Suchismita Sahoo

Abstract

3  

Suchismita Sahoo

Abstract

ମାନସିକ ରୋଗ

ମାନସିକ ରୋଗ

2 mins
197


ସୋସିଆଲ anxiety ଏକ ଭୟାନକ ମାନସିକ ବିମାରୀ ଅଟେ, ଯାହା ପାଇଁ ଆମେ ମାନେ ଦାୟୀ, ବିଶେଷ କରି ଆଜିକାଲିର ପିତାମାତା ଓ ଦେଖାଣିଆ ପରିବାର। ବୁଝିପାରିଲେନି ନା। ଆଜି ଗୋଟିଏ ପରିବାର ବିଷୟରେ କହୁଛି। ଆଶା କିଛି ବୁଝେଇ ପାରିବି ଆପଣ ମାନଙ୍କୁ। ଅନେକ ଦିନ ପରେ ଯେହେତୁ ଗାଁ କୁ ଯାଇଥାଏ। ତେଣୁ ନିଜ ବନ୍ଧୁ ସିପୁ କୁ ଦେଖା କରିବାକୁ ତା ଘରକୁ ଗଲି। ସିପୁ ଓ ମୁଁ ସ୍କୁଲ ବେଳର ସାଙ୍ଗ ଏବଂ ମୁଁ ସିପୁର ଗୋଟିଏ ବୋଲି ସାଙ୍ଗ (ହେଉ ହେଉ କେମିତି ଗୋଟେ ହେଇଗଲା ବନ୍ଧୁତା)। କାରଣ ତାର ବାପା ମାଆ ଙ୍କୁ ଲାଗେ, ଆମ ଭଳି ମଧ୍ୟବିତ୍ତ ପରିବାର ସହ ସାଙ୍ଗ ହେଇ ଖେଳିଲେ, ବୁଲିଲେ, ତାର ଭବିଷ୍ୟତ ନଷ୍ଟ ହେଇଯିବ। ତେଣୁ ସିପୁର ପିଲାଦିନ ଠୁ ନେଇ କଲେଜ ଯାଏ, କେବଳ ପଢା ପଢ଼ି ଓ ପରିବାର ସହ କଟିଲା। ପରିବାର କହିଲେ, ସେ, ତାର ସାନ ଭାଇ ଓ ବାପା ମାଆ। ତେଣୁ ତାକୁ ଏତିକି ସମ୍ପର୍କ ଛାଡ଼ି ଅନ୍ୟ ସମ୍ପର୍କ ଯଥା ବନ୍ଧୁ ର ଆବଶ୍ୟକତା ଜଣା ନ ଥିଲା। କଲେଜ୍ ଯାଏ, କିନ୍ତୁ କାହା ସହ ମିଶେନି। ତେଣୁ ତାର ଲୋକ ସମ୍ପର୍କ କିଛି ନ ଥିଲା। ଧିରେ ଧିରେ ସେ ଲୋକ ସମ୍ପର୍କକୁ ଡରିବାକୁ ଲାଗିଲା। ଛାଡ ସେ କଥା। ମୁଁ ସିପୁର ଘରେ ଭିତରେ ପାଦ ଠାପିଛି କି ନାହିଁ, ତା ମାଆ ଦୌଡ଼ି ଆସି ମତେ କୁଣ୍ଡେଇ କାନ୍ଦିବାକୁ ଲାଗିଲେ। ତାଙ୍କ କଷ୍ଟର କାରଣ, ସେ ଏଇ ୬ ମାସ ହେଲା ନିଜ ସାନପୁଅକୁ ହରେଇଛନ୍ତି, କହି ରଖୁଛି କି ସାନପୁଅ ଆତ୍ମହତ୍ୟା କରିଥିଲେ। ତାଙ୍କୁ ବୁଝାଇବାକୁ ଚେଷ୍ଟା କଲାବେଳେ ସେ ଏତିକି କହିଲେ, ସିପୁ!, ସିପୁ!। ମୁଁ ଡେରି ଯାଇ କହିଲି ସିପୁର କଣ ହେଲା। କହିଲେ, ପାଗଳ ହେଇଯାଇଛି। ଏତେ ପାଠ ପଢିଲା, ସବୁ ବେଳେ ଟପ୍ପର, ଚାକିରି ବି ପାଇଗଲା। ହେଲେ ଏବେ ସେ ଅଫିସ ଯିବାକୁ ଡରୁଛି। ଖାଲି କହୁଛି ଅଫିସ ଗଲେ ମତେ ସମସ୍ତଙ୍କ ସହ ମିଶିବାକୁ ପଡ଼ିବ, ହେଲେ ମତେ କାହା ସହ ମିଶିବାକୁ ଡର ଲାଗୁଛି, କାହା ସହ କଥା ହେବାକୁ ଡର ଲାଗୁଛି, କଣ କଥା ହେବି, କେମିତି କଥା ହେବି ଜାଣି ପାରୁନି। ପାଗଳ ଭଳି କଥା ହେଉଛି। କହୁଛି, ମାନସିକ ଚିକିତ୍ସକ ପାଖକୁ ଯାଇ ଚିକିତ୍ସା କରିବ। ମତେ ଏହା ଶୁଣି ଲାଜ ଲାଗୁଛି। ସାହି ପଡୋଶୀ ଶୁଣିଲେ କଣ କହିବେ। ମତେ କଷ୍ଟ ଯେତିକି ହେଉଛି, ରାଗ ବି ସେତିକି ଲାଗୁଛି। ଏତିକି କହି ମାଉସୀ (ସିପୁର ମାଆ) କାନ୍ଦିବାକୁ ଲାଗିଲେ। ତାଙ୍କ କଥା ଶୁଣି ମୁଁ ରାଗରେ ନାଲି ଲଙ୍କା ହେଇସାରିଥିଲି। ଏତିକି କହିବି ସିପୁ ସହ ଯାହା ହେଲା, ସେଥିପାଇଁ ତାର ମାଆ ବାପା ହିଁ ଦାୟୀ। ପିଲାଟି ଦିନରୁ ତାକୁ ସାମାଜିକ ପ୍ରାଣୀ ଭାବେ ବଞ୍ଚିବାକୁ ଦେଇ ନାହାନ୍ତି ଆଉ ଏବେ ଖୋଜିଲେ ମିଳିବ କେଉଁଠି। ଆଉ ଗୋଟିଏ କଥା ମାନସିକ ରୋଗ ଶାରୀରିକ ରୋଗ ଭଳି ଏକ ରୋଗ, ଏହା ପାଇଁ ବି ଚିକିତ୍ସା ଆବଶ୍ୟକ, ଏଥିରେ ଲାଜ କରିବାର କିଛି ନାହିଁ। ଯଦି ଆପଣ ମାନସିକ ରୋଗରେ ପୀଡିତ ହେଉଛନ୍ତି, ତେବେ ତୁରନ୍ତ କୌଣସି psychiatrist ପାଖେ କାଉନସିଲ୍ ହୁଅନ୍ତୁ । ଏହା ମୋର ଅନୁରୋଧ ସଭିଙ୍କୁ। 


Rate this content
Log in

Similar oriya story from Abstract