STORYMIRROR

Dipti lekha Mishra

Inspirational Others

3  

Dipti lekha Mishra

Inspirational Others

ମହାକାଶଚାରୀ

ମହାକାଶଚାରୀ

1 min
343

ଘଂଚ ଜଙ୍ଗଲରେ ତିନିଜଣ ଆଦିବାସୀ ରହୁଥିଲେ ।ସେମାନେ ଆକାଶକୁ ଦେଖି ଗପସପ ହେଉଥିଲେ କି ଆମେ ଆମ ପିଲାଙ୍କୁ ଅନ୍ତରୀକ୍ଷକୁ ପଠାଇଲେ ଭାରି ମଜା ହୁଅନ୍ତା ।ରାତି ହୋଇଥିବାରୁ ନିଆଁ ଧରି ବସିଥିଲେ ।ବହୁତ ସମୟ ଏମିତି ବିଭିନ୍ନ ସ୍ବପ୍ନ ଦେଖି ଦେଖି ଘରକୁ ଫେରନ୍ତି ।ଦିନେ ପୁଣି ଆକାଶରେ ମେଘଖଣ୍ତ ଦେଖି ଦେଖି କଥା ହେଉଥିଲେ ଆମ ପିଲାଙ୍କୁ ଆମେ ଏ ସୁବିଧାରୁ ବଂଚିତ କରିବାନି।

ହଠାତ୍ ଅନ୍ତରୀକ୍ଷରୁ ଖସିଆସିଲେ ଜଣେ ମହାକାଶଚାରୀ ।ତାଙ୍କୁ ଦେଖି ଚମକି ପଡିଥିଲେ ତିନଜଣ ।

ଆରେ ୱା ତୁମେ କେତେ ସୁନ୍ଦର ଦିଶୁଛ। ତୁମ ନାଁ କଣ ?ତୁମେ ଏକା କେମିତି ଆସିଲ ?ଏମିତି ବହୁତ ପ୍ରଶ୍ନ ପଚାରି ପଚାରି ଖୁସି ହେଉଥାନ୍ତି ।ମହାକାଶଚାରୀ କହିଲେ ବନ୍ଧୁଗଣ ତୁମେ ମୋତେ ଦେଖି ଆଶ୍ଚର୍ଯ୍ୟ ହେଉଛକି ?ନାଇଁ ନାଇଁ ଆମେ ଏତେ ଖୁସି ତୁମେ ଚିନ୍ତା କରିପାରିବନି ।ଆମ ପିଲାଙ୍କୁ ତମଭଳି କରିବାକୁ ଚାହୁଁଛୁ ।

ମହାକାଶଚାରୀ କହିଲେ ଆରେ ୱା ଏୟା ତ ଭଲ ଖବର ।ତୁମେ ଘରେ କଥାବାର୍ତ୍ତା ହୁଅ ଆଉ ଏ କାମ ପାଇଁ ପିଲାଙ୍କୁ ପ୍ରେରଣା ଦିଅ ।ଆଦିବାସୀ ହେଲେ କଣ ହେଲା ଚିନ୍ତାଧାରା ବହୁତ ଉତ୍ତମ ।

ସମସ୍ତେ ଖାଲି ଡାକ୍ତର ,ଇଞିନିୟର,ଶିକ୍ଷକ ହେବା ଚିନ୍ତା କଲେ ଦେଶର ଉନ୍ନତି ହେବନି ।ପାଇଲଟ୍ ,ସୈନିକ,ମହାକାଶଚାରୀ ହେବା ବି ଆବଶ୍ୟକ ବୋଲି ଆଦିବାସୀ ମାନେ ସମସ୍ତଙ୍କୁ ବୁଝାଇଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational