Debaki Behera

Drama Romance Fantasy

3  

Debaki Behera

Drama Romance Fantasy

ମୀରା

ମୀରା

5 mins
224


ସୁନିତା ଦେବୀ,କ୍ରିଷ୍ଣା ଠାରୁ ମୀରା ର ପୁରା ନାମ କ'ଣ ଏ ପ୍ରଶ୍ନ ଶୁଣି ଟିକେ ଗମ୍ଭୀର ଓ ଚିନ୍ତିତ ହୋଇଗଲେ l କ୍ରିଷ୍ଣା ନିଜ ମାଆକୁ ଏପରି ଗମ୍ଭୀର ଅବସ୍ଥା ରେ ଦେଖି ପଚାରିଲା -ମା, କ'ଣ ହେଲା? ଆପଣ ଏତେ ଗମ୍ଭୀର କାହିଁକି? କ'ଣ କିଛି ଭୁଲ ପଚାରିଦେଲି କି?

ସୁନିତା ଦେବୀ ଦୀର୍ଘ ନିଶ୍ୱାସଟିଏ ଛାଡିଲେ l କିଛି ସମୟ ଚୁପ ରହିଲେ ଆଉ ତା ପରେ କହିଲେ - ତୁ ମୀରା କୁ କେତେ ଭଲ ପାଉ?

କ୍ରିଷ୍ଣା ନିଜ ମା ମୁହଁରୁ ଏମିତି ହଠାତ ଏ ପ୍ରଶ୍ନ ଶୁଣି ଚମକି ପଡିଲା l ସେ ମାଙ୍କୁ କ'ଣ ପଚାରିଲା ଆଉ ମା ତାକୁ କ'ଣ ପଚାରୁଛନ୍ତି କିଛି ସମୟ ପାଇଁ ଭାବିବାକୁ ଲାଗିଲା l ତଥାପି ପର ମୁହୂର୍ତରେ କହିଲା - ମା, ମୁଁ ମୀରାକୁ, ବହୁତ ଭଲ ପାଏ l ବହୁତ ମାନେ ବହୁତ l ହଁ, ଆଜି ସକାଳେ ତା ମୁହଁରୁ ନା ଶବ୍ଦ ଶୁଣି ଟିକେ ଅଧିକ ରାଗି ଯାଇଥିଲି l ଆଉ ଗୋଟେ ଝିଅ ମୋତେ ମନା କରିଦେଲା, ମୋ ପ୍ରେମ ନିବେଦନ କୁ ଗୋଡ଼ରେ ଆଡେଇ ଦେଲା ଭାବି ପ୍ରତିଶୋଧ ପରାୟଣ ହୋଇଯାଇଥିଲି l ପର ମୁହୁର୍ତରେ କିନ୍ତୁ ମୋ ଭୁଲ ମୁଁ ବୁଝିପାରିଲି l ମୀରା ନିଜ ଜାଗାରେ ଠିକ ଆଉ ସେ କିଛି ଭୁଲ କହିନି ବୋଲି ବୁଝିପାରିଲି l ମୁଁ ମୀରା କୁ ବହୁତ ଭଲ ପାଏ ମା l

ସୁନିତା - ତୁ କେବେ ତା ହାତ ଛାଡ଼ିବୁନି ବୋଲି ମୋତେ କଥା ଦେ l ତାର ସବୁ ନିଷ୍ପତି ରେ ତା ସହ ଛିଡା ହେବୁ l ଆଉ ଭଲ ଜୀବନସାଥି ଟିଏ ହେବାକୁ ଚେଷ୍ଟା କରିବୁ l ପ୍ରଥମେ ମୋତେ କଥା ଦେ ତା ପରେ ମୁଁ ତୋତେ ମୀରା ବିଷୟରେ ସବୁ କହିବି l

କ୍ରିଷ୍ଣା ଟିକେ ଅସହଜ ଅନୁଭବ କରୁଥିଲା l ହେଲେ ସେ ମୀରାକୁ ବହୁତ ଭଲ ମଧ୍ୟ ପାଉଥିଲା ତେଣୁ ସେ ମା ହାତରେ ହାତ ରଖି କଥା ଦେଲା l

ସୁନିତା ଦେବୀ ଏବେ ଟିକେ ଆଶ୍ୱସ୍ତ ହେଲା ଭଳି ମନେ ହେଉଥିଲେ l ସେ କହିବାକୁ ଲାଗିଲେ -ମୀରା... ମୀରା ର ପୁରା ନାମ ହେଉଛି ମୀରା ପଟ୍ଟନାୟକ l

ମୀରା ପଟ୍ଟନାୟକ.. କ୍ରିଷ୍ଣା ମୁହଁରୁ ସ୍ୱତଃ ବାହାରି ଆସିଲା l

ହଁ, ମୀରା ପଟ୍ଟନାୟକ l M/s. Pattnaik & pattnaik କମ୍ପାନୀ ର ମାଲିକ ଦିଗମ୍ବର ପଟ୍ଟନାୟକଙ୍କର ଝିଅ ସିଏ l- ସୁନିତା ଦେବୀ କହିଲେ l

କ'ଣ ହେଲା ଦିଗମ୍ବର ପଟ୍ଟନାୟକ, (କ୍ରିଷ୍ଣା ର ଆଖି ଦୁଇଟି ବଡ ବଡ଼ ହୋଇଯାଇଥିଲା )l ସେ ନିଜକୁ ସମ୍ଭାଳି କହିଲା -ଦିଗମ୍ବର ପଟ୍ଟନାୟକ ମାନେ ଓଡିଶା ର ପ୍ରସିଦ୍ଧ(ରିଆଲେଇଷ୍ଟେଟ) ଶିଳ୍ପପତି ମି. ପଟ୍ଟନାୟକ ହେଉଛନ୍ତି ମୀରା ର ବାପାl

ସୁନିତା - ହଁ, ବିଶିଷ୍ଟ ଶିଳ୍ପପତି ଦିଗମ୍ବର ପଟ୍ଟନାୟକ l

ଏ କଥା ଶୁଣି କ୍ରିଷ୍ଣା ଯେତିକି ଆଶ୍ଚର୍ଯ୍ୟ ହେଉଥିଲା ସେତିକି ତା ମନରେ ପ୍ରଶ୍ନର ଜୁଆର ସବୁ କୂଳ ଲଙ୍ଘିବାକୁ ଲାଗିଥିଲା l ତେଣୁ ସେ ତା ମା କୁ ପୁଣି ଥରେ ପଚାରିଲା -କିନ୍ତୁ ତା ମା ତ ଆମ ଘରର ଚାକରାଣୀ ଥିଲା l ସେ ଯଦି ଏତେ ବଡ଼ ଘର ର ବୋହୁଥିଲେ ତ ସେ ଆମ ଘରେ ଚାକରାଣୀ ହୋଇ କାହିଁକି ରହିଥିଲେ l

ସୁନିତା ଦେବୀ ଟିକେ ଦୁଃଖୀ ହୋଇ କହିଲେ - ମୀରା ର ମାଆ ଆମ ସମସ୍ତିଙ୍କ ଠାରୁ ଏ କଥାକୁ ଲୁଚେଇ ରଖିଥିଲେ l ଆମେ ତ ପ୍ରଥମେ ଏ ସବୁ କଥା କିଛି ବି ଜାଣି ନଥିଲୁ l ହେଲେ ତାଙ୍କର ଦେହାନ୍ତ ହେବାର କିଛି ଘଣ୍ଟା ପୂର୍ବରୁ ସେ ମୀରା ଓ ମୋତେ ତାଙ୍କ ଜୀବନର ସବୁ ସତ ଖୋଲି କହିଦେଇଥିଲେ l ମୀରା ସେତେବେଳେ ପନ୍ଦର ବର୍ଷ ର ଥିଲା l ତେଣୁ ସେ ସବୁ କଥା ଭଲ ଭାବେ ବୁଝିଯାଇଥିଲା l

କେଉଁ ସତ ମା? ମୋତେ ଖୋଲିକି କୁହ- କ୍ରିଷ୍ଣା କହିଲା l

ସେ କଥା ଏବେ ନୁହଁ ସମୟ ଆସୁ ସବୁ କହିବି l କିନ୍ତୁ ହଁ ତୁ ଏ କଥା ତୋ ବାପାଙ୍କୁ କହିବୁନି l ସେ ମୀରା ବିଷୟରେ କିଛି ବି ଜାଣିନାହାନ୍ତି l ସେ ମୀରାକୁ ଚାକରାଣୀ ର ଝିଅ ଭାବି ପସନ୍ଦ କରନ୍ତିନି l -ସୁନିତା ଦେବୀ କହିଲେ l

ଆଉ ହଁ ଆଉ ଗୋଟିଏ କଥା ତୁ ଯଦି ସତରେ ମୀରା କୁ ଭଲ ପାଉଛୁ ତେବେ ତାର ଯତ୍ନ ନେବା ଆଉ ତାର ଖୁସି ବିଷୟରେ ଧ୍ୟାନ ରଖିବା ଏବେ ତୋର କର୍ତ୍ତବ୍ୟ l ଏ କଥା ସୁନିତା ଦେବୀ ବେଡ଼ ରୁ ଉଠିକି ଯାଉ ଯାଉ କହିଗଲେ l

କ୍ରିଷ୍ଣାକୁ ନିଜ କାନ ଉପରେ ଏବେବି ବିଶ୍ୱାସ ହେଉନଥିଲା ଯେ ମୀରା ଏତେ ବଡ଼ ଖାନଦାନ ର ଝିଅ l ସେ ବହୁତ ଥର ପଟ୍ଟନାୟକ ଇଣ୍ଡଷ୍ଟ୍ରି ବିଷୟରେ ଶୁଣିଛି କିନ୍ତୁ କେବେ ଦେଖିନି l ତେଣୁ ସେ ଫୋନ ବାହାର କରି ଗୁଗୁଲ ରେ ସର୍ଚ୍ଚ କରିବାକୁ ଲାଗିଲା l କି ସୁନ୍ଦର ମହଲ l ଫୋଟୋ ରେ ସେ ମି.ପଟ୍ଟନାୟକ ଙ୍କୁ ଦେଖିଲା l ସେ ଆଜି ବହୁତ ବଡ଼ ଭୁଲ କରିଛି ଆଉ ତାରି ପାଇଁ ମୀରା ମନରେ ଦୁଃଖ ଆସିଛି l ଏବେତ ସେ ତାଙ୍କ ଘରକୁ ବି ସକାଳୁ ଆସିନି l ସନ୍ଧ୍ୟା ହେଇ ଆସିଥିବାରୁ ସେ ପୁଣି ଥରେ ମୀରା ଘରକୁ ଯାଇ ତାକୁ କ୍ଷମା ମାଗିବାକୁ ନିଷ୍ପତି ନେଲା l ନିଜ ଗାଡି ବାହାର କଲା ଆଉ ମୀରା ଘର ଆଡକୁ ଚାଲିଲା l

ମୀରା ଏବେ ଘରେ ନଥିଲା l ସେ ଘରେ ତାଲା ପଡିଥିବାର ଦେଖି ବୁଝିଗଲା ଯେ ମୀରା ଏବେ ଟ୍ୟୁସନ ପଢେଇବାକୁ ଯାଇଥିବ l ତେଣୁ ସେ ସେଇଠାରେ ମାନେ ମୀରା ଘର ବାହାରେ ତାର ଆସିବାକୁ ଅପେକ୍ଷା କଲା l

କିଛି ସମୟ ପରେ ନିଜ ଘରକୁ ଫେରିଲା l ନିଜ ଘର ସାମ୍ନାରେ କ୍ରିଷ୍ଣା କୁ ଦେଖି ତାର ସକାଳର କଥା ସବୁ ମନେ ପଡ଼ିଗଲା l ସେ ଟିକେ ବିରକ୍ତ ହୋଇ କ୍ରିଷ୍ଣା କୁ ଅଣଦେଖା କରି ଘରକୁ ଯିବାକୁ ଲାଗିଲା l ତାକୁ ଏମିତି କରୁଥିବାର ଦେଖି କ୍ରିଷ୍ଣା ତାକୁ ପଛରୁ ଡାକିଲା -ମୀରା...

ମୀରା ର କିଛି ପ୍ରତିକ୍ରିୟା ନଥିଲା l

କ୍ରିଷ୍ଣା ପୁଣି ଥରେ ଡାକିଲା - ମୀରା.. ମୀ.. ମୀ.. ମୀରା ପଟ୍ଟନାୟକ l

ଏଥରକ ମୀରା ର ପାଦ ଚାଲୁ ଚାଲୁ ଅଟକି ଗଲା l ସେ ପଛକୁ ବୁଲି ଚାହିଁଲା l କ୍ରିଷ୍ଣା ତାର ଠିକ ସାମ୍ନାରେ ଥିଲା l ସେ କାନ ଧରି ମୀରା ଆଗରେ ଛିଡା ହୋଇଥିଲା l ମୀରା ତାକୁ ଏମିତି ଦେଖି ତା ପାଖକୁ ଆସିଲା ଆଉ ତାକୁ ଟିକେ ପ୍ରଶ୍ନଭରା ଚାହାଣି ରେ ଚାହିଁବାକୁ ଲାଗିଲା l

ମୀରାକୁ ଏମିତି ତାକୁ ଚାହୁଁଥିବାର ଦେଖି କ୍ରିଷ୍ଣା କହିଲା - ଏମିତି କଣ ଚାହିଁଛ ମୀରା l ମୋତେ କ୍ଷମା କରିଦିଅ l ମୁଁ ମୋର ଭୁଲ ବୁଝିସାରିଛି l ମୁଁ ତୁମ ମନରେ କଷ୍ଟ ଦେଇଥିବାରୁ ଦୁଃଖିତ l ମୁଁ ସାମନ୍ତରାୟ ପରିବାର ର ସନ୍ତାନ ହେଇଥାଇପାରେ କିନ୍ତୁ ତୁମ ସାମ୍ନାରେ କାନ ଧରି କ୍ଷମା ମାଗିବାରେ କିଛି ଅସୁବିଧା ନାହିଁ l ମୋତେ କ୍ଷମା କରିଦିଅ l

ମୀରା,କ୍ରିଷ୍ଣାର ଏମିତି କଥା ଶୁଣି ଟିକେ ମୁହଁରେ ହସ ର ଭାବ ଖେଳିଗଲା l ସେ ରାଗିଥିଲା l କିନ୍ତୁ କ୍ରିଷ୍ଣା ର କ୍ଷମା ମାଗିବା ଫଳରେ ସେ ହୃଦୟରୁ କ୍ରିଷ୍ଣା କୁ କ୍ଷମା କରିଦେଇଥିଲା l ସେ କ୍ରିଷ୍ଣା କୁ କହିଲା - କ୍ଷମା ମାଗିବା କିଛି ଦରକାର ନାହିଁ l ତୁମେ ମୋ ବିଷୟରେ ସବୁ ଜାଣିଗଲ ନା l

ନା, ସବୁ କେଉଁଠି l ମା ମୋତେ କେବଳ ଅଧା କଥା କହିଛି l ପୁରା କଥା କହିଲାନି l - କ୍ରିଷ୍ଣା କହିଲା l

ମୀରା ଜାଣିଥିଲା ଯେ ସୁନିତା ମାଆ ପୁରା କଥା କେବେବି କ୍ରିଷ୍ଣାକୁ କହିନଥିବେ l ତେଣୁ ସେ ମନେ ମନେ ସୁନିତା ମାକୁ ଧନ୍ୟବାଦ ଦେଲା l

କ୍ରିଷ୍ଣା, ମୀରାକୁ କିଛି ଭାବୁଥିବାର ଦେଖି କହିଲା - ମୀରା ଆମେ ଦୁହେଁ ପିଲାବେଳର ସାଙ୍ଗ l ତ ଆମେ ଏବେ କାନ ଆଉ ଥରେ ସାଙ୍ଗ ହେଇପାରିବାନି? ହଁ ତୁମକୁ ଯଦି ଆପତ୍ତି ଥାଏ ତ ଠିକ ଅଛି ରହିବାକୁ ଦେଉଛି l କ୍ରିଷ୍ଣା ଟିକେ ଅଲଗା ଅନ୍ଦାଜ ରେ ଏ କଥା କହିଲା l

ମୀରା ହସିଦେଲା ଆଉ କ୍ରିଷ୍ଣା ଆଡକୁ ହାତ ବଢ଼େଇ ଦେଇ କହିଲା ଫ୍ରେଣ୍ଡ୍ସ l

କ୍ରିଷ୍ଣା ତ କେତେବେଳୁ ଏହି କଥାକୁ ଅପେକ୍ଷା କରିଥିଲା l ତେଣୁ ସେ ବିଳମ୍ବ ନ କରି ମୀରା ର ହାତ ସହ ହାତ ମିଳେଇ ଦେଲା l ଆଉ ଦୁହେଁ ହସିବାକୁ ଲାଗିଲେ l

କ୍ରିଷ୍ଣା ଜାଣିଥିଲା ସେ ଦିନେ ନା ଦିନେ ମୀରା ର ହୃଦୟ ଜିତିନେବ l ତେଣୁ ସେ ବନ୍ଧୁତ୍ୱ ରୁ ହିଁ ଭଲ ପାଇବା ର ଗାଡି ଆଗକୁ ବଢେଇବାକୁ ଚାହୁଁଥିଲା l

....କ୍ରମଶଃ.....


Rate this content
Log in

Similar oriya story from Drama