STORYMIRROR

Sunanda Mohanty

Inspirational

2  

Sunanda Mohanty

Inspirational

ମାତୃଭାଷା

ମାତୃଭାଷା

2 mins
91


ବହୁତ ଦିନ ପରେ ଦିଲ୍ଲୀରୁ ଆସିଥିବା ବନ୍ଧୁ ନାକଟେକୁଥିଲେ, ଆମ ଛୋଟ କିନ୍ତୁ ଆଧ୍ୟାତ୍ମିକ ଓ ଶାନ୍ତି ପ୍ରିୟ ଅଞ୍ଚଳକୁ ଦେଖି। ସହିପାରିଲିନି ମୋ ଛୋଟ ସହରର ଅମର୍ଯ୍ୟାଦା, ତ କହିଲି ଖୁବ ଶୀଘ୍ର, ଏଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଇଛି ତ ଆମ ଏ ଛୋଟ ଆଧ୍ୟାତ୍ମିକପୂର୍ଣ୍ଣ ଜାଗାଟିର ନିଶ୍ଚୟ ମହତ୍ତ୍ଵ ବଢିଯିବ। ତଥାପି ତାଙ୍କ ନାକଟେକା ତଥା ଓଡିଆ କିଏ ପଢ଼ିବ ଶୁଣି ଆମ ବାବୁ, କଥା ବଞ୍ଚେଇ, ଅର୍ଥାତ ମନ ରଖି କହୁଥାନ୍ତି, କିଏ ପଢ଼ିବ, ଖାଲି ଷଣ୍ଢ ଆଉ ବୁଲା ଜନ୍ତୁଙ୍କ ଆଡ୍ଡା ସ୍ଥଳୀ ପାଲଟିବା ସାର ହେବ। ମୁଁ ନିରୁତ୍ତର ରହିଲି।

  ଖିଆ ପିଆ, ଦୁଃଖ ସୁଖ ଭିତରେ ମୋ ପ୍ରକାଶିତ ବହି ପାଞ୍ଚଖଣ୍ଡ ଉପହାର ସ୍ୱରୂପ ପ୍ରଦାନ କଲି ଓ ବିଭିନ୍ନ ସ୍ଥାନରୁ ମର୍ଯ୍ୟାଦା ହିସାବରେ ପାଇଥିବା ଗାମୁଛା ଖଣ୍ଡିଏ ଦେଇ କହିଲି, ଏହାକୁ ସାଧାରଣ ଗାମୁଛା ବୋଲି ଭାବିବେନି, ଏହା ଏକ ସମ୍ମାନ, ଓଡ଼ିଆ ଭାଷାର ଅଗ୍ରଗତି କରିଥିବା ଯୋଗୁଁ ମିଳୁଛି କେବେ କେବେ।ସେ କହୁଥିଲେ ନିଶ୍ଚୟ ନିଶ୍ଚୟ। ତା ପରେ ମତେ ମିଳିଥିବା ସମ୍ବର୍ଦ୍ଧନା ସବୁ ପଢ଼ି ଖୁସି ହେଲେ। କୋଉ ଲେଖାଟି ଖୁବ ଭଲ ହେଇଛି ବୋଲି ମଧ୍ୟ ପ୍ରଶଂସା କରୁଥିଲେ।

  ପୁଅ ବୋହୁ ସେଇ ଦିଲ୍ଲୀରେ ରହୁଛନ୍ତି ଜାଣି ଖୁସି ହେବା ସହ ଏତେ ବଡ ଘର କରିଛନ୍ତି କିଏ ରହିବ ବୋଲି ଦୁଃଖ ପ୍ରକାଶ କରିବା ସହ, ବୋହୁର କଳାକୃତି ଯଥା ପେଣ୍ଟିଂ ଗୁଡ଼ିକ ଦେଖି ଖୁବ ଖୁସି ହୋଇ ଶାଶୁ ବୋହୁଙ୍କ ଖୁବ୍ ପ୍ରତିଭା ଅଛି କହି, ମୋର ଲେ ପେପରରେ ବାହାରିଥିବା ଗୋଟେ ଦିଟା ଗଳ୍ପ କବିତା ପଢ଼ି ବିଭୋର ହୋଇ ପ୍ରଶଂସା କଲେ, ତ ମୁଁ କହିଲି ସେହି ମାତୃଭାଷା ଓଡିଆ ପାଇଁ ଏସବୁ। ସେ ଯେବେ ପଚାରୁଥିଲେ, ପ୍ରତିଭା ସହ ଓଡ଼ିଆ ଭାଷାର କଣ ସମ୍ପର୍କ, ମୁଁ ବହେ ହସିଲି, ଆଉ ସବୁ ପ୍ରତିଭା ଯେ ମାତୃଭାଷାରୁ ଉତ୍ପତ୍ତି ବୋଲି ବୁଝାଇବାକୁ ଚେଷ୍ଟା କରି କହିଥିଲି, ଦେଖିବେ, ଆରଥର ଆପଣ ଆସିଲା ବେଳକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଏ ସ୍ଥାନର ଗୁରୁତ୍ଵ କେତେ ବଢ଼ିଯାଇଥିବ। ମତେ ଖାଲି ଆପଣଂକ ଗାଡ଼ିରେ ଟିକେ ବୁଲାଇ ଆଣିବେ, ହସି ହସି ବିଦାୟ ନେଉଥିବା ବନ୍ଧୁ କହୁଥିଲେ ନିଶ୍ଚୟ ନିଶ୍ଚୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational