The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Inspirational

3  

Ranjit Sahu

Inspirational

ମିଛ ନ କହୁଥିବା ମଣିଷ

ମିଛ ନ କହୁଥିବା ମଣିଷ

3 mins
12.1K


ରବି ସାରଙ୍କୁ ଲୋକେ ବହୁତ ମାନନ୍ତି I ଆଖ ପାଖ ଚାରିଟା ଗାଆଁରେ ରବି ସାରଙ୍କ ଭଳି ମାଷ୍ଟ୍ର ଥିବାରୁ ସବୁ ପିଲା ମଣିଷ ହୋଇଛନ୍ତି ବୋଲି ସମସ୍ତଙ୍କର ବିଶ୍ଵାସ I ପିଲାମାନେ ମଧ୍ୟ ଯିଏ ଯୁଆଡେ ଯାଇ ଯେତେ ବଡ ମଣିଷ ହୋଇଥିଲେ ବି ଗାଆଁକୁ ଆସିଲେ ସାରଙ୍କ ଘରକୁ ଯାଇ ତାଙ୍କୁ ଦଣ୍ଡବତ କରିବା ନିଶ୍ଚିତ I କେଜାଣି କେମିତ ଅଜବ ମଣିଷଟିଏ ରବି ସାର I ଘର ଆଉ ସ୍କୁଲ ଭିତରେ ଦୁଇଟା ଅଲଗା ମଣିଷ ଦେଖିବାକୁ ମିଳେ I ସ୍କୁଲରେ  ଯେତିକି ରାଗି ଆଉ କୋଠର  ବ୍ୟବହାର ଘରେ ସେତିକି ନରମ ଆଉ ମଧୁର ବ୍ୟବହାର I ପିଲାମାନେ ତାଙ୍କର ଜ୍ଞାନ ଆଉ ଶିକ୍ଷା ପଦ୍ଧତି ପାଇଁ ଯେତିକି ସମ୍ମାନ ଦିଅନ୍ତି ତାଙ୍କର ଅନୁଶାସନ ଲାଗି ସେତିକି ଭୟ କରନ୍ତି I ଅନ୍ୟ ଶିକ୍ଷକଙ୍କ ଭଳି ସାର ଟିଉସନ କରନ୍ତି ନାହିଁ I ବରଂ ବେଳେ ବେଳେ ସ୍କୁଲରେ  ଅଧିକ ସମୟ ରହି ଯାଆନ୍ତି କାହାର କିଛି ଅସୁବିଧା ଥିଲେ ପାଠ୍ୟକ୍ରମରେ, ଅଲଗାରେ ବୁଝେଇବା ଲାଗି I ସାରଙ୍କର ସ୍ତ୍ରୀଙ୍କର ସବୁ ବେଳେ ନାଲିସ, ବେଶୀ ନ ହେଲେ ଜଣେ ଦୁଇ ଜଣ ପିଲାଙ୍କୁ ଟିଉସନ ଦେଲେ ହୁଅନ୍ତା ନାହିଁ? ଦୁର୍ବଳ ପିଲା ମାନେ ମଧ୍ୟ ଉପକୃତ ହୁଅନ୍ତେ ଏବଂ ହାତ  ଖର୍ଚ୍ଚ କିଛିଟା ବାହାରି ଯାଆନ୍ତା ! ଏ ମାସିକିଆ ଦରମାରେ କଣ କୁଟୁମ୍ବ ପୋଷି ହେବ ? କିନ୍ତୁ ସାରଙ୍କର ନୀତି  ସେ ଟିଉସନ କରିବେ ନାହିଁ କି ମିଛ କହିବେ ନାହିଁ I ହେଡମାଷ୍ଟେର ସାର  ଦିନେ ଏମିତି ବିଗିଡି ଯାଇଥିଲେ ସାରଙ୍କ ଯୋଗୁଁ କୌଣସି କାରଣରୁ ଏବଂ କହିଥିଲେ, "ରବି ଏତେ ସଚ୍ଚଟ ହୁଅ ନାହିଁ, ଦୁନିଆଁ ଲୋକ ଗିଳି ଦେବେ  I ଗାନ୍ଧିଜୀଙ୍କୁ ପରା ପୁଣି ହତ୍ୟା କରାଯାଇଅଥିଲା ଆଉ ମାର୍ଟିନ ଲୁଥେର କିଙ୍ଗଙ୍କୁ ମଧ୍ୟ I" ସେଦିନ ରବି ସାର କିଛି ଉତ୍ତର ଦେଇନଥିଲେ I ସ୍କୁଲରେ ନିଜ ବସିବା ସ୍ଥାନରେ ଥିବା ଗାନ୍ଧୀଙ୍କର ତିନିଟା ମାଙ୍କଡ଼ର ମୂର୍ତ୍ତିକୁ  ନିଜ ଧୋତିରେ ଆଉ ଟିକେ ଭଲକି ପୋଛି ଧୂଳି ସଫା କରିଦେଇଥିଲେ I ହେଡମାଷ୍ଟର ସାର ବୁଝିଗଲେ I 

ରବି ସାରଙ୍କର ଜଣେ ବନ୍ଧୁ କୁଆଡେ ସାରଙ୍କୁ ସେହି ମୂର୍ତ୍ତି ଉପହାର ଦେଇଥିଲେ ଯେତେ ବେଳେ ସିଏ ଆସିଥିଲେ ତାଙ୍କୁ ଭେଟିବାକୁ  I ସାରଙ୍କର  ଗାନ୍ଧିବାଦୀ ଆଚରଣ ଦେଖିକି ମୁଗ୍ଧ ହୋଇ ଯାଇଥିଲେ ଆଉ କହିଥିଲେ, " ଏମିତି ମିଛ ନ କହୁଥିବା ମଣିଷଟିଏ ପ୍ରଥମ ଥର ପାଇଁ ଦେଖିଲି ମୁଁ I ଏହି ମୂର୍ତ୍ତିଟି ମୋ ପାଖରେ ଶୋଭା ପାଉନି କି ସମ୍ମାନ ପାଉନି, ଏହା ତୁମ ପାଖରେ ରହିବା ଯୋଗ୍ୟ I ସାର ମୂର୍ତ୍ତିଟି ଆଣି ନିଜ ଅଫିସର ମେଜ ଉପରେ ରଖିଥାଆନ୍ତି I ଯଦି କୋଉ ଛାତ୍ର ମିଛ କହିଲା ସାର ତୁରନ୍ତ ଶାସ୍ତି ଦିଅନ୍ତି ଆଉ କୁହନ୍ତି, "ସିଧା ମର୍କଟ ସଂଖ୍ୟା ତିନିର ଅବତାରରେ ପରିବର୍ତ୍ତନ ହୁଅ !" ପିଲାଟି ବୁଝିଯାଏ ଆଉ ପାଟିରେ ହାତ ରଖି ବଳକା ପିରିଏଡ଼ ଚୁପଚାପ ବସି ରହିବାକୁ ବାଧ୍ୟ ହୁଏ I ସେହି  ପ୍ରକାରରେ ଅନ୍ୟ ପ୍ରକାର ଦୁଷ୍ଟମୀ ଲାଗି ସାର ଅନ୍ୟ ମାଙ୍କଡଙ୍କ ରୂପ ନେବାକୁ କୁହନ୍ତି I ସ୍କୁଲ ସରିଲା ପରେ ପିଲାମାନେ ଘରକୁ ଫେରିଲା ବେଳେ ଆଲୋଚନାର ବିଷୟ କିଏ କେଉଁ ଦିନ କୋଉ ମାଙ୍କଡ ହୋଇଥିଲା I 


ସାରଙ୍କ ଘରେ ପ୍ରବେଶ କରୁ  କରୁ ଅନେକ ସ୍ମୃତି ସବୁ ସତେଜ ହୋଇ ଉଠିଲା I ଚାକିରୀ ଜୀବନ ସରିଲା ପରେ ସାର ଗାଆଁରେ ହିଁ ବସବାସ କରୁଛନ୍ତି I ଗୁରୁମା ଦୁଆର ଖୋଲିକି ଖୁସି ହୋଇଗଲେ ମୋତେ ଦେଖିକି I 

ପ୍ରଣାମ କଲା ପରେ ମୋ ପ୍ରଶ୍ନ ପଚାରିବା ପୂର୍ବରୁ ନିଜେ ହିଁ ଉତ୍ତର କହିଦେଲା, " ସାର ନିଜ ରୁମରେ ଅଛନ୍ତି I ତୁ ଚାଲେ ମୁଁ ବାହାରେ ବାଡ଼ିରେ ଥିବା ମୋର ଚୌକିଟି ଆଣି ଦଉଛି ତୋର  ବସିବା ଲାଗି Iଶୁଣିଲି ତୁ ଆଉ ତଳେ ବସି ପାରୁନୁ ଅସୁସ୍ଥତା ଯୋଗୁଁ "ମୁଁ ଆଶ୍ଚର୍ଯ୍ୟ  ହୋଇ ପଚାରିଲି, "ମାନେ ସାର କଣ ଏବେ ମଧ୍ୟ ସପ ଉପରେ ବସୁଛନ୍ତି? ଚୌକି ଟେବୁଲ କିଛି କରି ନାହାନ୍ତି?"

"ନା ସିଏ କିଛି ମଧ୍ୟ କରି ନାହାନ୍ତି, କିନ୍ତୁ  ପିଲା ଦୁଇଜଣଙ୍କୁ ଭଲ ମଣିଷ  କରିଛନ୍ତି I ସେଇଥିରେ ମୋର ଖୁସି,"ଗୁରୁମା କହିଲେ I 

" କିନ୍ତୁ ଆପଣ ଚୌକି ଆଣିବା ଦରକାର ନାହିଁ, ସାର ତଳେ ବସିବେ ଆଉ ମୁଁ କଣ ଉପରେ ବସିବି ?" ଘଡ଼ିଏ ଖଣ୍ଡେ ବସିବି ସେତିକି ସମୟ ପାଇଁ ଚଳିବ I ରକ୍ତଚାପ ଆଉ ମଧୁମେହର ଅସୁସ୍ଥତା ଯୋଗୁଁ ଅଧିକ ସମୟ ସିନା ତଳେ ବସି ପାରେନି," ମୁଁ କହିଲି I 

ମୋତେ ଦେଖି ସାର ବହୁତ ଖୁସି ହୋଇଗଲେ I ଗାଆଁର ସମସ୍ତଙ୍କୁ କୁଆଡେ କୁହନ୍ତି, 'ବିମଳଟା ଭଲ ମଣିଷଟିଏ  ହେଲା, ମୋର ତ ସବୁ ବେଳେ ବିଶ୍ବାସ ଥିଲା I ଲୋକ ମାନେ ତାକୁ ଦୁଷ୍ଟ ବୋଲି କହିଲେ କଣ ହେବ? କେତେ ବଡ ଅଫିସର ହୋଇଛି ଆଜି !"

ତାଙ୍କ ଚାକିରୀ କାଳରେ ବୋଧହୁଏ ମୁଁ ସବୁଠାରୁ ଅଧିକ ମାଙ୍କଡ ହୋଇଛି !

"ଚୌକିଟିଏ ଆଣୁନ," ସାର ଡାକ ଦେଲେ  I 

"ମୁଁ ମନା କରିଛି  ଚୌକି ଲାଗି I  ଆପଣ ତଳେ ବସିବେ ଆଉ ମୁଁ କଣ ଉପରେ ବସିବି?" ମୁଁ କହିଲି  I 

"ମୁଁ ପରା ମୋ କର୍ମର ଫଳ ଭୋଗୁଛି I ତୁମ୍ଭମାନଙ୍କୁ  ସବୁ ବେଳେ ତଳେ ମାଙ୍କଡ କରୁଥିଲି ତେଣୁ ଆଜି ମୁଁ ମାଙ୍କଡ ହୋଇ ତଳେ ବସୁଛି I ତୁମେ ସବୁ ବଡ ଅଫିସର ହେଲଣି ଚୌକି ନ ହେଲେ ଚଳିବ କି? ଅଫିସରଟିଏର  ସତ୍କାର କରିବାକୁ ଦେ ମୋତେ, " ସାର କହିଲେ ବୁକ କେସ ପାଖରେ ଥିବା ତିନିଟି ମାଙ୍କଡଙ୍କ ମୂର୍ତ୍ତି କୁ ଦେଖେଇକି I ସେହି ତିନିଟି ମାଙ୍କଡଙ୍କର ମୂର୍ତ୍ତି ବୋଧେ ସାରଙ୍କର ଚିର ଦିନର ସାଥି, ଚାକିରୀ ଜୀବନ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ମଧ୍ୟ !

" ନା ସାର, ଆଜି ମଧ୍ୟ ମୁଁ ମାଙ୍କଡ ବସିବି ଆପଣଙ୍କ ପାଖରେ, ଆଉ କହିବାକୁ ଗଲେ, ଆଜି ଏହି  ଦୁନିଆଁରେ  ଚୌକିଟିଏ ନାହିଁ ଯେଉଁଥିରେ ମିଛ ନ କହୁଥିବା ମଣିଷଟିଏ ବସି ପାରିବ," ମୁଁ କହିଲି, "ତେଣୁ ସପ ଉପରେ ବସି ମଧ୍ୟ ଆପଣ ବହୁତ ଉଚ୍ଚ ଜାଗାରେ ବସିଛନ୍ତି I"

"ତୁ ବହୁତ ଚାଲାକ କଥା କହି ଶିଖିଗଲୁଣି," କହିଲେ ସାର ଆଉ ମୋ ମୁଣ୍ଡଟିକୁ ଆଉଁସି ଦେଲେ  I 


Rate this content
Log in

Similar oriya story from Inspirational