STORYMIRROR

Nibedita Mishra

Abstract Drama Inspirational

4  

Nibedita Mishra

Abstract Drama Inspirational

ମାୟା ସଂସାର

ମାୟା ସଂସାର

2 mins
482


ଅନୁଭବ ଜଣେ ଭାରୀ ଭଲ ଅଭିନେତା।ଡ୍ରାମା ,ନାଟକ ଠାରୁ ଆରମ୍ଭ କରି ଏହେ ସିରିଅଲ ଗୋଟେରେ ତାଙ୍କୁ କାମ ମିଳିଥାଏ।ତେଣୁ ସେ ଭାରୀଖୁସି ଥାଆନ୍ତି।ସିରିୟଲଟିରେ ତାଙ୍କୁ ପ୍ରଭୁ ରାମଚନ୍ଦ୍ରଙ୍କ ରୋଲ ମିଳିଥାଏ।ସେଥିରେ ତାଙ୍କୁ ତାଙ୍କର ଅଭିନୟ ଲାଗି ବେଶ ଲୋକପ୍ରିୟତା ବି ମିଳିଲା।ଖୁବ ଏଳ୍ପ ସମୟ ଭିତରେ ସେ ଗୋଟିଏ ଭଲ ଆକ୍ଟର ବି ହେଇଗଲେ।

ହେଲେ ସେ ଏହି ଲୋକପ୍ରିୟତା ପାଇ ଟିକିଏ ଗର୍ବୀ ହେଇଗଲେ।ଧିରେଧିରେ ସେ ଖରାପ ରାସ୍ତା ଆଡକୁ ଗତିକଲେ।ବିଭିନ୍ନ ନିଶାଦ୍ରବ୍ୟ ସେବନ ଆରମ୍ଭ କରିଦେଲେ।

ଏପଟେ ଗୋଟିଏ ଗାଁର ବୁଢା ଲୋକଟିଏ ତାଙ୍କର ଏ ଅଭିନୟ ଦେଖି ତାଙ୍କ ପ୍ରତି ବେଶ ଆକୃଷ୍ଟ ହେଇଯାଇ ଥିଲା।ସେ ତାଙ୍କୁ ପ୍ରଭୁ ରାମଚନ୍ଦ୍ରଙ୍କ ରୂପରେ ପୂଜା କରିବା ଆରମ୍ଭ କରିଦେଇଥିଲା।

ସେ ଥରେ ଅନୁଭବଙ୍କର ରାମଚନ୍ଦ୍ର ବେଶର ଫଟୋଟିଏ ଧରି ତାଙ୍କୁ ଦେଖା କରିବାକୁ ଆସିଲା।ସେ ସହରରେ ତାଙ୍କ ଘରେ ଆସି ପହଞ୍ଚିଲା।ଦରଓ୍ବାନଙ୍କୁ ତାଙ୍କୁ ଭେଟିବାର ଇଚ୍ଛା ଜଣେଇଲା। ଦରଓ୍ବାନ ଅନୁଭବଙ୍କୁ ଏ ବିଷୟରେ ଜଣେଇଲା। ଅନୁଭବ ତାକୁ ଭିତରକୁ ପଠେଇବାକୁ କହିଲେ।

ସେତେବେଳେ ଅନୁଭବଙ୍କ ଘରେ ତାଙ୍କ ସାଙ୍ଗ ମାନଙ୍କର ମଦ ଆସର ଜମିଥିଲା।ତେଣୁ ଅନୁଭବ ହାତରେ ମଦ ଗ୍ଲାସ ଘରି ବସିଥାଆନ୍ତି।ସେ ଲୋକଟି ଭିତରକୁ ଆସିବା ପରେ ଅନୁଭବ ତାକୁ ନିଜ ସାଙ୍ଗ ମାନଙ୍କ ସହ ଭେଟ କରାଇ କହିଲେ 

-ଦେଖ ବନ୍ଧୁମାନେ ଏ ମୋର ଗୋଟିଏ ବଡ ଫ୍ଯାନ।ମୋତେ ସେ ରାମଚନ୍ଦ୍ର ଭାବି ପୁଜା କରେ।

ତାପରେ ସମସ୍ତେ ଜୋର୍ ଜୋର୍ ରେ ହସିବାକୁ ଲାଗିଲେ।

ବୁଢା ଲୋକଟି କହିଲା,

-ଆପଣ ତ ପ୍ରଭୁ ରାମଚନ୍ଦ୍ର ନା?ତେବେ ଆପଣଙ୍କର ଏ କି ରୂପ?ଇଏ ତ ପ୍ରଭୁ ରାମଚନ୍ଦ୍ର ନୁହନ୍ତି।

ଅନୁଭବ ଏହା ଶୁଣି ଟିକିଏ ଥମିଗଲେ ଓ କହିଲେ 

-ସେଇଟା ତ ରିଲ ଲାଇଫ।ଏଇଟା ମୋ ରିଏଲ ଲାଇଫ୍।ସେଇଟା ରୋଜଗାର କରିବାରର ମାୟା ସଂସାର।ଏଇଟା ମୋ ସଂସାର।

ଏକଥା ଶୁଣି ବୁଢା ଲୋକଟି ମର୍ମାହତ ହେଇଗଲା।ତା ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା ।ସେ କହିଲା-

-ତୁମର ଏ ଗର୍ବ ତୁମକୁ ଧୁଳିସାତ କରିଦେବ ବାବୁ।ଯୋଉ ରାମଙ୍କୁ ଭେଟିବା ଲାଗି ମୁଁ ଏତେ ଦୁର ଦଉଡି ଆସିଥିଲି।ଯଦି ତାଙ୍କର ସ୍ବରୁପ ଏଇଆ।ତେବେ ମନେରଖ ତୁମର ଏ ମାୟା ସଂସାରର ଆୟୁଷ ଖୁବ କମ୍।ପ୍ରଭୁ ରାମଚନ୍ଦ୍ରଙ୍କ ଅଭିନୟ କରିବା ପୂର୍ବରୁ ତୁମକୁ ତାଙ୍କ ପରି ଆଦର୍ଶ ଅନ୍ତତଃ ନିଜ ଜୀବନରେ ପାଳନ କରିବା ଉଚିତ୍।ତୁମକୁ ତୁମ ମାୟା ସଂସାରର ବହୁତ ବହୁତ ଅଭିନନ୍ଦନ।

ଏତିକି ବେଳକୁ ସମସ୍ତଙ୍କର ନିଶା ଫାଟିଯାଇଥାଏ।ଅନୁଭବ ବି ନିଜଭୁଲ ବୁଝିସାରିଥାଆନ୍ତି।ସେ ବୁଢା ଲୋକଟିର ପାଦତଳେ ପଡି କ୍ଷମା ମାଗିଲେ।ସେ କିନ୍ତୁ ତାଙ୍କୁ ତଳୁ ଉଠାଇ ତାଙ୍କ ହାତରେ ପ୍ରଭୁ ରାମଚନ୍ଦ୍ରଙ୍କ ବେଶରେ ଧରିଥିବା ତାଙ୍କ ଫଟୋଟିକୁ ଧରାଇ ଦେଇ କହିଲେ।

ମାୟାରେ ବାଇଆ ହୁଅନି ବାବୁ ।ସମୟ ଥାଉ ଥାଉ ସୁଧୁରି ଯାଅ।

ସେ ଏତିକି କହି ଲୁହ ପୋଛି ପୋଛି ସେଇଠୁ ଚାଲିଗଲେ।

ଅନୁଭବ ହାତରେ ଫଟୋଟିକୁ ଧରି ତାଙ୍କ ଚାଲିଯିବା ବାଟକୁ ଦେଖୁଥାଆନ୍ତି।ସେ ତାଙ୍କୁ ପ୍ରଭୁ ରାମଚନ୍ଦ୍ରଙ୍କ ପରି ଦେଖା ଯାଉଥାଆନ୍ତି।

ସତରେ ମଣିଷ ମାୟା କବଳରେ ପଡିଲେ ନିଜକୁ ବି ଭୁଲିଯାଏ।ଆଉ ସେ ମାୟା ତାକୁ ପ୍ରତିକ୍ଷଣ ତଳକୁ ତଳକୁ ଖସାଇ ଚାଲି ହସୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract