Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ashis Kumar Swain

Abstract Others

5.0  

Ashis Kumar Swain

Abstract Others

ମିତ୍ର

ମିତ୍ର

2 mins
721


ମିତ୍ର ଶବ୍ଦଟି ଶୁଣିଲେ ମନ ଆବେଗ ଓ ଆନ୍ଦୋଳନ ସୃଷ୍ଟି ହୁଏ ମନ ଭିତରେ, ସ୍ନେହ ଶ୍ରଦ୍ଧା ନିଃସ୍ଵାର୍ଥପର ଭାବେ ଭଲପାଇବା, ଖରାପ୍ କାର୍ଯ୍ୟ ବାରଣ କରି ଭଲ କାର୍ଯ୍ୟରେ ନିୟୋଜିତ କରିବା, ନିଜେ ଭଲ ହୋଇ ଅନ୍ୟକୁ ଭଲ କରିବା ଓ ଗୋପନୀୟ କଥାକୁ ମନ ଭିତରେ ରଖିବା ହିଁ ପ୍ରକୃତ ମିତ୍ରର କାର୍ଯ୍ୟ ।


ସେଦିନ ଥିଲା ଆଲୋକର ପର୍ବ ଦୀପାବଳୀ ।ମୁଁ ଓ ମୋର ମିତ୍ରଙ୍କ ସହ କୋଣାର୍କ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । କଳା ହାଣ୍ଡିଆ ମେଘୁଆ ପାଗରେ ରାସ୍ତାକଡର ଦୃଶ୍ୟ ବେଶ୍ ସୁନ୍ଦର୍ ଓ ଆକର୍ଷଣୀୟ ଲାଗୁଥିଲା । କେଇ ଘଣ୍ଟା ପରେ କୋଣାର୍କରେ ପହଁ ଚିଗଲୁ । କୋଣାର୍କ ଫାଟକରେ କୋଣାର୍କର ଦୃଶ୍ୟ ବେଶ୍ ଚମତ୍କାର। ତାହାକୁ ଦେଖି ମୁଁ ଓ ମୋର ବନ୍ଧୁ ଅବାକ୍ ହୋଇଗଲୁ । ମୁଁ ଭାବି ବସିଲି ସତେ ଅବା ଚଳନ୍ତି ରଥଟି ମୋ ଆଡ଼କୁ ମାଡ଼ି ଆସୁଛି । ଦୁଇ ଜଣ କୋଣାର୍କ ଐତିହାସିକ ଘଟଣାବଳୀ ଉପରେ ଆଲୋଚନା କରିବା ସହ କାରୁକାର୍ଯ୍ୟ ଗୁଡ଼ିକୁ ମନଭରି ଉପଭୋଗ କରୁଥିଲୁ । ସୌଭାଗ୍ୟର କଥା ଯେ ଉକ୍ତ ଦିନ ୨୦ଟି ଦେଶର ବାଲୁକା କଳା ଚନ୍ଦ୍ରଭାଗା କୂଳରେ ପ୍ରଦର୍ଶିତ ହେଉଥିଲା । ମୁଁ ଆଉ ମୋର ମିତ୍ର ବୁଲି ଦେଖୁଥାଉ ।ହଠାତ ନୀଳଜଳ ରାଶିର ତରଙ୍ଗାୟିତ ଢେଉ ମୋତେ ଅସ୍ତବ୍ୟସ୍ତ କରିପକେଇଲା ଗାଧୋଇବା ପାଇଁ । ମିତ୍ରକୁ ନ ଜଣେଇକି କୂଳକୁ ଯିବା ସମୟରେ ଚୋରା ବାଲିରେ ମୋର ଗୋଡଟି ଖସିଗଲା ନା ମୁଁ ବହାରିପରୁଥାଏ ନା ମୁଁ ପାଟି କଲେ ମୋ ମିତ୍ର ଶୁଣି ପାରୁଥାଏ । ତରଙ୍ଗାୟିତ ନୀଳ ଜଳ ରାଶି ମୋ ଦେହରେ ପିଟି ହେଉଥାଏ । ଦେହ ଶୀତଳ ପଡିଯାଉଥାଏ ।ଭାବିନେଇଥିଲି ମୋର ଆଜି ଅନ୍ତିମ ଯାତ୍ରା ।ଜଗନ୍ନାଥଙ୍କୁ ସ୍ମରଣ କରୁଥାଏ ।ସେହି ସମୟରେ କୋହଭରା କଣ୍ଠରେ ମୋର ମିତ୍ରର ପାଟି ଶୁଣାଗଲା । ମିତ୍ର ବ୍ୟସ୍ତ ହୁଅ ନାହିଁ ବ୍ୟସ୍ତ ହୁଅ ନାହିଁ ।ସଙ୍ଗେ ସଙ୍ଗେ ଦୋୖଡି ଆସି ଉଦ୍ଧାର କରିବା ସହ କୋଳାଗ୍ରତ କରି କାନ୍ଦି ପକେଇଲା । ସେହି ଦିନ ବୁଝିଲି ମିତ୍ର ହେବ ଯଦି ଏମିତି ।


Rate this content
Log in