Parameswar Ojha

Inspirational Others

3  

Parameswar Ojha

Inspirational Others

ମିଠା ପଣ

ମିଠା ପଣ

1 min
166


ଦିନ ଦଶଟା ହେବ ସେପଟରୁ ମିଲି ଭାଉଜ ଖାଲି କଂସା ଟେ ହାତରେ ଧରି ବୋଉ କୁ ଆସି କହିଲା -"ସାନଉ ପଖାଳ ଭାତ ଅଛି ଦିଇଟା ଦେଲ ତମ ନାତୁଣୀ ଖାଇବ । " 

ବୋଉ କହିଲା -- " କାଇଁ ତମର କଣ ହେଇଚି କି ? " 

ଦାଣ୍ଡ ପିଣ୍ଢା ରେ ବସୁ ବସୁ ମିଲି ଭାଉଜ କହିଲେ -" କଣ କହିବି ସାନଉ , କାଲି ରବି ସାଙ୍ଗ ରେ ମେଘୁନ ବସି ଗପ ସପ କରୁଥିଲେ ଯେ ଖାଇବା ବେଳେ ରବି ଡାକିଲେ ତାଙ୍କ ସାଙ୍ଗ ରେ ଖାଇବାକୁ । ତାକୁ ଆଉ ମନା କରିହେବ ? ପୁଣି ରାଧୁ ଅଜା ସେଠି ବସିଥିଲେ ଯେ ବାପା ଡାକିଲେ ସାଙ୍ଗରେ ଖାଇବାକୁ । ମୋତେ ବାପା ପଚାରିଲେ ," ମାଆ ଆଉ ପଖାଳ ଅଛି ? " 

ମୁଁ ଆଉ କ'ଣ ମନା କରିଥାନ୍ତି ? କହିଲି  ହଁ ପଖାଳ ଅଛି , ତମେ ଖାଅ ମୁଁ ଆଉ ଗୋଟେ କଂସା ରେ ଅଜା ଙ୍କୁ ଦେଉଛି । ଆଉ ଯାହା ଦିଇ ବକ୍ତ ଥିଲା ଆମେ ମାଆ ଝିଅ ଦିଇ ଜଣ ଖାଇଥାନ୍ତୁ । ଏ ସାନ ର ଭଉଣୀ ଆସିଥିଲା ଯେ ଆଜି ସକାଳୁ ଗଲା ଖାଇକି , ଆଉ ପୋଛା ପୋଛି ଥିଲା ୟେ କାମକୁ ଗଲେ ଖାଇକି ଆମ ମାଆ ଝିଅ ବେଳକୁ ହାଣ୍ଡି ଖାଲି ସାନଉ ମୋର ନହେଲା ନାହିଁ ମୋ ଝିଅ ଦିଇଟା ଭାତୁଆ ପିଲା ପଖାଳ ଦିଇଟା ନ ଖାଇଲେ ନଚଳେ । ଆଉ କିଛି ଦିନଯାକ ନଖାଆନ୍ତୁ ପଛେ ପଖାଳ ଦିଇଟା ଖାଇଦେଲେ ତାଙ୍କର ଶାନ୍ତି । "

ଏତିକି କଥା ଭିତରେ ମଧୁ ( ମୋ ପତ୍ନୀ ) ପଖାଳ ଅଧ କଂସା ଆଣି ମିଲି ଭାଉଜ ହାତକୁ ବଢାଇ ସାରିଲାଣି । 

ବୋଉ କହିଲା - " ଏଇ ଆଉ ଦିଇଟା ଅଧିକ ଦେ ମାଆ ଝିଅ ତିନି ଙ୍କୁ ହେବନି । "ମୁଁ ଟ୍ୟୁବଓ୍ବେଲ ପାଖରେ ଗାଧୋଉଥିଲି ଆଉ ଏ ସବୁ ଦେଖି ଭାବୁଥିଲି । ସତରେ ଏମିତି ମିଠା ପଣ କେବଳ  ଗାଁ ରେ ହିଁ ଦେଖିବାକୁ ମିଳେ ।


Rate this content
Log in

Similar oriya story from Inspirational