ମାତୃତ୍ଵ
ମାତୃତ୍ଵ
ଆଜି ମୁଁ ଆମେରିକା ଯାଉଛି । ମୋ ପୁଅ ପାଖରେ ରହିବି ଶୈଳବାଳା ଦେବୀ ଫୋନରେ କହୁଥିଲେ ହେଲେ ତୁମେ ସେଠାର ଚାଲି ଚଳନରେ ଖାପ ଖୁଏଇ ଚଳି ପାରିବ ତାଙ୍କ ଭାଇ ପଚାରୁଥିଲେ, ହଁ ତୁ ବ୍ୟସ୍ତ ହେବା ଦରକାର୍ ନାହିଁ।। ବାହାରିଲେ ଶୈଳ ତାଙ୍କ ନୂଆ ଆଶା ଖୁସି ଅନେକ କିଛି ଅକୁହା କଥାକୁ ସାଙ୍ଗରେ ନେଇ।
ଅନେକ ସମୟ ଯାତ୍ରା ପରେ ପହଞ୍ଚିଲେ ଆମେରିକା। ପୁଅ ଆସି ଥିଲା ମାଆଙ୍କୁ ନେବା ପାଇଁ। ଆମେରିକାର ପ୍ରଥମ କିଛି ମୁହୂର୍ତ୍ତ ତାଙ୍କ ପାଇଁ ଅକୁହା ଆଉ ସଂପୂର୍ଣ୍ଣ ନୂଆ ଥିଲା ଯେମିତି କଁଳିଆ ଶିଶୁଟିର ପ୍ରଥମ ଦୁନିଆ ଦର୍ଶନ ମାଆର ଗର୍ଭରୁରୁ ବାହାରିଲା ପରେ।ଖୁବ୍ ସୁନ୍ଦର୍ ଥିଲା ସେହି ଅନୁଭୂତି କିନ୍ତୁ କିଛି ସମୟ ପରେ ତାଙ୍କର ସେହି ଅନୁଭୂତି ଫିକା ପଡି ଗଲା ଯେତେବେଳେ ସେ oua ସାଙ୍ଗରେ ଥିବା ବିଦେଶୀ କନ୍ୟାକୁ ଦେଖିଲେ।। କିଛି ପ୍ରଶ୍ନ ନ ପଚାରି ସେହି କନ୍ୟା ଆଡ଼କୁ ଦୃଷ୍ଟି ନ ଦେଇ ଚାଲିଗଲେ ସେ ପୁତ୍ର ଆଡ଼କୁ ତୀବ୍ର ପଦକ୍ଷେପରେ। ପୁଅ ମଥାନତ କରି ପ୍ରଣାମ ଜଣାଇଲା ଆଉ ମାଆ ତାକୁ ମନ ଭରି ଆଶୀର୍ବାଦ ଦେଲେ। ଏବେ ପାଳି ଥିଲା ସେହି କନ୍ୟାର। ସେ ମଧ୍ୟ ଭାରତୀୟ ସଂସ୍କୃତିକୁ ଖୁବ୍ ସୁନ୍ଦର ଭାବରେ ଆପଣେଇ ନେଇଥିଲା ଆଉ ପାଦ ଛୁଇଁ ନମସ୍କାର କରିଲା। ଏବେ ଶୈଳ ଦେବୀଙ୍କ ଧର୍ଯ୍ୟର ବନ୍ଧ ଭାଙ୍ଗି ସାରିଥିଲା ଧୀର କଣ୍ଠେ ପଚାରିଲେ ପୁତ୍ରକୁ କିଏ ଏ ଓଃ ତତେ ତା କଥା କହିନି କେବେ କାରଣ ତୁ ଆସିଲେ ସିଧା କହିବି ଭାବି ଏ ମୋ ପ୍ରେମିକା , ଆମେ ଏକତ୍ର କାମ କରୁ ।
ଓଃ,
ଆଉ ତୋର ଆଶୀର୍ବାଦ ନେଇ ବିବାହ କରିବୁ ।
ବିବାହ? ପ୍ରଶ୍ନ ମାନେ ତାଙ୍କ ବୟସର କୁଂଚିତ ରେଖା ମାନକୁ ଆହୁରି କୁଂଚିତ କରି ପକେଇଥିଲେ ହଉ ଛାଡ଼ ଏବେ ତୁ ଚାଲ୍ ଘରକୁ ତିନିହେଁ ବାହାରିଲେ ଝିଅ ଗାଡ଼ି ଚଲଉଥାଏ। ଶୈଳ ଦେବି ପୁଅକୁ ଖେଂଚି ଖେଂଚି ଜାଣିବା ପାଇଁ ଚେଷ୍ଟା କରୁଥାନ୍ତି।ଏହି ଭିତରେ ଘରେ ପହଁଚିଗଲେ ସମସ୍ତେ । ପୁନଃ ପ୍ରଶ୍ନ ଶୈଳ ଦେବୀ ଙ୍କ ସିଏ କଣ ଆମ ଘରକୁ ଯିବ ହଁ ଆମେ ଏକା ସାଙ୍ଗରେ ରହୁ । କୁଆଡେ ଯିବ ସେ ।
ହେଁ ବାହା ନାହିଁ ସାହା ନାହିଁ ଏକାଠି ! ବେଦୀ ହୋମ ନିଆଁ ମନ୍ତ୍ର ପାଠ କିଛି ହୋଇନି ତଥାପି ଏକ ସାଙ୍ଗରେ ରୁହ। ଆଉ ତାକୁ ମୁଁ ବୋହୁ କରିବି ବୋଲି ଜାଣିଲୁ କେମିତି ।ବୋଉ ଘରକୁ ଚାଲ୍ଏଠି ବାହାରେ କଥା ହେଇ କି ଲାଭ ଘରକୁ ଚାଲିଗଲେ ସମସ୍ତେ ।
କିଛି ସମୟ ପରେ ଝିଅଟି ଜୁସ୍ ଆଉ କିଛି ବ୍ରେଡ୍ ଆଣି ଦେଲା ଖାଇବା ପାଇଁ ଆଉ ଶୈଳଙ୍କ ପାଖରେ ବସିଲା ଆଉ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଲା ।ତାଙ୍କୁ ନିଜର ନା ଯେନି ବୋଲି କହିଲା ହେଲେ ସେ କିଛି କଥା ହେଲେନି। ଚୁପ୍ ଚାପ୍ ଖାଇ ବସିଲେ ଇଣ୍ଡିଆ ନୁହେଁ ତେଣୁ କାହାକୁ ଫୋନ୍ କରି ଗପି ପାରିଲେ ନାହିଁ ମନ ମାରି ଚୁପ୍ ରହିଲେ।ଦିନ ପରେ ଦିନ ବିତି ଚାଲିଲା ପୁଅ ଆଉ ଯେନି ଯେତେ ଚେଷ୍ଟା କରିଲେ ମାଆ ଙ୍କ ମାନ ଭଙ୍ଗ କରି ପାରିଲେ ନାହିଁ ।
ଏମିତି ଦିନେ ଟିଭି ଚଲେଇ ସେ ବସିଥିଲେ ସୋଫା ରେ। ଶ୍ରୀକୃଷ୍ଣଙ୍କ ମାଆ ଯଶୋଦାଙ୍କ ସହ କଥୋପକଥନ ଆଉ ମାଆ ଦେବକୀଙ୍କ ସହ କଥୋପକଥନ ଶୁଣି ତାଙ୍କ ଦୃଷ୍ଟିକୋଣ ବଦଳି ଗଲା । କଥୋପକଥନ କିଛି ଏହି ଭଳିଆ ଥିଲା...
ଶ୍ରୀକୃଷ୍ଣ କହୁଥିଲେ ଯଶୋଦା ମା ତୁମେ ଜାଣିଲ ମୁଁ ତୁମ ଜନ୍ମିତ ପୁତ୍ର ନୁହେଁ ମୁଁ ଜଣେ କ୍ଷତ୍ରିୟ ବଂଶଜ ଆଉ ମୋର ଜନ୍ମ ମଧ୍ୟ ରାଜ ପରିବାରର । କଂସ ବଦ୍ଧ ପରେ ମୁଁ ବର୍ତ୍ତମାନ ରାଜକୁମାର ରୁ ରାଜା ମଧ୍ୟ ହୋଇ ପାରେ। ଏହି ସବୁ ସତ୍ୟ ଜାଣିଲା ପରେ ତୁମେ ମତେ କିଭଳି ଭାବରେ ଗ୍ରହଣ କରୁଛ?
ଅଶ୍ରୁଳ ହସଟିଏ ମୁଖରେ ରଖି କହିଲେ ଯଶୋଦା ମା, ଦେଖ କହ୍ନେୟା ମୁଁ ଜାଣେନି ତୋର ଜାତି, ଗୋତ୍ର,ବଂଶ,ଆଉ ପଦବୀ ମୁ କେବଳ ତୋର ମାଆ ଆଉ ତୁ କେବଳ ମୋର ପୁତ୍ର । ତୋର ସେହି ପିଲା ଦିନ କେବଳ ମୁଁ ହିଁ ଦେଖିଚି । ତୋର ଲବଣୀ ଚୋରି ଆଉ ମାଟି ଖାଇବା ତଥା ଗୋପୀଙ୍କ ସହ ରାସ ମୋ ସମକ୍ଷରେ ହେଇଛି ତେଣୁ ତୁ ମୋ ପାଇଁ ସେହି ନଟ ଖଟ କ୍ରିଷ୍ଣା କହ୍ନେୟା ରହିବୁ। ହଁ ଦୁଃଖ ଏତିକି ସବୁଦିନ ସନ୍ଧ୍ୟାରେ ଗାଈ ଚରେଇ ଆସିଲା ପରେ ତତେ ଦେଖୁଥିଲି ତାହା ଆଉ ହେବନି। କିନ୍ତୁ ତୋ ପ୍ରତି ମୋର ସ୍ନେହ ପ୍ରେମ କିଛି ବଦଳି ଯିବନି।
ଟିକିଏ ମନଖୋଲା ହସ ଦେଇ କହିଲେ କ୍ରିଷ୍ଣା ! ଏ ଦୁନିଆ ଜଗତ ମତେ ଯଶୋଦା ଲାଲ୍ ବୋଲି ଜାଣିବ ଏବୋଂ ତୁମର ଏହି ମୋହ ମାୟା ମୁକ୍ତ ପ୍ରେମର ନିଦର୍ଶନ ଦେବ।
ଅପରପକ୍ଷେ ଦେବକୀ ମାଆ ଙ୍କୁ କ୍ରିଷ୍ଣା କହିଲେ, ମୁଁ ବଂଶରେ ଜଣେ କ୍ଷତ୍ରିୟ ହୋଇ ପାରେ କିନ୍ତୁ କର୍ମରେ ମୁଁ ଜଣେ ସାଧାରଣ ଗାଈଆଳ, କଂସ ନିଧନ ମୋର ହସ୍ତରେ ଥିଲା କିନ୍ତୁ ମୁଁ ଯୁଦ୍ଧ କରେନି କେବଳ ପ୍ରେମରେ ବୁଝାଏ ଆଉ ଶାନ୍ତି ରକ୍ଷା କରେ । ମୋର ଅନେକ ଜୀବନ ଗୋପଙ୍ଗନାଙ୍କ ସହ ରାସ ଲୀଳା,ବଂଶୀ ବାଦନରେ ଯାଇଛି । ତେବେ ତୁମ କୁହ ତୁମେ ଜଣେ ରାଣୀ,ଆଉ ଜଣେ ରାଜମାତା ତେବେ ତୁମେ ମୋ କୋଉ ଗୁଣର ପରିବର୍ତ୍ତନ କରିବା ପାଇଁ ଚାହଁ ହସି ଦେଇ ଦେବକୀ କହିଲେ ତୁମେ ଜୀବିତ ତାର ପ୍ରମାଣ ମୋ ପାଖରେ ଥିଲା କିନ୍ତୁ ତୁମକୁ ଦେଖିଲା ପରେ ମୋ ଜୀବନ ପଶିଲା। ତୁମେ ବଞ୍ଚିରହି ମୋ ସାମ୍ନାରେ ବିଦ୍ୟମାନ ତାହା ମୋ ପାଇଁ ଯଥେଷ୍ଟ ମୁଁ ରାଜ ମାତା ନୁହେଁ କୃଷ୍ଣଙ୍କ ମାଆ ହୋଇ ରହିବା ପାଇଁ ଚାହେଁ ତୁମ ସୁଖରେ ସୁଖୀ ହୋଇ ଜୀବନ ବ୍ୟତୀତ କରିବା ପାଇଁ ଚାହେଁ। ଜୀବନର ଅନେକ ବର୍ଷ ତୁମକୁ ଦେଖିନି କିନ୍ତୁ ବର୍ତ୍ତମାନ ଠାରୁ ତୁମକୁ ଦେଖିପାରିବି ସେତିକି ଯଥେଷ୍ଟ । କୃଷ୍ଣ ଗୋଟିଏ ଛୋଟ ହସଟିଏ ଦେଇ କହିଲେ ସମସ୍ତ ସଂସାର ମୋତେ ଦୁଇ ମାତାଙ୍କ ପୁତ୍ର ବୋଲି ଜାଣିବ। ଆଉ ମୋ ମାଆ ଦୁହେଁ ତାଙ୍କର ମୋହ ମୁକ୍ତ ପ୍ରେମ ପାଇଁ ଦୁନିଆରେ ଉଦାହରଣ ସୃଷ୍ଟି କରିବେ।
ଏତିକି ଶୁଣିଲା ପରେ ଶୈଳ ଦେବୀ ସୋଫା ଉପରୁ ଉଠି ପଡ଼ି ଯାଇ ଆଇନା ସାମ୍ନାରେ ନିଜକୁ ଦେଖିଲେ, କଣ କରୁଛନ୍ତି ସେ ତାଙ୍କର ସନ୍ତାନ ମାନକ ଖୁସିରେ ଖୁସି ନାହାନ୍ତି କିପରି ତାଙ୍କ ପୁଅ ପାଇଁ ଦେବକୀ ହେଲେ ସେ ଯେନି ପାଇଁ ଯଶୋଦା ହୋଇ ପାରିବେ ସଂସାର ସୁଖରେ ନାଚି ଉଠିବ । ଏତିକି ଭାବି ସେ ରୋଷେଇ ଘରକୁ ଗଲେ ଦେଖିଲେ ଯେନି ଗୋଟିଏ ଇଣ୍ଡିଆନ୍ ରିସିପି ବହି ଧରି ତାଙ୍କ ମନ ପସନ୍ଦର ରନ୍ଧା ରାନ୍ଧିବା ପାଇଁ ଚେଷ୍ଟା କରିଛି ଆଉ କର୍ଯ୍ୟବ୍ୟସ୍ତ ହେତୁ ସେ ବହିକୁ ସେଠି ଛାଡ଼ି ଦେଇ ଯାଇଛି। ହସିଦେଲେ ସେ ଆଉ ସବୁକୁ ସଜେଇ ରଖି ଦେଲେ ତା ପରେ ନିଜ ପୁଅ ପସନ୍ଦରେ କିଛି ଖାଇବା ବନେଇ ରଖିଲେ ତାପରେ ଯେନିକୁ କଣ ଭଲ ଲାଗେ ଭାବି ଫଳକୁ କାଟି ରଖିଲେ ଆଉ ଗୋଟିଏ ଛୋଟ କେକ ବନେଇ ରଖିଲେ ତାଙ୍କ ତରଫରୁ ଗୋଟିଏ ଚେଷ୍ଟା ଥିଲା ଉଭୟଙ୍କୁ ଖୁସି କରିବା ପାଇଁ।
କିଛି ସମୟ ଗଲା, ଦୁହେଁ ଆସିଲେ ଅଫିସରୁ ଆସିଲା ବେଳକୁ ଘରର ଆଲୋକ ବନ୍ଦ । ଯେନି ଯାଇ ଆଲୋକିତ କଲା ଘରକୁ ସଂପୂର୍ଣ୍ଣ ଭାବରେ ଆଉ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଉଠିଲେ ଉଭୟ, ଶୈଳ ଦେବୀ ଡାଇନିଂ ଟେବୁଲ୍ ରେ ସବୁ ଖାଦ୍ୟକୁ ସଜେଇ ଛିଡା ହୋଇଛନ୍ତି । ବୋଉର ଫେରି ଆସିଥିବା ସେହି ରୂପ ଦେଖି ଖୁସିରେ ଦୋୖଡି ଯାଇ କୁଣ୍ଢେଇ ଧରିଲେ ପୁଅ। ଏବେ ବୋଉ ଯେନିକୁ କହିଲେ ତୁ ଭି ଆ ତତେ କଣ ଡାକିବି । ତାଙ୍କ ଈଶାରାରୁ ବୁଝିଲା ଯେନି ତାକୁ ଭି ଡାକୁଛନ୍ତି ବୋଲି ଆଉ ସେ ଦୋୖଡି ଯାଇ ଆଲିଙ୍ଗନ କରି ଉଠିଲା ତାଙ୍କୁ । ଶୈଳ ଦେବୀ କହିଥିଲେ ମତେ କ୍ଷମା କରିଦିଅ, ମୋର ପ୍ରକୃତ ଜନ୍ମ ଆଜି ହୋଇଛି ଏହି ନୂଆ ଦୁନିଆରେ ଆଜି ହିଁ ମୋର ପ୍ରକୃତ ପାଦ ପଡ଼ିଛି। ଆଜି ହିଁ ମୁଁ ଜଣେ ପ୍ରକୃତ ମାଆ ଭାବରେ ଜନ୍ମ ନେଇଛି। ଅନେକ ବର୍ଷ ପୂର୍ବେ କେବଳ ମାତୃତ୍ଵ ଲାଭ କରିଥିଲି ସତ କିନ୍ତୁ ମାଆ ଆଜି ହେଲି। ତୋର ଦେବକୀ ଆଉ ତାର ଯଶୋଦା ।
ତିନିହେଁ ସୁଖରେ ହସୁଥିଲେ। ଆଉ ସ୍ବାଗତ ଜଣାଇଥିଲେ ଦୁହେଁ ବୋଉକୁ ତାଙ୍କର ନୂଆ ଦୁନିଆରେ ହୋଇଥିବା ଆଗମନକୁ ଓ ପଡ଼ିଥିବା ପ୍ରଥମ ପଦଚିହ୍ନକୁ ।
(ସମାପ୍ତ)
