STORYMIRROR

Er. Suchismita Satpathy

Tragedy Inspirational Thriller

3  

Er. Suchismita Satpathy

Tragedy Inspirational Thriller

ମନେପଡେ.......

ମନେପଡେ.......

3 mins
207


ଆଜି ମନେ ପଡେ ଦିନ ସେହି ପିଲାବେଳର,

ଡୁଡୁ,କବାଡି,ଖୋ ଖୋ ଓ ଖେଳ ବୋହୁଚୋରିର,

କେତେ ଆଗ୍ରହ ଓ ଉତ୍ସାହ ଥିଲା ସେହି ବେଳର,

ଆଜି ଖୋଜିବୁଲେ ସେହି ସମ୍ପର୍କ କିଏ କାହାର।

ଏମିତି କିଛିମନେ ମନେ ଗାଇ ଗାଇ ଲୋନି ଏକୁଟିଆ ବସିଛି।ଆଖିରୁ ତାର ଦୁଇଧାର ଲୁହ ବହି ଯାଉଛି।ମନେ ପଡିଯାଉଛି ତାର ସବୁଠାରୁ ପ୍ରିୟ ଖେଳ ବୋହୁଚୋରି।କେଉଁ ଦିନ ସେ ଖେଳଟି ତାର ଅତି ପ୍ରିୟ ହୋଇଗଲା ସେ ନିଜେ ବି ଜାଣିନି।

ମନେ ପଡିଗଲା ସେଦିନର ସବୁ କାହାଣୀ ଆଜି କଲୋନୀର ଛୋଟ ପିଲା ମାନଙ୍କୁ ତଳେ ଖେଳୁଥିବାର ଦେଖି।

କାହିଁ ଗଲା ସେ ପିଲା ଦିନ।ନଥିଲା ସେଥିରେ କିଛି ମାନ ଅଭିମାନ।

ଖେଳକୁଦରେ ମାତି ଭୁଲି ଯାଉଥିଲୁ ସବୁକିଛି।ଭୋକ ଶୋଷ ମଧ୍ୟ ମନେ ରହୁନଥିଲା।

ଆଜିର ସମୟ ତ କଥା କଥାରେ ଯୁକ୍ତି ଓ ତର୍କର, ମାନ ଓ ଅଭିମାନର,ମତାନ୍ତର ର ନୁହେ ମନାନ୍ତରର।ଏହିପରି କିଛି ଭାବିବାରେ ଅଶ୍ରୁଧାରା ଗୁଡିକ ଅମାନିଆ ହୋଇ ବହିବାରେ ଲାଗିଛନ୍ତି। ଅମାନିଆ ମନ ପରି ଏ ଲୁହ ବି ଅମାନିଆ।ଥରେ ବହିବା ଆରମ୍ଭ କଲେ ଥମିବାର ନାମ ନିଏନି।ସେହି ଭିତରେ ମନେ ପଡିଗଲା ପିଲାଦିନର କଥା।ଲୋନି ପ୍ରଥମକରି ସେହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇଥାଏ।ପାଠପଢା ଛଡା ଅନ୍ୟ କିଛି ତାକୁ ଜଣା ନଥାଏ।ନୂଆ ପରିବେଶରେ ନୂଆ ପିଲାଙ୍କ ସହ ମାଶିବାକୁ ତାକୁ ଅନେକ ସମୟ ଲାଗୁଥିଲା।ସେ ସହଜରେ ପିଲାଙ୍କ ସହ ମିଶି ପାରେନି।କଥା କହିବା ତାକୁ ବହୁ କଷ୍ଟକର।ମାତ୍ର ତାର ଏ ପରିସ୍ଥିତିର ଓଲଟା ଅର୍ଥ ବୁଝନ୍ତି ତା ଶ୍ରେଣୀର ପିଲାମାନେ।ଭାବନ୍ତି ଭଲ ପାଠ ପଢୁଛି ବୋଲି ବହୁତ ଫୁଟାଣି।ମାତ୍ର ପ୍ରକୃତ କଥା ତାହା ନଥିଲା।

ଖେଳ କୁଦରେ ତାର ଆଗ୍ରହ ନଥିଲା।ଖେଳଛୁଟିରେ ଜଳଖିଆ ଖାଇ ବସି ପିଲାମାନେ ଖେଳୁଥିବାର ଦେଖେ।ତାକୁ ଏପରି ବସି ଦେଖୁଥିବାର ରବି ସବୁବେଳେ ଲକ୍ଷ କରେ।ସାଙ୍ଗମାନେ ତା ବିଷୟରେ କହିଲାରୁ ରବିକୁ ବହୁତ ଖରାପ ଲାଗେ।

କିଛି ଦିନ ଏହିପରି ଗଲା।ଦିନେ ରବି ତା ପାଖକୁ ଆସି କହିଲା ,ତୁମେ ଏ ଖେଳକୁ ଯେପରି ଭାବରେ ଦେଖୁଛ ଲିଗୁଛି ତୁମେ ଏ ଖେଳ ଭଲ ଭାବରେ ଖେଳିପାରିବ।ଅଥଚ ଠାରେ ବସି ଦେଖୁଛ କାହିଁକି।ଇଛା ଅଛି ତ ଯାଇ ଖେଳ।ନା କହି ଲୋନି ସେଠାରୁ ସେଦିନ ପଳେଇଥିଲା।

ତାର କିଛି ଦିନ ପରେ ପୁଣି ସେହି ଖେଳବେଳେ ଯାଇ ପହଞ୍ଚି ଗଲା।ଦେଖି ତାକୁ ଭାରି ମଜା ଲାଗୁଥାଏ। 

ଦିନକର କଥା ତାଙ୍କ ଶ୍ରେଣୀର ସୁନିତା ବୋଲି ଗୋଟେ ଝିଅଟେ ସେଥିରେ ଖେଳେ ଓ ସବୁବେଳେ ହାରେ।ତେଣୁ ଖେଳ ଆରମ୍ଭରୁ ତାର ମନଦୁଃଖ ହୋଇଯାଏ।ଲୋନି ଦିନେ ତାକୁ ଡାକି ପଚାରିଲା ସେ ଖେଳ ବିଷୟରେ।ଜାଣିଲା ତାହା ବୋହୁଚୋରି ଖେଳ।ତାପର ଦିନ ଖେଳ ପାଇଁ ପିଲା ବଛା ଚାଲିଥିଲା ବେଳେ ଲୋନି ଯାଇ ପହଞ୍ଚି ସୁନିତାର ଟିମରେ ରହିବ ବୋଲି କହିଲା।ସମସ୍ତେ ରାଜି ହୋଇଗଲେ। ଖେଳ ଆରମ୍ଭ ହେଲା।ଏପରି ଖେଳ ହେଲା ଯେ ପ୍ରତିଥର ଲୋନି ହିଁ ଜିତିଲା।ରବି ବିଦ୍ୟାଳୟ ବାରଣ୍ଡାରେ ବସି ଦେଖୁଥାଏ।ମଝିରେ ମଝିରେ ସାବାସ ଲୋନି ବୋଲି ଉତ୍ସାହିତ କରୁଥାଏ।ଖେଳ ସରିଲା।ବହୁତ ଭଲ ଖେଳି ତାଙ୍କ ବୋହୁକୁ ଘରକୁ ନେଇ କୃତକାର୍ଯ୍ୟ ହୋଇଥିବାରୁ ସମସ୍ତେ ଲୋନିକୁ ଧନ୍ୟବାଦ ଦେଉଥିଲେ।

ଶେଷରେ ରବି ଆସି ଧନ୍ୟବାଦ ଦେବା ସହ କହିଲା ଏତେ ଥର ମିଛିମିଛିକା ବୋହୁ ମାନଙ୍କୁ ଘରକୁ ନେଇଗଲୁ ଦିନେ ସତସତିକା ତୁମେ ଆମଘରକୁ ବୋହୁ ହୋଇ ଆସିବ।ଏହା କହି ହସିଦେଇ ଚାଲିଗଲା।

କିଛି ଦିନ ପରେ ପରିକ୍ଷା ସରିଲା ।ଯେଝା ବାଟରେ ଯେଏ ଘରକୁ ଗଲେ।ରବି ଘର ଲୋନି ଘର ପାଖରେ ଥିବାରୁ ପ୍ରାୟ ଦେଖାହୁଏ।ଯେତେବେଳେ ଦେଖା ହୁଏ ସେତେବେଳେ ଲୋନି ର ରବି କହିଥିବା କଥା ମନେ ପଡିଯାଏ ଓ ସେ ଲିଜେଇ ଯାଏ।

ସେହି ଖେଳ ପର ଠିରୁ ଲୋନି ଆଉ ପଛକୁ ଚାହିଁ ନଥିଲା। ବୋହୁଚୋରୀ ତାର ପ୍ରିୟ।ଖେଳ ହେଲା ମାତ୍ର କବାଡି ରେ ଜାତୀୟ ସ୍ଥରରେ ସମ୍ମାନିତ ହେଲା।ରବି ସେତେବେଳକୁ ଏକ ମ

ଭଲ ଚାକିରୀ କରିସାରିଥାଏ।ଏବଂ ଲୋନିକୁ।ବିବାହ କରିବ ବୋଲି ପ୍ରସ୍ତାବ ଦେଇଥାଏ।ଲୋନି ମଧ୍ୟ ଖୁସିଥାଏ।

ଥରେ ଏପରି ହେଲା ଖେଳିବା ସମୟରେ ଲୋନିର ଗୋଡରେ ଆଘାତ ଲାଗିଲା।ସଙ୍ଗେସଙ୍ଗେ ଡାକ୍ତର ଆସି ପହଞ୍ଚିଲେ ଓ ଲୋନିର ଅବସ୍ଥା ଦେଖି ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଇଦେଲେ।ଦିନକୁଦିନ ତାର କଷ୍ଟ ବଢିବାକୁ ଲାଗୁଥାଏ।ଏପଟେ ଖେଳର ଇଛା ଓ ସେପଟେ ରବି ସହ ବାହାଘର।ଏ ସବୁର ଇଛା ଯେପରି ପାଣି ଫୋଟକା ପରି ଫାଟି ଯାଉଥାଏ।

ଲୋନିର ଏପରି ଅବସ୍ଥା ହେଲା ତାର ଗୋଡଟିକୁ ଅଧାରୁ କାଟିବାକୁପଡିଲା।ତା ଉପରେ ଯେମିତି ଦୁଃଖର ପାହାଡ ଛିଡି ପଡିଲା।ବେଳେବେଳେ ସେ ନିଜକୁ ସମାପ୍ତ କରିବାର ପ୍ରୟାସ ମଧ୍ୟ କରି ବିଫଳ ହେଲା।ଶେଷରେ ଅପଙ୍ଗ ହୋଇ ଘରକୁଫେରିଲା।ସେବେଠାରୁ ଦୂରଦର୍ଶନ ରେ ଆଉ ଖେଳ ଦେଖେନାହିଁ।

ଏମିତି ଭାବୁଥିଲା ବେଳେ ହଠାତ ପଛରୁ ତାକୁ କିଏ ଡାକୁଥିବାର ଲାଗିଲା।ପଛକୁ ବୁଲି ଦେଖିଲା ମାତ୍ର ଜାଣି ପରିଲା ନାହିଁ।ପ୍ରକୃତରେ ସେ ସୁନିତା ,ଯାହାପାଇଁ ବୋହୁଚୋରି ଖେଳିଥିଲା।

ହଠାତ ତାକୁ ଦେଖି ଲୋନି ତାର କୋହ ସମ୍ବରଣ କରି ନପାରି କାନ୍ଦି ପକେଇଲା।ସୁନିତା ମଧ୍ୟ ତାକୁ ଧରି କାନ୍ଦି ପକେଇଲା।ଏତେଦିନ ପରେ ଆସିଥିବାରୁ କିଛି ବାର୍ତ୍ତାଳାପରେ ସମୟ କଟିଲା।ଠିକ ସେହି ସମୟରେ ଚାକରାଣୀ ସୁଲି ଆସି କହିଲା,ଦିଦି ତୁମ ବାହ ଘର ଆଉ ହେବନି।ରବି ବାବୁ ଏ ବାହାଘରରେ ରାଜି ନାହାଁନ୍ତି।ତାଙ୍କ ବାପା ଆସିଥିଲେ କହିଦେଇଗଲେ।ଏକଥା ଶୁଣି ଲୋନି କାନ୍ଦିବ କଣ ଏକ ପ୍ରକାର ସ୍ଥାଣୁ ପାଲଟିଗଲା।ସତେ ଯେମିତି ଆଖିରେ ଆଉ ଲୁହ ନାହିଁ ସେମିତି।ସୁନିତା ଏପରି କଥା ଶୁଣି ବହୁତ ମନ ଦୁଃଖ କଲା।ତା ସହ କହିଲା,ପ୍ରକୃତରେ ମୁଁ ଏକ କାର୍ଯ୍ୟ ପାଇଁ ଆସିଥିଲି।ଏକଥା ଶୁଣି ଲୋନି କହିଲା ଆଉ ମୋ ପାଖରେ କଣ ଅଛି ଯେ ମୁଁ ତୁମର କିଛିକାମରେ ଆସିବି। 

ତାର କୋହ ପୂର୍ଣ୍ଣ କଥା ଶୁଣି ।ସୁନିତା କହିଲା ତତେ ଆମ କୋଚ କରିବାକୁ ଆମ ଟିମ ନିଷ୍ପତ୍ତି ନେଇଛୀ।ତୋର ମତାମତ ପାଇଁ ଆସିଥିଲି।

କାହିଁକି କେଜାଣି ଜଳନ୍ତା ନିଆଁରେ ଥଣ୍ଡା ପାଣି ପଡିଗଲା ପରି ଲୋନିକୁ ଅନୁଭବ ହେଲା।ସେ ସଙ୍ଗେ ସଙ୍ଗେ ହଁ ଭରିଲା।

ସେବେଠାରୁ ଆଉ ସେ ପୁଣି ପଛକୁ ଚାହିଁ ବା ଛାଡିଦେଲା।ରବି ବିଷୟରେ ନା କେବେ ପଚାରେ ନା ଅନ୍ୟକେହି କୁହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy