲି ନ କହିବା ପିଲା । ପର ଜିନିଷ ପ୍ରତି ଟିକେ ବି ଲୋଭ ନାହିଁ । ସାହି ପଡୋଶୀର ଲୋକମାନେ କେବଳ କିଛି କାମ ପଡିଲେ ତାକୁ ଖୋଜନ୍ତି । ଅନେକ ସମୟରେ ସେ ମଧ୍ୟ ଲୋକ ମାନଙ୍କର ବିନା ପାରିଶ୍ରମିକରେ ଅନେକ କାମ କରେ । ଗାଁ ରେ କାହାରି କିଛି ଅସୁବିଧା ହୋଇଥିବା ଶୁଣିଲେ ଭାତ ଥାଳି ପାଖରୁ ବି ଉଠି ଯାଏ । ନିଜ ଠୁ ସେ ବେଶୀ ଭଲ ପାଏ ସେ ଅନ୍ୟ ମାନଙ୍କୁ । ଏଥି ଲାଗି ସେ ଘରେ ମା ଙ୍କ ଠାରୁ ବହୁତ ଗାଳି ମଧ୍ୟ ଶୁଣେ । କିନ୍ତୁ ତାକୁ କିଛି ଫରକ ପଡ଼େନା । ଗାଁର ସମସ୍ତ ପୂଜା ପର୍ବରେ ସେ ଅଗଭରା ହୋଇ ବାହାରେ ।
ଏମିତି ଅନ୍ୟ ଉପକାରରେ ତାକୁ ଟିକିଏ ଆନନ୍ଦ ମିଳି ଥାଏ । କିନ୍ତୁ ସେ ପିଲାଟି ଦିନରୁ ବହୁ ଦୁଃଖ କଷ୍ଟରେ ବଢ଼ି ଆସିଛି । ଉଳିଏ ଖାଇେଲ ଦି ଉଳି ଉପାସ । ଜନ୍ମ ହେବାର ମାସକ ପରେ ବାପା ଆରପାରିକୁ ଚାଲିଗଲେ । ସେ ଦିନ ଠୁ ମା ଲୋକଙ୍କ ଘରେ ପାଇଟିଏ କରି ଯାହା ଆଣେ ସେଥିରେ ସୁଖେ ଦୁଃଖେ ଦୁହେଁ ଚଳି ଜାଅନ୍ତି । ଯେ କୌଣସି ସମୟରେ ବି ତାକୁ କିଛି ସାହାଯ୍ୟ ମାଗିଲେ ସେ ମନା କରି ପାରେ ନାହିଁ । ଏସବୁ ସତ୍ୱେ ବି ତାକୁ ଗାଁରେ କିଛି ସମ୍ମାନ ମିଳେନାହିଁ । କିମ୍ବା କାମର ଠିକ ଭାବେ ପାରିଶ୍ରମିକ ମିଳେନାହିଁ । ମୋଟା ମୋଟି କହିବାକୁ ଗଲେ ସମସ୍ତେ ଖାଲି ତାର ସରଳତାର ସୁଯୋଗ ନେଇ କାର୍ଯ୍ୟ ହାସଲ କରନ୍ତି । ବଂଚିଥିବା ବେଳେ କେବେ ତାର ମୂଲ୍ୟକୁ କେହି ବି ବୁଝି ପାରୁ ନ ଥିଲେ । କେବଳ ନିଜର କାର୍ଯ୍ୟ ହାସଲ ପାଇଁ ପେଟୁକୁ ବିଭିନ୍ନତା ପ୍ରକାରରେ ବ୍ୟବହାର କଲେ ।
ଏକ ଘଡି ସନ୍ଧି ମୁହୂର୍ତ୍ତରେ ଗାଁର ପନ୍ଦର ବର୍ଷର ପିଲାଟିକୁ ଦୁନିଆକୁ ଦେଖିବା ପାଇଁ ଟିକିଏ ମାତ୍ର ଚିନ୍ତା ନା କରି ତାର ନେତ୍ର ଦାନ କଲା । ନେତ୍ର ଦାନ କରି ଗୋଟିଏ ବିଧବା ମାଆକୁ ଅସହୟତା ଠାରୁ ଦୂରେଇ ରଖିଲା ସତ ମାତ୍ର କିଛି ଦିନ ପରେ ଅନ୍ୟ ଆଖିଟି ସଂଙ୍କ୍ରମିତ ହୋଇ ନଷ୍ଟ ହୋଇଗଲା । ଏମିତି ଆଉ କିଛି ଦିନ ପରେ ତା'ର ପ୍ରାଣ ମଧ୍ୟ ଚାଲି ଗଲା । ପୁଅର ଦୁଃଖରେ ଦୁଖୀ ହୋଇ ବୁଢ଼ୀ ମାଆ ବି ଦୁନିଆ ଛାଡି ଚାଲିଗଲା ।
ଏମିତି ଖାଲି ପେଟୁ ନୁହଁ ଅନେକ ଆମ ସମାଜରେ ଅନେକ ଅନାଦର ନାମରେ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ଠୁ କେବଳ ଭଲ ପାଇବା ଟିକିଏ ଖୋଜନ୍ତି, କିନ୍ତୁ ଆମେ ଆଜି ଏମିତି ସ୍ୱାର୍ଥ ପର ହୋଇ ଯାଇଛେ ଯେ ନିଜ ସୁବିଧା ପାଇଁ କେବଳ ସେମାନଙ୍କୁ ବ୍ୟବହାର କରନ୍ତି ।
