Nityananda Sahu

Drama Romance Tragedy

3  

Nityananda Sahu

Drama Romance Tragedy

ମନ ମୟୂରୀ-ଭାଗ ୨

ମନ ମୟୂରୀ-ଭାଗ ୨

8 mins
228



  ଆଜିର ର ପୂର୍ଣ୍ଣିମା ରାତିରେ , ନିଦ ନାହିଁ ଦୁଇ କୋମଳ ମତି ପ୍ରେମ ବିହଙ୍ଗ ଙ୍କର ଆଖିରେ । ପିଲା ଟି ଦିନ ରୁ ଯେଉଁ ପ୍ରେମ ପାଇଁ ବ୍ୟାକୁଳ ଅଛି ସେମାନଙ୍କ ର ମନ । ତାହା ଆଜି ବି ଭିଜିଯାଏ ଦୁହିଁଙ୍କର ହୃଦୟର ଅତଳ ପ୍ରେମର ଗଭୀର ସାଗର ମଧ୍ୟରେ । ସେଇ ଭାବନାର ଜୁଆର ଭିତରେ ଦୁହେଁ , ଭାସ ମାନ ଦୁଇ ଯାଯାବର ବାଦଲ ଖଣ୍ଡ । ଆଉ ସେମାନଙ୍କୁ ଅନୁଭବ ହୁଏ ସ୍ୱପ୍ନ ତାଙ୍କର ସବୁ ଖୁବ ଆମୋଦ ଦାୟକ ।


ନାରୀ ଜୀବନର ପୂର୍ଣ୍ଣତା ତ ପୁରୁଷ ର ସାନିଧ୍ୟ ରେ ହୋଇଥାଏ। ହେଲେ ଆଜି ଯାଏଁ ମନ ଲାଖି ରାଜ କୁମାର ପାଇଲି ନାହିଁ । କେବେ ଭାଗ୍ୟ ଦେବ ସେହି ମଧୁର ମିଳିନର ସୌଭାଗ୍ୟ କେଜାଣି !!


ମାୟା -କାସ୍ ଏ ସମୟ , ତୁମକୁ ସବୁ ଜନ୍ମ ପାଇଁ ମୋ ପାଖକୁ ଫେରାଇ ଦିଅନ୍ତା। ଆଉ ସମାପ୍ତ ହୋଇଯାଆନ୍ତା, ମୋର ସବୁ ପ୍ରତିକ୍ଷା ର ଅନ୍ତ ।

      ନିରି ମାଖି ମୁଁ ତୁମ ଗୋଲାପ , ଫୁଟିନି ତୁମ ବିନା ଯିବାକୁ ଝଡି। ମୋ ଅପେକ୍ଷାର ନିଅ ନାହିଁ ଆଉ ପରୀକ୍ଷା । ଏବେ ତ ବୟସ ଆନୀତ ଘଟିବକୁ ଆମ ମିଳନର ମିଠା ଅଙ୍କ ।


           ମାୟା:- ଚାନ୍ଦିନୀ ରାତିର ମୃଦୁ ମଳୟରେ

                        ଦେହରେ ବଢେ ମୋ ତାତି ।

            ଭିଜି ବି କେତେ ମୁଁ ସୁନେଲୀ କିରଣେ ।

                        କାହିଁ ଅଛ ତୁମେ ସାଥି ।

           ତୁମ ଅପେକ୍ଷାରେ, ଆଉ କେତେ ରାତି ।

                        ଚାହିଁ ବ ଗୋଲାପି ସେଜ ।

            ଏବେ ତ ଫୁଟିଛି, ଖାସ ତୁମ ପାଇଁ ।

                ମେଣ୍ଟେଇ ନିଅ ଆସି ,ତୁମ ଶୋଷ ।


     ଅନ୍ୟ ଏକ ଦୃଶ୍ୟରେ , ସୁନ୍ଦରୀକୁ ଦର୍ଶନ କରି ଅଡିଟୋରୀୟମ ପାଖରେ, ରାଜ ବି ଭିଜିବାକୁ ଲାଗିଛି ଛାତ ଉପରେ ପୁନେଇ ଜହ୍ନରେ ଅଚିହ୍ନା ପ୍ରେମିକା କୁ ଖୋଜି ଖୋଜି ।


ରାଜ -  ସାୟଦ, ମନ କହୁ ନ ଥିଲା ତୁମଠୁ ଦୂରେଇ ଆସି ବାକୁ । ତୁମର ସେ ମତୁଆଲା ଆଖିର ନିଶାରେ , ଇଛା ହଉ ଥିଲା ଆଉ ଥରେ ଭିଜିବାକୁ ।

     ସବୁ ମୋହ ମୋର ରହିଗଲା ତୁମ ସହ ପ୍ରଥମ ଦେଖାରେ ,ଏବେ ଖାଲି ଯାହା ଅପେକ୍ଷା ଆମ ପହିଲି ମିଳନ ପ୍ରତିକ୍ଷାରେ ।


ରାଜ:- ଯୌବନ ଘରେ ଲଗେଇଛ ନିଆଁ ।

                   ଜଳେ ବେଶି ତୁମକୁ ଭାବି

         ଦବ ଯଦି ତୁମ ଅଧର ର ଛୁଆଁ ।

                   ପାରିବ କି ତୁମେ ରୋକି ।

         ବଢିଯାଏ ମୋର ବୟସ ର ତାତି ।

                ସେ ତ ହବନି ଟିକେରେ ଶାନ୍ତ ।

         ରାତି ରାତି ଏଠି ବିତିବ ଏମିତି ।

                  ମନ ହବ ନିତି ଏଠି ଦୁଷ୍ଟ ।


ଅସମାପ୍ତ ଏ ଜୀବନ ର ଲକ୍ଷ୍ୟ କୁ କେତେ ସମ୍ଭବ ପୂରଣ କରିବା ଯେମିତି କଷ୍ଟ ଲାଗେ । ସେମିତି କାହା ଅନୁମତି ବିନା ପ୍ରେମ ହାସଲ କରିବା ହିଁ ଲାଗେ । ନିଜର ପ୍ରତିଶତ ଦେଲା ପରେ ବି ,ବଦଳରେ ହାର ର ସାମନା କରିବାକୁ ହୁଏ ।


       ଏମିତି ଖିଆଲ ଝିଅ ଟିଏ ତୁମେ , ଦେଖିଲା ପରେ ଥରୁଟିଏ ତୁମଠୁ ଦୂରେ ରହିବାକୁ ଇଛା ହେଉ ନାହିଁ ।

 

ମନର ଡର ଏତେ ବଢିଯାଇଛି କି , କାସ କହିଦେଲା ପରେ କାଳେ ତୁମେ ଦୂରେଇ ଦବ। କେଉଁ ଏକ ମଫସଲ ଗାଁ ରେ ଜନ୍ମ ମୋର ।ଏକ ସାଧାରଣ ପରିବାରରୁ ଆସି ଏତେ ଆଭିଜାତ ସଂପନ୍ନ ଝିଅ ର ପ୍ରେମ ରେ ପଡିବା ଏକତରଫା ସମ୍ଭବ କିନ୍ତୁ ସଫଳତା ପାଇବା ଏତେ ସହଜ ନୁହେଁ ।


  ରାଜ:-  ଦୂର ଆକାଶ ର ଜହ୍ନ ଗୋ ତୁମେ,

                  ମୁଁ ବସ୍ତି ତଳ ଦୀପ ଶିକ୍ଷା ।।

             ତୁମ କୋମଳ ଜୋସ୍ନା ଜ୍ୱାଳା ରେ ।

                   ମୁଁ ପତିତ ପ୍ରେମୀକ କିଡା ।

         ଦୂରେ ଥାଇ ତୁମ ,ପ୍ରେମ ବାସ୍ନାରେ ।

                        ଦେଖି ଯିବି ନିତି ମରି ।

           ତଥାପି ହସିକି କହିବି ଏତିକି ।

                   ତୁମେ ତ କେବଳ ମୋରି  ।


ନା' ସେ ଯାହା ବି ହଉ , ନୂଆ ନୂଆ ପ୍ରେମରେ ପଡି ମନ ହଜେଇ ଦେଲେ ଜୀବନ ର ଉଦ୍ଦେଶ୍ୟ ପୂରଣ ହୋଇ ପାରିବ ନାହିଁ। ଘର ର ପରିସ୍ଥିତି କୁ ସୁଧାରିବା କୁ ହେଲେ , ବାପା ମାଙ୍କ ଓଠରେ ହସ ଫୁଟେଇବା ପାଇଁ ଭଲ ପଢା ପଢି କରି ଚାକିରୀ ଟିଏ ଯାହା ହେଲେ କରିବା କୁ ପଡିବ । ଆଉ ମନ ମୟୂରୀ କୁ ସମୟ ଆଉ କ୍ୟାରିୟର କୁ ଜଗି କେତେବେଳେ ଉତ୍ତମ ମୁହୂର୍ତ୍ତରେ ମନ କଥା ପ୍ରକାଶ କରିଦେବି । ଏବେ କିନ୍ତୁ ଆଦୌ ନୁହେଁ ।


              


ସମସ୍ତ ସାଙ୍ଗ ମାନଙ୍କ ଗ୍ରହଣରେ ରାଜ ର ସହ ହସି ଖୁସି ଚାଲି ଥାଏ ।

ଏତିକି ବେଳେ କିଏ ଜଣେ ରାଜ ର କାନରେ ମୃଦୁ ହାଲକା ମଳୟରେ ଯେମିତି କହିଲା ପରି ଲାଗିଲା , କ'ଣ ମୋତେ ଟିକେ ବି ଅପେକ୍ଷା କଲ ନି ଚାଲିଆସିଲ ? ମୁଁ ତୁମ ପାଇଁ କାଲି ରାତି ଠୁ ଶୋଇନି, ହେଲେ ତୁମେ , !


  ଏ ହାଲୋ କ'ଣ ଜାଣି ପାରୁନ ମୁଁ ମାୟା ।


ଆକାଶ:- ଏ ରାଜ କେଉଁ ସପ୍ନ ଦୁନିଆଁ ରେ ଅଛୁରେ, ମାୟା କ'ଣ କହୁଛି ପରା ।


ରାଜ - ଓ ୟସ ମାଡମ୍ ।


ମାୟା - ଡୋଣ୍ଟ କଲ ମି ମ୍ୟାଡମ !!

         ଜଷ୍ଟ କଲ ମି ମାୟା , ଓକେ ।

ରାଜ - ଓକେ ।

   ମାୟା:-  ତୁମେ ଏତେ ହ୍ୟାଣ୍ଡସମ ଅଛ କିନ୍ତୁ ଲଲୁ ପରି କାହିଁକି ରହୁଛ । ନିଜର ପ୍ରଶଂନାଲିଟି ସହ ସ୍ମାର୍ଟ ଲୁକ ଟିକେ ଦେଖାଅ । ତୁମକୁ ବହୁତ ଭଲ ମାନିବ ।


ରାଜ:- ଅଳ୍ପ ହସି , ନିଶ୍ଚିତ ଆଗକୁ ସ୍ମାର୍ଟ ହେବା ପାଇଁ ଚେଷ୍ଟା କରିବି !!!


ଆକାଶ- ଆରେ କ୍ଲାସ ଟାଇମ ହେଲାଣି , ଚାଲ ଚାଲ ଯିବା !!


କ୍ଲାସ ରୁମ ରେ ଅଧ୍ୟୟନରେ ରାଜ ର ମନ ଲାଗୁନି । ସବୁ ପରେ ବି ପରିବାର ର ପକୃତ ମୂଲ୍ୟ ଯେ ତା ପାଠପଢା ସେ ଭଲରେ ଜାଣିଛି ।


    କିଛି ମାସର ପଢାପଢି ଭିତରେ ପରୀକ୍ଷା ର ସମୟ ଆସି ଯାଇଥାଏ । ଭଲ ମାର୍କ ରଖି ପାସ କଲେ , ଘରେ ବାପା ବୋଉ ଶୁଣିଲେ ଖୁସି ହେବେ । ପରୀକ୍ଷା ରେ ଭଲ ରେଜଲ୍ଟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ।


   ଏହା ଭିତରେ ରାଜ ଆଉ ମାୟା ପରସ୍ପରଙ୍କ ଭିତରେ ସଂପର୍କ ର ସେତୁ ଧିରେ ଧିରେ ନିବିଡ ହେଲାଣି ।

      

 କ୍ଳାସର କିଛି ସାଙ୍ଗ ମାନେ କୁହନ୍ତି ଜାଣିଲୁ ରାଜ , ମାୟା ତତେ ମନେ ମନେ ବହୁତ ପସନ୍ଦ କରେ । ତୋର ବହୁତ କେୟାର ସେ ନେଉଛି । ତତେ ସେ ବୋଧ ହୁଏ ଭଲପାଉଛି !!!

   

    ବୁଟୁ:- ତୁ ଆଉ ଡେରି ନ କରି ଶୀଘ୍ର ପ୍ରପୋଜ କରି ଦେ , ଦେଖିବୁ ସେ ରାଜି ହେଇଯିବେ ।


ରାଜ:- ଦେଖ ବୁଟୁ , ତୁମ ଭାବନା ହୁଏତ ଠିକ ହେଇ ଥାଇପାରେ ।

କିନ୍ତୁ- 


    ରାଜ:- ମନ ତ କହୁଛି , ହୃଦୟରେ ମୋର ।

                  ଗଢିଛି କେବେ ଠୁ ଘର ।।

            ଗରିବ ପୁଅର ଭାଗ୍ୟରେ ପ୍ରେମ ।

                    ନ ଥାଏ ପାଇବାର !!


            ଭଅଁର ଟେ ମୁଁ , ସେ ମୋ ଗୋଲାପ ।

                    ମୁଁ ତୁମ ବଗିଚା ମାଳି ।

              ଯତ୍ନରେ ତୁମ , ଭରା ମୋ ପ୍ରେମ ।

                  ତୁମକୁ ପାରିବିନି ମୁଁ ତୋଳି ।

       

ସାଙ୍ଗ ମାନଙ୍କୁ ମିଛ ସତ କହି ଭଲ ପାଇବାକୁ ରାଜ ଆଡେଇ ଦିଏ । ଜୀବନର ଏ ମୋଡ ରେ ରାଜ ଆଜି କର୍ମ କୁ ପ୍ରାଧାନ୍ୟ ଦେବାକୁ ଉଚିତ ମାନେ, ତଥାପି କାହିଁକି ମାୟାର ସେ ହରିଣୀ ଆଖି ନିଶାରେ ଏ ମନ ତା'ର ବିଚଳିତ ହେଇ ଯାଏ , ସେ ନିଜକୁ ବୁଝେଇ ପାରେ ନି , ଭଲପାଇବା ରେ ପଡି ତା କ୍ୟାରିୟର କୁ ନଷ୍ଟ କରିଦେବା ଭୟ ରେ , ସେ ଆଜି ବି ବିଚଳିତ !!!!


ତଥାପି କ୍ଲାସ ସାରା ଟୁପୁର ଟୁପାରୁ ଚାଲିଛି, ମାୟା ଆଉ ରାଜ ମଧ୍ୟରେ କିଛି ତ ଚାଲିଛି !!!


ବୁଟୁ - ହେ ରାଜ କଣ ଚାଲିଛି !! ପୁଅ ପାଠ ପଢୁଛୁ, ନା ଆଖିରେ ଆଖିରେ ଖେଳ କରୁଚୁ ???


ରାଜ:- କଣ କହୁଛୁ ତୁ ବୁଟୁ ।

         ମୁଁ କଣ କଲି ???


ବୁଟୁ:- କଣ କଲୁ, ଜାଣି ପାରୁନୁ ।  ପୁରା କ୍ଲାସ ଜାଣି    ସାରିଲାଣି , ଆଉ ତୁ କଣ କଲୁ କହୁଛୁ !!!


ବୁଟୁ:-  ମାନେ ମାୟା କ୍ଲାସ ରେ ପରା ତତେ ହିଁ ଦେଖି ରହୁଛି । ଆଉ ତୁ ବି ।


ରାଜ:-ସେମିତି କିଛି ନାହିଁ ରେ ।ମାୟା ମୋର ଭଲ ବନ୍ଧୁ ଅଟନ୍ତି, ତାକୁ ଛାଡି ଦେଲେ ଆମ ଭିତରେ ଆଉ କିଛି ସମ୍ପର୍କ ନାହିଁ ।

ବୁଟୁ:- ହଉ ତୁ ମନେ ମନେ ଗୁଢ ଖା । ଆମର କଣ ଯାଉଛି।


ରାଜ:- ହଉ ଚାଲ ଯିବା !!


ସବୁ ଦିନ ର ମିଳାମିଶା ରେ ମାୟା ଧିରେ ଧିରେ ରାଜ ର ନିକଟତର ହୁଏ ।ରାଜ କୁ ବି ଭଲ ଲାଗେ ମାୟାର ଉପସ୍ଥିତି ।

     

      କଲେଜ ସାରା ଟାହି ଟାପୋରା କୁ ରାଜ ବେଖାତିର କରି ଚାଲେ ।

   କେବଳ ନିଜର କ୍ୟାରିୟର କଥା ଭାବେ। ଘରର ପରିସ୍ଥିତି, ଆଉ ମାତା ପିତାଙ୍କର ମନର ଇଛାକୁ ଦୃଢ ତାର ସହ ମନରେ ରଖି ,ଫୋକସ କରେ ପଢାପଢି ରେ ।


   ମାୟା ପ୍ରତିବି ରାଜ ର ଦୁର୍ବଳତା ଦିନକୁ ଦିନ ବଢି ବଢି ଚାଲେ ।ପରିବାର ପାଇଁ ଦାୟିତ୍ୱ କୁ ପ୍ରାଧାନ୍ୟ ଦେବରୁ, ମାୟାକୁ ମନର କଥା ରାଜ କହି ପାରେନି ।

     

  ରାଜ:-    ହୃଦୟ ଟା ମୋର ଏତେ ସେ ପାଶାଣ ।

                       ପାରୁନି ତୁମକୁ କହି ।।

               ସବୁ ଜାଣି ତୁମେ କାହିଁ ଚୁପ ରୁହ ।

                   ଏ ମନ ପାରେନି ଜାଣି ।।


              ଆଖିର ଭାଷାକୁ, ଓଠେ କହିବାକୁ ।

                   ଆଉ ବା କେତେ ଡେରି ।।

              ତୁମ ନୀରବତା, ସହି ମୁଁ ପାରୁନି ।

                    ହୃଦୟ ଯାଏ ମୋ ଜଳି ।।


କ୍ୟାରିୟର ଆଉ ଭଲ ପାଇବାର ଦୋ ଛକି ରେ ଆଜି ରାଜ ଦଣ୍ଡାୟମାନ । ଯେଉଁ ସ୍ୱପ୍ନ କୁ ସେ ରାତି ରାତି ଦେଖି ଆସୁଥିଲା , ପ୍ରେମିକ ଟିଏ ହୋଇ । ଆଜି ମନ ଭିତରେ ପ୍ରେମ ପାଇଁ ଇଚ୍ଛା ଥାଇ ବି ସେ ଆଗେଇ ପାରୁନି । ପରିବାର ର ଦୁଃଖ ଆଉ କଷଣ ର ଦୃଶ୍ୟ କୁ କେମିତି ବା ଭୁଲି ଯିବ । ମାୟା ଏତେ ବଡ଼ ଘର ର ଝିଅ । ଆଉ ସେ , ଗୋଟେ ଦିନ ମଜୁରିଆ ର ପୁଅ। କାହିଁକି ବା ସେ ପାଇବାର ସ୍ୱପ୍ନ ଦେଖିବ !! ବରଂ ଭଲ ହେବ ଏକତରଫା ଭଲପାଇବାର ଜୀବନ କୁ ଆପଣେଇ ନେବା କୁ । ଘର ର ପରିସ୍ଥିତି ବି ଭଲ ନାହିଁ । ହଷ୍ଟେଲ ଖର୍ଚ୍ଚ ପାଇଁ ଟଙ୍କା ବି ଠିକ ସେ ଆସୁନି । ଯାହା ସଞ୍ଚିତ କରି ରଖିଥିଲି ,ଏ ମାସ ଟା ହଷ୍ଟେଲ ରେ ରହିବା କୁ ଅସୁବିଧା ହେବ ନାହିଁ । ହେଲେ ଆର ମାସ କୁ କଣ କରିବି ??? କିଛି ପାର୍ଟ ଟାଇମ କାମର ଯୋଗାଡ଼ କରିବା କୁ ପଡିବ । ତା ନ ହେଲେ ବାପା ବୋଉ ଙ୍କର ସ୍ୱପ୍ନ କୁ ସାକାର କରି ପାରିବି ନି ?? ସେ ଯାହା ବି ହେଇଯାଉ ମୋ ମା' ଆଖିର ଲୁହ ବଦଳରେ ମୋ ମନ ର ଅଧା ଗଢ଼ା ଭଲ ପାଇବାର ମନ୍ଦିର ର ମହତ୍ତ୍ୱ କେମିତି ଅଧିକ ହୋଇ ପାରିବ !!! ଏମିତି କିଛି ମନେ ମନେ ସ୍ଥିର କରି , ରାଜ୍ ପଢ଼ା ପଢିରେ ଧ୍ୟାନ ଦିଏ ।

  

                    କ୍ରମଶଃ...........


                    ।। ନିତ୍ୟାନନ୍ଦ ସାହୁ ।।

                ।। ସନ୍ତୋଳ , ଜଗତସିଂହପୁର ।।


Rate this content
Log in

Similar oriya story from Drama