suchismita Panda

Inspirational Others

4.1  

suchismita Panda

Inspirational Others

ମାୟା

ମାୟା

2 mins
585


      ଏଇ ସଂଗେ ସଂଗେ ସାଙ୍ଗ ଆସୁଛି କହି ରାହୁଲ ଘରୁ ପାଦ କାଢିଲା ପରେ ଆଉ ଫେରିଲାନି ଜମାରୁ । କେବଳ ଯାହା ତା ମର ଶରୀରଟା ଆସିଥିଲା । ଅଚାନକ ଅନ୍ୟମନସ୍କତାର ଶୀକାର ହୋଇ ଧକ୍କା ହୋଇଯାଇଥାଏ ଟ୍ରକ ସହ । ଫଳରେ ହରାଇବାକୁ ପଡେ ଜୀବନ । 


      ମା ବାପାଙ୍କ ଗୋଟିଏ ସନ୍ତାନ ଥିଲା ରାହୁଲ । ଦୁଇ ବର୍ଷ ପୂର୍ବରୁ ସେମିତି ହିଁ ଗୋଟିଏ ଅଘଟଣରେ ପ୍ରୀତିଲତା ନିଜ ଶଙ୍ଖାକୁ ହରାଇଥିଲେ, ପୋଛିଥିଲେ ମଥାର ସିନ୍ଦୁର । ଏତେ ବିରାଟ କଷଣରୁ ଠିକ୍ ରୂପେ ମୁକୁଳି ମଧ୍ୟ ପାରି ନଥାନ୍ତି ପୁନର୍ବାର ସେଇ ପ୍ରକ୍ରିୟାର ପୁନରୁଦ୍ଧାର ହେଲା । ପୁଣିଥରେ ଛାତି ଫଟା ଦୁଃଖରେ ଜର୍ଜରିତ କରିଦେଇ ରାହୁଲ ଆଖି ବନ୍ଦ କରିଦେଇ ଚାଲିଗଲା । 


       ରାହୁଲ ତ ଚାଲିଗଲା ହେଲେ ତା ସହ ପ୍ରୀତିଲତା ଦେବୀଙ୍କ ଜୀବନ ସଂପୂର୍ଣ୍ଣ ରୂପେ ଶୁଷ୍କ ହୋଇଗଲା । ଚାରି ଦୁଆର ଭିତରେ ସେ ନିଜକୁ ଚିରଦିନ ପାଇଁ ଆବଦ୍ଧ କରିଦେଲେ । ବନ୍ଧୁ, ପରିଜନ, ସାହି ପଡିଶା ସଭିଙ୍କ ଠାରୁ ଦୂରେଇ ରହିଥାନ୍ତି । ନା କିଛି କହନ୍ତି ନା କାହା କଥା ଶୁଣନ୍ତି । ଦିନେ ଯେଉଁ ପ୍ରୀତିଲତା ଘରର ମୁରବୀ ହୋଇ ସବୁକିଛି ସମ୍ଭାଳି ନେଉଥିଲେ ତାଙ୍କୁ ଏବେ ସମ୍ଭାଳିବାକୁ ପଡୁଥାଏ । 


      ଦିନ ଟିଏ କଟିଲା ଲାଗେ ବର୍ଷ ଟିଏ ବିତିଲା । ମାୟା ସଂସାର ଏ ସବୁ କେମିତିକା ଖେଳ ସେକଥା ପ୍ରଭୁଙ୍କୁ ହିଁ ଜଣା । ଏତେ ଦୁଃଖ କାହିଁକି ଦେଲେ ସେ ହିଁ ଜାଣନ୍ତି ।ହେଲେ ସେ ସବୁ ପରିସ୍ଥିତିକୁ ଆପଣେଇ ନେବା ଛଡା ବାଟ ମଧ୍ୟ କିଛି ନଥାଏ । 


      ଦିନେ ସକାଳୁ ସକାଳୁ ପ୍ରୀତିଲତା ଦେବୀଙ୍କୁ ପରିବା କିଣୁଥିବା ଦେଖି ସାହି ପଡିଶାରେ ଚହଲ ପଡିଯାଏ । ଭିଡ ଜମି ଯାଏ ତାଙ୍କୁ ଟିକେ ଦେଖିବାକୁ । ଦୀର୍ଘ ସାତ ମାସ ବ୍ୟବଧାନ ପରେ ସେ ବାହାରକୁ ଆସିଛନ୍ତି । ଲୋକଙ୍କ ସାମ୍ନା କରୁଛନ୍ତି । ଚହଳ ପଡିଯାଏ ଲୋକଙ୍କ ଭିତରେ । 


       ପରେ ଜଣାଯାଏ ଯେ କେହି ଜଣେ ଅଚିହ୍ନା ନମ୍ବରରୁ ଫୋନ୍ ଟିଏ ଆସିଥିଲା ଯିଏ ମା ଡାକି ପ୍ରୀତିଲତାଙ୍କୁ ତରଳେଇ ଦେଲା । ପୁଅ ଡାକୁଛି, କଥା କହୁଛି ବୋଲି ସେ ମା ଡାକକୁ ଆଦରି ନେଲେ । ଗେଲର ବର୍ଷା କରିଦେଲେ । ମନରେ ଯେତେ ଯେତେ ସବୁ ସ୍ନେହ ଥିଲା ସବୁ ଢାଳିଚାଲିଲେ । ସେଇ ମା ଡାକରେ ହିଁ ସେ ଠିକ୍ ହେବାକୁ ଲାଗିଲେ । ଜୀବନରେପୁଣି ବଂଚିବା ଆରମ୍ଭ କଲେ ।


     ସେ ଦିନଠୁ ସେଇ ଅଜଣା ବ୍ୟକ୍ତି ଜଣକ ସବୁଦିନ ଫୋନ୍ କରନ୍ତି । ନିଜର ଦୁଃଖ ସୁଖ ନିଜ ମା ଆଗରେ ଚସି ଆଦର ସବୁକୁ ସାଉଁଟି ନିଅନ୍ତି । ତତ୍ ସହ ସେ ସବୁଦିନ ତାଙ୍କ ପାଖରେ ରହିବେ ବୋଲି ମଧ୍ୟ କଥା ଦେଇଛନ୍ତି । ସେ ସବୁ ପ୍ରୀତିଲତା ଦେବୀଙ୍କୁ ବଦଳେଇ ଦେଇ ଚାଲିଛି । ସେ ପୂର୍ବବତ କର୍ମକ୍ଷେତ୍ରକୁ ଯିବାଠୁ ଆରମ୍ଭ କରି ସବୁ ଦାୟିତ୍ବକୁ ସୁରୁଖୁରୁରେ ତୁଳାଇବାରେ ଲାଗିଛନ୍ତି ।


      ଲୀଳାମୟ ଜଗନ୍ନାଥଙ୍କ ଲୀଳା ହିଁ ନିଆରା । କେତେବେଳେ କେମିତି କଣ ନେଇଯିବେ କିଛି ଜଣାନଥାଏ । ଏବଂ କେମିତି କେଉଁ ରୂପେ କଣ ଫେରାଇ ଦେଇ ଜୀବନକୁ ପୁଣି ଗଢି ଦେବେ ତାହା କଳନା ହିଁ କରି ହୁଏ ନାହିଁ ।


Rate this content
Log in

Similar oriya story from Inspirational