Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

puspalata samantary

Inspirational

4.5  

puspalata samantary

Inspirational

"ମାନବିକତା ବଞ୍ଚିଛି"

"ମାନବିକତା ବଞ୍ଚିଛି"

1 min
452


ତା ୨୪ ଅଗଷ୍ଟ ୨୦୧୯ ରିଖରେ ଖବରକାଗଜର ଖବର ଟିଏ ପଢି ଚକିତ ହୋଇଗଲି।"ଖବରଟି ହେଲା,୩ପୋଲିସ କର୍ମଚାରୀ ପଥଚଖରୀଙ୍କୁ ଲୁଟୁଥିବା ବେଳେ ଗିରଫ ହୋଇଛନ୍ତି।"ମନରେ ଗଭୀର ରେଖାପାତ କଲା,ଭାବିଲି ଜନସାଧାରଣ ଙ୍କୁ ପୋଲିସ ସୁରକ୍ଷା ଦେଇଥାଏ, ଅସୁବିଧା ରେ ପଡିଲେ ଲୋକଙ୍କୁ ସହାୟତା ର ହାତ ବଢ଼ାଇ ,ଭରସା ଓ ବିଶ୍ୱାସ ଭାଜନ ହୋଇଥାଏ।ପୋଲିସ ବାହିନୀ ଶାସନ କଳର ବିଶିଷ୍ଟ ଅଙ୍ଗ।ସବୁଠୁ ବଡ଼ କଥା ହେଲା, ସାଧାରଣ ଜନତା ଙ୍କ ର ବିଶ୍ୱାସ ଭାଜନ ହେବା।ଶାସକ କିମ୍ୱା ସରକାରଙ୍କ ଉପରୁ ଯଦି ଜନତାଙ୍କ ର ଆସ୍ଥା ତୁଟି ଯାଏ, ବିଶ୍ୱାସ ଦୋହଲି ଯାଏ, ତେବେ ତାଙ୍କର ପତନ ସୁନିଶ୍ଚିତ।ବିଶ୍ୱାସ ଓ ବିଶ୍ୱସନୀୟତାରୁ ବଳି ଜଣେ ଶାସକ ନିକଟରେ ଶ୍ରେଷ୍ଠ ପ୍ରସଙ୍ଗ ଆଉ କିଛି ହୋଇ ନ ପାରେ।ସେହିପରି ୨୦୧୯ ମସିହା ଜୁଲାଇ ତା ୧୭ ରିଖରେ ପ୍ରଚାରିତ ଖବର;ଭିକାରୀର ସାଧୁତା, ରାସ୍ତା ରୁ ପର୍ସ ପାଇ,ସେଥିରେ ଥିବା ଏଟି ଏମ୍ କାର୍ଡ଼ ସହିତ ଟ୧୨,୫୦୦ଙ୍କା ସମାଜ ଅଫିସ କୁ ଦେଇ, ହଜାଇ ଥିବା ଲୋକ ପାଖରେ ପହଞ୍ଚାଇ ଦେବାକୁ ନିବେଦନ କରିବା କେତେ ମହାନତାର ପରିଚୟ; ଦରିଦ୍ରତା ତାଙ୍କୁ ଲୋଭାଶକ୍ତ କରି ପାରି ନାହିଁ।ପୁଣି ସେହିପରି ୨୦୧୯ ଅଗଷ୍ଟ ତା୧୩ ରିଖରେ ପ୍ରକାଶିତ ଖବର,ଅଟୋଚାଳକ ସନ୍ତୋଷ, ରାସ୍ତା ରୁ ମନିପର୍ସ ପାଇ ,ସେଥିରେ ଥିବା ଟ୧୩,୦୦୦ଙ୍କା ଓ ଦରକାରୀ କାଗଜପତ୍ର ପାଇ ,ତାଙ୍କ ଠିକଣା ସ୍ଙଗ୍ରହ କରି ଘରେ ପହଞ୍ଚାଇ ଦେଲା।ଅଟୋଚାଳକଟିକୁ ପଚରା ଯାଇ ଥିଲା, ପୋଲିସକୁ ନ ଦେଇ ଖବର କାଗଜ ଅଫିସକୁ କାହିଁକି ଆସିଲ?ସେ ଉତ୍ତର ଦେଇ ଥିଲା ମୋର ବିଶ୍ବାସ ହେଲାନି।ତେବେ ଆମେ କଣ ଭାବିବା?ସରକାରୀ ଚାକିରୀ କରି ମାସକୁ ଦରମା ପାଇ ,ପୁଣି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହି ମଣିଷ ପଣିଆକୁ ହଜାଇ ଦେଇ ଥିବା କର୍ମଚାରୀଙ୍କୁ ମନେ ରଖିବା ନା ଏ ଗରିବ ରିକ୍ସା ଚାଳକ,ଅଟୋଚାଳ ଙ୍କ ପାଖରେ ମଣିଷ ପଣିଆ ଜୀବିତ ରହିଛି ବୋଲି ଭାବି କାହାକୁ ପ୍ରଂଶସା କରିବା।

.............*........


...


Rate this content
Log in

More oriya story from puspalata samantary

Similar oriya story from Inspirational