Sunanda Mohanty

Inspirational Others

4  

Sunanda Mohanty

Inspirational Others

ମଣିଷପଣିଆ

ମଣିଷପଣିଆ

2 mins
5

ଗ୍ରୀଷ୍ମଗମନ ପରେ ପୂଜା ସମୟ.ସାତ ଡାକ୍ତର ସାଙ୍ଗମାନଙ୍କ ଭିତରୁ ଡାକ୍ତର ଭରତଙ୍କ ଝିଅ ଯିଏ ଦିନେ ପାଗେଳୀ ଥିଲେ ସେହି ଭାରତୀ ଆଜି ଅସୁସ୍ଥ ହୋଇ ପଡିଲା ତ ଜଣା ପଡିଲା ତାକୁ ସି. ଓ. ପି. ଡି ହୋଇ ଅନ୍ତନଳୀରେ ଫାଟ ସୃଷ୍ଟି ହୋଇଛି.ସର୍ଜ୍ଜରୀ ନିହାତି ଦରକାର.ଭରତଙ୍କ ନାତି ସୌରଭ ଧାଇଁ ଆସିଥିଲା ସୁଦୂର ଆମେରିକାରୁ.ସୂର୍ଯ୍ୟକାନ୍ତଙ୍କୁ ଭଲ କରିଥିବା ପୁତ୍ରତୁଲ୍ୟ ଛାତ୍ର ଗୌରବ ଏହାକୁ ସଫଳ କରେଇବା ପାଇଁ ଅଣ୍ଟା ଭିଡ଼ିଲେ.ଡାକ୍ତର ନିଶିଥଙ୍କ ପୁଅ ଦୀନେଶ ଭାରତୀଙ୍କୁ ଭଲ କରିବା ପାଇଁ ସୌରଭ ଓ ଗୌରବଙ୍କ ସହ ଆଲୋଚନା କରିବା ସହ ଭାରତୀ କିପରି ଭଲ ହେବେ ସେହିକଥା ଯୋଜନା ପ୍ରସ୍ତୁତ କରୁଥିଲେ. ଡାକ୍ତର ସୁଧାକର ବାବୁ ନିଜର ପୈତୃକ ଘର ଖଣ୍ଡିକରେ ରହି ଅନ୍ୟ ଘର ସବୁକୁ ବିକି ଭାରତୀଙ୍କ ପାଇଁ ଟଙ୍କା ଯୋଗାଡ଼ କଲେ.ଡାକ୍ତର ଲଳିତ ବାବୁଙ୍କ ପୁତ୍ର ଡାକ୍ତର ଅନିରୁଦ୍ଧ ମଧ୍ୟ ଗୌରବ ଓ ଦୀନେଶଙ୍କ ସହ ହାତ ମିଶାଇଲେ.ଡାକ୍ତର ମାଧବବାବୁଙ୍କ ଝିଅ ଭାରତୀଙ୍କ ସହ ବିଦେଶ ଯାଇ ତାଙ୍କ ଦେଖାଶୁଣା କରିବାକୁ ପ୍ରସ୍ତୁତ ଥିଲା ବେଳେ ପୁଅ ଡାକ୍ତର ରାଜୁ ପଞ୍ଚମ ଡାକ୍ତର ହିସାବରେ ଏହି ଯୋଜନାକୁ ରୂପରେଖ ଦେଇ ଭାରତୀଙ୍କୁ ବଞ୍ଚାଇବାର ଉଦ୍ୟମ ସଫଳ ହୋଇଥିଲା .ସମସ୍ତେ ଜୟ ମାଆ ଦୁର୍ଗା କୀ ଜୟ, ଜୟ ଆଲ୍ହା ଜୟ ଯୀଶୁ ଆଦି ଭକ୍ତିରେ ଉଚ୍ଚାରଣ କରୁଥିଲେ.।


   ସେଦିନ ଡାକ୍ତର ସୁଲେମାନ ତାଙ୍କ ବିରାଟ ଘରଟିକି ଦେଇଥିଲେ ହସ୍ପିଟାଲ କରିବାକୁ ଯୋଉଠି ଜାତି,ଗୋତ୍ର, ଧର୍ମ ଉର୍ଦ୍ଧରେ ସମସ୍ତେ ମଣିଷ ଓ ମଣିଷର ମଣିଷପଣିଆ କେବଳ ସେଵା. ସେଇଥି ପାଇଁ ଜନଜାତି ଗରୀବ ହିନ୍ଦୁ ଝିଅ ବାହା ହୋଇ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନାଥ ତିନି ଭାଇଙ୍କୁ ପୁତ୍ର କରି, ଜୈନ ସମ୍ପ୍ରଦାୟରୁ ଝିଅଟିଏ ଆଣି ବୁଦ୍ଧଙ୍କ ନୀତି ଆଦର୍ଶରେ ଜୈନ ଆଦର୍ଶରେ ସମନ୍ୱୟ ଥିବାର ସେହି ସମ୍ପ୍ରଦାୟ ଯୁବକଙ୍କୁ ଜୋଇଁ କରି ଓ ଭିର୍ନ୍ନ ଭିର୍ନ୍ନ ରାଜ୍ୟ ଓ ଦେଶରୁ କନ୍ୟା ମାନଙ୍କୁ ବୋହୁ କରି ଆଣି ସେ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦେଇ ଥିଲେ. ମଣିଷର ଭିର୍ନ୍ନ ଭିର୍ନ୍ନ ଜାତି ଗୋତ୍ର ବ୍ୟତିରେକେ ମଣିଷ ହିଁ ମଣିଷକୁ ନେଇ ବିନା ହିଂସା, ରାଗ, ଦ୍ୱେଷ, ଅହଂକାର ଶୁନ୍ୟ ହୋଇ କର୍ତ୍ତବ୍ୟପରାୟଣ ଅର୍ଥାତ ସେବାକୁ ପ୍ରଥମ ଆୟୁଧ କରିବା ଉଚିତ ବୋଲି କହିବା ସହ ଭାରତୀଙ୍କ ନାମରେ ଭାରତୀୟ ସେଵା ସଦନ ନାମକ ହସ୍ପିଟାଲରେ କେବଳ ଦରିଦ୍ରନାରାୟଣମାନଙ୍କର ସେଵା ଶୁଶ୍ରୁଷା ଓ ଚିକିତ୍ସା ଚାଲିଥିଲା.ସାତ ସାଙ୍ଗଙ୍କର ଏ ମହାନୁଭବତା ବୁଝିବାକୁ ମଣିଷର ମଣିଷପଣିଆ ଓ ଭାତୃପ୍ରେମ ମନୋଭାବ ନିହାତି ଅପରିହାର୍ଯ୍ୟ ଓ ଏହା ଏକ ଦୃଷ୍ଟାନ୍ତ କହିଲେ ଅତ୍ୱ୍ୟୁକ୍ତି ହେବନାହିଁ ବୋଲି ବୁଝିବାକୁ ବାକି ନଥିଲା କାହାକୁ.ସମସ୍ତେ ଜୟ ଶ୍ରୀରାମ ଉଚ୍ଚାରଣ କରି ଶ୍ରୀରାମଙ୍କ ପରି ଆଚ୍ଚରଣ କରିବାକୁ ଶପଥ ନେଇଥିଲେ ଯେମିତି.।


Rate this content
Log in

Similar oriya story from Inspirational