Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Parameswar Ojha

Inspirational Others

3  

Parameswar Ojha

Inspirational Others

ମୋ ଭାଇ ଲୋ

ମୋ ଭାଇ ଲୋ

3 mins
43



ଏଇ ଏବେ ଏବେ ଅନୁ ଦିଦି ଫୋନ୍ କରିଥିଲେ , କେତେ କଥା ଢେର୍ ସାରା କଥା ଗପିଲେ । ଦିଦିଙ୍କ ବୁଝେଇବା ଶୈଳୀ ମୋତେ ବହୁତ ଭଲଲାଗେ । ସବୁ କଥାର କାରଣ ଦର୍ଶାଇ ଏତେ ଭଲ ସେ ଉଦାହରଣ ଦେଇ ବୁଝେଇ ଦେବେ ଯେ । ମନରେ ଆଉ କିଛି ଦ୍ଵନ୍ଦ କି ଭାବନା ରହିବନି ।

ସତରେ ମୁଁ ବହୁତ ଭାଗ୍ୟବାନ ଅନୁ ଦିଦିଙ୍କ ପରି ଦେଈଟେ ପାଇଛି ।

ମୋର ପିଲାଟି ବେଳୁ କେହି ଭଉଣୀ ନଥିଲେ। ଭଉଣୀର ସ୍ନେହ , ଭଲପାଇବା , ପ୍ରେମ କେବେ ପାଇନି ଆଉ କଳି ଝଗଡା ମାଡ଼ ଗାଳି ମୁଁ କେବେ ଅଙ୍ଗେ ଲିଭେଇନି । ମୋ କାନ ମୋଡି ଦି ଥାପଡ୍ ଟେ ଦେବାକୁ କି ମୋତେ ଶାସନ କରିବାକୁ ପାଖରେ ଭଉଣୀଟିଏ ନଥିଲେ ବୋଲି ସେଥିପାଇଁ ବୋଧେ ମୁଁ ଏକଦମ୍ ଉଦ୍ଧତ ହୋଇ ବଦମାସ୍ ହୋଇ ଯାଇଥିଲି ।

ଗୁଜରାଟରୁ ଫେରିବା ଦିନର ଘଟଣା , ଭଲସାଦ୍ ଟୁ ପୁରୀ ଟ୍ରେନରେ ଆସୁଥାଏ ଠିକ୍ ସୁରଟ୍ ପାଖରେ ଗାଡ଼ି ଟିକେ ରହିଲା , ଗାଡିରୁ ଓହ୍ଲେଇ ସେଲଫି ଗୋଟେ ନେଲି ତାକୁ ପୋଷ୍ଟ କରିଦେଲି ଫେସ୍ ବୁକ୍ କାନ୍ଥରେ । ପ୍ରିୟ ବନ୍ଧୁ ମାନଙ୍କ କମେଣ୍ଟ ଦେଖି ମୁଁ ଖୁସି ହେଉଥାଏ , କୋଉଟି ଭାଇ ? ଭଲରେ ଆସୁଛ ତ ? ହାପି ଜର୍ଣ୍ଣି ..…... ଏମିତି କେତେ କ'ଣ ।

ମୁଁ ସିଟ୍ ରେ ଏଥର ଶୋଇ ପଡି ମୋବାଇଲ୍ ଟିପିଲି । କିଛି ସମୟ ପରେ ମେସେଞ୍ଜରରେ ଅର୍ଣ୍ଣପୂର୍ଣ୍ଣା ଦାସଙ୍କର ମେସେଜ ଆସିଲା । ଫେସବୁକର ପୁରୁଣା ବନ୍ଧୁ କେବେ ଏତେଟା ମେସେଜ କରନ୍ତିନି ଆଜି ହଠାତ୍ ! ମେସେଜ ଦେଖେତ ଲେଖିଛନ୍ତି ।

ଭାଇ ଆପଣ ଗୁଜରାଟରେ , ମୋ ଭାଇଲୋ ଭଲରେ ଭଲରେ ଫେରିଆ ।

ମୁଁ ରିପ୍ଲାଏ ଦେଲି ' ଆଜ୍ଞା '

ତାପରେ ଲେଖିଲେ ' ତୁମ ନମ୍ବର ଦେଲ। '

ମୁଁ ମୋ ନମ୍ବର ଦେଲି

ତାପରେ ଲେଖିଲେ , ' ମୁଁ କଲ୍ କରୁଛି '

ମୁଁ କହିଲି 'ଠିକ୍ ଅଛି '

କଲ୍ କଲେ ପ୍ରଥମ ହ୍ୟାଲୋ କହିବା ସହିତ ମୁଁ କଲ୍ ରେକର୍ଡିଂ ଅପ୍ସନ୍ ମାରି ସାରିଥାଏ ( ମୋର ପୁରୁଣା ଅଭ୍ୟାସ , ପ୍ରଥମ ଯାହା ସହ କଥା ହେବି ଅଥବା ନୂଆ ନମ୍ବର ଦେଖିଲେ ମୁଁ କଲ୍ ରେକର୍ଡ କରିଦିଏ , ଯେହେତୁ ଲେଖା ଲେଖି କରେ କାଳେ କୋଉ ପ୍ରିୟ ପାଠକ ପାଠିକା ଫୋନ୍ କରିଥିବେ ଶୁଭେଚ୍ଛା କି ଧନ୍ୟବାଦ ଦେବା ପାଇଁ , ସେ କଲ୍ ଗୁଡ଼ିକୁ ସବୁଦିନ ସାଇତି ରଖିବାକୁ ଏତକ କାମ )

ତାପରେ ସେ ପଟରୁ ଅର୍ଣ୍ଣପୂର୍ଣ୍ଣା ଦାସଙ୍କ କଣ୍ଠ ସ୍ବର ଶୁଭିଲା ,

ମୋ ଭାଇଲୋ ମୋ ବାଇଆଲୋ ତମେ ଏତେ ବାଟରେ ନାଁ ?.ଆରେ ମୁଁ ଭାବୁଛି ଏଇ ଆମ କଟକ ଭୁବନେଶ୍ବର କି ଏଇ ପାଖରେ ତମେ ଅଛ ବୋଲି । ଏତେ ଦୂରରେ ? ସତ କହିବି ନା , ତୁମର ଫେସବୁକ ପୋଷ୍ଟରେ ବିଦାୟ ଗୁଜରାଟ ଲେଖା ସହ ଫଟୋ ଦେଖିକି ମୁଁ ଛାନିଆ ହୋଇଗଲି ଏକଦମ୍ । ହଉ ଭାଇ ଭଲରେ ଭଲରେ ଫେରି ଆସ । ସାନି ଟାଇ ପିନ୍ଧୁଥିଲେଜର୍ ମାସ୍କ ସବୁ ଆଣିଛ ନାଁ ?

ମୁଁ , 'ହଁ କହିଲି '

ତାପରେ କହିଲେ , ଟ୍ରେନ ଭିତରେ ସବୁ ଡିଷ୍ଟାନ୍ସ ମେଣ୍ଟେନ୍ କରୁଛନ୍ତି ନାଁ , ଗୋଟେ ସିଟ୍ ରେ କେତେ ଜଣ ବସିଛନ୍ତି ‌?

ମୁଁ କହିଲି ସେମିତି କିଛି ନାହିଁ ଦିଦି , କୋଉ ସିଟ୍ ରେ ଦୁଇ ଜଣ ତ ଆଉ କୋଉଥିରେ ଚାରିଜଣ ଏମିତି ସବୁ ବସିଛନ୍ତି ।

କାଇଁ ତା ଭିତରେ ଚେକ୍ କରିବାକୁ କେହି ଗାର୍ଡ ନାହାନ୍ତି କି ?

ମୁଁ କହିଲି, 'ନା କେହି ନାହାନ୍ତି '

ଇଏ କି ଭଳି କଥା ଚେକ୍ କରିବା କଥା ନା ରହିକି ।

ହଉ ଭାଇ ଭଲ ସେ ଫେରିଆସ ଜଳଦି । କେତେ ଘଣ୍ଟାରେ ପହଞ୍ଚିବ ଭୁବନେଶ୍ୱରରେ ?

ମୁଁ କହିଲି , " ଦିଦି ଛତିଶ ଘଣ୍ଟା ଲାଗିବ "

ଏତେ ସମୟ ଲାଗିବ ନା ? ହଉ ଭାଇ ପହଞ୍ଚିଲେ ଜଣେଇବ ।

ମୁଁ କହିଲି , ଠିକ୍ ଅଛି ଦିଦି ।

ତାପରେ କହିଲେ , ହଉ ଭାଇ ଭଲରେ ଭଲରେ ଆଗ ପହଞ୍ଚି ଯାଅ ତାପରେ ଢେର୍ ସାରା କଥା ହେବା ରଖୁଛି ।

ଠିକ୍ ଅଛି ଦିଦି , କହି ମୁଁ ଫୋନ୍ କାଟିଲି ।

ତାପରେ ମେସେଜ ଲେଖିଲି ,

"ଦିଦି ଆପଣଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା "

ଦିଦି ଲେଖିଲେ , ମତେ ବି ..

ମୁୁଁ ଲେଖିଲି , ଦିଦି ଆପଣ କୋଉଠି ରୁହନ୍ତି ?

ଦିଦି କହିଲେ ମୁଁ କନ୍ଧମାଳରେ ରୁହେ , ଚାକିରି ଏଠି ।

ଆଛା ଦିଦି ତ ଡାକୁଛ ପୁଣି ଆପଣ କ'ଣ ଯେ ?

ମୋତେ ବହୁତ ଖୁସି ଲାଗିଲା , ମୁଁ ଲେଖିଲି " ଠିକ୍ ଅଛି ତମେ ଡାକିବି ଆଗକୁ "

ସେଦିନ ଦିଦିଙ୍କ କଲ୍ ରେକର୍ଡିଂ ମୁଁ ଦଶ ବାର ଥର ଶୁଣିଛି ।

ତାଙ୍କର ସେ ମୋ ଭାଇଲୋ ମୋ ବାଇଆ ଲୋ ସମ୍ବୋଧନଟି ଏତେ ଆପଣାର ଏତେ ଆତ୍ମୀୟତା ଭରା ଶୁଭୁଥିଲା ଯେ ।

ମୋତେ ଲାଗିଲା ସତରେ ମୋ ପାଖରେ ମୋ ଦେଈଟେ ଅଛି ମୁଁ ଆଜି ପର୍ଯ୍ୟନ୍ତ ନିଜକୁ ଅନାଥ ଭାଇଟେ ବୋଲି ଭାବୁଥିଲି ଖାଲି ଯାହା ।



Rate this content
Log in

More oriya story from Parameswar Ojha

Similar oriya story from Inspirational