STORYMIRROR

Santosh Kumar Nayak

Abstract Inspirational Others

2  

Santosh Kumar Nayak

Abstract Inspirational Others

ମାସ୍କ୍ ଦୁଇଟି ଅଣୁ ଗଳ୍ପ

ମାସ୍କ୍ ଦୁଇଟି ଅଣୁ ଗଳ୍ପ

1 min
51


୧ମ- ସ୍ତ୍ରୀର ଦେହ ଖରାପ ଥିବା ବେଳେ ହରିଆ ସାହୁକାରଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଋଣ ଆଣିଥିଲା। ଆର୍ଥିକ ଅନାଟନ ରେ ଯୁଝି ହେଉଥିବା ହରିଆ ଋଣ ସୁଝି ନ ପାରି ସାହୁକାରଙ୍କୁ ଦେଖିଲେ ଲୁଚି ପଡୁଥିଲା। ଏବେ ଆଉ ତାକୁ ଲୁଚିବାକୁ ପଡୁନି।


୨ୟ - ପଧାନ ବାବୁଙ୍କ ଝିଅ ପିଙ୍କି। ଏ ବର୍ଷ ମାଟ୍ରିକ୍ ପାଶ୍ କଲା। ତାର କଲେଜ ଯିବାକୁ ଭାରି ଇଚ୍ଛା, ହେଲେ ପାଟିଟି ତାର ଗ୍ରହଣ ଖଣ୍ଡିଆ ବୋଲି ସେ ଭାବୁଥିଲା ଆଉ କଲେଜ ରେ ନାଆଁ ଲେଖାଇବ ନାହିଁ। ଏବେ କିନ୍ତୁ ତାର ଆଉ ଭୟ ନାହିଁ। ଆସନ୍ତା କିଛି ବର୍ଷ ଯାଏଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। କଲେଜ ଖୋଲିଲେ ପିଙ୍କି ନାଆଁ ଲେଖେଇବାକୁ ପ୍ରସ୍ତୁତ ହେଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract