STORYMIRROR

Sunanda Mohanty

Tragedy Inspirational Children

3  

Sunanda Mohanty

Tragedy Inspirational Children

ମାପକ

ମାପକ

1 min
166


ମନଟା କେବେ ଖୁସି ତ କେବେ ଦୁଃଖ, ଜୀବନର ଦୁଇ ପାର୍ଶ୍ୱ ପରି, ତ ଗାଡି ଭିତରକୁ ହାତ ବଢ଼େଇ ଛୁଆ କାଖେଇଥିବା ଅଳ୍ପ ବଡ଼ ପିଲାଟି ଯେବେ ବାବୁ ଦୁଇ ଟଙ୍କା ଦିଅନ୍ତୁ, ମାଗୁଥିଲା, ତାକୁ ଅନ୍ୟାୟସରେ ଦଶଟି ଟଙ୍କା ବଢ଼େଇ ଦେଖେତ ଦଶ କି ବାର ଜଣ ପିଲା ଦଉଡି ଆସି ଗାଡିର ସାମନା ଝରକା ପଟେ, ବାବୁ ମତେ ଦୁଇଟଙ୍କା ମାତ୍ର, ବାବୁ ହଉ କହିବାରେ ଶହେଟି ଟଙ୍କା ବଢ଼େଇ କହିଲି ସମସ୍ତେ ବାଣ୍ଟି ନେବ l


    ପାଖାପାଖି ଆହାର କେନ୍ଦ୍ର, ହେଲେ କେହିବି ସେଠାକୁ ଯାଇନଥିଲେ ଖାଇବାକୁ ତ କାରଣରେ ମୋ ସହଯାତ୍ରୀ କିଏ କହୁଥିଲା, ପିଲାଙ୍କୁ ଭିକ୍ଷା କରାଇ ଯିଏ ଉପାର୍ଜ୍ଜନ କରାଉଛି ସେହିଁ ସବୁ ପଇସା ନେଇଯିବ, ଆଉ କିଏ କହିଲା, ସେମାନେ ଗୁଟଖା ଟାଣିବେ ପଛେ ଆହାରକେନ୍ଦ୍ରରେ ପାଂଚଟଙ୍କା ଦେଇ ଭାତ ଡାଲମା ଖାଇବେନି, ସେମାନଙ୍କ କଥା ଭିତରେ ମୋ ଗାଡି ନିମନ୍ତ୍ରଣ ଯୋଜନାରେ ଗଢି ଉଠିଥିବା ଭୋଜନାଳୟରେ ପହଂଚିଥିଲା, ଭିତରେ ସବୁ ଟେବୁଲରେ ଲୋକମାନେ ଖାଦ୍ୟ ପାଇଁ ଅପେକ୍ଷାରତ ଥିଲେ, ଚାପା ଗୁଞ୍ଜରଣ ଭିତରେ ବାହାରେ ସେହି ପିଲାଗୁଡିକ ପ୍ରତ୍ୟକ ଲୋକ ଓ ମହିଳାଙ୍କୁ ହାତ ପତେଇ ବାବୁ ଦୁଇଟା ଟଙ୍କା, ମାଆ ଦୁଇଟା ଟଙ୍କା ମାଗୁଥିଲେ, ଗାଇ ଛେଳି ମେଣ୍ଢା ଗୁଡିକ ମଧ୍ୟ ଅବାଧ୍ଯ ରେ ଊଛିସ୍ଟ ଖାଇଲାବେଳେ ପିଲାଗୁଡିକ ଭିତରୁ କୁନି ପୁଅ ଝିଅ ସେଗୁଡିକୁ ଛଡ଼ାଇବା ଦୃଶ୍ୟରେ ମୁଁ ସେଠାରୁ ପ୍ରତ୍ୟାବର୍ତ୍ତନରେ ସହଯାତ୍ରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ ତ ମୁଁ କହୁଥିଲି ଗାଇ ଛେଳି ମେଣ୍ଢା ତଥା କୁକୁର ବିଲୁପ୍ତ ହୋଇ ସେମାନଙ୍କର ଜୀବାସ୍ମ ଦେଖିବାକୁ ମଣିଷ ଥିଲେ ତ, ସହକର୍ମୀମାନେ ମୋ ଉକ୍ତିରେ ବିସ୍ମୟ ପ୍ରକାଶ କରିବାଟା ସ୍ୱାଭାବିକ ଥିଲା, ହେଲେ ମୁଁ ଆନମନା ହୋଇଯାଇଥିଲି ।


  ବିଧାନ ସଭା ଅଧିବେଶନରେ ମୋ ମତାମତ, ଏଥର ବୁଲାଜନ୍ତୁଙ୍କ ସୁରକ୍ଷା ଓ ଶିଶୁମାନଙ୍କ ଥଇଥାନ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଅଭିମତ ରଖିଲା ବେଳେ, ଶାଶକଦଳର ସହମତି ସହ ବିରୋଧୀ ଦଳର କରତାଳି ମତେ ଆନନ୍ଦ ଦେବା ପରିବର୍ତ୍ତେ ବିଚଳିତ କରୁଥିଲା, କାହିଁକିର ଉତ୍ତର ମତେ ନିଜକୁ ଜଣା ନଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy