Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Nayak Akshaya raazhasti

Tragedy Others

2  

Nayak Akshaya raazhasti

Tragedy Others

ମାଟିର ଡ଼ାକ

ମାଟିର ଡ଼ାକ

2 mins
3.2K


ପ୍ରିୟ ଦୈନିକ ପଞ୍ଜିକା...

ଦେଶରେ ଏକୋଇଶ ଦିନ ଧରି ଲକ୍ ଡାଉନ୍ । ଘରେ ରୁହନ୍ତୁ :ସୁସ୍ଥ ରୁହନ୍ତୁ ବୋଲି ନିର୍ଦ୍ଦେଶ ନାମା ପ୍ରକାଶ କରିଛନ୍ତି ଭାରତ ସରକାର । କୁଆଡେ ବା ଯିବି?? ସରକାରଙ୍କ ବିରୋଧରେ ଗଲେ ଦେଶ ଦ୍ରୋହ କୁହାଯାଏ, ତେବେ ମୁଁ ବା ବାଦ୍ ଯିବି କାହିଁକି??

ଘରେ ଖାଲି ଖାଇ ପି ପରିବାର ସହିତ ସମୟ ବିତେଇବା କଥା ।

ଲକ୍ ଡାଉନ୍ ର ଆଜିକୁ ପାଞ୍ଚ ଦିନ ହେବ ।

ସକାଳୁ ସକାଳୁ ଆଖି ଖୋଲୁ ନଥାଏ ପୂର୍ବ ରାତିରେ ପ୍ରାୟ ଗୋଟାଏ ସମୟ ପର୍ଯ୍ୟନ୍ତ ଟିଭି ଦେଖିଥିବା ହେତୁ ... ହଠାତ୍ calling Bell ବାଜି ଉଠିଲା । ବିରକ୍ତି ପ୍ରକାଶ କଲି ଏବଂ ବାଧ୍ୟ ହୋଇ ଉଠିଲି, ଉଠି ଦେଖେ ତ ପଡୋଶୀ ଘରର ଭାଉଜ ଟିଏ । ହସି ହସି କହିଲେ.. ତମ ଭାଇ ଆଜି ଆସୁଛନ୍ତି ,ତମେ ମୋତେ ଟିକିଏ ସାହାର୍ଯ୍ଯ କର... ମାନେ ଆଣିବା ପାଇଁ ଯାଅ । ମୁଁ କହିଲି ଟ୍ରେନ ଚଳାଚଳ ସବୁ ବାତିଲ, ସେ କେମିତି ଆସିବେ ଯେ ।

ସେ କହିଲେ ଚୁପ୍ ଚାପ୍ କାନରେ ଫିସ୍ଲ ଫିସ୍ବା କରି ମାଲବାହୀ ଟ୍ରେନର ଫେରନ୍ତା ଖାଲି ବଗି ରେ, ପୁଣି ସେ ଏକା ନୁହଁନ୍ତି । ସାଙ୍ଗରେ ତମ ଆର ଭାଉଜ ବି..

କି କଥା କହୁଛ ଯେ , ତମେ ଥାଉ ଥାଉ ଆଉ ଗୋଟେ ସ୍ତ୍ରୀ...।

ଅବଶ୍ୟ ଶୁଣି ଥିଲି ଭାଇର କାରନାମା, ସେଠି.. ବାହାରେ ଯେଉଁଠି କାମ କରୁଛି ସେଇ କମ୍ପାନୀର ଏକ ଅଣଓଡ଼ିଆ ଝିଅ ସହିତ ତାର ସମ୍ପର୍କ ବଢ଼ିଯାଇଥିଲା କିନ୍ତୁ କେବେ ବାହା ହେଇଛନ୍ତି ସେଇ କଥା ଜାଣି ନ ଥିଲି । ମୁଁ ଖାଲି ତାଙ୍କ ମୁହଁ କୁ ଦେଖୁଥାଏ ।

ସେ କହୁଥାନ୍ତି ତାଙ୍କ ଖୁସି ରେ ମୁଁ ଖୁସି...। ପରେ ମୁଁ ପଚାରି ବୁଝିଥିଲି ଯେ ବିବାହର ବାର ବର୍ଷ ପରେ କୌଣସି ପିଲା ଛୁଆ ନ ହେବାରୁ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାଇ । ସେଇଟା ପୁଣି ଭାଉଜଙ୍କ ସମ୍ମତି ପ୍ରଦାନ ରେ । ତାର ଏବେ ଦି ମାସର ଯାଆଁଳା ପୁଅ ବି କରୋନା ଆକ୍ରନ୍ତ ସଂଖ୍ଯା ବଢି ଯିବାରୁ କମ୍ପାନୀ ବନ୍ଦ ହେଇ ଗଲା ସେଠି ଆଉ କି କରିବେ ବାଧ୍ୟ ହେଇ ଲୁଚି ଲୁଚି ଟ୍ରେନରେ ପଳେଇ ଆସୁଛନ୍ତି ।

ତେବେ ତ ଆମ ଗାଁ କୁ ବିପଦ ।

ନା ଭାଉଜ.....

ତାଙ୍କୁ କୁହ ନିଜ ନାଁ କୁ ରେଜିଷ୍ଟ୍ରୀ କରି ରକ୍ତ ପରୀକ୍ଷା କରିବା ପାଇଁ ।

ଆହୁରି ଅନେକ କିଛି କଥା କହିବା ଆଗୁ କେଉଁଠି ଥିଲା ଗାଁ ଅଙ୍ଗନବାଡି କର୍ମୀ କେଜାଣି TV ରେ news ଦେଖି ଆମ ପାଖେ ଆସି ହାଜର.. ଥମ୍ସେ ଥମ୍ଇ କହିଲା ଭାଇ କୁ ପୋଲିସ୍ arrest କରିଛି ।

ସେ ପରା ଲୁଚି ଲୁଚି ଗାଆଁକୁ ଫେରୁଥିଲେ ରେଲୱେ ପୋଲିସ୍ ଫଲୋ କରି ସେମାନଙ୍କୁ ଥାନାକୁ ନେଇ ଯାଇଚି...।

ଦେଶ ଦ୍ରୋହି ଆଖ୍ୟା ଦେଇ ।

ତେବେ ତ... ଭାଉଜ ଖାଲି ଭୋ ଭୋ ହେଇ କାନ୍ଦିଥିଲେ ।

ମୁଁ ବି ଅନେଇ ରହିଥାଏ ତାଙ୍କ ମୁହଁ କୁ ।

ଭାବୁ ଥାଏ ଏମିତି କାହିଁକି କଲେ ଭାଇ ସେଠି ହେଲେ ରହି ଯାଉଥାନ୍ତେ ।

ଗାଆଁକୁ ଆସୁଥିଲେ କାହିଁକି ?

ଗାଁ ର ମୋହ..

ନା ମାଟିର ଡାକ..।



Rate this content
Log in

More oriya story from Nayak Akshaya raazhasti

Similar oriya story from Tragedy