Ashis Kumar Swain

Inspirational

5.0  

Ashis Kumar Swain

Inspirational

ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ

ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ

1 min
395


ଅନ୍ୟକୁ ବିଚାରକରି ସମୟ ନଷ୍ଟ କରିବା ଅପେକ୍ଷା ନିଜେ ଚାହୁଁ ଥିବା କାର୍ଯ୍ୟଟିକୁ ଆରମ୍ଭ କରିବା ସର୍ବାଦୌ ଗ୍ରହଣୀୟ । କଠିନ ପରିଶ୍ରମ , ଅଭ୍ୟାସ,ବିଶ୍ୱାସ, ନିଷ୍ଠା, କୌଶଳ ଓ ସାହସ ଆଣିଦିଏ ଜୀବନରେ ସଫଳତା । ଦିନେ ସାଇକେଲ ଖଣ୍ଡିଏ ଧରି ରାସ୍ତାରେ ଯାଉଥାଏ । ଦୂରରୁ ଦେଖିଲି ଗୋଟିଏ ବାଇକ୍ ଟି ଭଙ୍ଗା ଅବସ୍ଥାରେ ପଡ଼ିଛି ମଝି ରାସ୍ତାରେ । ତାରି ପାଖରେ କିଛି ଲୋକ ରୁଣ୍ଡ ହୋଇଛନ୍ତି । ମୋତେ ଟିକେ ସନ୍ଦେହ ଲାଗିଲା ।


ମୁଁ ସେହି ଜାଗାକୁ ଯାଏ ଦେଖେ ଲୋକଟି ରକ୍ତରେ ଯୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡ଼ିଛି । ସମସ୍ତେ ଅବାକ୍ ହୋଇ ଚାହିଁ ରହିଥାନ୍ତି । କେହି ବି ବଞ୍ଚାଇବାକୁ ଯାଉନଥାନ୍ତି କାରଣ କୋର୍ଟ, ଥାନା ଓ ପୋଲିସ୍ କୁ ଭୟ ଥାଏ । ମୁଁ କିନ୍ତୁ ଏ ଦୃଶ୍ୟ ଦେଖି ରହିପାରିଲିନି । ରୋଗୀ ବୁହାଯାନକୁ ଡାକି ତାରି ସାଙ୍ଗରେ ଚିକିତ୍ସାଳୟକୁ ଗଲି । ସଙ୍ଗେ ସଙ୍ଗେ ତାର ଅସ୍ତ୍ରୋପଚାର ହେଲା । ଅସ୍ତ୍ରୋପଚାର ମଧ୍ୟ ସଫଳ ହେଲା । ଡାକ୍ତର ଜଣଙ୍କ ପିଠିକି ଥାପୁଡାଇ ସାବାସ କହିକି ଚାଲିଗଲେ । ସେଦିନ ଯଦି ମୁଁ ପୋଲିସ୍, ଥାନା ଓ କୋର୍ଟକୁ ଡରିଥାନ୍ତି ।ହୁଏତ ସେ ଲୋକଟି ଆଉ ନଥାନ୍ତା । ସାହସ ବାନ୍ଧି ଠିକ୍ ସମୟରେ ନେଇ ଚିକିତ୍ସା କରାଇବାରୁ ଜୀବନଟି ବଞ୍ଚିଗଲା । ସେହିଦିନଠାରୁ ସମାଜସେବା ପ୍ରତି ମୋର ଆଗ୍ରହ ଓ ଉତ୍ସାହ ବଢିଲା । ମୁଁ ଭାବେ ମୋ ଜୀବନର ଏ ହିଁ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ।


Rate this content
Log in

Similar oriya story from Inspirational