Debaki Behera

Inspirational Children

4.5  

Debaki Behera

Inspirational Children

ମୋ ପ୍ରିୟ ଶିକ୍ଷକ

ମୋ ପ୍ରିୟ ଶିକ୍ଷକ

3 mins
211


ଆଜି ଗୁରୁ ଦିବସରେ ସେଇ ପୁରୁଣା କିଛି କଥା ମନେ ପଡିଗଲା । ଖାସ କରି ସାର ଆପଣଙ୍କ କଥା । ମୋ ଜୀବନର ଆଦର୍ଶ ଅଟନ୍ତି ଆପଣ । ଅତୀତର କଥା ଏକ ସ୍ମୃତି ଚିତ୍ରପଟ ଭଳି ଆଖି ଆଗରେ ନାଚି ଯାଉଛି । ମୋର ମନେ ଅଛି ଆପଣଙ୍କର ସ୍ନେହ, ଭଲ ପାଇବା, ତାଗିଦ ଓ ପଢେଇବାର ପ୍ରଣାଳୀ । ଏଇ କାହାଣୀଟିକୁ ମୁଁ ଆପଣଙ୍କୁ ଉତ୍ସର୍ଗୀକୃତ କରୁଛି । 

‌ ମୋର ସେତେବେଳେ କଲେଜର ପ୍ରଥମ ବର୍ଷ । ବାପା ଓ ମାଆର ହଜାରେ ବାରଣ ପରେ ବି ମୁଁ କଲେଜରେ ନାମ ଲେଖେଇଥିଲି । ରେଭେନ୍ସା ଜୁନିଅର କଲେଜର ବାଣିଜ୍ୟ ବିଭାଗର ଛାତ୍ରୀ । ଅନେକ ବାଧା ବିଘ୍ନ ପରେ ବି ମୁଁ ପଢିବାକୁ ମନ ବଳେଇଥିଲି । ଘର ଲୋକେ ସଫା ସଫା ଗୋଟେ ଟଙ୍କା ବି ମୋ ପଢା ପାଇଁ ଦେବେନି ବୋଲି କହିଦେଇଥିଲେ । କିଛି ପିଲାଙ୍କୁ ଟ୍ୟୁସନ କରି କିଛି ଅର୍ଥ ମୁଁ ଉପାର୍ଜନ କରିଦେଉଥିଲି । ସେତେବେଳେ ପଢା ପ୍ରତି ଅନେକ ବାପା ମାଆ ଏତେ ଧ୍ୟାନ ଦେଉନଥିଲେ । ଝିଅଟିଏ ବୋଲି ଅଧିକ ପଢିଲେ କାଳେ କିଛି ଭୁଲ କରିଦେବି ସେଇଟା ତାଙ୍କ ମନରେ ସବୁ ବେଳେ ଗୋଳେଇ ଘାଣ୍ଟି ହଉଥିଲା । ସେ ଯାହା ହେଉ କିଛି କଥାକୁ ଖାତିର ନକରି ମୁଁ ପଢ଼ିବି ଓ ସେମାନଙ୍କ ଚିନ୍ତା ଧାରା ବଦଳେଇବି ନିଷ୍ପତ୍ତି ନେଇ ସାରିଥିଲି । ପ୍ରତିଦିନ ଚାଲି ଚାଲି କଲେଜ ଯାଏ କ୍ଲାସ କରିବାକୁ । ଯେହେତୁ ମୁଁ ଓଡ଼ିଆ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଯାଇଥିଲି ଇଂରାଜୀ ପଢିବାରେ ଓ ବୁଝିବାରେ ଟିକେ ଅସୁବିଧା ହେଉଥିଲା । କଲେଜରେ ସବୁ କିଛି ଇଂରାଜୀରେ ପଢା ହେଉଥିଲା । କଲେଜର ସମସ୍ତ ବିଷୟରେ କୋଚିଂ ନେବାକୁ ମୋ ପାଖରେ ଯଥେଷ୍ଟ ଅର୍ଥ ନଥିଲା । ତେଣୁ ମୁଁ କେବଳ ଇଂରାଜୀ କୋଂଚିଙ୍ଗ ନେବି ବୋଲି ଭାବିଲି । ତେଣୁ ମୁଁ ଆପଣଙ୍କ କ୍ଲାସକୁ ପଢିବାକୁ ଗଲି । ୭/୭ କି ୭/୮ର ଗୋଟିଏ ରୁମ୍ । ସେଥିରେ ଗୋଟିଏ ଖଟ, ଗୋଟେ ୫ଲିଟରର ଛୋଟିଆ ଗ୍ୟାସ ସିଲିଣ୍ଡର । ଅବଶିଷ୍ଟ ଜାଗାରେ ଆମେ ପିଲାମାନେ ବସି ପଢ଼ୁଥିଲୁ । ମୁଁ ତ ଗୋଟିଏ କି ଦୁଇ ମାସ ଚାଲି ଚାଲି ଯାଇକି କ୍ଲାସ କରିଥିଲି । ତାପରେ ମୋତେ ଟ୍ୟୁସନ ଫିସ ଦେବାରେ ଅସୁବିଧା ହେବାରୁ ମୁଁ ଆଉ କ୍ଲାସ ଗଲି ନାହିଁ । ଦୁଇ ଦିନ ପରେ ଆପଣ ବାପାଙ୍କ ଫୋନକୁ ଫୋନ କଲେ । ମୁଁ ଆଉ ପଢିବାକୁ ଯିବିନି ବୋଲି ମାଆ ସିଧା ସଳଖ ମନା କରିଦେଲା । ଆମେ ପଇସା ଦେଇପାରିବୁନି ତେଣୁ ସେ ଆଉ ଟ୍ୟୁସନ ଯିବନି । ଆପଣଙ୍କର ମନ ମାନିଲାନି । ଆପଣ ମାଆକୁ କହିଲେ କି ମୋର ଟ୍ୟୁସନ ଫିସ ଦରକାର ନାହିଁ ତାକୁ ପଢେଇବାକୁ ପଠାନ୍ତୁ । ସେ ବହୁତ ଭଲ ପଢେ, କିନ୍ତୁ ମାଆ ରାଜି ହେଲାନି । ମୁଁ ଘରକୁ ଆସିଲାପରେ ମୋ ସହ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିବାରୁ ମୁଁ ଆସିଲା ପରେ ଆପଣଙ୍କୁ ଫୋନ କଲି ଆଉ ଆପଣ ମୋତେ ଟ୍ୟୁସନକୁ ଡାକିଲେ । ପଇସା କଥା ଚିନ୍ତା ନକରି ପଢିବାକୁ ଆସେ ବୋଲି କହିଲେ । ମୁଁ ତା ପରଦିନ ଟ୍ୟୁସନ ପଢିବାକୁ ଗଲି । ଆପଣଙ୍କ ଚେହେରାରେ ସେଦିନ ମୁଁ ଗୋଟେ ଅବ୍ୟକ୍ତ ଖୁସି ଦେଖିବାକୁ ପାଇଲି । ଆପଣଙ୍କ ସହ ମୁଁ ଖୁସି ଦୁଃଖ ସବୁ ବାଣ୍ଟିଛି । ମୋ ମନ ଦୁଃଖ ଥିଲେ ଆପଣ ଜାଣି ନିଅନ୍ତି । ମୁଁ ଭୋକରେ ଥିଲେ ବି ଜାଣି ପାରନ୍ତି । ଖଟ ତଳେ ଡବାରେ ବିସ୍କୁଟ ମିକ୍ସଚର ଅଛି ଖାଇନେ ବୋଲି କୁହନ୍ତି । ମୋର ମନେ ଅଛି ଆପଣ ନିଜ ଗାଡ଼ିରେ ବହୁତ ଥର ମୋତେ ଘରକୁ ଛାଡିବାକୁ ଆସିଛନ୍ତି । ଗୋଟେ ଦିନ କ୍ଲାସ ନଗଲେ ଘରକୁ ଫୋନ କରନ୍ତି । ଗୁରୁ ଛାତ୍ରଙ୍କର ସମ୍ପର୍କ ଅତ୍ୟନ୍ତ ସୁନ୍ଦର । ଆପଣଙ୍କ କଥା ଓ ପଢାକୁ ଅନୁସରଣ କରି ମୁଁ ଆଗକୁ ବଢିଚାଲିଲି । ଯୁକ୍ତ ଦୁଇ ପରୀକ୍ଷା ସରିଲା । ଟଙ୍କାଟିଏ ପାରିଶ୍ରମିକ ନ ନେଇ ମୋତେ ପଢେଇଥିଲେ । ପରୀକ୍ଷା ଫଳ ବାହାରିଲା ମୁଁ ଉତ୍ତୀର୍ଣ୍ଣ ବି ହୋଇଥିଲି । ଏହି କଥା ଜଣେଇବାକୁ ଆପଣଙ୍କ ପାଖକୁ ଗଲି ହେଲେ । ଏ କଣ ଆପଣଙ୍କ ଘରେ ତାଲା ପଡିଛି । ଯେହେତୁ ମୁଁ ଫୋନ ଧରୁନଥିଲି, ତେଣୁ ସାଙ୍ଗେ ସାଙ୍ଗେ ଫୋନ କରିପାରିଲି ନାହିଁ । ଘରକୁ ଯାଇକି ଘର ଫୋନରୁ ନମ୍ବର ବାହାର କରିକି ଫୋନ କଲି ହେଲେ ଆପଣଙ୍କ ନମ୍ବର ଲାଗିଲାନି । ବହୁତ ବେଳେ ଆପଣଙ୍କୁ ମନେ ମନେ ଖୋଜିଛି । ଆପଣଙ୍କ ଋଣ ତ ଶୁଝି ପାରିବିନି ଖାଲି ଗୋଟିଏ ଧନ୍ୟବାଦଟିଏ ଦେବା ପାଇଁ । ଆଜି ସମାଜରେ ମୁଁ ଜଣେ ଭଲ ଶିକ୍ଷୟିତ୍ରୀ ଭାବରେ ପରିଚିତ । କଥାରେ ଅଛି ମନ ଯାହାକୁ ଖୋଜୁଥାଏ ତାକୁ ଦିନେ ନାହିଁ ଦିନେ ନିଶ୍ଚିତ ମିଳିଯାଏ । ମୋ ସହ ବି ଏମିତି କିଛି ଘଟିଲା । ଆପଣଙ୍କର ପୁରା ନାମ ଜାଣିନଥିବାରୁ ଫେସବୁକରେ ଖୋଜିବା ଟିକେ ବିଳମ୍ବ ହେଲା କିନ୍ତୁ ଏମିତି ଖୋଜୁ ଖୋଜୁ ଆପଣଙ୍କର ଆଇଡି ନା ସହିତ ଆପଣଙ୍କର ଫୋଟୋ ଥିବା ପ୍ରୋଫାଇଲ ଦେଖିବାକୁ ପାଇଲି ଓ ସାଙ୍ଗ ହେବା ପାଇଁ ଅନୁରୋଧ ପଠେଇଲି ଏବଂ ଆଶ୍ଚର୍ଯ୍ୟର କଥା ଆପଣ ସାଙ୍ଗେ ସାଙ୍ଗେ ମୋ ଅନୁରୋଧ ଗ୍ରହଣ କଲେ ତା ସହ ମୋତେ ମେସେଞ୍ଜରରେ ପଚାରିଲେ କେମିତି ଅଛୁ । ମୋତେ ଏତେ ଖୁସି ଲାଗିଥିଲା ତାହା ବ୍ୟାଖ୍ୟା କରିହେବନାହି । ସେଦିନ ଆମେ ବହୁତ ସାରା କଥା କଥା ହୋଇଥିଲେ । ଆପଣଙ୍କୁ ଅଶେଷ ଅଶେଷ ହୃଦୟରୁ ଧନ୍ୟବାଦ୍ ଜଣାଉଛୁ ହୁଏତ ସେତେବେଳେ ଆପଣ ମୋ ଜୀବନରେ ନ ଆସିଥିଲେ ମୁଁ ଏତେ ବାଟ ଆଗକୁ ବଢିପରିନଥନ୍ତି । ଆପଣଙ୍କୁ ଭଳି ଶିକ୍ଷାକଙ୍କୁ ପାଇ ମୋ ଜୀବନ ଧନ୍ୟହୋଇଗଲା । 

‌ଶୁଭେନ୍ଦୁ ସାର୍ ମୋ ପ୍ରିୟ ତଥା ଆଦର୍ଶର ଶିକ୍ଷକ । 



Rate this content
Log in

Similar oriya story from Inspirational