Nityananda Sahu

Drama Romance Thriller

3  

Nityananda Sahu

Drama Romance Thriller

ମନ ମୟୂରୀ-ଭାଗ ୧

ମନ ମୟୂରୀ-ଭାଗ ୧

7 mins
230




           ମନ ଆକାଶର ପ୍ରେମ ପକ୍ଷୀ ମୁଁ ,

              କାହିଁ ଅଛ ମୋ ମୟୂରୀ ।

       ସପନ ସେଜରେ ଗୋଲାପ ବିଛେଇ ,

         ନୀତି ମରୁ ଥାଏ ତୁମକୁ ଝୁରି ।।


ପ୍ରେମ, ଶୁଣିବାକୁ ଯେତେ ମଧୁର ଲାଗିଲେ ବି , ପାଇବା ଟା ଏତେ ସହଜ ହୋଇ ନ ଥାଏ ।

ଭଲପାଇବା ହେଉଛି ସବୁଠୁ ସୁନ୍ଦର, ଅଉ ନୂତନ ଉପଲବ୍ଧି ର ସଂଚାର । କିଛି ପାଇବାର ଆଶା ମଧ୍ୟରେ, ଆଜିର ଦୁନିଆଁ ରେ ଯୁବକ ଯୁବତୀ ମାନେ ପାଗଳ ପ୍ରାୟତଃ ।


 ' ଆଇ ଲଭ ୟୁ ' ଆଜି ଏତେ ଶସ୍ତା ହୋଇଯାଇଛି ଯେ । ସୋସିଆଲ୍ ମିଡିଆରେ ଅଫର ପରି ମିଳୁଛି । ଯିଏ ଯେଉଁଠି ପାଇଲେ ନିଜର ମନ ର ଭାଵ କୁ ହୃଦୟ ଅପେକ୍ଷା ଅଧିକ Facebook, Instagram, WhatsApp, ରେ ଭାବନା କୁ ପୋଷ୍ଟ କରି ଦେଉଛନ୍ତି । ପ୍ରେମ ର ସମ୍ମାନ କରିବା ତ ଦୂର ର କଥା , ପବ୍ଲିକ ରେ ନିଜକୁ ପରିହାସ ର ପାତ୍ର କରି ସାରିଲେଣି ।

ବାସ୍ତବତା ରେ ପ୍ରେମ ର ଉପଲବ୍ଧି କୁ ପାଇବା ପାଇଁ ରାଜ ବ୍ୟାକୁଳ ।

                           


ରାଜ:- ସପନରେ ନିତି , ମୋ ପ୍ରେମ ରାଇଜେ ।

                  ଗଢିଛି ରାଜ ନଅର ।

       ତୁମ ଅପେକ୍ଷାରେ, କେତେ ଉଜାଗର ।

                  ସରୁ ନାହିଁ ରାତି ମୋର ।

       କେବେ ଯେ ଆସିବ , ପାଖେ ମୋ ବସିବ ।

                  ଲାଜକୁଳି ରାଜଜେମା ।

      ମନ ମୋହିନୀ ଗୋ , ଦେଖି ତୁମ ରୂପ ।

                  ଅନ୍ତ ହବ ମୋ ପ୍ରତିକ୍ଷା ।

ରାଜ ଉଠ ସକାଳ ହେଇ ଗଲାଣି ।ବସ ଟାଇମ୍ ହେଲାଣି , ଶିଘ୍ର ଉଠି ରେଡି ହେଇଯା ।

ଭୁବନେଶ୍ବର ଯିବା ପାଇଁ ଗୋଟିଏ ବସ , ଆଜି ନ ଗଲେ ହଷ୍ଟେଲ ଆଉ ମିଳି ନ ପାରେ । ଯା ଉଠି ଯା । ହଁ ମା ମୁଁ ଉଠି ଗଲିଣି, ବାବା କୁଆଡେ ଯାଇଛନ୍ତି । ହରି ସାହୁକାର ଘରକୁ , ତୋ ପାଇଁ ଟଙ୍କା ଆଣିବା ପାଇଁ ।

ହେଲେ କେମିତି , କାଲି କହୁଥିଲେ ଟଙ୍କା ଯୋଗାଡ ହୋଇ ପାରୁନି , ଏ ମା ତୁ ସତ କହ ? କେମିତି ସେ ଏତେ ଟଙ୍କା ଆଣିବେ !!

ଏ କଣ ତୋ ହାତର ସେ ସୁନା ଚୁଡି ନାହିଁ । କଣ କଲୁ ??

                 ମୋ ଧନର ପାଠ ପଢା ପାଇଁ ମୁଁ କଣ ଏତିକି କରିପାରିବିନି । ତୁ ବଡ ହେଇଗଲେ , ମୋ ପାଇଁ ଆଣି ଦବୁନି କି ବାବୁ ! ଏବେ ସହଳ ସଜ ହୋଇ ବାହାରି ପଡ଼ , ତୋ ବାବା ଆସୁଥିବେ ,ବିଳମ୍ବ କଲେ ବାପା ତୋର ରାଗିବ ।

      ମୁଁ କଥା ଦେଉଛି ମା , ମୋ ରୋଜଗାରର ପ୍ରଥମ ଟଙ୍କାରେ ତୋ ପାଇଁ ସୁନା ଚୁଡି କିଣି ଦେବି ।

  ହଉ , ପ୍ରଥମେ ବାବୁ ଭଲ ପାଠ ପଢି ଚାକିରୀ କର , ତା ପରେ ମୋ ସୁନା ଚୁଡି କଥା ଭାବିବୁ । ବୁଝିଲୁ , ଏଇ ନେ ଚୁଡା ଦହି ଆଉ କଦଳୀ ଚକଟି ଦେଇଛି , ଖାଇଦେ । ସହରରେ ପହଁଚିଲା ବେଳକୁ କେତେ ବେଳ ହେବ । ପେଟରେ ଦାନା ଥିଲେ ସିନା କିଛି କରିବୁ । ନ ହେଲେ ନୂଆ ଜାଗାରେ ଧାଁ ଧପଡ଼ ରେ ଭୋକ ଲାଗିବ । ପେଟେ ଖାଇ , ପାଣି ଭଲ ସେ ପିଇ ଦେ ।


ରାଜ ର ମା ( ଶାନ୍ତି):- ନିଜ ଦେହ ପା ଦେଖି ତୁ ।

                               ଜଗି ରଖି ଚଳୁ ଥିବୁ ।

             ଆମ କଥା କେବେ ମନେ ନ ଭାବିବୁ ।

                               ପାଠରେ ମନ ରଖିବୁ ।

             ଦାୟିତ୍ୱରେ କେବେ ହେଳା ନ କରିବୁ ।

                              ସଭିଙ୍କ ସହ ମିଶିବୁ ।

              ଉଚ୍ଚ ନିଚ୍ଚ କେବେ ମନେ ନ ଭାବିବୁ ।

                              ମିଳିମିଶି ଚଳୁଥିବୁ ।

ଛଳ ଛଳ ନୟନରେ ମା' ର ବିଦାୟ ସମ୍ବର୍ଦ୍ଧନା କୁ ନିଜର ଆଶୀର୍ବାଦ ସ୍ଵରୁପ ଗ୍ରହଣ କରି ରାଜ ବାପା ଙ୍କ ସହ ଭୂବନେଶ୍ବର ଅଭିମୁଖେ ଯାତ୍ରା କରେ ।


   

ନିପଟ ମଫସଲ ରୁ ରାଜ ସହର ର ସଜ୍ଜିତ ରୂପ ଦେଖି ମୁଗ୍ଧ । ମନୋଲଭା ସହର ରେ ପାଦ ରଖି , ଭୂଲି ଯାଇଛି ସେ ତା ଗାଁ ମାଟିର ସ୍ୱାଭିମାନ । ବିମୋହିତ ହୋଇ ଯାଇଛି ତରୁଣ ଅବସ୍ଥା ର ଯୌବନ ର ପ୍ରଥମ ପାହାଚ ରେ କଲେଜ ର ସୁନ୍ଦରୀ ତରୁଣୀ ମାନଙ୍କୁ ଦେଖିଲା ପରେ ।


         ଆଡମିସନ ସାରି, ହଷ୍ଟେଲରେ ଛାଡି କି ଗଲା ବେଳେ , ବାପା କହିଥିବା କଥା ପଦେ ,ଯେବେ ରାଜ ଭାବି ବସେ , ଜାଣେ ନା କାହିଁକି ତା ଅଜାଣ ତେ ଲୁହ ର ଧାର ତା ଓଠ କୁ ସ୍ପର୍ଶ କରି ନିଏ ।


   "ବାବୁ ରେ ,

          ତୁ ଆମ ଦୁଇଜଣଙ୍କ ଅମୂଲ୍ୟ ସମ୍ପଦ ।ଆମର ଘରେ ଏତେ ସଂପତ୍ତି ନାହିଁ କି ଏତେ ଭଲ ରୋଜଗାର ବି ନୁହେଁ , ଚାହଁ କି ବି ଆମେ ତୋର ସବୁ ଇଛା ରଖି ପାରିବୁ ନାହୁଁ ।


     ତୋ ପାଠ ପଢା ପାଇଁ ହରି ସାହୁ ଠାରୁ ଟଙ୍କା ଯାହା ସୁଧକୁ ଆଣିଛି ,ତୋ ଚାକିରି ଯାଏଁ ମୁଁ ସୁଧ ଦେଇ ଚାଲି ଥିବି ।


ବାବୁ ତାକୁ ତୁ ହଁ ସୁଝି ପାରିବୁ , ତୋ ଯୋଗ୍ୟତା ବଳରେ ।ଏତିକି କହିବି ଗଲା ବେଳେ , ଏ ଲିଭି ଆସୁ ଥିବା ଦୀପ କୁ ତୁ ହଁ ଚାହିଁ ଲେ ଲିଭିବାରୁ ରକ୍ଷା କରି ପାରିବୁ । ଟଙ୍କା ପଇସା ଅଭାବ ପାଇଁ, ସବୁ ବେଳେ ତତେ ଦେଖା କିରି ବାକୁ ଆସି ପାରିବି ନାହିଁ ।ନିଜ ଦେହ ପା ଜଗି ରଖି ଚଳୁଥିବୁ।


ବାପା ଙ୍କ ଠାରୁ ଶେଷ ଅଶ୍ରୁଳ ବିଦାୟ ନେଇ ରାଜ ଫେରି ଆସିଛି ହଷ୍ଟେଲକୁ । ନିଜର ଦାୟିତ୍ୱ ଆଉ ଅଧ୍ୟବସାୟ ରେ  ସଂକଳ୍ପ ନେଇ ରାଜ ଆଗକୁ ଅଗ୍ରସର ।


କଲେଜର ପ୍ରଥମ ଦିନ ,ନୂଆ ନୂଆ ସାଙ୍ଗ ଙ୍କ ସହ ଦେଖା ସାକ୍ଷାତ ,ଭାବର ଆଦାନ ପ୍ରଦାନ ଚାଲି ଥାଏ । ପ୍ରଥମ ଦିନ ବୋଲି କିଛି କ୍ଲାସ ବି ନ ଥାଏ।

  

          ହେ ହାଏ , ମାଇ ସେଲ୍ଫ ଆକାଶ ।


ରାଜ :- ହାଲୋ ମୁଁ ରାଜ ।ଆପଣଙ୍କ ସହ ମିଶିକି ବହୁତ ଖୁସି ଲାଗିଲା ।

ଆକାଶ:- ଓ ହୋ ତୁମେ ଗାଁ ରୁ ଆସିଛି କି। ମୁଁ ଗାଁ କେବେ ଯାଇନି କିନ୍ତୁ, ଶୁଣିଛି ସେଠିକାର ଲୋକ ମାନେ ବହୁତ ସରଳ ।ତୁମ ସହ ସାଙ୍ଗ ହେବାରେ କିଛି ଅସୁବିଧା ନାହିଁ ତ ?


ରାଜ:- ଏ ତ ମୋର ଭାଗ୍ୟ ଭାଇ ।

ଆକାଶ:- "ଭାଇ" ଆରେ ୟାର ଅରମ୍ଭ ରୁ ସଂପକର୍ରେ ବାନ୍ଧି ଦେଲ।

     ଦେଖିବ ଆଗକୁ ଏ ବନ୍ଧନ କେହି ବି କାଟି ପାରିବେ ନି । ଏମିତି କିଛି କଥୋପକଥନ ମଧ୍ୟରେ ଆଉ ଦୁଇ ଜଣ ସାଙ୍ଗ ସହ ମିଶେ ରାଜ । ସେ ଦୁହେଁ ହେଉଛନ୍ତି ବୁଟୁ ଆଉ ଡନ୍ ।


ସମସ୍ତେ ମିଶି ବହୁତ ମଜା କରନ୍ତି । ଆକାଶ କିଛି କାମ ପାଇଁ ଚାଲି ଯାଏ , କିଛି ସମୟ ବୁଲା ବୁଲି ସରିଲା ପରେ , କଲେଜ ର ଅଡିଟୋରିୟମ ପାଖରେ ହଠାତ ରାଜ ର ନଜର ଆସେ ଜଣେ ଯୁବତୀ, ଓଃ କି ସୁନ୍ଦର ।

       ତା ସପନର ପରୀ ପରି ଦେଖ ଯାଉଥିଲା ।ସେଇ ଆଖି , ସତେଜ ଗୋଲାପି ରଙ୍ଗର କୋମଳ ଭରା ଶରୀର, ଝଲଶି ଉଠୁଛି ସୌନ୍ଦର୍ଯ୍ୟର ପ୍ରତି ଟି ରଙ୍ଗ । ତା ଆଖି ରେ ମନ କହେ ଭାସି ବୁଲି ବାକୁ ସବୁ ଦିନ ।


     ବୁଟୁ:-

                ସତେଜ ଗୋଲାପ, ଫୁଟିଛି ଯେମିତି

                           ଆମରି ପ୍ରେମ ପାଇଁ ।

             ମନ କହେ ଏଠି , ପାଖେ ଟିକେ ବସି ।

                         ଆସନ୍ତି ଟିକେ ମୁଁ ଛୁଇଁ ।


କଣ ରାଜ ଠିକ କହିଲି ନା , ଏମିତି ସୁନ୍ଦରୀ ଦର୍ଶନ କରି ହୃଦୟ ପୂରା ଭେଦି ଗଲା ରେ ।


ରାଜ -ହଁ କ ଣ କହୁଥିଲ ।

ଡନ୍- କହିବୁ କଣ , ତୁମେ ଏମିତି ସପନରେ ଥିବୁ ବୋଲି ଆମେ ,ଏବେ ଜାଣିଲୁ ।


            ହା...... ହା....... ହା


ରାଜ - ମନ ନାହିଁ ଆଉ ଫେରି ଯିବା ପାଇଁ ।

                ତୁମକୁ ଦେଖିଲା ପରେ ।

        ପ୍ରଥମ ଦେଖାରେ କହି ବି ନ କହି ।

               କିଣି ନେଲ ଇସାରାରେ ।

        ହାତ ପାପୁଲିରେ ତୁମ ପ୍ରେମ ରେଖା

              ଜାଣେ ନା ଅଛି କି ନାହିଁ ।

         ଜାଣିଲି ଏତିକି , ଏଇ ଦେଖାଠାରୁ ।

               ତୁମେ ତ ମୋରି ପାଇଁ ।


ବୁଟୁ ଓଃ କି ସାୟରି ଭାଇ । ତୁମ ରସିକ ପଣ ର ଜବାବ ନାହିଁ । ଦେଖା ଯାଉ ଏ ପ୍ରେମ ଗାଡି ଆଗକୁ ଗଡୁଛି , ନା କଲେଜ ଜୀବନ ସରିବା ପୂର୍ବରୁ ବ୍ରେକ ଧରୁଛି। ନା କଣ ଠିକ କହିଲି ନା ଡନ ?


        ହଁ ରେ ଭାଇ , ଏବେ ଯିବା ରୁମ କୁ ରାଜ ? ଭାବନାରୁ ଟିକେ ଫେର ପ୍ରେମିକ ପ୍ରବର ।ସୁନ୍ଦରୀ ଚାଲି ଗଲେଣି । ଏବେ ଆମେ ଯିବା !


ରାଜ - ହଁ ଚାଲ , ଏଠି ଏତେ ସମୟ ରହି ଆଉ କଣ କରିବା ।

 ଡନ- ହଁ ଭାଇ ,ତୁମେ ଚାନ୍ସ ନେଉଛ, ଦୋଷ ଆମକୁ ଦେଉଚ ।


            କ୍ରମଶଃ...........


                       


Rate this content
Log in

Similar oriya story from Drama