Neelamadhab Rath

Abstract Fantasy

3  

Neelamadhab Rath

Abstract Fantasy

ମେରେଜ୍ ଏନିଭର୍ସରି

ମେରେଜ୍ ଏନିଭର୍ସରି

2 mins
40


 ଶ୍ରୀମତି ସକାଳୁ ସକାଳୁ ଡ୍ରେସିଂ ଟେବୁଲ୍ ରେ ସଜେଇ ହଉ ହଉ କଅଁଳେଇ କହିଲେଣି,ଜଲଦି ଉଠ ମୁନା ମୁନିଙ୍କୁ ସ୍କୁଲକୁ ଛାଡିବ, ମାର୍କେଟ ଜିବ ।

     ଅନ୍ୟଦିନ ଅପେକ୍ଷା ମିତାଲିର ସାଜ ସଜ୍ଜାଟା ଟିକେ ଅଲଗା ଅଲଗା ଲାଗୁଥିଲା ଖୁବ୍ ସୁନ୍ଦର ଲାଗୁଥିଲା । କାରଣଟା କଣ ବୁଝିଲା ବେଳକୁ ମିତାଲି ସଉଦାର ଲିଷ୍ଟ ଗୋଟେ ବଢେଇ ଦଲେ ଆଉ କହିଲାଣି, ଆଜି ପରା ମେରେଜ ଏନିଭର୍ସରି । ଆମେ ବାହା ହୋଇ ଦଶ ବର୍ଷ ପୁରିଲା ଗୋଟେ ଭୋଜି ହବ । 20/30 ଜଣଙ୍କ ଛୋଟ ଏରେଞ୍ଜମେଣ୍ଟ । ଶ୍ରିମତୀଙ୍କ ମୁହଁରେ ଗୋଟେ ହର୍ଷ ପ୍ରଶନ୍ନ ଭାବ ଦେଖି ମନଟା ଉତଫ୍ରୁଲ୍ଲିତ ହୋଇଉଠୁଥିଲା । ହଁ , ନହେବବା କାହିଁକି ! ଖୁବ୍ ସରଳ , ଶୁଶୀଳ ମୋ ଶ୍ରିମତୀ ମିତାଲି । ଓଡିଆ ଘରର ବୋହୁଟିଏ । ବାହା ହେବାଦିନୁ କୌଣସି ଡିମାଣ୍ଡ କରେନାହିଁ ବାସ୍ ମେସିନ୍ ଟିଏ ସଞ୍ଜ ସକାଳ ଏକ କରି ଘରକାମରେ ବ୍ୟସ୍ଥ । ବାପା ମାଁଙ୍କର ଯତ୍ନ ଠାରୁ ଆରମ୍ଭ କରି ମୁନା ମୁନିର ଦେଖାଶୁଣା କୌଣସିରେ ହେଳା ନାହିଁ । ନିଜକୁ ନିଜେ ଭାଗ୍ୟବାନ ଭାବିଥାଏ ମିତାଲିକୁ ପାଇ ।

     ସାହି ପଡିଶା ସ୍ତ୍ରୀ ଲୋକବି ମିତାଲିକୁ ଖୁବ୍ ଭଲ ପାଆନ୍ତି ସତେ ଯେମିତି ଭଲ ସାଙ୍ଗଟିଏ । ହେଲେ ସେମାନଙ୍କ ପରି ଆଧୁନିକତାର ଛାପ ମିତାଲି ପାଖରେ ନଥାଏ ।

ଗତ ରବିବାର ଦିନ ମିତାଲିର ସାଙ୍ଗ ମନିଷା ତାଙ୍କ ସେକେଣ୍ଡ ଏନିଭର୍ସରି ଆମକୁ ବି ଘରକୁ ତା ଡାକିଥାଏ.....। ମନିଷା କିନ୍ତୁ ମିତାଲି ପରି ଏତେ ସରଳ ଆଉ କ୍ଲାସିକ୍ ନୁହଁ ଆଧୁନିକତାର ଚାକଚକ୍ୟ ତାଠାରେ ବେଶ୍ ଝଲସୁଥାଏ । ଭଲ ପାର୍ଟିଟାଏ ଏରେଞ୍ଜ କରିଥିଲା । ସାହି ପଡିଶା ଆସିଥିଲେ ଡିନେର ପାର୍ଟିକୁ। ସମସ୍ତେ ଗୋଟେ ଗିଫ୍ଟ୍ ଆଣି ଆସିଥିଲେ । ଏନିଭର୍ସରି ପାଇଁ ଗୋଟେ ବଡ କେକ୍ ବୋଳାବୋଳି ହେଲେ । କେଣ୍ଡେଲ୍ ବି ଲିଭାହେଲା । ଡିନେର ପାର୍ଟିରେ ଚିକେନ୍ ବିରିୟାନୀ, ଛଣା ମାଛ, ଚିକେନ୍ ପକୋଡା, ମଟନ୍ କିମା, ଚାଧ୍ ଗୁପ୍ ଚୁପ୍ , ଫ୍ରୁଟ୍ସ ସାଲାଟ୍, ଫ୍ରସମ୍ପେନ୍, ବିଅର, ଡାନ୍ସ ନାଇଟ୍ ଇତ୍ୟାଦିର ମଜା ସମସ୍ତେ ଉଠାଇ ରାତି ଅଧରେ ଘରକୁ ଫେରିଥିଲେ । ହେଲେ ସବୁ ସରିଗଲା ପରେ ଘରଟା ଖାଁ ଖାଁ ଏକା ରହିଯାଥିଲେ ମନିଷା ଆଉ ତା ହଜବେଣ୍ଟ ସୁରଜ୍ । 

     ମିତାଲିର ସେସବୁ ରେ ବିଲକୁଲ୍ ଆଗ୍ରହ ନାହିଁ । ଖାଲି ତା ସାହି ପଡିଶାକୁ ଡାକିଦିଏ ଲଞ୍ଚ ପାଇଁ । କେକ୍ ଫେକ୍ କିଛି କଟାହବନି ...,ସକାଳୁ ମନ୍ଦିର ଦର୍ଶନ ଆଉ ସନ୍ଧ୍ୟାରେ ପୁଅଝିଅଙ୍କୁ ଧରି କିଛି ସମୟ ପାର୍କ ବୁଲିବା ରେ ସିମୀତ ରହେ । ବୁଝି ହୁଏନି ସତରେ.... ଏ ଏନିଭର୍ସରିଟା କାହାପାଇଁ କଣ ମାଇନା ରଖେ । ଏହାର ତତ୍ପର୍ଯ୍ୟଟା କଣ ????



Rate this content
Log in

Similar oriya story from Abstract