kalpana sahoo

Inspirational

4.0  

kalpana sahoo

Inspirational

ମଣିଷ ପଣିଆ

ମଣିଷ ପଣିଆ

2 mins
162



   ଦୁଃଖୀରାମ ସ୍ବାଇଁ ! ନାଁଟା ସିନା ଏମିତି, ହେଲେ ସେ ନିଜେ ଦୁଃଖରେ ରହି ଅନ୍ୟକୁ ଖୁସି ବାଣ୍ଟେ । ପେଷାରେ ଜଣେ ମୋଚୀ । ବାବୁ-ମା ମାନଙ୍କର ଚପଲ ସଜାଡି ସଜାଡି ତା'ର ଦିନ ସରେ । ସଡକ ଉପରେ ସକାଳୁ, ରାତି ସାରି ସେମିତି ବସି ରହିଥାଏ । କେହି ତା'ପାଖକୁ ଆସିବ ଆଉ ସେ ଦିପଇସା ରୋଜଗାର କରିବ । ଘରଠାରୁ ସଡକ ବହୁତ ଦୂର । ବାଟରେ ଆସିଲାବେଳେ ଗୋଟାଏ ଜଙ୍ଗଲ ପଡେ । ନିଇତି ସେଇ ବାଟ ଦେଇ ସେ ଯିବା-ଆସିବା କରେ । ସେଠାକାର ପଶୁ-ପକ୍ଷୀ, ଜୀବ-ଜନ୍ତୁଙ୍କଠି ତା'ର ଗୋଟାଏ ମୋହ ଆସିଯାଇଛି । କାହାରି କଷ୍ଟ ଦେଖିଲେ ସେ ସହି ପାରେନା ।



    ଦିନେ ସେଇ ବାଟ ଦେଇ ଘରକୁ ଫେରୁଥିବାବେଳେ ତା'ନଜର ଗୋଟାଏ ଗଛ ଉପରେ ପଡିଲା । ସେ ଦେଖିଲା ଶୀକାରିଟିଏ ଗଛ ଉପରେ ବନ୍ଧୁକ ଧରି ବସିରହିଛି, ଆଉ ତା'ର ନଜର ପାଖରେ ଥିବା ଛୋଟ ହରିଣ ଛୁଆଟି ଉପରେ ଅଛି । ହରିଣ ଛୁଆଟି ବାଟ ନପାଇ ଅନ୍ଧାରରେ ଏପଟ ସେପଟ ହେଉଛି, ଆଉ ଶୀକାରିଟି ତାକୁ ମାରିବାପାଇଁ ଚାହିଁ ରହିଛି । କିଛି ସମୟ ପରେ ଗୁଳି ଫୁଟିବାର ଶବ୍ଦ ହେଲା ଆଉ ହରିଣ ଛୁଆଟି ସେଠୁ ଦୌଡି ଚାଲିଗଲା । ଶୀକାରିଟି ଦେଖିଲା କେହି ଜଣେ ତା'ହାତକୁ ଭିଡି ଧରିବାରୁ ତା'ଲକ୍ଷ୍ୟ ଭ୍ରଷ୍ଟ ହୋଇଛି ଆଉ ହରିଣ ଛୁଆଟି ସେଠାରୁ ଚାଲିଯାଇଛିି । ଶୀକାରିଟି ଦୁଃଖୀରାମକୁ ଗାଳିକଲା ଆଉ ସେଠାରୁ ଚାଲିଗଲା ।


    ଦୁଃଖୀରାମ ମନ ଭାରି ଖୁସି, ସେ ଗାଳି ପଛେ ଶୁଣିଲା, କିନ୍ତୁ ସେ ହରିଣ ଛୁଆଟିର ଜୀବନତ ବଞ୍ଚେଇପାରିଲା । ଖାଲି ସେଇ ହରିଣ ଛୁଆଟି ନୁହେଁ, ଏମିତି କେତେ ଜୀବ-ଜନ୍ତୁ ସହ ମଣିଷ ମାନଙ୍କୁ ମଧ୍ୟ ସାହାର୍ଯ୍ୟ କରିଛି ସେ ।


    ଏ କାର୍ଯ୍ୟପାଇଁ ତା'କୁ ପ୍ରଶଂସା କରିବାକୁ କେହି ନଥିଲେ ସତ, କିନ୍ତୁ ସେ ଉଚିତ୍ ମଣିଷର କର୍ତ୍ତବ୍ୟ କରିଛି । ତା'ପାଖରେ ମଣିଷ ପଣିଆ ଅଛି । ଖାଲି ଯେ ମଣିଷକୁ ସାହାର୍ଯ୍ୟ କଲେ ମଣିଷପଣିଆ କହିବା ତାହା ନୁହେଁ । ମଣିଷତ କଥା କହି ନିଜର କଷ୍ଟକୁ ଅନ୍ୟ ସାଥିରେ ବାଣ୍ଟି ପାରୁଛନ୍ତି, କିନ୍ତୁ ବେଜୁବାନ୍ ଙ୍କ ଦୁଃଖ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ । ସେଇଟା ହେବ ଉପଯୁକ୍ତ ମଣିଷ ପଣିଆ ।



Rate this content
Log in

Similar oriya story from Inspirational