STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ମାଆ ଯାହାର ସାହା

ମାଆ ଯାହାର ସାହା

2 mins
322

ଭରସା ଓ ବିଶ୍ୱାସରେ ରୁଦ୍ର ହାତ ଧରି ଟ୍ରେନରେ ଆସିଲା ବେଳେ ଆଦ୍ରା କେଵେ ବି ଭାବିନଥିଲା ତାକୁ ଶାଶୁଘରେ ଥିବା ରୁଦ୍ରଙ୍କ ଏକମାତ୍ର ମଣିଷ ଶାଶୁମା ଆଶ୍ରା ଦେବେ, କୋଳେଇ ନେବେ ଝିଅ ପରି, ସ୍ନେହ ଶ୍ରଦ୍ଧା ଓ ମମତାରେ ବାନ୍ଧିଦେବେ ପରିବାରର ସମସ୍ତ ସଦସ୍ୟ ପରି!ଶାଶୁମାଆଙ୍କ ଏତେ ସବୁ ଶ୍ରଦ୍ଧା ପାଇ ଆଦ୍ରା କେଵେ ବି ଭାବିନଥିଲା ତାର କେଵେ ଆଉ ନିଜ ଗାଁ ଘର ଓ ପରିବାର ମନେପଡିବ. କିନ୍ତୁ ସ୍ୱାମୀ ରୁଦ୍ର ଯୋଉଦିନ ତାକୁ ଛାଡ଼ପତ୍ର ଦେବାର ଶେଷ ସିଦ୍ଧାନ୍ତ ଶୁଣେଇ କୋର୍ଟ ପପେରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ, ଶାଶୁମା କହିଥିଲେ ମୋ ପୁଅ ମୁଣ୍ଡ ଖରାପ ହୋଇଗଲାଣି ବୋଧେ. ପେଟରେ ଏ ବଂଶର ସନ୍ତାନକୁ ଧରିଥିବା କୁଳବଧୂକୁ କେହି କଣ ଏ ସମୟରେ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବାକୁ କୁହେ?ତୁ ବ୍ୟସ୍ତ ହୁଅନା ଝିଅ ଓକିଲ ପାଖକୁ ମୁଁ ତତେ ନେଇଯିବି. ରୁଦ୍ର ଯେବେ ଶାଶୁମାଆଙ୍କ ଉତ୍ତରରେ ଉତ୍ତର ମିଳାଇ କହୁଥିଲେ ଏ ଘରକୁ ଏ କୂଳର ଉତ୍ତରାଧିକାରୀ ନୁହେଁ ମାଆ ବରଂ ଏକ ଜାରଜ ସନ୍ତାନ ଆସୁଛି. କ୍ଷଣେ ସ୍ତବ୍ଧ ଓ ବ୍ୟସ୍ତ ବିବ୍ରତ ଶାଶୁମାଆ. ଆଦ୍ରା କିଛି ବୁଝିପାରୁନଥିଲା ବେଳେ ସେ ରାତିକ ତା ତକିଆ ଭିଜୁଥିଲା ଆଖି ଲୁହରେ, ଏକଦମ ଓଦା ମନ ଓ ହୃଦୟରେ ସେ ଆଜି ଏତେ ବର୍ଷ ପରେ ବୋଉ ବାପା, ଭାଇ ଭଉଣୀ ଓ ଜେଜେ ଜେଜେମାଙ୍କ ସହ ଘରକଥା ମନେ ପକାଉଥିଲା. ବୋଉର ସ୍ନେହ, ବାପାଙ୍କ ତ୍ୟାଗ କଥା ଭାବି ନିଜର ବିଶ୍ୱାସ ଭାଜନ ଏଠି ଆଉ କାହାକୁ କରିବ ଭାବୁଥିବା ବେଳେ ରାତି ପାହିଥିଲା,ମନ ହୃଦୟରେ କୁହୁଡି ଭାର ଭରି.
    ଶାଶୁମାଙ୍କ ମୁହଁକୁ ଚାହିଁପାରୁନଥିବା ଆଦ୍ରାକୁ ଶାଶୁମାଆ ନେଇଯାଇଥିଲେ ହସ୍ପିଟାଲ. ଡି ଏନ ରିପୋର୍ଟ ଆସିବା ଯାଏଁ ଆଦ୍ରାକୁ ସମ୍ଭାଳି ଯିବାକୁ କହୁଥିଲେ କିନ୍ତୁ ରୁଦ୍ରର ଏକାଯିଦ ସେ ଡି ଏନ ଟେଷ୍ଟ କରିବ ନାହିଁ କାରଣ ଡାକ୍ତର ଜଣେଇ ସାରିଛନ୍ତି ସେ ବାପା ହେବାକୁ ସକ୍ଷମ ନୁହେଁ ତେବେ ଆଦ୍ରା ପେଟରେ ଏ ଛୁଆ କାହାର!ହାରିଯାଇନଥିଲେ ତଥାପି ଶାଶୁମା. କହିଥିଲେ ପ୍ରମାଣ ଦେଖେଇବାକୁ ତ ରିପୋର୍ଟ ଦେଖି ମଧ୍ୟ ବିଚଳିତ ନହୋଇ ଶାଶୁମା ସେହି ହସ୍ପିଟାଲ ଓ ସେହି ଡାକ୍ତରଙ୍କୁ ଦେଖା କରିବାକୁ ଆଦ୍ରା ସହ ଯାଇଥିଲେ. ଶାଶୁମା ଏକୁଟିଆ ଘରର ଚିନ୍ତା କରି ଏ ପରିସ୍ଥିତିରେ ପୁଅର ନୁହେଁ ବରଂ ବୋହୁ ସପକ୍ଷରେ ଲଢ଼ୁଥିବାର ଦେଖି ଓ ପରିବାରର ମର୍ଯ୍ୟାଦା ରାକ୍ଷକରି ଏକୁଟିଆ ଆଗେଇ ଚାଲିଥିଲେ ତ ଆଦ୍ରାର ଇଛା ହେଉଥିଲା ତାଙ୍କ ଦୁଇ ପାଦ ଲୁହରେ ଭିଜେଇ ଦିଅନ୍ତା.  ହସ୍ପିଟାଲର କିନ୍ତୁ ସେହି ଡକ୍ଟର ରିପୋର୍ଟ ଦେଖୁ ଦେଖୁ କହିଲେ ଭୁଲ ହୋଇଯାଇଛି ମାଡାମ. ଏ ରିପୋର୍ଟ ବଦଳି ଯାଇ ଅନ୍ୟ ଜଣଙ୍କ ରିପୋର୍ଟରେ ରୁଦ୍ରବାବୁଙ୍କ ନାମ ଆସିଯାଇଛି. କଲର ଧରିବା ପୂର୍ବରୁ ଆଦ୍ରା ରୋକିଥିଲା ଶାଶୁମାଙ୍କୁ. ଆଖିରେ ଇଶାରା ଦେଉଥିଲା ଏତେବାଟ ଏକୁଟିଆ ଘରର ମାନ ମର୍ଯ୍ୟାଦାକୁ ମନେ ପକାଇ ଏତେସବୁ ଦାଇତ୍ୱ ସମ୍ଭାଳି ଶେଷରେ ଅସ୍ଥିର ହୁଅନ୍ତୁନି ମାଆ. ଫେରିଳେ ଶାଶୁ ବୋହୁ କିନ୍ତୁ ଆଦ୍ରା ବାଟରୁ ବାଟ କାଟି ଷ୍ଟେସନରେ ପହଁଞ୍ଚି ସିଧା ତା ବାପାଙ୍କ ଘରକୁ ଯାଇଥିଲା. ଯିବା ପୂର୍ବରୁ ଛାଡ଼ପତ୍ର ନୋଟିସରେ ଦସ୍ତଖତ କରି ପଠେଇଦେବି ବୋଲି କହିକି ଯାଇଥିଲା.
    ବାପାଙ୍କ ଘରେ ଆଦ୍ରାର ପୁଅ ଆସିଥିବା ଖୁସିର ଗହଳି ଚହଳି ଭିତରେ ରୁଦ୍ରଙ୍କୁ ଦେଖି ମଧ୍ୟ ଅଣଦେଖା କରୁଥିବା ଆଦ୍ରା କିନ୍ତୁ ଶାଶୁମାଙ୍କୁ ଦେଖି କାନ୍ଦି ପକେଇଥିଲା. ମୋ କର୍ତ୍ତବ୍ୟ, ଧର୍ଯ୍ୟ, ସାହାସର ସାବାସୀ ପରିବର୍ତ୍ତେ ମତେ କଣ ଦେଲୁ ଆଦ୍ରା ବୋଲି ଶାଶୁମାଙ୍କ ପ୍ରଶ୍ନରେ ଆଦ୍ରା କାନ୍ଦୁଥିଲା ଭୋ ଭୋ ତ ଶାଶୁମା ବୋହୁ ଓ ନାତିଙ୍କ ବେଡିଙ୍ଗ ବାନ୍ଧୁଥିଲେ. ଏଥର ପ୍ରତିବାଦ କରିବାକୁ ଆଦ୍ରା ନିଜକୁ ଦୋଷୀ ମନେକରୁଥିଲା.


Rate this content
Log in

Similar oriya story from Tragedy