Kamala Satpathy

Abstract

1  

Kamala Satpathy

Abstract

ମନ୍ତ୍ରୀଙ୍କ ପାଇଁ ଔଷଧ

ମନ୍ତ୍ରୀଙ୍କ ପାଇଁ ଔଷଧ

2 mins
524


କିଛି ଦିନ ହେବ ମନ୍ତ୍ରୀ ମହାଶୟଙ୍କର ଦେହ ବାରମ୍ୱାର ଖରାପ ହେବାକୁ ଲାଗିଛି । ଡାକ୍ତର ଆସୁଛି, ପରୀକ୍ଷା କରୁଛି, ଔଷଧ ଲେଖୁଛି, ମନ୍ତ୍ରୀ ମହାଶୟ ଡାକ୍ତରର କହିବାନୁସାରେ ଯାହା କରିବା କଥା ଠିକ୍ ଠାକ୍ କରୁଛନ୍ତି । ତଥାପି ଦେହ ଠିକ୍ ହେବାର ନାଁ ଧରୁନି । ଉଠି ପାରୁନାହାନ୍ତି ଖଟରୁ ସାର୍ । ମନ୍ତ୍ରିଆଣୀଙ୍କର ଚିନ୍ତା ବଢିବାରେ ଲାଗିଛି । ପ୍ରତି ଥର ଡାକ୍ତର ଭିନ୍ନ ଭିନ୍ନ ପରୀକ୍ଷା କରିବାକୁ କହୁଛି । ପଥି ଔଷଧ ବି କେତେ ପ୍ରକାରର ଦେଉଛି । କିନ୍ତୁ କିଛି ଲାଭ ନାହିଁ । ଦେହ ଠିକ୍ ହେବା ବଦଳରେ ଆହୁରି ଖରାପ ହେଇ ହେଇ ଯାଉଛି ।


ବିରକ୍ତ ହେଇପଡୁଥିଲେ ମନ୍ତ୍ରିଆଣୀ । ଡାକ୍ତର ଉପରେ ଡାକ୍ତର ବଦଳା ଚାଲିଲା, ତଥାପି ପରୀକ୍ଷା ନିରୀକ୍ଷାର ଅନ୍ତ ହେଲାନାହିଁ ।


ଦିନେ ସକାଳୁ ସକାଳୁ ମନ୍ତ୍ରୀ ମହାଶୟଙ୍କର ପି.ଏ. ନୂଆ ଡାକ୍ତରଟିଏ ଧରି ସରକାରୀ ବଙ୍ଗଳା ଭିତରକୁ ପଶିଲା । ମନ୍ତ୍ରିଆଣୀଙ୍କ ମନରେ ସାମାନ୍ୟ ଆଶା ଜାଗ୍ରତ ହେଲା । ଅନ୍ୟ ସବୁ ଡାକ୍ତରଠୁ ଏଇ ଜଣଙ୍କ ସାମାନ୍ୟ ଭିନ୍ନ ଲାଗୁଥିବାରୁ ସାର୍ ଠିକ୍ ହୋଇଯାଇ ପାରିବେ ବୋଲି ମନରେ ଆଶା ବଢିଲା । ମନ୍ତ୍ରିଆଣୀଙ୍କୁ ଦେଖି ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଲା ଡାକ୍ତର, ଯେମିତି କି – ତାଙ୍କ ଖାଇବା ପିଇବା କଣ .. ଶୋଇବା ସମୟ କେତେବେଳେ .. କାର୍ଯ୍ୟର ପ୍ରକାର ଭେଦ .. ଚିନ୍ତା କରନ୍ତି କି .. ଲୋକଙ୍କୁ ଠକନ୍ତି କି .. ମିଛ କହନ୍ତି କି .. ବ୍ୟାୟାମ କରନ୍ତି ନା ନାହିଁ .. ଇତ୍ୟାଦି ଇତ୍ୟାଦି ! ଆଗରୁ ଆସିଥିବା ସବୁ ଡାକ୍ତର ସେହି ଏକା ପ୍ରକାରର ପ୍ରଶ୍ନ କରି କରି ମନ୍ତ୍ରିଆଣୀଙ୍କୁ ବିରକ୍ତ କରେଇ ଦେଇଛନ୍ତି । ତେଣୁ ଏଥରକ ସିଧା ସିଧା କିଛି ବି ଉତ୍ତର ଦେବାର ମନସ୍ଥିତିରେ ମନ୍ତ୍ରିଆଣୀ ନଥିଲେ ।


ପ୍ରଶ୍ନର ଉଚ୍ଚାରଣ ହେଉ ହେଉ ରାଗରେ ଲାଲ୍ ପଡିଗଲେ । ପି.ଏ.କୁ ଡାକି କଡା ସ୍ୱରରେ ହୁକୁମ ଦେଲେ, “ବାସ୍ ବହୁତ ହେଇଗଲା ଏ ଡାକ୍ତରମାନଙ୍କ ପଚରା ଉଚୁରା । ସେମାନଙ୍କ ଦେଇ ଖଡା ଶିଝିବ ଭଲା ! ଏଥର ଯାହା କିଛି ପରୀକ୍ଷା ନିରୀକ୍ଷା କରିବ, ସବୁ ସି.ବି.ଆଇ. ହିଁ କରିବ । ଫୋନ୍ ଲଗାଅ, ମୁଁ ନିଜେ କେନ୍ଦ୍ରକୁ କହିବି ସି.ବି.ଆଇ. ପଠେଇବାକୁ । ସେମାନଙ୍କ ପାନେ ଓଷଧ ମନ୍ତ୍ରୀ ମହାଶୟଙ୍କ ପାଇଁ ଅବ୍ୟର୍ଥ କାମ ଦେବ । ଗୋଟାଏ ଦିନରେ ଚେଙ୍ଗା ହେଇଯିବେ ମନ୍ତ୍ରୀ .. । ସେମାନଙ୍କୁ ଦେଖିଲା ମାତ୍ରେ ହି ଖଟରୁ ଉଠି ଏମିତି ଧାଇଁବେ, ସତେ ଯେମିତି ତାଙ୍କୁ କେବେ କିଛି ହେଇ ହି ନଥିଲା


କେମୋଥେରାପୀର ରୋଗୀକୁ ଯେତେ ବଟିକା ଗିଳେଇଲେ କ'ଣ କିଛି ଲାଭ ହେବ ? ହେବ ତ ସେଇ କେମୋରେ ହି ନା


ଆଉ କହିବା ବାହୁଲ୍ୟ ସି.ବି.ଆଇ. ନାଁ ଶୁଣୁ ଶୁଣୁ ମନ୍ତ୍ରୀ ଯାଇ ପଶି ସାରିଥିଲେ ଗାଧୁଆଘରେ । ମନ୍ତ୍ରିଆଣୀ ପି.ଏ.କୁ ଡାକି କହିଲେ, “ଦେଖିଲ ତ ଯାହାକୁ ଯିଏ ନା


Rate this content
Log in

Similar oriya story from Abstract