STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମହାଦାନୀ ବୃକ୍ଷ

ମହାଦାନୀ ବୃକ୍ଷ

2 mins
168


ଗଛ ଆମର ଜୀବନ, ଗଛ ଆମକୁ ସବୁ କିଛି ଦେଇଛି । ହେଲେ ତା ପ୍ରତି ବଦଳରେ ସେ ପାଇଛି କଣ ? ଆମେ ଗଛର ମହତ୍ତ୍ବ ବୁଝିବା । ଉକ୍ତ ଗଳ୍ପଟି ଗଛକୁ ନେଇ ହୋଇଛି । 


ସୁଦୂର ରାମପୁର ଗାଁରେ ସୁଦାମର ଘର । ସୁଦାମ ଘରେ ଗୋଟିଏ ବୋଲି ପୁଅ । ପିଲା ଟି ଦିନୁ ଭାରି ସଂସ୍କାରି । ବାପା ମା ସବୁ ବେଳେ ପିଲାଟିକୁ ଉପାଦେୟ କଥା କୁହନ୍ତି । ଦିନଙ୍କର ଘଟଣା, ପିଲାଟି ଏକ ଆମ୍ବ ଗଛ ମୂଳେ ପଢିବା ପାଇଁ ବସିଥାଏ । ହଠାତ ହରି ନାମକ କାଠୁରିଆ ସେ ଦିନ କୋଉଠି କାଠ ନ ପାଇ ସୁଦାମ ଘର ଆଗରେ ଥିବା ଗଛକୁ କାଟିବା ପାଇଁ ମନ ବଳାଇଲା । ସୁଦାମ କହିଲା 'କାଠୁରିଆ ଭାଇ, ତୁମେ କାହିଁକି ଆସିଛ ? କାଠୁରିଆ କହିଲା ସେ କାଠ ବିକି ତା ପରିବାର ଚଳାଏ ।'


ସୁଦାମ ପ୍ରଥମେ ମନା କରିଲା, ହେଲେ କାଠୁରିଆର ଏକା ଜିଦିଖୋର ଥିଲା ସେ ଗଛ କାଟିବାକୁ ଜିଦ୍ କରିଲା । ସୁଦାମ ଏଥିରେ ରାଜି ହେଲାନି। ଶେଷରେ ସୁଦାମ କୁ ରାଗି କି ନାଲି ଆଖି ଦେଖାଇଲା। କିନ୍ତୁ ସୁଦାମ କହିଲା ମୋ ଜୀବନ ପଛେ ଯାଉ କିନ୍ତୁ ଗଛ କାଟିବାକୁ ମୁ ଦେବି ନାହିଁ। ସୁଦାମ କହିଲା ଭାଇ ମୋ ପିଲା ବେଳ କଥା ମୁଁ ତୁମକୁ କହୁଛି, ଦିନେ ମୋ ମା ଗଛରେ ପାଣି ଦେବାକୁ ମୋତେ କହିଲେ କିନ୍ତୁ ମୁଁ ଦେଲି ନାହିଁ ଶେଷରେ ଗଛଟି ମରି ଗଲା । ମୋ ମା ଭାରି ଦୁଃଖ କଲେ ମୁଁ ଏହାର କାରଣ ପଚାରିଲି, ସେ ମୋତେ ବୁଝାଇ କହିଲେ ମଣିଷ ଶକ୍ତି ପାଇବା ପାଇଁ ଫଳ ପନିପରିବା ଦରକାର। ତାହା ଆମକୁ ବିଭିନ୍ନ ଗଛ ଦେଇ ଥାଏ । ମଣିଷ ବଞ୍ଚିବା ପାଇଁ ଅମ୍ଲଜାନ୍ ଗଛ ଆମ କୁ ସବୁବେଳେ ଦିଏ । ଯଦି ଗଛ ନ ରହିବ ଆମେ ଏ ସବୁ କୋଉଠୁ ପାଇବା।


ଗଛ ଆମର ଭାରି ଉପକାରୀ ତାର ଯତ୍ନ ଆମେ ନେବା । ସବୁ ବୃକ୍ଷ ରୁ ଔଷଧ ମିଳେ । ତୁଳସୀ,ବେଲ, ହରଡା ,ବାହାଡା,ଅଁଳା ଏମିତି କେତେ ଓଷଧୀୟ ବୃକ୍ଷ ରହିଅଛି । ତା ପରେ ମୋ ମା ମୋତେ ରାମାୟଣ କଥା କହିଲେ, ଯେତେ ବେଳେ ଲକ୍ଷ୍ମଣଙ୍କ ଶକ୍ତି ଭେଦ ହୋଇଥିଲା । ସେତେବେଳେ ହନୁମାନ ବିସଲ୍ୟାକରଣି ଆଣି ଥିଲେ, ତେଣୁ ବୃକ୍ଷ ସବୁବେଳେ ଆମ ଉପକାରୀ । ତାର ଯତ୍ନ ନେବା ଆମର କର୍ତ୍ତବ୍ୟ।


ପୁଣି ମୁଁ ଏକଥା ବି ଗୁରୁ ଜନ ମାନଙ୍କଠୁ ଶୁଣିଚି ବୃକ୍ଷଟିଏ ଲଗାଇବା ଯାହା ଗୋଟିଏ ସୁ ସନ୍ତାନ୍ ଜନ୍ମ ଦେବା ତାହା । ଗଛ ଶିବଙ୍କର ରୂପ ଅଟେ, ଶିବ ଯେପରି ନିଜେ ବିଷ ପାନ କରି ଅମୃତକୁ ତ୍ୟାଗ କଲେ । ଗଛ ମଧ୍ୟ ଆମକୁ ଅମ୍ଲଜାନ ଦେଇ ନିଜେ ଅଙ୍ଗାରକାମ୍ଲ ନେଇ ଥାଏ।


ହେ କାଠୁରିଆ ଭାଇ ତୁମେ ଯେଉ ଗଛ ଦେଖୁଛ ସେ ଗଛ ଆମରି ପୂର୍ବ ପୁରୁଷ ଲଗାଇ ଥିଲେ । ଏ ଗଛ ଆମକୁ ଛାଇ ଦିଏ । ଏଗଛ କେତେ ସୁଖ ଦୁଃଖ ଆମର ଦେଖିଚି। ତାର ବି ଜୀବନ ଅଛି, ସେ ତା ନିଜ ପାଇଁ ବଞ୍ଚି ନାହିଁ ରହିଛି ସଭିଙ୍କ ମଙ୍ଗଳ କରିବା ପାଇଁ । ତେଣୁ ମୁଁ ତୁମକୁ ଗଛ କାଟିବାକୁ ଦେବି ନାହିଁ, ଏକଥା ଶୁଣି ଲୋକଟି ଗଛ ଟିକୁ ନ କାଟି ଚାଲିଗଲା । ପିଲା ଟି ତାର ଜୀବନ ସାରା ଗଛ ସବୁ ଆଡ଼େ ଲଗାଇଗାଁ ର ନା ରଖିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational