Lokanath Rath

Tragedy Classics Inspirational

3  

Lokanath Rath

Tragedy Classics Inspirational

ମାଉସୀ .................

ମାଉସୀ .................

4 mins
161



ବିଜୟ ବାବୁ ସକାଳୁ ବସି ଖବର କାଗଜ ପଢୁଥିଲେ ,ପତ୍ନୀ ସୁନିତା ଆସି କହିଲେ ,''ଶୁଣ ,ମାଉସୀ କଣ ଏତେବେଳ ହେଲାଣି ଆସି ନାହାନ୍ତି .ତୁମେ ଯାଅ ବାବୁ କୁ ତା ସ୍କୁଲ ରେ ଛାଡି ଆସିବ.ଏବେ ତୁମ ପୁଅ ରମେଶ କାମରେ ବାହାରିଲାଣି .ମୋ ନାତି କେମିତି ସ୍କୁଲ ଯିବ?''ବିଜୟ ଟିକେ ବ୍ୟସ୍ତ ହେଇ କହିଲେ ,''ହଉ ମୁଁ ନେଇ ବାବୁ କୁ ସ୍କୁଲରେ ଛାଡି ଆସିବି .କିନ୍ତୁ ମାଉସୀ କାହିଁକି ଆସିଲା ନାହିଁ ?ସେ ତ କେବେ ଡେରି କରେ ନାହିଁ .''

ଏତକ କହି ବିଜୟ ବାବୁ ଉଠିଲେ ଆଉ ନାତି ବାବୁ କୁ ସାଙ୍ଗରେ ଧରି ତା ସ୍କୁଲ୍କୁ ବାହାରିଲେ .କିନ୍ତୁ ତାଙ୍କ ମନରେ ଏବେ ବି ପ୍ରଶ୍ନ ମାଉସୀ କାହିଁକି ଆସିଲା ନାହିଁ ?ଏଇ ମାଉସୀ ର ପ୍ରକୃତ ନାମ ହେଲା ମାଳତୀ .ତାକୁ ବହୁତ କମ ଲୋକ ଏହି ନାମରେ ଡାକନ୍ତି .କିଛି ଲୋକ ମାଳ ବୋଲି ଡାକନ୍ତି .ଆଉ ପ୍ରାୟ ସମସ୍ତେ ପିଲା ଠାରୁ ବୁଢା ଯାଏ ମାଉସୀ ବୋଲି ଡାକନ୍ତି .ବିଜୟ ବାବୁଙ୍କୁ ବି ମାଳତୀ ପିଲାଦିନେ ସ୍କୁଲ ନେଇ କରି ଯାଉଥିଲା .ରମେଶ କୁ ବି ସେ ସ୍କୁଲ ନେଇକରି ଯାଉଥିଲା .ସେ ସବୁ ପିଲାମାନଙ୍କୁ ସ୍କୁଲ କୁ ନେଇ କରି ଯାଏ ଓ ଘରେ ଆଣି ଛାଡି ଯାଏ .କେବଳ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କୁ ସେ ନେଇ ଆଣି ଛାଡେ .ଖାଲି ସେତିକି ନୁହେଁ,ସ୍କୁଲ ରେ ପିଲାମାନଙ୍କ ଭଲ ମନ୍ଦ ବୁଝେ .ପିଲାଙ୍କ ନାକ ପୋଛି ଦେବା ଠାରୁ ହାତ ଧୋଇଦେବା ସବୁ କାମ କରିଥାଏ .ସତେ ଯେମିତି ସମସ୍ତେ ତାର ପିଲା .ତା ବିଷୟରେ ବେଶୀ କିଛି କେହି ଜାଣି ନାହାନ୍ତି .ଖାଲି ଏତିକି ଜଣା ଯେ ସେ ବାଲ୍ୟ ବିଧବା ଓ ତାର କେହି ନାହାନ୍ତି .ସ୍କୁଲ ପାଖ ବସ୍ତିରେ ଗୋଟିଏ ଛୋଟ ଘରେ ସେ ଏବେ ବି ଭଡାରେ ରହୁଛି .ବେଳେ ବେଳେ କେହି କେହି ଲୋକେ ବାହାରକୁ ଗଲେ ତାକୁ ଘର ଜଗାଇ ଦେଇ ଯାଆନ୍ତି. ବିଜୟ ବାବୁଙ୍କ ସମୟରେ ପିଲାଙ୍କ ପିଛା ପଚାଶ ଟଙ୍କା ପାଉଥିଲା ଏବେ ଦୁଇ ଶହ ଟଙ୍କା ମାସକୁ ନେଉଛି .ସବୁ ଡର ଦାମ ବଢିଛି ,କିନ୍ତୁ ମାଉସୀ ର ପାଉଣା ସେ ହିସାବରେ ବଢ଼ାଇନି .ତାର କେବେ କିଛି ଦାବି ଭି ନ ଥାଏ .ଯାହା ଯେତେବେଳେ ଦେଲେ ଖୁସି .ସେଇ ପଇସାରେ ଘର ଭଡା ଦେଇ ନିଜ ଗୁଜୁରାଣ ମେଣ୍ଟାଉଛି.ଖାଲି ସେତିକି ନୁହେଁ ,ସ୍କୁଲ ର ଶିକ୍ଷକ ଓ ଦିଦି ମାନଙ୍କର ବି ସେବା କରେ ବିନା ପାରିଶ୍ରମିକରେ .ସେ ସିନା ମା ହେଇ ପାରିନି ,କିନ୍ତୁ ମାତୃତ୍ଵ ର ମମତା ସମସ୍ତଙ୍କୁ ବାଣ୍ଟି ଆସୁଛି . ବିଜୟ ବାବୁ ଡାକୁଥିଲେ ମାଉସୀ ,ରମେଶ ଟଙ୍କା ପୁଅ ଡାକୁଛି ମାଉସୀ ଆଉ ଟଙ୍କା ନାତି ବାବୁ ଭି ଡାକୁଛି ମାଉସୀ .ଏବେ ତାର ବୟସ ପାଖ ପାଖି ସତୁରୀ ହେବ .ସବୁବେଳେ ସେ ଠିକ ସମୟରେ ପିଲାଙ୍କୁ ନେଇ ଯାଏ ଓ ଆଣି ଛାଡି ଯାଏ .କେହି କେହି ତାକୁ ଥଟା ରେ କହନ୍ତି ''ଘଣ୍ଟା ''.ଖରା ବର୍ଷା ଶୀତ ସବୁ ବେଳେ ତା ହାତରେ ଛତା ଓ ଗୋଟିଏ ଛାଟ ଥାଏ .ଛତା ଖରା ଓ ବର୍ଷା ରୁ ବଞ୍ଚାଇବାକୁ ଓ ଛାଟ ପିଲା ମାନଙ୍କୁ ଠିକ କରି ରାସ୍ତା କଡେ କଡେ ନେବା ପାଇଁ.ପିଲାଦିନୁ ସେ ପାଠ ନ ପଢି ବି ସମସ୍ତଙ୍କୁ ବହୁତ କିଛି ଶୃଙ୍ଖଳା ବିଷୟରେ ବୁଝାଏ .ସବୁବେଳେ ସେ ହସୁ ଥାଏ ,କିନ୍ତୁ କେହି ରାସ୍ତାରେ ଦୁଷ୍ଟାମୀ କଲେ ଟିକେ ରାଗି ଯାଇ ଛାଟ ଦେଖାଏ .ସେଇଥିରେ ପିଲାମାନେ ବୁଝି ଯାଆନ୍ତି .ପୁଣି ପାଖକୁ ଟାଣି ଆଣି ମା ପରି ଗେଲ୍ହା କରି ବୁଝାଏ .ସବୁଠୁ ନିଆରା ହେଲା ତାର ମମତା .ଯଦି କେହି ପିଲା ଘରୁ ଟିଫିନ ଆଣିବା ଭୁଲି ଯାଇଥାଏ ,ତେବେ ସେ ଖାଇବା ଛୁଟିରେ ତାକୁ ବିସ୍କୁଟ କିଣି ଆଣି ଦିଏ .ସେ ପିଲାଙ୍କର ଭୋକ ସହି ପାରେନା .ଘରେ ସେଇ ପିଲାକୁ ଛାଡିଲା ବେଳେ ତା ମା କୁ ଅଭିମାନ ରେ ଦୁଇପଦ କହିଦିଏ ,''ଦେଖା ମା ,ପିଲାଟା ଏତେବେଳ ଯାଏ ସ୍କୁଲ ରେ ରହିବ ,ତୁମେ ତା ଟିଫିନଟା ଠିକ କରି ଦେବନି ନା.ଭୋକରେ ସେ କେମିତି ରହିବ .'' କହି ଦେଇ ଚାଲିଯାଏ .ସେ ବିସ୍କୁଟ ର ପଇସା ନିଏ ନାହିଁ .ପିଲାଙ୍କର ସବୁ ଅଳି ସେ ବୁଝେ ଓ ତାଙ୍କୁ ବୁଝାଇ ବି ଦିଏ .ସେ ଆଜି ଯାଏ ତା କାମରେ କେବେ ବି ହେଳା କରି ନାହିଁ .

ସ୍କୁଲ ପାଖରେ ବିଜୟ ବାବୁ ପହଞ୍ଚି ନାତି କୁ ଛାଡି ଦେଲେ .ସେଇଠି ପଚାରିଲେ ,''ଆଜି କଣ ମାଉସୀ ଆସି ନାହିଁ କି ?''ଉତ୍ତର ମିଳିଲା ,''ନା ସେ ଆସି ନାହିଁ ,କିନ୍ତୁ ବସ୍ତିରେ ଲୋକ କିଛି ଭିଡ ହୋଇଛନ୍ତି .''ଏତକ ଶୁଣି ବିଜୟ ବାବୁ ଧାଇଁଲେ ବସ୍ତି ଆଡକୁ .ଜାଣିବାକୁ କଣ ହେଈଛି? ଭିଡ କୁ ଠେଲି ଟିକେ ଆଗକୁ ଗଲେ ,ଦେଖିଲେ ମାଉସୀ ତା ହାତରେ ଛତା ଓ ଛାଟ କୁ ଧରି ତା ଘର ଦୁଆର ମୁହଁରେ ପଡିଛି .ତା ପାଖକୁ କେହି ଯାଉ ନାହାନ୍ତି .ନିଜେ ବିଜୟ ବାବୁ ତା ପାଖକୁ ଗଲେ ,ସବୁ ଦେଖିଲେ ଓ କହିଲେ ମାଉସୀ ଆଉ ନାହିଁ .ତାକୁ ଟିକେ ଠିକ କରି ଶୁଆଇ ଦେଲେ .ବସ୍ତିର ଲୋକଙ୍କୁ କହିଲେ ,''ଏବେ ମାଉସୀର ସବା ସତ୍କାର କରିବାକୁ ହେବ .ଟଙ୍କା ଆଖିରୁ ଲୁହ ଅଜାଣତରେ ବୋହି ଯାଉଥିଲା .ଶେଷ ସମୟରେ ବି ସେ କାମରେ ବାହାରିଥିଲା .ବସ୍ତିବାଲା କହିଲେ ,''ସେ କି ଜାତିର ଆମେ ଜାଣିନୁ .କିଏ କେମିତି ତା ଶବ ସତ୍କାର କରିବା ?'' ବିଜୟ ବାବୁ କାନ୍ଦି କାନ୍ଦି ଟିକେ ରାଗରେ କହିଲେ ,''ସେ ମଣିଷ .ସେ ସମସ୍ତଙ୍କର ମାଉସୀ .ମୋର ବି ମାଉସୀ .ମୁଁ ତା ଶବ ସତ୍କାର କରିବି .ମୋତେ ଆଉ ତିନ ଜଣ ଦରକାର .''ଏତିକ ଶୁଣି ଲୋକେ ଗୁଣୁ ଗୁଣୁ ହେଲେ .ଶେଷରେ ଚାରି ଜଣ ଲୋକ ଆଗକୁ ଆସିଲେ .ଶବ ସତ୍କାର ର ବ୍ୟବସ୍ଥା ହେଲା.ବିଜୟ ବାବୁ ଘରକୁ ଫୋନ କରି ଜଣାଇଦେଲେ .ସ୍ମଶାନ ରେ ପହଞ୍ଚି ମୁଖାଗ୍ନି ଦେଲା ପରେ ଦେଖିଲେ ଟଙ୍କା ପୁଅ ରମେଶ ବି ଆସି ଯାଇଛି . ବହୁତ ଖୁସି ହେଲେ ଦେଖି ଓ ଦୁଃଖରେ କହିଲେ ,''ତୋ ମାଉସୀ ,ମୋ ମାଉସୀ ଓ ଆମ ବାବୁର ମାଉସୀ ଆଉ ନାହିଁ ''.

ଘରକୁ ଫେରି ବିଜୟ ବାବୁ ପୁରା ନିୟମ ଅନୁସାରେ ବାର ଦିନ ଯାଏ ମାଉସୀର କ୍ରିୟା କର୍ମ କଲେ .



Rate this content
Log in

Similar oriya story from Tragedy