ABhimanyu Panda

Inspirational

2  

ABhimanyu Panda

Inspirational

।।ମନୁଆର ମନ କଥା।। ×××××××××××××

।।ମନୁଆର ମନ କଥା।। ×××××××××××××

7 mins
552


ସକାଳୁ କୋଡ଼ିଏ ଥର ଗାଁ ମୁଣ୍ଡରୁ ଫେରିଲିଣି ,, ସମସ୍ତେ କହୁଛନ୍ତି ମନୁଆ ଆସିବ ,,,। ମୁଁ ବହୁତ ରାଗିଛି ତା ଉପରେ ଏଇ ଚାରିଦିନ ହେବ ମୁଁ ନିଜେ ତାକୁ ଛାଡ଼ିବାକୁ ଯାଇଥିଲି ,,,। ବସ୍ ରେ ବସେଇ ଆସିଛି ,,,। ସେ ତ ସବୁଥର ଆସିବା ପୂର୍ବରୁ ମତେ ଜଣେଇକି ଆସେ ,,। ତା ଘର ଲୋକ ଜାଣିନଥିବେ ତାର ଫେରିବା ହେଲେ ,, ମୁଁ ଜାଣେ ,,, କେତେଥର ତ ମତେ ତାର ଆସିବା ବିଷୟରେ ତାଙ୍କ ଘରେ ଜଣେଇବାକୁ ବି ମନାକରେ ,,,। 


ଆଜି ଏ କି ଓଲଟା କଥା ମୋ ମନୁଆର ,,, ତାର ଆସିବା କଥା ପୁରା ଗାଁ ଜାଣିଛି ,,ଅଥଚ ମୁଁ ଜାଣି ପାରିଲିନି ,,,। ଆସିଯାଉ ଆଜି ,,, ପିଲା ଦିନର ସାଙ୍ଗ ଆମେ ,, ସାଙ୍ଗ ନୁହେଁ ମୋ ଭାଇ ସେ ,,, ଗାଁରେ ସମସ୍ତେ ମତେ ନିର୍ବୁଦ୍ଧିଆ କୁହନ୍ତି ,,। ହେଲେ ମୋ ସାଙ୍ଗ କେତେବେଳେ ବି ମୋ ପାଖ ଛାଡେନି ,,। ପାଠସାଠ ମୋର ହେଲାନି ,,, କେତେ ମାଡ଼ ଖାଇଥାନ୍ତି ,, । 


ମନୁଆ କିନ୍ତୁ ଭଲ ପାଠ ପଢ଼େ ,, ଗାଁରେ ପାଠପଢ଼ା ସାରି ସହରରେ ପଢ଼ିଲା । ସହରରେ ପଢ଼ୁଥିଲା ଯେତେବେଳେ ବି ଗାଁ କୁ ଆସେ ନିଜ ଘରକୁ ନଯାଇ ସିଧା ମୋ ପାଖକୁ ,,,। ମୁଁ ଯେଉଁଠି ଥିଲେବି ସେ ମତେ ଖୋଜି ମୋ ପାଖରେ ପହଞ୍ଚି ଯାଏ ,,,। ପଢ଼ାପରେ ବଡ଼ ଅଫିସର ହେଇ ଚାକିରୀ କଲା ,,, । କେତେ ଦରବ ଆଣୁଥିଲା ମୋ ଲାଗି ଚାକିରୀରୁ ଛୁଟିରେ ଆସିଲା ବେଳେ ,,,। ଏଇ ଫୋନ ଖଣ୍ଡିକ ବି କିଣିଦେଇଛି ମତେ ,,, ମୋ ସାଙ୍ଗରେ କଥା ହେଲେ କାଳେ ତାର ମନ ହାଲୁକା ହେଇଯାଏ ,,.। 


ହେଲେ ଆଜି ସମସ୍ତେ ଜାଣିସାରିଲେଣି ,,, ଗାଁ ଲୋକତ ଗାଁ ଲୋକ ,,, ପଡ଼ିଶା ଦଶ ଖଣ୍ଡ ଗାଁର ଲୋକ ସମସ୍ତେ ଜାଣିସାରିଲେଣି ମୋ ସାଙ୍ଗ ମନୁଆ ଆସୁଛି ,,, ହେଲେ ମୁଁ ଜାଣିପାରିଲିନି ,,। ମୁଁ ଏମିତି କଣ ଅପରାଧ କଲିକି ତୋର !!? ତୁ ଖାଲି ଆସିଯା ,,,, ତାପରେ ତୋର ମଜା ବୁଝିବି ,,। କେତେ ପୁଲିସ ବାବୁ ବି ଆଗରୁ ଆସି ଜମା ହେଇଛନ୍ତି ,,, ମୋ ମନୁଆ ପୁଲିସରେ ବଡ଼ ଅଫିସର ,,, ଏମାନେ ବୋଧେ କିଛି କାମରେ ଆସସିଥିବେ ,,,। 


ଏ ଦୂରରେ ଏମିତି କୋଳାହଳ କଣ ଶୁଭୁଛି ,,,। ମୋ ମନୁଆ ଆଇଲା କି ? ନା ମୁଁ ଯିବିନି ,,, ମତେ ନଜଣେଇ ଏମିତି ଆସିଛି ,,, ନା ନା ସେ ରାଗିଲେ କଣ ହେବ ? ମୁଁ ତ ରାଗିନି ,,,, ତା ପାଖକୁ ଯାଇ ତା କାନଧରି ତାକୁ ପଚାରିବି ,,, କାନଧରି ଉଠ ବସ୍ କରିବି ,,, ତାପରେ ଯାଇ ତା ସାଙ୍ଗରେ କଥା ହେବି ,,,। କୋଳାହଳ ଆହୁରି ପାଖେଇ ଆସିଲା ,,, । ଆରେ ସତେ ନା କଣ ? ମୋ ମନୁଆ ଆସିଲା ବୋଧେ ,, ସମସ୍ତେ କହୁଛନ୍ତି ମାନସ ଅମର ରହେ ,,। 


ଯାହା ହଉ ଆଜି ସମସ୍ତେ ଜାଣିଗଲେ ମୋ ମନୁଆର ହୃଦୟାଟା କେଡ଼େ ବିଶାଳ ,,। ଏତେ ଲୋକ ତାର ଭଲ ବିଷୟରେ ଜାଣିଲେଣି ଯେତେବେଳେ ,,, ମନୁଆ କଣ ଆଉ ମୋପରି ମୂର୍ଖ ସାଙ୍ଗରେ କଥା ହବ !? ଆଉ କେହି ତାର ପ୍ରିୟ ସାଙ୍ଗ ହେବା ପୂର୍ବରୁ ,, ମୁଁ ଯାଉଛି ତାକୁ ଭୁଲ ମାଗିଦେବି ,,,। 


ଏ କଣ !!? ହଜାର ହଜାର ଲୋକ ,,, ମୋ ମନୁଆ କୁ ଅମର ରହିବାକୁ କହୁଛନ୍ତି ,,ହେଲେ ମୋ ମନୁଆ କାଇଁ ,,? ମୋ ପାଖରୁ ଦୁରେଇଯିବା ପାଇଁ ମନୁଆ ବୋଧେ ମୋତେ ଲୁଚୁଛି ,,। ମନୁଆରେ ,,.....ରେ ମନୁଆ ,,....। ଏ ଲୋକଗୁଡ଼ା ସିନା ଚୁପ ହେଲେ ମୋ ଡାକ ଶୁଭିବ ତାକୁ !!! ଏମାନେ ମୋ ମନୁଆକୁ ମୋ ପାଖରୁ ଅଲଗା କରିବା ପାଇଁ ଗୋଟେ ନୂଆ ଚାଲ କରିଛନ୍ତି ,,,। ଏ ଭାଇ ଏ ... ମନୁଆ କୁ ଅମର ରହିବାକୁ କହୁଛ ,,, ହେଲେ ସେ ମନୁଆ କାଇଁ ,,,। କେହି ଶୁଣୁ ନାହାଁନ୍ତି ମୋ କଥା ,,। 


ପଛରେ ଥିବ କି ? ବୋପାଲୋ ବୋପା ,, ଏତ ଜନ ସମୁଦ୍ର ,, ସେ ଯାହା ହଉ ,, ଥରେ ପଛରେ ବି ଦେଖି ଆସେ ,,। କାଇଁ ପଛରେ ବି ନାହିଁ ,,,। ମତେ ଦେଖି ଆଗକୁ ପଳେଇ ଥିବ ,,,। କୁଆଡ଼େ ଗଲୁରେ ,,, ଦେଖେ ଆଉ କଥା ହେବିନି କହୁଛି ,,। ଏ ଭାଇ ଏ କାଇଁ ମୋ ମନୁଆ କାଇଁ ,,, ? ଏମିତି ପେଲିଦେଉଛ କଣ ଯେ ? ଜାଣିନ ମୋ ମନୁଆ ଯଦି ଜାଣିବ ତମେ ମୋତେ ହାତ ଲଗେଇଛ ,,, ବୁଝିବ ସେତେବେଳେ ...। ମନୁଆ ..... ରେ ମନୁଆ ..... ମୁଁ ରାଗିନିରେ ,, ତୁ ଆଉ ମୋ ଉପରେ ନରାଗି କଉଠି ଲୁଚିଛୁ ଆ.....। ମୋର ଭୁଲ ହେଇଛି ,,, ।


ନୂଆବୋଉ ତମେ !! ଚାଲ ଚାଲ ମୁଁ ତମକୁ ଘରେ ଛାଡ଼ି ଆସିବି ,,। ଏତେ ଭିଡ଼ରେ ତମେ କାହିଁକି ଆସିଲ ? ମୁଁ ମନୁଆ କୁ ସାଙ୍ଗରେ ଧରି ଆସିବି ତମେ ଆଗେ ଏ ଭିଡରୁ ଗଲ ,,। ତମେ ଏମିତି କାନ୍ଦୁଛ କାହିଁକି ? ଲୋକମାନେତ ଆମ ମନୁଆକୁ ଅମର କରୁଛନ୍ତି ,,,, ଏଥିରେ କାନ୍ଦିବାର କଣ ଅଛି ,,, ତମେ ଗଲ ଘରକୁ ଯାଅ ,,। 


ତମ ମନୁଆ ଆଉ ଫେରିବନି ଭାଇ ,,, ଆଉ ଫେରିବନି ,,,। ସେ ଯେଉଁ ବାକ୍ସ ଦେଖୁଛ ତିରଙ୍ଗା ଆବରଣରେ ,,, ତମ ମନୁଆ ସେଇଥିରେ ଆସିଛି ,,। ତମ ମନୁଆ ଶହୀଦ ହେଇଛି ,,,। ଆତଙ୍କବାଦୀ ଆକ୍ରମଣରେ ଚିର ନିଦ୍ରାରେ ଶୋଇଯାଇଛି ତମ ମନୁଆ ,,,। ନୂଆବୋଉ ନୂଆବୋଉ ହୋସ ରଖ ,,, ,,। ଶହୀଦ କଥା ଟା ଶୁଣିଲା ପରେ ସେ କୋଳାହଳ ଆଉ ଜୟକାର ଭିତରେ ମୁଁ ନିଶୁନ ,,,। କିଛି ଶୁଭୁନି ,,, ମନୁଆର କେଇପଦ କଥା ,,, 


ଜାଣିଛୁ ରଙ୍କ ,, ଯେଉଁଦିନ ମୁଁ ତିରଙ୍ଗାରେ ଗୁଡ଼େଇ ହେଇ ଗାଁକୁ ଫେରିବି ସେଦିନ ଜାଣିବୁ ତୋ ସାଙ୍ଗ କିଛି ମହାନ କାମ କରିଛି ,,। ମୁଁ ଦେଶ ପାଇଁ ଶହୀଦ ହେବି ,,, ସୁଝିବା ଅସମ୍ଭବ ଏ ମାର ଋଣ ରୁ ମୁଁ କିଞ୍ଚିତ ମୁକ୍ତ ହେବି ,,। ମୋ ଦେହର ବୁନ୍ଦା ବୁନ୍ଦା ଲହୁ ନିଗାଡ଼ି ଦେବି ଏଇ ଦେଶ ମାତୃକା ପାଇଁ ,,,। ବୀର ବାଦ୍ୟରେ କମ୍ପି ଉଠିବ ମୋର ଏଇ ଗାଁ ,,। ଚାରିଆଡ଼େ ତୋ ମନୁଆର ଜୟଜୟକାର ଶୁଭୁଥିବ ,,। ସେଦିନ ଏ ମାଟିରେ ପବନରେ ମିଶିଯିବି ମୁଁ ,,,। ଶୋଇଯିବି ମା କୋଳରେ ଚିର ନିଦ୍ରାରେ ,,। 


ନାଇଁରେ ମନୁଆ ,,, ତୁ ସେମିତି କହନି ,,,। ଭଗବାନ ତୋ ବ୍ୟତୀତ ଆଉ କିଛିବି ଦେଇନାହାଁନ୍ତି ମତେ ,,। ମୋ ଭଳି ଗୋଟେ ଅଧା ପାଗଳ ମଣିଷ ,,, ତୋ ପରି ସାଙ୍ଗ ଟିଏ ପାଇଛି ,,,। ଭଗବାନ ଏତେ ନିଷ୍ଠୁର ହେବନି ,,। କିଏ ହାନ୍ଦା କହେତ କିଏ ପୁଣି ହାଉଡ଼ା ,,ଭଲରେ ପଦେ କଥା ବି ହୁଅନ୍ତିନି ମୋ ସାଙ୍ଗରେ କେହି ,,। ତୁ ଗାଁରେ ନଥିଲାବେଳେ ତୋ ଆସିବାକୁ ଚାହିଁ ଚାହିଁ ମୁଁ ମୋର ଦିନ କଟେଇଦିଏ ,,। ମୁଁ କେବେବି ନିସଙ୍ଗ ମନେ କରିନି ନିଜକୁ ,,, ମୁଁ ସବୁବେଳେ ତତେ ମୋ ପାଖରେ ଅନୁଭବ କରିଛି ,,,। 


ଭିଡ଼ ଦୁରେଇ ଗଲାଣି ,,, ସମସ୍ତେ ମନୁଆକୁ ନେଇଗଲେଣି ସଜେଇଲେଣି ଜୁଇରେ ,,। ଶେଷଥର ଟିକେ ଦେଖିବି ମୋ ସାଙ୍ଗକୁ ,, ଟିକେ ରୁହରେ ,,, ମୁଁ ଟିକେ ଦେଖିଦିଏ ,,, । ଏ କଣ ମୋ ମନୁଆ କାଇଁ !? ଏ ତ ମାଂସ ପିଣ୍ଡୁଳାଟେ ,,। ଆରେ ମନୁଆ ,, କିଏ ଆଉ ଆଶ୍ୱାସନ ର ହାତ ମୋ କାନ୍ଧରେ ପକେଇବ !? ଏମିତି ଏକାକରି କଣ ସବୁ ଯାଆନ୍ତି ,,!? ତୁ ଜିତିଗଲୁରେ ମନୁଆ ,,। 


ଦେଖ ଦେଖ ଆମ ଗାଁର ସେ ନିତେଇ ବିଧବା ବୁଢ଼ୀ କେମିତି ଲୋଟିଯାଉଛି ଭୁଇଁରେ କାନ୍ଦି କାନ୍ଦି ,,। କେତେ ଚିଡ଼ଉଥିଲୁ କହିଲୁ ତାକୁ ,,, ସେ ସବୁ ଭୁଲି ତତେ ହିଁ ଖୋଜୁଛିରେ ,,। ଏ ଗାଁର ସବୁ ନାରୀମାନେ ତୋର ଶୋଭାଯାତ୍ରା ପରେ ସେଇ ରାସ୍ତାର ମାଟିକୁ ନିଜ ମଥାରେ ଲଗେଇଛନ୍ତି ତିଳକ କରି ,,। ହେଲେ ମୋ ନୂଆବୋଉ ମଥା ଖାଲି ହେଇଗଲାରେ ,,। ସୁଆଦିଆ ଦରବ ରାନ୍ଧି ,,, ନୂଆବୋଉ ମୋର କାହାକୁ ଆଉ ପଠେଇବ ମତେ ଖୋଜି ଆଣିବାକୁ ,,,। କାହିଁକି ବା ପଠେଇବ ଆଉ ,,,। 


ଛାଡ଼ ମତେ ଛାଡ଼ ,,, ମୋ ମନୁଆକୁ ଟିକେ ଦେଖିବାକୁ ଦିଅ ,,, ନିଆଁ ଲଗାଅନା ମୋ ମନୁଆ ଦେହରେ ,,। ମୋ ଗାଁ ଦାଣ୍ଡ ମନୁଆର ବୀରଦର୍ପ ଚାଲିକୁ ଝୁରିବରେ ,,, କେହିତ ଟିକେ ଶୁଣ ମୋ କଥା ,,,,,, ମତେ ତା ପାଖରେ ଟିକେ ବସିବାକୁ ଦିଅ ,,। ଦେଖରେ ମନୁଆ ଦେଖ ,,, ତୁ କଥା ଦେଇଥିଲୁ କୁଆଡ଼େ ଯିବୁନି ମତେ ଛାଡ଼ି ,, ଏମାନେ ମତେ ଘୋଷାଡ଼ି ଘୋଷାଡ଼ି ନେଇଯାଉଛନ୍ତି ,,, ଅଲଗା କରିଦଉଛନ୍ତି ତୋ ପାଖରୁ ,,,। ମୋର ହୋସ ବୁଡ଼ୁଛିରେ ମନୁଆ ,,। 


ଆରେ ରାତି ହେଲାଣି ,,,, ମନୁଆ ମନୁଆ ,,.... ମତେ କାହିଁକି ଯମ ନନେଇ ରଖିଲାରେ ,,, କାହାର କଣ କାମରେ ଆସୁଛିକି ମୁଁ !? ତୋ ଛଡ଼ା ଆଉ କେହିବି କାନ୍ଦି ନଥାନ୍ତେ ମୋ ପାଇଁ ,,,। ଆଗକୁ ପଛକୁ କେହି ନାହିଁରେ ମୋର ,,,। କିଏ ମନୁଆ !? ମନୁଆ ,,,, ମନୁଆ ,,, ଆରେ ତୁତ ଅଛୁ ,,, ସମସ୍ତେ ତତେ ଶହୀଦ କହୁଛନ୍ତି କାହିଁକି !? 


ସତରେ ରଙ୍କ ତୁ ଟା ପୁରା ବୋକାଟାରେ ,,, ଶହୀଦ ମାନେ କଣ ମରନ୍ତି ,,, ସେମାନେ ଅମର ହୁଅନ୍ତି ,,,, ତୋ ମନୁଆ ଆଜି ଅମର ହେଇଗଲା ,,,। ତୁ ଏମିତି କାନ୍ଦୁଛୁ କଣ ବସି ,,,। ଶଳା ଦରବୁଢ଼ା ହେଲୁଣି କାନ୍ଦୁଛି ବସି ,,, ବିଡ଼ି ବାହାର କଲୁ ,, ତୋର ସେ ହମ୍ବା ରଡ଼ି ବନ୍ଦ କରି ,,, ଶଳା ମୂର୍ଖ ଶାନ୍ତିରେ ଟିକେ ଶୋଇବାକୁ ବି ଦବୁନି ତୁ ,,। 


ନେ ନେ ବିଡ଼ି ନେ ,,,। ମତେ ଆହୁରି ଗାଳି କର ,,। ତୋ ଗାଳି ନଶୁଣିଲେ ମୋ ପ୍ରାଣ ବିକଳ ହେଇଯାଏରେ ,,,। 


ଚୁପ କର ,,,, ଦେଖେ ଏଇଟା କାନ୍ଦିବାର ସମୟ ନୁହେଁ ,,, ରଣ ହୁଙ୍କାରର ସମୟ ଏଇଟା ,,, ଦେଖ କେମିତି ଦୁନ୍ଦୁଭି ବାଜୁଛି ଚତୁର୍ଦିଗରେ ,,,। ତୁ ବି ଉଠ ,,, ଠିଆ ହଅ ,, ଅଣ୍ଟା ଭିଡ଼ି ଦେ ,,, ଯୁଦ୍ଧ ପାଇଁ ପ୍ରସ୍ତୁତ କର ନିଜକୁ ,,, ଶତୃ ମନରେ ଭରିଦିଏ ଭୟ


 ,,,, ମନୁଆ ମୁଁ !!,,, ଏସବୁ ତୁ ମତେ କହୁଛୁ !!?


  ହଁ ହଁ ତତେ କହୁଛି ,,, ତୁ କଣ ଏ ଦେଶର ନାଗରିକ ନୁହଁ ? ତୋ ଉପରେ କଣ କିଛି ଋଣ ନାହିଁ ଏ ଜନ୍ମ ମାତୃକାର !? ବନ୍ଧୁକ ନହେଲେ ନାହିଁ ,,, ସୀମାକୁ ନଗଲୁ ନାହିଁ ,,,, ତୋ ହାତରେ ଗୋଡ଼ି ପରି ଯେଉଁ ହଳୁଆ ପାଞ୍ଚଣ ଅଛି ତାକୁ ଶତୃ ବିପକ୍ଷରେ ଅସ୍ତ୍ର ରୂପେ ବ୍ୟବହାର କର ,,,। ଆମ ମାନଙ୍କ ଶବ ଉପରେ ରାଜନୀତି କରୁଥିବା ରାଜନେତାଙ୍କ ଉପରେ ଶୁଖିଲା ବିଜୁଳି ପରି ବର୍ଷି ଯା ,,, ବିରୋଧ କରିବା ଶିଖି ରଙ୍କ ବିରୋଧ କରିବା ,,,। ଏମିତି କାନ୍ଦି କାନ୍ଦି ମୋର ବଳିଦାନ କୁ ଗୌଣ କରିଦେନି ,,,। ତୁ ଯଦି ମତେ ସତରେ ଖୁସି ଦେଖିବାକୁ ଚାହୁଁଛୁ ,,, ଜବାବ ଦେ ରଙ୍କ ଜବାବ ଦେ ,,,। ମୁଁ ଏସବୁ ପାରିବି ମନୁଆ !!? 


ତୁ ସବୁ କରିପାରିବୁ ରଙ୍କ ,,,, ତୁ ବି ଏଇ ଭାରତ ମାତାର ବୀର ସନ୍ତାନ ,,, କୋଟିକୋଟି ମଣିଷଙ୍କ ଭୋକ ତୋରି ପରିଶ୍ରମରୁ ଲାଘବ ହେଉଛି ,,,, ତୁ ତୋର ଲହୁକୁ ଝାଳ କରି ଏ ଦେଶ ସେବାରେ ମୋ ପୂର୍ବରୁ ଲାଗିଛୁ ,,,। ଠିଆ ହ ...ରଙ୍କ ,,,,। ଏ ବାତାବରଣରେ ବନ୍ଦେ ମାତରଂ ଆଉ ଭାରତ ମାତାର ଜୟକାର ଧ୍ୱନୀ ପ୍ରତିଧ୍ବନିତ କର ,,,। ଏ ଯେଉଁ ଗୁଞ୍ଜରଣ ଏବେ ସୃଷ୍ଟି ହେଇଛି ଏ ସାମୟିକ ନହେଉ ,,,, ଏ ଗୁଞ୍ଜରଣ ବି ଅମର ହେଉ ତୋ ମନୁଆ ପରି । ସାରାବିଶ୍ୱକୁ ଦେଖେଇ ଦେ ,,, ଭାରତୀୟ ମାନେ କଣ କରିପାରନ୍ତି ? ତୁ ଯଦି ଆଉ କେବେବି କାନ୍ଦିବୁ ତାହେଲେ ତୋ ମନୁଆ ଆଉ ତୋ ପାଖକୁ କେବେବି ଆସିବନି ,,,। 


ନାଇଁରେ ମନୁଆ ଆଉ କାନ୍ଦିବିନି ,,, ଦେଖ ଏ ଆଖିରେ ଆଉ ଲୁହ ନାହିଁ ,,, କେବଳ ଜାତୀୟତାର ଚମକ ,, ମୋ ଜନ୍ମମାଟି ବିରୋଧୀଙ୍କ ମନରେ ଭୟ ଭରିଦେଲା ଭଳି ଅଗ୍ନି ଏ ଆଖିରେ ,,,। 

ଶୁଣୁ ରଙ୍କ ମୋ ଝିଅ ତତେ ଲାଗିଲା ,,, ନୂଆବୋଉକୁ ବି ଟିକେ ଚାହିଁଥିବୁ ,,, । 

ତୋ ଝିଅକୁ ମଣିଷ କରି ତୋର ବୀରଗାଥା ଶୁଣେଇବା ଦାୟିତ୍ୱ ମୋର ,,,। 


ତାକୁ ବି ଏଇ ମାତୃଭୂମିର ସେବାରେ ଲଗେଇବୁ ,,,। 


ହଁ ମନୁଆ ହଁ ,,,, ସେ ବୀର ସୂତା ବୀରଙ୍ଗନା ହିଁ ହେବ ,,। ବନ୍ଦେ ମାତରଂ .....ବନ୍ଦେ ମାତରଂ ..... 

........ହଉ ହଉ ଆଉ ବେଶି ରଙ୍ଗ ଦେଖାନି ,,, ମୋର କହିବା କଥା କୁ ମନେ ରଖି ଯାଆ ଏବେ ,,। ମତେ ଟିକେ ଶାନ୍ତିରେ ଶୋଇବାକୁ ଦେ ,,, ହଁ ଶୁଣୁ ସବୁଦିନ ଆସିବୁ ,, ବିଡ଼ି ଆଣିକି ଆସିବୁ ,, ,,, । ତୋ ଆସିବାକୁ ଚାହିଁଥିବି ସବୁଦିନ ,,, । ତୁ ଏବେ ଯା ,,, ଜୟ ହିନ୍ଦ ,,,, 

ହଉ ମନୁଆ ତୁ ଶୋଇପଡ଼ ,,,, ମୁଁ କଥା ଦଉଛି ଏ ଦେହରେ ଶେଷ ରକ୍ତ ବିନ୍ଦୁ ଥିଲା ପର୍ଯ୍ୟନ୍ତ ,,, ଏ ପାଣି ପବନରେ ଗୁଞ୍ଜରିତ କରିଦେବି ମୁଁ ,,ଭାରତ ମାତାକି ଜୟ ,,,, ବନ୍ଦେ ମାତରଂ ,,,, ବନ୍ଦେ ମାତରଂ ..........

            


Rate this content
Log in

Similar oriya story from Inspirational