Parameswar Ojha

Inspirational Others

4  

Parameswar Ojha

Inspirational Others

ମନୋଭାବ

ମନୋଭାବ

2 mins
288



" ବାହ୍ୟ ମଳ ମୁକ୍ତ ଅଞ୍ଚଳ -- ଆମ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବୁ ଆମେ ସଂକଳ୍ପବଦ୍ଧ " 

 ରାଜ୍ୟ ସରକାର ଙ୍କ ତରଫରୁ ସବୁ ଗାଁ ଗଣ୍ଡାରେ ଏବେ ଏମିତି ଲେଖା ଥିବା ଗୋଟେ ସିମେଣ୍ଟ ଫଳକ ଟିଏ ଦେଖିବାକୁ ମିଳିଯିବ ରାସ୍ତା କଡ ରେ । ଆଉ ସ୍କୁଲ୍ କାନ୍ଥ ଅବା ଅନ୍ୟ ଯେକୌଣସି ଯାଗାରେ ଲେଖା ଥିବ ଦେଖିଥିବେ ।

" ଘରେ ପାଇଖାନା ବ୍ୟବହାର କରନ୍ତୁ ସୁସ୍ଥ ରୁହନ୍ତୁ , ଆଉ ଲୋକ ଲଜ୍ଜା ରୁ ମୁକ୍ତି ପାଆନ୍ତୁ "


ବୃଦ୍ଧ ଯୁବା ପିଲା ଆଉ ମହିଳା ଙ୍କ ର ପାଇଖାନା ଅଟେ ସଭିଙ୍କ ଅଧିକାର ।

 

 ଗାଁ ରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ଘରେ ପାଇଖାନା ଅଛି କିନ୍ତୁ ନିଜ ମଳ ତ୍ୟାଗ ପାଇଁ ସେମାନେ ବାରି , ଚାଷ ସରିଥିବା ବିଲ , ଗାଁ ର ଖାଲି ପଡିଆ , ଦଣ୍ଡା ମୁଣ୍ଡ ଏସବୁ କୁ ପ୍ରକୃଷ୍ଟ ସ୍ଥାନ ଭାବେ ବାଛି ନିଅନ୍ତି । ଆଉ ଏଥିପାଇଁ ସବୁଠୁ ସୁନ୍ଦର ସ୍ଥାନ ହେଉଛି ନଈ କୂଳ । ସକାଳ ସଂଧ୍ୟା ଖରାବେଳ ସେଠାକୁ ଯେତେବେଳେ ଗଲେ ବି ପାଣି ସାରିବା ପାଇଁ ସାଙ୍ଗରେ ପାଣି ନେବା ପାଇଁ ପଡେନି ଆଉ ସେଥିପାଇଁ ବିଶେଷ କିଛି ଅସୁବିଧା ବି ନଥାଏ । ନଈ କୁଳିଆ ସୁଲୁ ସୁଲିଆ ପବନ ଖାଇବାର ମଜା ନେଉ ନେଉ ମଳ ମୂତ୍ର ତ୍ୟାଗ ପରେ ଧୌତ କାର୍ଯ୍ୟ ସଂପାଦନ କରି ଦିଅନ୍ତି ନଈ ପାଣି ରେ । 

 

  ଆଉ ବାହାରେ ମଳ ତ୍ୟାଗ କରିବାର ବି ଗୋଟେ ଫାଇଦା ଅଛି ମ , ମାନେ ପାଇଖାନା ପଛ ଟାଙ୍କି ଫୁଲ୍ ହେବାର ଝିନଝଟ ରୁ ମୁକ୍ତି । କିଏ ସେ ହାଡ଼ି ମେହେନ୍ତର ଙ୍କୁ ଛଅ ମାସେ ବର୍ଷେ ରେ ହଜାର ପାଁଶ ଗଣିବ ? ଯାଉନ ..... ସରକାର ଙ୍କ କେତେ ଯୋଜନା ମୁଣ୍ଡ ଟେକୁଛି ପୁଣି ରସିଆ ମାରି ଉଈ ଖାଇ ଯାଉଛି .. ୟାକୁ କିଏ ପଚାରେ ମ ।


 ଯୋଜନା ସବୁ ଏମିତି ଫଳକରେ କାନ୍ଥ ରେ ଶୋଭା ପାଉ ଥାଉ , ଆଉ ଆମ ଅଞ୍ଚଳ ଏମିତି ବାହ୍ୟ ମଳ ଯୁକ୍ତ ଅଞ୍ଚଳ ହୋଇ କି ଥାଉ । ଏବେ କ'ଣ ଟା ଭାସି ଯାଉଛି ଯେ କାହାର .. ଏତେ ସାଇଜ ସଫେଇ ରହିବ ? କାଇଁ କିଛି ତ ଅସୁବିଧା ହୋଇନି ଆଜି ଯାଏଁ ୟାକୁ ନେଇ କି ? ଚାଲୁ ମ .... ଯୋ ହୋଗା ଦେଖା ଯାଏଗା ... । ଆମ ଅଞ୍ଚଳ କୁ ତ ସାର୍ଟିଫିକେଟ ମିଳି ସାରିଛି ଆଉ " ବାହ୍ୟ ମଳ ମୁକ୍ତ ଅଞ୍ଚଳ " ର ଆଉ କ'ଣ ଦରକାର ଯେ ? 

ପିଲାର ପାଠ ଥାଉ କି ନ ଥାଉ ସାର୍ଟିଫିକେଟ ରେ ତ ସେ ଫାସ୍ କ୍ଲାସ୍ ଆଉ.. । 

 




Rate this content
Log in

Similar oriya story from Inspirational