Susant Purohit

Inspirational Thriller

3  

Susant Purohit

Inspirational Thriller

ମାର ଜାତି

ମାର ଜାତି

2 mins
122



   ଜଣେ ମରାଠି ବ୍ୟକ୍ତି ଟ୍ରେନରେ ତାଙ୍କ ନିକଟରେ ବସିଥିବା ଜଣେ ମହିଳା ଙ୍କ ସହିତ କିଛି କଥା ବାର୍ତା ହଉଥାନ୍ତି । ସେ ମହିଳା ଙ୍କୁ ପଚାରିଲେ , “ ଭଉଣୀ ତୁମର ଜାତି କଣ ? “ 

ମହିଳା ଜଣକ ପ୍ରତି-ପ୍ରଶ୍ନ କଲେ , “ କି ଭଳି ଭାବେ ? ଜଣେ ମହିଳା ଭାବରେ ନା ଜଣେ ମା ହିସାବରେ ? “ 

ବ୍ୟକ୍ତି ଜଣକଙ୍କ ଆଗ୍ରହ ବଢି ଗଲା ଏଭଳି ଉତ୍ତର ପାଇ । କହିଲେ , “ ଭଉଣୀ ଉଭୟ ଭାବରେ କହନ୍ତୁ “ 


 ଏବେ ମହିଳା ଜଣକ କହିଲେ ,

 “ ଭାଇ , ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି , “ ମୁଁ ମାନବ ସମାଜ କୁ ତାଙ୍କର କର୍ମ ଅନୁସାରେ ଚାରିଟି ଜାତି, ଯଥା ଶୂଦ୍ର ,କ୍ଷତ୍ରିୟ, ବୈଶ୍ୟ ଓ ବ୍ରାହ୍ମଣ ଭାବରେ ରେ ବିଭକ୍ତ କରିଛି । ତାହା ତାଙ୍କର କୌଳିକ ଭାବରେ କରୁଥିବା କର୍ମ ଅନୁସାରେ ହିଁ ହୋଇଛି , ନଚେତ ସମସ୍ତେ ହିଁ ସମାନ । ସେହି ହିସାବରେ ମୁଁ ତ ଜାତିହୀନ । “ 


 ବ୍ୟକ୍ତି ଜଣକ ଆହୁରି ଟିକିଏ ଆଚମ୍ବିତ ହୋଇ ପଚାରିଲେ , “ ଭଉଣୀ ତାହା କିପରି ? ମୁଁ ତ ବୁଝି ପାରିଲି ନାହିଁ । “ 

ମହିଳା ଜଣକ ଏବେ କହିଲେ , 

“ ମା ଟିଏ ଯେତେବେଳେ ନିଜର ଶିଶୁ ର ଗୁହ , ମୁତ କୁ ନିର୍ବିକାର ଭାବରେ ନିଜ ହାତରେ ସଫା କରିଥାଏ , ସେ ‘ଶୂଦ୍ର’ ର କାର୍ଯ୍ୟ କରିଥାଏ , ତେଣୁ ସେତେବେଳେ ତାର ଜାତି ଶୂଦ୍ର ....... ଯେବେ ଶିଶୁ ଟି କ୍ରମଶଃ ବଡ ହୋଇଥାଏ ସେ ଶିଶୁ କୁ ସବୁ ପ୍ରକାର ବାହ୍ୟ ଅଯାଚିତ , ଅଣଆକାଞ୍ଛିତ କୁ ପ୍ରଭାବ ରୁ ରକ୍ଷା କରିଥାଏ ସଦା ସର୍ବଦା । ସେତେବେଳେ ସେ ଜଣେ ‘କ୍ଷତ୍ରିୟ’ ର ଭୂମିକା ନିର୍ବାହ କରିଥାଏ , ତେଣୁ କ୍ଷ୍ଯତ୍ରିୟ ହୋଇଥାଏ ..... ଶିଶୁ ଯେବେ ଆଉ ଟିକିଏ ବଡ ହୁଏ ମା ହିଁ ତାକୁ ପ୍ରଥମ ବିଦ୍ୟା ଶିକ୍ଷା ଦିଏ , ଭଲ ସଂସ୍କୃତି ସହିତ ପରିଚୟ କରାଏ , ଉତ୍ତମ ବ୍ୟବହାର ର ଜ୍ଞାନ ମଧ୍ୟ ଦିଏ ସେ ସମୟରେ ତ ମା ଟି ‘ବ୍ରାହ୍ମଣ’ ହିଁ ହୋଇଯାଏ । ଶିଶୁ ଯେତେବେଳେ ବଡ ହୋଇ ଶିକ୍ଷା ସମାପନ କରି ନିଜେ ଅର୍ଜନ କ୍ଷମ ଯୁବକ ହୋଇ ସମାଜରେ ଛିଡା ହୁଏ , ମା ହିଁ ତାହାକୁ ଅର୍ଥ ର ମୂଲ୍ୟ ବୁଝେଇଥାଏ , ସଞ୍ଚୟ କରିବାର ଆବଶ୍ୟକତା ବିଷୟ କହିଥାଏ , ଅଯଥା ବଦ ଖରଚ ନ କରି ମିତବ୍ୟୟତା ର ଉପଦେଶ ଦେଇଥାଏ । ସେତେବେ ତ ମା ର ଜାତି ପୁନର୍ବାର ବଦଳି ଯାଇ ‘ ବୈଶ୍ୟ’ ହୋଇଯାଇଥାଏ ନା !!


ପୁଣି ମହିଳା ଆଗକୁ କହିଲେ , 

 “ ମୁଁ ଭାବୁଛି ଆପଣ ନିଶ୍ଚୟ ମୋ ତର୍କ ସହିତ ସହମତ ହେବେ ଭାଇ , ତେଣୁ ମୁଁ କହିବି ଜଣେ ସ୍ତ୍ରୀ ର ପ୍ରକୃତରେ କିଛି ଜାତି ହିଁ ନ ଥାଏ । “ 


 ନିର୍ବାକ ହୋଇ ଶୁଣି ଯାଉଥିଲେ ବ୍ୟକ୍ତି ଜଣକ । ଭାବନାରେ ବୁଡିଗଲେ କୁହାଯାଇପାରେ । କିନ୍ତୁ ପ୍ରକୃତରେ ତାଙ୍କ ମନରେ ସେଇ ବିଦ୍ଵାନ ମହିଳା ଙ୍କ ପ୍ରତି ଗଭୀର ସମ୍ମାନ ଭରି ଭରି ଆସୁଥିଲା ଓ ତାହାର ପ୍ରତିଫଳନ ତାଙ୍କ ଆଖିରେ ଜଣା ପଡି ଯାଉଥିଲା ।ଟ୍ରେନ ଟି ତାଙ୍କ ଷ୍ଟେସନ ଆସିଯାଇଥିଲା । ବ୍ୟକ୍ତି ଜଣକ ମହିଳା ଙ୍କୁ ସମ୍ମାନ ଦେଇ ଟ୍ରେନ ରୁ ଉତୁରିକି ଗଲା ବେଳେ ମା , ଭଉଣୀ , ପତ୍ନୀ ଙ୍କ ପ୍ରତି ତାଙ୍କର ଶ୍ରର୍ଦ୍ଧ ସମ୍ମାନ ବି ବଢି ଯାଇଥିଲା ........ 


 ମହିଳା ଟିଏ ଅନନ୍ୟା ଏହି ସୃଷ୍ଟି ର , ନୁହେ କି ବନ୍ଧୁ ବାନ୍ଧବୀ ମାନେ ?


Rate this content
Log in

Similar oriya story from Inspirational