STORYMIRROR

suchismita Panda

Drama Fantasy Inspirational

3  

suchismita Panda

Drama Fantasy Inspirational

ମାଟି ମା'

ମାଟି ମା'

2 mins
200

       ସମୟାନୁସାରେ ନାନାଦି ପନିପରିବା ଚାଷ କରି ଯେଉଁ ଦିଇ ପଇସା ଉପାର୍ଜନ ହେଉଥିଲା କଷ୍ଟେ ମଷ୍ଟେ ସେଥିରେ ଗୁଜୁରାଣ ମେଣ୍ଟି ଯାଉଥିଲା । ସରକାରୀ ବିଦ୍ୟାଳୟରେ ପଢୁଥିବା ରୁ ସରୋଜ ଏବଂ ସାରିକା ମଧ୍ୟ ଆରମରେ ଗୋଟେ ଗୋଟେ ଶ୍ରେଣୀ ବଢିଯାଉଥିଲେ ଆଗକୁ । ମା' ମଙ୍ଗଳା ମଧ୍ୟ ଘଣ୍ଟ ଘୋଡାଇ ରଖିଥିବା ରୁ ଆପଦ ବିପଦ ସବୁକିଛି ପାରି ହୋଇଯାଉଥାଏ ।

      ଧୀରେ ଧୀରେ ସଂଜୀବ ଉଚ୍ଚ ଶିକ୍ଷାର ସ୍ବପ୍ନ ଦେଖେ ହେଲେ ସାରିକାର ପାଠରେ ପଡେ ପୂର୍ଣ୍ଣଚ୍ଛେଦ । ଆରମ୍ଭରୁ ସେ ଅଧିକ ମନ ଦେଉନଥିଲା ଏବଂ ପରେ ସଂପୂର୍ଣ୍ଣ ମାତ୍ରରେ ଇଚ୍ଛା କମିଗଲା ବୋଲି ଘର ଦାୟିତ୍ବ ତା ହାତକୁ ଗଲା । ହେଲେ ସଂଜୀବ ପାଠ ପାଇଁ ଗାଁ ଦୁଆର ଡେଇଁଲା । ଧାର କରଜ କରି କଟକରେ ସେ ପାଠ ପଢିଲା । ଏପଟେ ତିନି ଜଣ ଗଣ୍ଡେ ଖାଇ ଦିନ ତମାମ ବିଲ ବଗିଚାରେ କାମ କରି କିଛି ପଇସା ସଂଚିତ କରନ୍ତି ପୁଣି କିଛି ପଠେଇ ଦିଅନ୍ତି ସଂଜୀବ ପାଖକୁ ଡାକ ମାଧ୍ୟମରେ । 

     ସବୁବେଳେ ପରିସ୍ଥିତି ସମାନ ନଥାଏ । ଧୀରେ ଧୀରେ ବଳ ବୟସ କମିଲା । ଚାଷ କରିବା ବେଳକୁ ହାଲିଆ ଲାଗିଲା । ତଥାପି ଅଭାବ ପରିସରରେ ରହି ଆଗକୁ ବଢୁଥାନ୍ତି । ଏଇ ଭିତରେ ସଂଜୀବର ପାଠ ପଢା ସରି ଜଣେ ସରକାରୀ କିରାଣୀ ପଦବୀ ପାଇଗଲା । ସାରିକାର ମଧ୍ୟ ବାହାଘର ହୋଇଗଲା ।

      ଦିନକର ଘଟଣା । ସଂଜୀବ ଚାକିରୀ ପାଇଲା ପରେ ଗାଁ କୁ ଆଉ ବେଶୀ ଆସିଲାନି । ଏପଟେ ବାପା ମା ଏକା ରହି ରହି କଷ୍ଟ ମଷ୍ଟେ ଜୀବନ କାଟିଲେ । ବିଲ ବାଡି ବଗିଚା ଆଉ ଆଗ ପରି ହସିଲା ନାହିଁ । ସତେ ଯେମିତି ମରୁଡି ମାଡି ଆସିଛି ତାଙ୍କ ଭୂଇଁକୁ ସେମିତି ଅନୁଭବ ହେଲା । ମାଟି ମାର ଦୁଃଖ ଦେଖି ଦୁଇ ସ୍ବାମୀ ସ୍ତ୍ରୀଙ୍କ କଷ୍ଟ କହିଲେ ନସରେ । ଏମିତି କଷ୍ଟ ଦାରିଦ୍ର୍ଯ ଭିତରେ ହଠାତ୍ ସ୍ତ୍ରୀକୁ ଛାଡି ଚାଲିଗଲେ ସ୍ବାମୀ । 

      ବାପା ଚାଲିଗଲା ପରେ ସଂଜୀବ ଗାଁ କୁ ଆସେ । ମା ଆଉ ମାଟି ମାର ଅବସ୍ଥା ଦେଖି ହଠାତ୍ କେମିତି ତା ମନରେ ଦୁଃଖ ହୁଏ । ହେଲେ ବ୍ୟକ୍ତ ନକରି ଚୁପ୍ ଥାଏ । ବାପାଙ୍କ ସମସ୍ତ କାର୍ଯ୍ୟ କରି ସାରି ଦିନେ ଗାଁ ବୁଲୁଥିବା ସମୟରେ ଜଣେ ସଂପର୍କୀୟ ବଡ ଭାଇ ତାକୁ ଗାଁ ଘର ସହ ଜମିବାଡି ବିକ୍ରି କରିଦେବାର ପ୍ରସ୍ତାବ ଦିଅନ୍ତି । ସେଠି ସେ ଚୁପ୍ ଚାପ୍ ରହିଯାଏ ଏବଂ ଘେରିଆସେ ଘରକୁ ।

     ସେଦିନ ରାତି ସାରା ଆଉ ଭୋକ ହୁଏନି କି ନିଦ ଆସେନି । ଏଇ ଘର ଅଗଣା ଚୁଲେ ମୁଣ୍ଡ ପିଠା ପଣାର ବାସ୍ନା ବାଡି ବଗିଚାରେ ହସୁଥିବା ପରିବା ସବୁ ପୁରୁଣା ଦିନ ସବୁ ଜୀବନ୍ତ ହୋଇ ଆଖିରେ ଭାସି ଚାଲିଲା । ସେ ଭୋ ଭୋ ହୋଇ କାନ୍ଦିଚାଲେ । ଘନ ଅନ୍ଧକା ରାତିରେ ସମସ୍ତଙ୍କ ଅଜାଣତରେ କାନ୍ଦିଲେ କିଏ ବା ଜାଣେ ଭାବି ସେ ମନ ଭରି କାନ୍ଦୁଥାଏ । ହଠାତ୍ ମୁଣ୍ଡକୁ କିଏ ଆଉଁସି ଦିଏ । ଚମକି ପଡି ଦେଖେ ତ ପାଖେ ଠିଆ ହୋଇଥାଏ ମା । ସେ ମାକୁ ଜାବୁଡି ଧରି ଆଉ ଜୋରରେ କାନ୍ଦି କାନ୍ଦି ତା ଭୁଲ୍ ର କ୍ଷମା ମାଗେ ।ତା ସହ ସେ କଥା ଦିଏ ତା ବାଡି ବଗିଚାରେ ପୁଣି ଫୁଟିବ ଫୁଲ । ପୁଣି ସେମାନେ ମହକି ଉଠିବେ । ଗାଁରେ ସେ କିଛି ଲୋକଙ୍କୁ ମଜୁରୀ ଦେଇ କାମ କରିବା ପାଇଁ କହେ । ପ୍ରତି ସପ୍ତାହରେ ଆସି ନିଜ ଗାଁ ମାଟି ସବୁର ଦାୟିତ୍ବ ତୁଳାଇଚାଲେ । କିଛି ମାସ ପରେ ପୁଣି ମାଟି ମା ଆନନ୍ଦରେ ହସିଉଠେ । ଗର୍ଭବତୀ ନାରୀ ପରି ଫୁଲି ଯାଇ ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇପଡେ । 

       


Rate this content
Log in

Similar oriya story from Drama