Trupti Paikaray

Comedy Inspirational

3  

Trupti Paikaray

Comedy Inspirational

ମଡର୍ଣ୍ଣ ରାଜାରାଣୀ କାହାଣୀ "ମଡର୍ଣ୍ଣ ରାଜାଙ୍କ ମଡର୍ଣ୍ଣ ରୋଗର ଚିକିସ୍ଛା" (ଭାଗ-୨)

ମଡର୍ଣ୍ଣ ରାଜାରାଣୀ କାହାଣୀ "ମଡର୍ଣ୍ଣ ରାଜାଙ୍କ ମଡର୍ଣ୍ଣ ରୋଗର ଚିକିସ୍ଛା" (ଭାଗ-୨)

4 mins
7.5K


'ମଡର୍ଣ୍ଣ ରାଜାରାଣୀ କାହାଣୀ'

"ମଡର୍ଣ୍ଣ ରାଜାଙ୍କ ମଡର୍ଣ୍ଣ ରୋଗର ଚିକିସ୍ଛା"

(ଭାଗ-୨)

ଏହି କିଛିଦିନ ହେବ, ରାଜମହଲରେ ଦୁଃଖର ଛାଇ ଖେଳିଯାଇଛି, କାରଣ ହଟାତ ମହାରାଜ ମୟୂରରାଜ ଅସୁସ୍ଥ ହୋଇପଡିଛନ୍ତି I ମହାରାଜଙ୍କ ବୃଦ୍ଧ ପିତୃଦେବ "ଦେବରାଜ" ଆଉ ବୃଦ୍ଧI ମା' "ଦେବୀକା ରାଣୀ" ପୁତ୍ର ପାଇଁ ଚିନ୍ତିତ l କିଛିଦିନ ହେବ ମୟୁରରାଜ, ଡାହାଣ ହାତ, କାନ୍ଧ ଆଉ ଶରୀରର ଡାହାଣ ପାର୍ଶ୍ଵରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଛନ୍ତି I ତା’ଛଡ଼ା ଗୋଡ଼ରେ, ଗୋଟେ ଜାଗାରେ ପଡି କିଛି ଖଣ୍ଡିଆ ହେଇଯାଇଛି, ଆଉ ସେଇଟା ବି କମିବାର ନାଁ ଧରୁନି I  ମୁହଁରେ ବି ଟିକେ କଷ୍ଟ ହେଉଛି, ଠିକରେ ମୁହଁ ବୁଲେଇ ସେ କୁଆଡେ ଚାହିଁପାରୁନାହାନ୍ତି  I  ଏସବୁ ଦେଖି ସମସ୍ତେ ଚିନ୍ତାରେ I  ରIଜାଙ୍କ ପିତାମାତା, ସମସ୍ତ ମନ୍ତ୍ରୀ ଲାଗିପଡ଼ିଲେ ବୈଦ୍ୟମାନଙ୍କୁ ଡାକିବାରେ I ଏମାନେ ସେଇ “ପୁରୁଣା ରାଜବୈଦ୍ୟ ମାନଙ୍କର ମର୍ଡନ ଭର୍ସନ” I ରାଜାଙ୍କ ପିତା ହେଲେ ଜଣେ ବିଶିଷ୍ଟ ଶିଳ୍ପପତି, ସେ ଇଲାକାରେ ଖୁବ ଜଣାଶୁଣା, ସେ ଘରେ ଘରେ ପରିଚିତ I  ଗୋଟେ କଲରେ ୫ ଟା ଡାକ୍ତର ପହଞ୍ଚିଗଲେ I

ମୟୁରରାଜ ନିଜ ଦାମିକା ଖଟ ଉପରେ ଶୋଇ ରହିଥାନ୍ତି, ଏ.ସି ସାଙ୍ଗକୁ ବଡ ସ୍କ୍ରିନ୍ରର ଗୋଟେ ଟି.ଭି ଆଉ ବିଭିନ୍ନ ଫଳମୂଳ, ସବୁର ବ୍ୟବସ୍ଥା ଥାଏ, ଯେମିତି ରାଜାଙ୍କୁ ଟିକେ ବି କଷ୍ଟ ହେବନି I ରାଜା ତାଙ୍କ ବାପାମା'ଙ୍କର ଗୋଟେ ମାତ୍ର ପୁଅ, ସେଥିପାଇଁ ସେମାନେ ରାଜାଙ୍କୁ ନିଜ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି I ରାଜାଙ୍କ ଦେହ କେମିତି ଜଲ୍ଦି ଠିକ ହେବ ସେଥିପାଇଁ ସେମାନେ ସହରର ସବୁ ଡାକ୍ତରମାନଙ୍କୁ ଡାକିସାରିଥିଲେ I

 

ତାପରେ ରାଜମହଲ ସାମନାରେ, (ମାନେ ରାଜାଙ୍କ ୫ ମହଲା ବିଲଡିଂ ଯେଉଁଠି ଲନ, ସ୍ଵଇମିଙ୍ଗ ପୁଲ, ଗାର୍ଡେନ, ଟେନିସ କୋର୍ଟ କଣବା ସେଠି ନାହିଁ) ଗାଡିର ଲମ୍ବା ଲାଇନ, କାରଣ ଗୋଟେ ପରେ ଗୋଟେ ଡାକ୍ତର ପହଞ୍ଚିଗଲେ I ଗୋଟେ ଡାକ୍ତର ଦେଖିଲେ କାଳେ ଜାଣିପାରିବନି ଠିକରେ, ସେଥିପାଇଁ ମିନିମମ ୬୦ ଡାକ୍ତର I ସମସ୍ତଙ୍କୁ ବସିବାକୁ କୁହାଗଲା, ତାପରେ ଜଣଙ୍କ ପରେ ଜଣେ ଡାକ୍ତର ରାଜାଙ୍କ କୋଠରୀ ଭିତରକୁ ଗଲେ ଚେକ-ଅପ ପାଇଁ I ରାଜାଙ୍କ ପାଖରେ ତାଙ୍କ ପିତାମାତା ଜଗିରହିଥାନ୍ତି I ଏମିତି ଗୋଟେ ପରେ ଗୋଟେ ଡାକ୍ତର ଗଲେ, କିଏ ମେଡ଼ିସିନ ଲେଖିଲା, କିଏ କିଛି ଟେଷ୍ଟ କରିବାକୁ ଲେଖିଦେଲେ, କିଏ ଆସିଲେ କିଛି ବ୍ଲଡ଼ନେଇ ପରୀକ୍ଷା କରିବାକୁ ଗଲେ I ଏମିତି ଭିତରେ ଜଣେ ଡାକ୍ତର ଆସିଲେ, ସେ ରାଜ୍ୟରେ ଭାରି ତାଙ୍କର ନାଁ, ସେ ରୋଗୀମାନଙ୍କୁ ଭାରି ଭଲ ବ୍ୟବହାର ଦେଖାନ୍ତି, ସେମାନଙ୍କ ସହ ସାଙ୍ଗପରି ମିଶି ରୋଗର ମୂଳକାରଣ ଖୋଜିପାଇବାକୁ ବିଭିନ୍ନ ପ୍ରଶ୍ନ ପଚାରନ୍ତି I ରୋଗର ପ୍ରକୃତ କାରଣ ଖୋଜି ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାପରେ ଉଚିତ ମେଡ଼ିସିନ ଦେଇ ରୋଗୀକୁ ଜଲ୍ଦି ଭଲକରିଦିଅନ୍ତି I ମେଡ଼ିସିନ ସାଙ୍ଗକୁ କଣ କରିବା ଉଚିତ, କଣ ନ କରିବା ଉଚିତ, କେଉଁ ଖାଦ୍ୟ ଖାଇବା ଦରକାର, କେତେ ସମୟ ରେଷ୍ଟ ଦରକାର ସବୁ ବୁଝେଇ କୁହନ୍ତି I ଏହି ଡାକ୍ତରଙ୍କ ପାଖରେ ସହରର ୯୫% ଲୋକଙ୍କ ଭିଡ ଜମେ I ଭାରି ଭଲ ଡାକ୍ତର ଆଉ ତାଙ୍କର ପ୍ରଗାଢ ଜ୍ଞାନ ଥାଏ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଆଉ ତାହାର ଚିକିସ୍ଛା ପ୍ରଣାଳୀ ଉପରେ I

 

ସେ ପ୍ରଥମେ ରାଜାଙ୍କୁ ଦେଖୁ ଦେଖୁ କହିଲେ "ମହାରାଜ, ମୁଁ ମେଡ଼ିସିନ ଦେବା ପୂର୍ବରୁ ଆପଣଙ୍କୁ କିଛି ପ୍ରଶ୍ନ ପଚାରି ପାରେକି?"

ମହାରାଜ କହିଲେ, "ପଚାରନ୍ତୁ" I

ତାପରେ, ଡାକ୍ତର କହିଲେ "ଆପଣ ଏହି ଗତ ୧୫ ଦିନ ଭିତରେ କେତେଗୋଟି ସେଲ୍ଫି, ବା ଗ୍ରୁଫି ନେଇଛନ୍ତି?"

ରାଜାଙ୍କ ପିତାମାତା ସାଙ୍ଗେସାଙ୍ଗେ କହିଲେ "ଡାକ୍ତର ମହାଶୟ, ସେଲ୍ଫି ସହ ଦେହ ଖରାପର କି ସମ୍ବନ୍ଧ ଥାଇପାରେ?"

ଡାକ୍ତର କହିଲେ "ଆପଣଙ୍କୁ ଆପଣଙ୍କ ଉତ୍ତର ମିଳିଯିବ ଜଲ୍ଦି, ଏତିକି କହି ସେ ପୁଣି ମହାରାଜଙ୍କୁ ପ୍ରଶ୍ନ କରିଚାଲିଲେ, ଆଂଜ୍ଞା କୁହନ୍ତୁ ଏବେ କେତେ ସେଲ୍ଫି ଆପଣ ନେଇଛନ୍ତି ଏହି ଗତ ୧୫ ଦିନ ଭିତରେ?"

 

ରାଜା କହିଲେ "ହଁ....ସେଲ୍ଫି… ମୁଁ ଏ ଭିତରେ, ଅତି କମରେ କହିବି ଯଦି ପାଖାପାଖି ୧୦୦୦ ହେବ, ସେଲ୍ଫି, ଗ୍ରୁଫି ସବୁ ମିଶେଇକି" I

ଡାକ୍ତର କହିଲେ, "ଏତେ ସେଲ୍ଫି ନେବାର ଇଏ ହେଲା ଫଳ, ସେଥିପାଇଁ ଆପଣଙ୍କ ଡାହାଣ ହାତ, କାନ୍ଧ ଆଉ ଶରୀରର ଡାହାଣ ପାର୍ଶ୍ଵ ରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି"  I  "ଆଉ ଯେଉଁ ଆପଣଙ୍କ ମୁହଁ ବୁଲେଇବାରେ କଷ୍ଟ ହେଉଛି, ତାହାର କାରଣ ହେଲା ଅତ୍ୟଧିକ ପାଉଟିଙ୍ଗ କରି ବା ମୁହଁମୋଡି, ବୁଲେଇବୁଲେଇ ସେଲ୍ଫି ନେବାର ଫଳ" I ଏତିକି କହି ଡାକ୍ତର ଅନୁମାନ କରି ପଚାରିଲେ "ମୁଁ ଭାବୁଛି ସେଲ୍ଫି ନେଲାବେଳେ ଆପଣ କେଉଁଠି ପଡିଯାଇଥିଲେ ବୋଧେ, ଅନ୍ୟମନସ୍କ ହେଇ"?

ରାଜା ଆଶ୍ଚର୍ଯ୍ୟ ହେଇ ଡାକ୍ତରଙ୍କୁ ଅନେଇ ଉତ୍ତରଦେଲେ "ଆଜ୍ଞା, ଆପଣ କେମିତି ଜାଣିପାରିଲେ? ବିଲକୁଲ ଠିକ କହିଛନ୍ତି, ଏବେ ଦିନେ ସେଲ୍ଫି ନେଉନେଉ, ମୁଁ ଅନ୍ୟମନସ୍କ ହେଇ ରାସ୍ତାରେ ପଡ଼ିଗଲି, ଆଉ ମୋ ଗୋଡ ମାଡ଼ ହେଇ ଏହି ଘା' ହେଇଛି" I

ତାପରେ, ଡାକ୍ତର ରାଜାଙ୍କ ପିତାମାତାଙ୍କୁ ଅନେଇ କହିଲେ, "ଆପଣ ମାନେ ଏବେ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଲେ ତ”?

ଅତ୍ୟଧିକ ସେଲ୍ଫି, ଗ୍ରୁଫି ନେଇ ମହାରାଜ ଅସୁସ୍ଥ ହେଇପଡ଼ିଛନ୍ତି I ଏତିକି କହି ସେ କିଛି ମେଡ଼ିସିନ ଲେଖିଲେ, ଆଉ ରାଜାଙ୍କୁ କହିଲେ "ଏବେ ସେଲ୍ଫି ନେବା ବଦଭ୍ୟାସ ଆପଣଙ୍କୁ ଛାଡିବାକୁ ପଡିବ, ତାସାଙ୍ଗକୁ କିଛି ଏକ୍ସରସାଇଜ଼ କରିବାକୁ ପଡିବ, ଯାହାଦ୍ୱାରା କାନ୍ଧ ଆଉ ହାତର ଏବଂ ଡାହାଣ ପାର୍ଶ୍ଵର ଯନ୍ତ୍ରଣା ଧୀରେଧୀରେ ଉପଶମ ହେବ I ନହେଲେ ଏହି ରୋଗ ବଢିଚାଲିବ I ଏତିକି କହି ଡାକ୍ତର କହିଲେ ମୁଁ ଏବେ ଆସୁଛି, ୭ ଦିନ ପରେ ପୁଣି ଚେକ-ଅପ ପାଇଁ ଆସିବି I ତାପରେ, ଏକଥା ଶୁଣି ରାଜାଙ୍କ ପିତାମାତାଙ୍କର କଡା ତାଗିଦ ରାଜାଙ୍କୁ, ଯେ ଆଜିଠାରୁ ଯଦି ସେଲ୍ଫିନିଆ ଅଭ୍ୟାସ ନ ଛାଡ, ତାହାଲେ ରାଜାଙ୍କୁ ଆଉ ପକେଟ ମନି ମିଳିବା ବନ୍ଦ ହେଇଯିବ I

ଏହା ଶୁଣି ରାଜା ସୁନାପିଲାପରି ମାନିବେ ବୋଲି ହଁ’ କହିଲେ I ଧୀରେଧୀରେ ରାଜା ସୁସ୍ଥହେବାକୁ ଲାଗିଲେ I ହେଲେ ଏଥର ରାଜାଙ୍କ ସେଲ୍ଫିନେବା ବଦଭ୍ୟାସ ପୁରା ଛାଡିଯାଇଛି I ଆଜିକାଲି ସେ କେବେକେବେ, ଅଳ୍ପଅଳ୍ପ ସେଲ୍ଫି ନେଉଛନ୍ତି ଆଉ ବେଶ ଖୁସିରେ ଅଛନ୍ତି I କାରଣ ବେଶି ସେଲ୍ଫିନେଲେ, ତାଙ୍କ ଗାର୍ଲଫ୍ରେଣ୍ଡ ସନ୍ଦେହ କରି ତାଙ୍କୁ ଗୁଡ଼ାଏ ପ୍ରଶ୍ନ କରନ୍ତି, କୁଆଡେ ଯାଇଥିଲ, କେବେ ଯାଇଥିଲା, କାହା ସହିତ ଯାଇଥିଲ ଇତ୍ୟାଦି I ଏସବୁ ନେଇ ଦିଜଣଙ୍କର ଝଗଡା ହେଇଯାଏ I ହେଲେ, ସେଲ୍ଫି ଆଉ ଗ୍ରୁଫି ନେବା ଅଭ୍ୟାସ ଛାଡିଲା ଦିନରୁ, ଦୁଇଜଣଙ୍କ ଭିତରେ ଆଉ ଝଗଡା ଏତେ ନାହିଁ I ଦୁହେଁ ଏବେ ବେଶ ଖୁସିରେ ଅଛନ୍ତି I

 

BY-Trupti Paikaray


Rate this content
Log in

Similar oriya story from Comedy