Trushna Das

Horror Tragedy Thriller

4  

Trushna Das

Horror Tragedy Thriller

ମାୟାଜାଲ ଭାଗ :1

ମାୟାଜାଲ ଭାଗ :1

5 mins
313



ବର୍ଷା ଝିପ ଝିପ ଚାଳିଛି। କିଛି ଲୋକ ସକାଳ ହେଲାରୁ ନିଜ କାମରେ ନଦୀ କୂଳ ଦେଇ ଯାଉ ଥାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହଠାତ୍ ପାଟି କଲା..... ହେ ହେ.... ଦେଖ ସେଠି କହି ନଦୀ କୂଳକୁ ହାତ ବଢାଇଲା। ସବୁ ସେ ଲୋକ ଦେଖାଉଥିବା ଦିଗ ଆଡକୁ ଚାହିଁଲେ। ଦେଖିଲେ ଗୋଟିଏ ସ୍ତ୍ରୀ ଲୋକଟି ପେଟେଇ ନଦୀ କୂଳରେ ପଡିଛି। ହାତ ଗୋଡ଼ ଖଣ୍ଡିଆ ଖାବରା ହୋଇ ଯାଇଛି। ସେ ଗୋଟିଏ ଗଛର ଭଙ୍ଗା ଡାଳରେ ବୋଧେ ଭାସି ଭାସି ଆସି ଲାଗିଛି। ତା ଶାଢୀ, ଗହଣାରୁ ଲାଗୁ ଥାଏ ଯେମିତି କି ତାର ନୂଆ ନୂଆ ବାହାଘର ହୋଇଛି। ହେଲେ ସେ ପୁରା ରକ୍ତାକ୍ତ।


ସେ ଲୋକମାନେ ସାଙ୍ଗେ ସାଙ୍ଗ ପୋଲିସକୁ ଫୋନ କରି ଜଣାଇଲେ। ପୋଲିସ କିଛି ସମୟ ମଧ୍ୟରେ ଆସି ସ୍ତ୍ରୀ ଲୋକଟିକୁ ଦେଖିଲେ ଯେ ତାର ଚେତା ନାହିଁ। ତାକୁ ସାଙ୍ଗେ ସାଙ୍ଗ ସେମାନେ ଡାକ୍ତରଖାନା ନେଇ ଗଲେ। 


ଡାକ୍ତର କହିଲେ ପାଖାପାଖି ସେ ସ୍ତ୍ରୀ ଲୋକଟି ଗୋଟିଏ ରାତି ପାଣି ରହି ଥିବାରୁ ଏବଂ ଖଣ୍ଡିଆ ଖାବରା ହୋଇ ରକ୍ତ ବହି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର। 48 ଘଣ୍ଟା ମଧ୍ୟରେ ତାଙ୍କର ଚେତା ନ ଆସିଲେ ତାଙ୍କ ପାଇଁ ବିପଦ। 


ପାଖାପାଖି 30 ଘଣ୍ଟା ପରେ ସେ ସ୍ତ୍ରୀ ଲୋକଟି ଚିତ୍କାର କରି ଉଠିଲେ ମଳୟ କହି। 


ନର୍ସ ଆସି ଡାକ୍ତରଙ୍କୁ କହିଲେ ଯେ ସେ ସ୍ତ୍ରୀ ଲୋକଟିର ଚେତା ଆସିଲା। ହେଲେ ସେ ବହୁତ ବିବ୍ରତ ହୋଇ ପାଟି କରୁଛନ୍ତି। ତାଙ୍କୁ ଶାନ୍ତ କରି ହେଉ ନାହିଁ। 


ଡାକ୍ତର ଯାଇ ସେ ସ୍ତ୍ରୀ ଲୋକଟିକୁ ଆଉ ଥରେ ଇଞ୍ଜେକସନ ଦେଇ ଶୁଆଇ ଦେଲେ ଏବଂ ପୋଲିସକୁ ଖବର ଦେଲେ। 


ସ୍ତ୍ରୀ ଲୋକଟିର ପାଖାପାଖି 2 ଘଣ୍ଟା ପରେ ଚେତା ଆସିଲା। ସେ ଉଠି ଦେଖିଲେ ଯେ ଡାକ୍ତରଖାନାରେ ଅଛନ୍ତି। ସେ ନର୍ସକୁ ପଚାରିଲେ ସେ ଏଠାକୁ କେମିତି ଆସିଲେ ଏବଂ ମଳୟ କାହାନ୍ତି ?


ଡାକ୍ତର ସେତେବେଳକୁ ଆସି କହିଲେ ମ୍ୟାମ ଆପଣଙ୍କୁ ଏବେ କେମିତି ଲାଗୁଛି?


ସେ ସ୍ତ୍ରୀ ଲୋକଟି କିନ୍ତୁ ଗୋଟିଏ କଥା ବାରମ୍ବାର ପଚାରୁ ଥାନ୍ତି ମଳୟ କାହାନ୍ତି? 


ଡାକ୍ତର ତାଙ୍କୁ କହିଲେ ସେ କିପରି ଭାବରେ ଡାକ୍ତରଖାନାରେ ପହଞ୍ଚିଲେ। 


ସେହି ସମୟରେ ପୋଲିସ ଆସି ପହଞ୍ଚିଲେ। ଡାକ୍ତର ପୋଲିସଙ୍କୁ କହିଲେ ଏବେ ସେ ଠିକ ଅଛନ୍ତି। ଆପଣ ତାଙ୍କୁ ଯାଇ ପଚାରି ପାରନ୍ତି। 


ପୋଲିସ ଯାଇ ପଚାରିବାରୁ ସେ ସ୍ତ୍ରୀ ଲୋକଟି କହିଲେ ମୋ ନାମ ଧାନୀ। ମୋ ସ୍ୱାମୀ ମଳୟ କାହାନ୍ତି? 


ପୋଲିସ କହିଲେ ମ୍ୟାମ ଆମେ ଆପଣଙ୍କୁ ନଦୀ କୂଳରୁ ଆଣିବା ପରେ ସେଠାରେ ଆମେ ଖୋଜା ଖୋଜି କଲୁ। କିଛି ଜିନିଷ ଛଡା ଆଉ ଆମେ କାହାକୁ ପାଇ ନାହୁଁ। ଆପଣଙ୍କ ସହ କଣ ହୋଇଛି କୁହନ୍ତୁ। 


ଧାନୀ : ମୋତେ କିଛି ପଚାରନ୍ତୁ ନାହିଁ। ଦୟା କରି ମୋତେ ରତନପୁର ନେଇ ଚାଳନ୍ତୁ। ମୋ ସ୍ୱାମୀ ମଳୟଙ୍କ ଜୀବନ ବିପଦରେ ଅଛି। 


ପୋଲିସ ଇନ୍ସପେକ୍ଟର : ରତନପୁର ଏଠାରୁ ତ ପାଖାପାଖି 120 କିମି। ଆଉ ରାସ୍ତା ବି ବହୁତ ଖରାପ। ଆମେ ରତନପୁର ପାଖ ପୋଲିସକୁ ଖବର ଦେଇ ଦେବୁ। କୁହନ୍ତୁ କଣ ହୋଇଛି। 


ଧାନୀ: ନା ନା.... ପୋଲିସ କିଛି କରି ପାରିବ ନାହିଁ।ମୋତେ ନେଇ ଚାଳନ୍ତୁ। ମୋର ସବୁ ମନେ ପଡିଗଲା କଣ ପାଇଁ ଏମିତି ହେଉଛି। ଆସନ୍ତା ଚନ୍ଦ୍ର ଗ୍ରହଣରେ ସେ ମୋ ମଳୟକୁ ତା ସହ ନେଇ ଯିବା ପାଇଁ ଚାହୁଁଛି। 


ପୋଲିସ : କିଏ ନେଇ ଯିବ..... ସେ ବି ଚନ୍ଦ୍ର ଗହଣରେ..... କେଉଁଠିକୁ? ମ୍ୟାମ ଆପଣ ଠିକ୍ ଅଛନ୍ତି ତ!


ଡାକ୍ତର : ମ୍ୟାମ ପୁରା ଠିକ ଅଛନ୍ତି। ତାଙ୍କ ସହ ବୋଧେ ବହୁତ ବଡ ଦୁର୍ଘଟଣା ଘଟିଛି। ସେ ସେଇ ବିଷୟରେ କହୁଛନ୍ତି। 


ଇନ୍ସପେକ୍ଟର : ମୋତେ ଆପଣଙ୍କ ଘର ନମ୍ବର ଦିଅନ୍ତୁ। 


ଧାନୀ ଗୋଟିଏ ନମ୍ବର ଦେଇ କହିଲେ ଏଇଟା ମୋ ଶାଶୁଙ୍କ ନମ୍ବର ଆପଣ ତାଙ୍କୁ ଫୋନ କରି କୁହନ୍ତୁ ବାବାଙ୍କ ପାଖରେ ମଳୟଙ୍କ ପାଇଁ ପୂଜା କରିବେ ଏବଂ ଅଖଣ୍ଡ ଦୀପ ଜଳେଇବେ। 


ଇନ୍ସପେକ୍ଟର ଫୋନ କଲେ କିନ୍ତୁ ଫୋନ ଲାଗୁ ନ ଥାଏ। ସେ ରତନପୁର ପାଖ ଥାନାକୁ ବି ଫୋନ କଲେ ଲାଗୁ ନ ଥାଏ। ଧାନୀ ଯେତେ ଯାହାର ନମ୍ବର ଦେଲେ କାହାରି ବି ଫୋନ ଲାଗୁ ନ ଥିଲା। ଇନ୍ସପେକ୍ଟର କହିଲେ ବର୍ଷା ଦିନ ପାହାଡିଆ ଜାଗାରେ ଫୋନ ଲାଗିବା କଷ୍ଟ। 


ଧାନୀ : ସାର ମୋତେ ଦୟା କରି ସେଠାକୁ ନେଇ ଯାଆନ୍ତୁ। 


ଇନ୍ସପେକ୍ଟର :ମ୍ୟାମ ଆପଣଙ୍କ ଦେହ ଭଲ ନାହିଁ। 


ଧାନୀ : ଆପଣମାନେ ବୁଝୁ ନାହାଁନ୍ତି କଣ ପାଇଁ! ମୁଁ ନ ଗଲେ ମଳୟକୁ ସେ ନେଇ ଯିବ। ସେ ସେଠି ନିଜର ମାୟାଜାଲ ବିଛେଇ ସାରିଛି। 


ଇନ୍ସପେକ୍ଟର : ସିଏ କିଏ? 


ଧାନୀ : ମୁଁ ଆପଣଙ୍କୁ ସବୁ ଗାଡିରେ କହିବି।ଆପଣ ଚାଲନ୍ତୁ। 


ଡାକ୍ତର କହିଲେ ସାର ଆପଣ ତାଙ୍କୁ ରତନପୁରକୁ ନେଇ ଯାଆନ୍ତୁ।କେବଳ ଧ୍ୟାନ ରଖିବେ ଯେମିତି ସେ ଓଦା ଆଉ ହେବେ ନାହିଁ। ଓଦା ହେଲେ ତାଙ୍କ ପାଇଁ ଅସୁବିଧା। ଥଣ୍ଡା ଜୋର ହେଲେ ତାଙ୍କୁ ଆସ୍ଥମା ପରି ଅର୍ଟାକ ଆସି ପାରେ ଏତେ ସମୟ ସେ ପାଣିରେ ଥିଲେ ନା। ଆଉ ମୁଁ ଔଷଧ ଦେଉଛି ଆପଣ ତାଙ୍କୁ ସମୟରେ ଦେବେ। ମ୍ୟାମ ଆପଣ କମ୍ବଳ ଢାଙ୍କି ହୋଇ ରହିବେ। 


ଇନ୍ସପେକ୍ଟର ଗୋଟିଏ ସ୍କର୍ପିଓ ଗାଡ଼ିରେ ଧାନୀ, ଗୋଟିଏ ଲେଡି କନେଷ୍ଟବଳ ଓ ଦୁଇ ହାବିଲଦାର ସହ ବାହାରିଲେ ରତନପୁର ଅଭିମୂଖେ।ଗାଡିରେ ଧାନୀଙ୍କ ଅବସ୍ଥାକୁ ନେଇ ପୁରା ବ୍ୟବସ୍ଥା କରା ଯାଇଛି।ଇନ୍ସପେକ୍ଟର ଥାନାରେ ଧାନୀଙ୍କ ଶାଶୁ ଓ ରତନପୁର ପାଖ ପୋଲିସ ଥାନା କୁ ଫୋନ କରିବା ପାଇଁ କହି ଥାଆନ୍ତି। 


ବର୍ଷା ବି ସେ ଦିନ ଦାଉ ସାଜିଛି। ରାସ୍ତା ବି ଠିକରେ ଦେଖା ଯାଉ ନାହିଁ। ନୂଆ ସ୍କର୍ପିଓ ଗାଡ଼ିଟି ।ଡ୍ରାଇଭରକୁ ଇନ୍ସପେକ୍ଟର କହିଲେ ଯେତେ ପର୍ଯ୍ୟନ୍ତ ରାସ୍ତା ଭଲ ଅଛି ଜୋରରେ ଗାଡି ଚଳାଇବାକୁ। ତାପରେ ରାସ୍ତା ଦେଖି ଚଳାଇବୁ। 


ଗାଡିରେ ଧାନୀ କମ୍ପୁ ଥାଆନ୍ତି। ଇନ୍ସପେକ୍ଟର ଡ୍ରାଇଭରଙ୍କୁ କହିଲେ ଗାଡିରେ ହିଟର ଅନ୍ କରି ତାପମାତ୍ରାକୁ ଗରମ କରିବା ପାଇଁ। ସନ୍ଧ୍ୟା ବି ହୋଇ ଗଲାଣି। ସାଙ୍ଗରେ ଖାଦ୍ୟ ପଦାର୍ଥ ଆଉ ଧାନୀଙ୍କ ପାଇଁ ଥର୍ମୋଫ୍ଲାସରେ ଗରମ ପାଣି ବି ଧରି ଥାଆନ୍ତି। 


କିଛି ବାଟ ଗଲା ପରେ ଇନ୍ସପେକ୍ଟର ଧାନୀଙ୍କୁ ପଚାରିଲେ ଏବେ ମ୍ୟାମ୍ କୁହନ୍ତୁ କଣ ହୋଇଛି। 


ଧାନୀ: ମୋ ସ୍ୱାମୀ ମଳୟ ରତନପୁର ରାଜ ପରିବାରର ଗୋଟିଏ ମାତ୍ର ଉତ୍ତରାଧିକାରୀ। ଛୋଟ ବେଳେ ତାଙ୍କ ବାପା ଓ ମାଆ ତାଙ୍କୁ ନେଇ ବିଜୟଗଡରେ ରହୁ ଥିଲେ। ଦିନେ ତାଙ୍କ ବାପା ରତନପୁର ଆସି ଥିଲେ। ସେଠାରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ମାଆ ମଳୟଙ୍କୁ ରତନପୁରକୁ ଛାଡନ୍ତି ନାହିଁ। ଆଉ ଶୁଣିବାକୁ ମିଳି ଥିଲା ଯେ ରତନପୁରରେ ଆଉ କେହି ରହିବାକୁ ବାହାରୁ ନାହାନ୍ତି।ସେଠି ପ୍ରେତାତ୍ମାର ମାୟାଜାଲ ବିଛେଇ ହୋଇ ରହିଛି। ମାଆ ମଳୟଙ୍କୁ ନେଇ ପ୍ରତି ବର୍ଷ ତାଙ୍କ ଜନ୍ମଦିନରେ ରତନପୁରରୁ 30 କିମି ଆଗରେ ଥିବା ମଙ୍ଗଳପୁରକୁ କୁଳ ଠାକୁରାଣୀଙ୍କ ପାଖକୁ ଆସନ୍ତି।ମଳୟଙ୍କ ନାମରେ ସେଠାରେ ପୂଜା କରନ୍ତି। 


ଦେବଗଡରେ ଜଣେ ବାବା ( ମନୁ ବାବା) ମାଆଙ୍କୁ କହିଥିଲେ ଯେ ମଳୟଙ୍କ ଗ୍ରହ ଦୋଷା 30 ବର୍ଷ ଯାଏଁ ଭଲ ନାହିଁ। ତାଙ୍କୁ ସେମିତି ଉଚ୍ଚଧରଣର ଝିଅ ସହ 28 ବର୍ଷ ମଧ୍ୟ ବିବାହ କରିବା ପାଇଁ ପଡିବ ନ ହେଲେ ମଳୟଙ୍କ ଜୀବନ ପାଇଁ ବିପଦ ଅଛି। 


ମଳୟ ଆଉ ମୁଁ ଆମେ ଦୁହେଁ ଏକା ସାଙ୍ଗରେ ଗୋଟିଏ କଲେଜରେ ପଢୁ ଥିଲୁ। ପରସ୍ପରକୁ ଭଲ ବି ପାଉ ଥିଲୁ।ହେଲେ ମଳୟ ଏ ବିଷୟରେ ମାଆଙ୍କୁ କହି ନ ଥିଲେ। ମୋର ବି ବାପା ମାଆ ଛୋଟ ବେଳୁ ନାହାଁନ୍ତି। ମୁଁ ମୋ ମାମୁଁ ଘରେ ରହି ପଢୁ ଥିଲି। 


ମାଆ ମଳୟଙ୍କ ଜାତକ ସହ ମିଶୁ ଥିବା ଝିଅର ଜାତକ ଖୋଜୁ ଥିଲେ। ହେଲେ କାହାରି ସହ ମିଶୁ ନ ଥିଲା ମଳୟଙ୍କ ଜାତକ। 


ମଳୟ ଯେତେବେଳେ ଜାଣିଲେ ଯେ ମାଆ ତାଙ୍କ ପାଇଁ ଝିଅ ଖୋଜୁଛନ୍ତି ମଳୟ ମାଆଙ୍କୁ ମୋ ବିଷୟରେ କହିଲେ। ମାଆ ଆଗ ମୋ ଜାତକ ମାଗିଲେ। ମୋ ଜାତକର ଗ୍ରହ ସେମିତି ଉଚ୍ଚଧରଣ ର ନୁହେଁ। ତଥାପି ମୋର ସ୍ୱାମୀ ଘରର ଗ୍ରହ କଣ ବହୁତ ଭଲ ଥିଲା ବୋଲି କହିଲେ। ତଥାପି ମାଆଙ୍କ ମନରେ ଟିକିଏ ସନ୍ଦେହ ଥିଲା ।ସେ ଏ ବିବାହ ପାଇଁ ରାଜି ହେଉ ନ ଥିଲେ।


ମଳୟ ଆଉ ମୁଁ ଜାତକ ବିଶ୍ୱାସ କରୁ ନାହୁଁ। ତଥାପି ମାଆଙ୍କ ଖୁସି ପାଇଁ ଆମେ ଚୁପ ରହୁ ଥିଲୁ। ମୁଁ ମାଆ ମଙ୍ଗଳାଙ୍କ ବଡ ଭକ୍ତ।ପୂଜାରେ ମୋର ବିଶ୍ୱାସ ଦେଖି ମନୁ ବାବା ମୋ ଉପରେ ଖୁସି ହେଲେ। 


ମଳୟଙ୍କୁ ଯେତେବେଳେ 27 ବର୍ଷ ବୟସ ହୋଇଗଲା ମନୁ ବାବା କହିଲେ ଯେ ମଳୟ ପାଇଁ ମୋ ଠାରୁ ଭଲ ଝିଅ ମିଳିବ ନାହିଁ ।ମୋର ସ୍ୱାମୀ ଗ୍ରହ ଭଲ ଅଛି। ତାପରେ ମୁଁ ମଙ୍ଗଳା ମାଆଙ୍କ ଭକ୍ତ। ମାଆ ମଙ୍ଗଳା ଆମ ଉପରେ ସାହା ହେବେ। ଆଉ ମୋର ଏବଂ ମଳୟଙ୍କ ରକ୍ଷା ପାଇଁ ବାବା ଆମକୁ କବଚ ଦେବେ ବୋଲି କହିଲେ। 


ତାପରେ ମଳୟଙ୍କ ମାଆ ମୋ ମାମୁଁଙ୍କ ସହ କଥା ହୋଇ ବିବାହ ଦିନ ସ୍ଥିର କଲେ।ବାହାଘର ମଙ୍ଗଳପୁରର କୁଳ ମନ୍ଦିରରେ ହେବାର ସ୍ଥିର ହେଲା।ହେଲେ ସେଥିରେ ବି ବହୁତ ବିଘ୍ନ ଆସିଲା। 


ଇନ୍ସପେକ୍ଟର : କଣ ବିଘ୍ନ? 


କ୍ରମଶଃ.......


Rate this content
Log in

Similar oriya story from Horror