STORYMIRROR

Pramila Sahoo

Tragedy

1  

Pramila Sahoo

Tragedy

ମାଆ......

ମାଆ......

2 mins
2.8K


ପ୍ରଚଣ୍ଡ ଖରାରେ ଆମ ଦୁହେଁ ଚାଲିଥାଉ ...ମୁଁ ମୋର ଜଣେ ବାନ୍ଧବୀ ତାଙ୍କ ନା ପରୀ .. ସେ ଆଉ ମୁଁ ଏକ ଜନ ଶୂନ୍ୟ ଜଙ୍ଗଲରେ ଯାଉଥାଉ । କିଛି ପଥ ଅତିକ୍ରମ କଲା ପରେ.......ପରୀ କୁ ପ୍ରବଳ ମାତ୍ରାରେ ଶୋଷ ଲାଗିଲା ...... ସେ କହିଲା ମୁଁ ଆଉ ଯାଇ ପାରିବି ନାହିଁ . ମୁଁ କହିଲି ଆଉ ଟିକେ ଆଗକୁ ଚାଲ..... ଚାଲି ଚାଲି ପାଦ ଥକି ପଡ଼ିଲାଣି....କିନ୍ତୁ ଟିକିଏ ପାଣି ବୁନ୍ଦାଏ ମିଳୁନାହିଁ......ଆଉ କିଛି ପଥ ଅତିକ୍ରମ କଲା ପରେ ... ଗୋଟିଏ ସୁନ୍ଦର ବଗିଚା ଆଉ ତାହା ମଧ୍ୟରେ ଛୋଟ କୁଟୀରଟିଏ..... ଆଉ ପାଖକୁ ଲାଗି ଝରଣାଟିଏ ..କାଚ ଧାର ପରି ପାଣି....ମନ ହେଲା ଏଠି ସବୁ ଦିନ ପାଇଁ ରହିଯିବା ପାଇଁ.... ପରୀ ଆଉ ମୁଁ ମନ ଶାନ୍ତି କରି ପାଣି ପିଇଲୁ..... ସେ କୁଟୀରରୁ ଜଣେ ୭୦ବର୍ଷ ବୟସ ହେବ ପ୍ରାୟ ... ସେ ମାଉସୀ .....ଏକୁଟିଆ ରହୁଛି ବୋଧହୁଏ ....ଆଖି ବି ଭଲରେ ଦେଖାଯାଉନି ପ୍ରାୟ... ଆମକୁ ଡାକିଲେ ...ଆସ ମା ମାନେ .... ଆଜି ପ୍ରାୟ ୫ ବର୍ଷ ପରେ ମଣିଷର ମୁଁ ଦେଖା ପାଇଲି.....ଆମେ ଦୁହେଁ ଦୁହିଁଙ୍କ ମୁହଁକୁ ଚାହୁଁଚୁ.....ପରୀ ଆଉ ମୁଁ ବସିଲୁ ।...ମତେ ଟିକିଏ ଖାଇବାକୁ ଭାରି ଭଲ ଲାଗେ... ମାଉସୀ କହିଲେ ତୁମେ ଦୁହେଁ ଖାଇକି ଯିବ । ମୁଁ ହଁ ମାରୁଛି ପରୀ ନା ନା କହୁଛି.....ସେ ସମୟରେ ମୋର ନଜରରେ ପଡ଼ିଲା ଗୋଟିଏ ଫଟୋ ଉପରେ ... ମୁଁ ପଚାରିଲି ମାଉସୀ ଏ କିଏ ? ମାଉସୀ ମତେ କହିଲେ ଏ ମୋ ପୁଅ ...ଭାରି ଭଲ ପିଲାଟିଏ ଥିଲା କାହାକୁ କିଛି ବି କୁହେ ନାହିଁ ...ଆଗରୁ ଏ ଜଙ୍ଗଲ ଏମିତି ନଥିଲା .....ଏଠି ଜନଗହଳି ଆଉ ବିଭିନ୍ନ ପ୍ରକାର ପକ୍ଷୀ ମାନଙ୍କର ଶଦ୍ଦ ..... ବହୁତ ମଜା ହୁଏ.....ଫୁଲ ଫଳ ରେ ଏ ଜଙ୍ଗଲ ହସି ଉଠୁଥିଲା...ମୁଁ ପଚାରିଲି ମାଉସୀ ଆପଣଙ୍କ ପୁଅ ସେ କୁଆଡ଼େ ଗଲେ ।ଏ ଝରଣା ପାଣି ଅଧିକ ହୋଇ ଥାଏ ....ମୁଁ ତା ପାଇଁ ପଖାଳ ଭାତ ଶାଗ ଭଜା କରି ଥାଏ.... କହିକି ଗଲା ମୁଁ ଗଲି ମା ଏବେ ଆସୁଛି । ମୁଁ କହିଲି ସହଳ ଆସିବୁ .....ବର୍ଷା ଆଉ ପବନ ମାଡ଼ି ଆସିଲା । ସେହି ବର୍ଷା ପବନ କେତେ ଘରଦ୍ୱାର ଆଉ ପଶୁ ପକ୍ଷୀ ଲୋକ ମାନେ ମରିଗଲେ ...ଆଉ ମୋ ପୁଅ ସେହି ଦିନରୁ ଯାଇଛି ଯେ ଯାଇଛି ଆଉ ଫେରି ନାହିଁ....ମୁଁ ଅପେକ୍ଷା କରି ରହିଛି ମତେ କଥା ଦେଇଛି ..ସେ ଦିନେ ନା ଦିନେ ଆସିବ.... ସେଥିପାଇଁ ମୁଁ ଏ ସ୍ଥାନ ଛାଡି କୁଆଡେ ଯାଉନି ....ମାଉସୀ ର କଥା ଶୁଣି କି ମୁଁ ଭାବିଲି ସବୁ ଦୁଃଖ କଷ୍ଟ ରେ ବି ଏ ଜନ ଶୂନ୍ୟ ଜଙ୍ଗଲରେ ରହିଛି ଏ ମାଉସୀ ।ସତରେ ମା ପରି କିଏ ନୁହଁନ୍ତି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy