STORYMIRROR

Sunanda Mohanty

Children

3  

Sunanda Mohanty

Children

ମଣିନାଗେଶ୍ୱରୀ

ମଣିନାଗେଶ୍ୱରୀ

1 min
264

   ଦୀପାବଳିର ରଙ୍ଗୋଲି, ବାଣ, କାଉଁରିଆ ତଥା ପିତୃପୁରୁଷଙ୍କୁ ନିମନ୍ତ୍ରଣ ଓ ଆମନ୍ତ୍ରଣ ପାଇଁ ଚଉରା ସଜ୍ଜା ଓ ପୂଜାର ଆନନ୍ଦ ଭିତରେ, ଅନଲାଇନ ରୁ ଆସିଥିବା ପ୍ୟାକେଟ ଟା ଥିଲା ସବୁଠୁ ଆନନ୍ଦ ଦାୟକ. ପ୍ୟାକେଟ ଖୋଲିଲା ପରେ ସେଥିରୁ ବାହାରିଥିଲା ସୁନ୍ଦର ଆଲବମ ଟିଏ, ଯେଉଁଥିରେ ବାପା ମାଆ ପୁଅ ଓ ବୋହୂଙ୍କର ଦିଲ୍ଲୀ ରହଣୀ ଭିତରେ ବୁଲାବୁଲି କରିଥିବା ସ୍ଥାନରେ ଉଠାଯାଇଥିବା ଫଟୋ ସମୂହ, ହସିଦେଇ ପୁଅ କହୁଥିଲା ଏଇଟା ପ୍ରଥମ ଭାଗ, ଦ୍ୱିତୀୟ ଭାଗ ଏଇ ଭିତରେ ଆସିଯିବ, ତ ମାଆ ପଚାରୁଥିଲେ ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ଉଠାଯାଇଥିବା ଫୋଟୋ ଗୁଡିକ କାହିଁ ନାହିଁ ତ ଏଥିରେ, ହସୁଥିଲା ପୁଅ ମୁଚୁକୁନ୍ଦିଆ ହସ l

  ଯିବା ପୁର୍ବରୁ ପୁଅ କହିଦେଇ ଯାଇଥିଲା ମାଆକୁ ତା ନିଜ ପସନ୍ଦର ଫୋଟୋ ସବୁ ବାଛି ମେଲରେ ପଠାଇଦେଲେ ସେ ମାଆର ମନ ପସନ୍ଦର ଆଲବମଟିଏ କରିଆଣିବି ତ ମାଆ ଫୋଟୋ ବାଛୁ ବାଛୁ ପୁଅ ଝିଅଙ୍କର ପିଲାଦିନର ଫୋଟୋ ଗୁଡିକ ଭିତରୁ ମଣିନାଗେଶ୍ୱରୀ ମନ୍ଦିରରେ ଉଠାଯାଇଥିବା ଫଟୋଗୁଡିକୁ ପାଇ ଖୁବ ଖୁସି ହୋଇ ବାଛିଥିଲେ ଆଲବମ କରିବେ ବୋଲି ହେଲେ ବହୁ ପୁରୁଣା ହୋଇଯାଇଥିବାରୁ ଫଟୋଗୁଡିକ ପରିଷ୍କାର ଦେଖାନଯିବାର ସ୍ପଷ୍ଟତାକୁ ଅସ୍ବୀକାର କରାନଯାଇପାରେ ଯୁକ୍ତିକୁ ପ୍ରତିହତ କରିବାକୁ ନଦେଇ ଆସନ୍ତା ଏକ୍ସ ମାସ ଛୁଟିରେ ପରିବାରବର୍ଗ ସମସ୍ତେ ମଣିନାଗେଶ୍ୱରୀ ଯିବାପାଇଁ ପ୍ରସ୍ତୁତ ହେଉଥିଲେ, ମଣିନାଗେଶ୍ୱରୀଙ୍କ ପାଖରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯିବାକୁ ବି କେହି ଭୁଲିନଥିଲେ. ଓଡ଼ିଶାର ନୟାଗଡ଼ ଜିଲ୍ଲାର ରଣପୁର ଠାରେ ଅବସ୍ଥିତ ମାଆ ମଣିନାଗେଶ୍ୱରୀ ଭାରି ପ୍ରତ୍ୟକ୍ଷ ଠାକୁରାଣୀ ଅଟନ୍ତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children