STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଆ ସୀତାଙ୍କ ଆମ୍ବ ଭାର

ମାଆ ସୀତାଙ୍କ ଆମ୍ବ ଭାର

3 mins
13

       ମାଆ ସୀତାଙ୍କ ଆମ୍ବ ଭାର
        ==============
ଶ୍ରୀରାମଙ୍କ ଶିବଧନୁ ଭଗ୍ନ ପରେ ସମଗ୍ର ଜନକପୁରୀ ସୀତା ଓ ତାଙ୍କ ଅନ୍ୟ ତିନି ଭଉଣୀ ଉର୍ମିଳା ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀଙ୍କ ଵିଵାହପାଇଁ ଉତ୍ସବମୁଖର ହୋଇ ଉଠିଲା l ଯଥାକାଳେ ଵିଵାହ ସମ୍ପନ୍ନ ହେଲା l ରାଜା ଜନକ ଓ ରାଣୀ ସୁନୟନା ବହୁ ଧନ ରତ୍ନ ଗଜବାଜି ସହ ପୁତ୍ରୀମାନଙ୍କୁ ଅଶ୍ରୁନୟନରେ ବିଦାୟ ଦେଲେ l ଜନକଙ୍କ ଠାରୁ ବିଦାୟ ନେଇ ରାଜା ଦଶରଥ ଗୁରୁ ବଶିଷ୍ଠ, ଋଷି ବିଶ୍ଵାମିତ୍ର ଏବଂ ଅନ୍ୟ ସମସ୍ତ ଋଷିଙ୍କ ସହ ନିଜ ଚାରିପୁତ୍ର ଓ ଚାରି ପୁତ୍ର ବଧୂଙ୍କୁ ଧରି ଚତୁରଙ୍ଗ ବଳ ସହ ଢ଼ୋଲ ଟମକ ବଜାଇ, ମହା ଉଲ୍ଲାସରେ ଅଯୋଧ୍ୟା ଯାତ୍ରାକଲେ l ପଥରେ ଶ୍ରୀରାମଙ୍କୁ ଦର୍ଶନକରି, ନର ନାରୀ ମାନେ ନିଜ ନୟନ ସଫଳ କରୁଥିଲେ l ସନ୍ଥ ତୁଳସୀ ବର୍ଣ୍ଣନା କଲେ :-
 ଚଲା ବରାତ ନିସାନ ବଜାଇ l
  ମୁଦିତ ଛୋଟ ବଡ଼ ସବ ସମୁଦାଇ ll
 ରାମହି ନିରଖି ଗ୍ରାମ ନର ନାରୀ l
    ପାଇ ନୟନ ଫଲୁ ହୋହିଁ ସୁଖାରି ll ମହାରାଜ ଦଶରଥ ପୁତ୍ର ଓ ପୁତ୍ରବଧୁ ମାନଙ୍କୁ ଧରି ଅଯୋଧ୍ୟା ଫେରିଆସୁଛନ୍ତି ଜାଣି ସମସ୍ତ ଅବଧପୁରୀ ଉଲ୍ଲସିତ ହୋଇ ପଡ଼ିଲା l ସମସ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଦଶରଥ ଆସି ପହଞ୍ଚି ଗଲେ l ବଧୂ ମାନଙ୍କୁ ଦଶରଥଙ୍କ ତିନି ରାଣୀ ଅତି ଆଦରରେ ବନ୍ଦାପନା କରି ଅନ୍ତଃପୁରକୁ ଘେନିଗଲେ l ରାମ ଵିଵାହ କରି ଯେଉଁ ଦିନୁ ଘରକୁ ଫେରିଲେ ସେହି ଦିନୁ ଅଯୋଧ୍ୟା ନବରରେ ନିତ୍ୟ ନୂତନ ମଙ୍ଗଳ ହେବାକୁ ଲାଗିଲା l ସନ୍ଥ ତୁଳସୀ ଦାସଙ୍କ ଭାଷାରେ:-
ଜବତେ ରାମ ବ୍ୟାହି ଘରଆଏ l
ନିତ ନୱ ମଙ୍ଗଲ ମୋଦ ବଧାଏ ll
ଭୁୱନ ଚାରି ଦସ ଭୁଧର ଭାରୀ l
ସୁୁକୃତ ମେଘ ବରଷହିଁ ସୁଖ ବାରି ll
ଦିନ ଗଡ଼ି ଚାଲିଲା l ବୋହୁ ମାନଙ୍କ ପାଦର ନୁପୁର ଧ୍ୱନୀରେ ଅଯୋଧ୍ୟା ପ୍ରାସାଦ ମୁଖରିତ ହେଉ ଥାଏ l ଦିନେ ଶାଶୁ କୌଶଲ୍ୟା ବୋହୁ ମାନେ ବାପଘରୁ କି କି ଯୌତୁକ/ଉପହାର ଆଣିଛନ୍ତି ବସି ଦେଖୁ ଥାନ୍ତି l ଅଳ୍ପ ଦୂରରେ ବସିଥାନ୍ତି ଜନକନନ୍ଦିନୀ l ମାତା କୌଶଲ୍ୟା ସମସ୍ତଙ୍କୁ ଉପହାର ସବୁ ଖୁସିରେ ଦେଖାଉ ଥାନ୍ତି l ଦାସୀ ମାନେ ସମସ୍ତ ଜିନିଷକୁ ବୋହି ନେଇ ଯଥା ସ୍ଥାନରେ ଥୋଇ ଦେଉ ଥାନ୍ତି l ହଠାତ୍ ଜଣେ ଦାସୀ କହିଲା, କଅଣ ବୋହୁ ରାଣୀ ବାପଘରୁ ଏମିତି ଏକ ଅପୁର୍ବ ଚିଜଟିଏ ଆଣି ନାହାଁନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି ଦେଖି ନଥିବେ l କୌଶଲ୍ୟା ମାଆ ସୀତାଙ୍କ ଆଡ଼କୁ ଚାହିଁଲେ l ବାପଘର କଥା କହିଲେ କେଉଁ ଝିଅ ସହିବ l ମାଆ ଜାନକୀ କିଛି ନ କହି ଲାଜରେ ଝାଉଁଳି ପଡ଼ିଲେ l
ଦିନ ଗଡ଼ି ଚାଲିଲା l କଥାଟି ମାଆ ସୀତାଙ୍କ ମନରେ ଥାଏ l ଦିନେ ମାଆ ବାପ ଘରକୁ ବୁଲିବାକୁ ଗଲେ l ସେହି କଥାଟି ଭାବି ଭାବି ସେ ଦିନେ ଜନକପୁରୀର ରାଜୋଦ୍ୟାନରେ ଭ୍ରମଣ କରୁ ଥାନ୍ତି l ସ୍ମୃତି ପଟରେ ତାଙ୍କର ଭାସି ଯାଉଥାଏ, ପିଲାଦିନେ ସଖୀ ମାନଙ୍କ ସହ ଏହି ଉଦ୍ୟାନରେ କରିଥିବା ନାନା କ୍ରୀଡ଼ା ସବୁ l ଏମିତି ବୁଲୁ ବୁଲୁ ମାଆ ଥକ୍କା ହୋଇ ଗୋଟିଏ ଗଛମୂଳରେ ଲଥକି ବସି ପଡ଼ିଲେ l ମାଆଙ୍କର ମନେ ପଡ଼ିଗଲା ସେହି ବୃକ୍ଷର ଉହାଡ଼ରେ ସେ ଦିନେ ମନୋହର ମୂର୍ତ୍ତୀ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ତାଙ୍କ ମନ ପ୍ରାଣକୁ ସମର୍ପି ଦେଇଥିଲେ l ଏପରି ଭାବି ଭାବି ସେଇ ଗଛ ମୂଳେ ବସି ମାଆ କାନ୍ଦିବାକୁ ଲାଗିଲେ l  ଗଛ ଉପରେ ପକ୍ଷୀଟିଏ ବସି ଥିଲା l ପକ୍ଷୀଟି ମାଆ ସୀତାଙ୍କ କ୍ରନ୍ଦନ ଶୁଣି ଆଉ ସମ୍ଭାଳି ପାରିଲା ନାହିଁ l 'କୁହୁ କୁହୁ' କରି ଉଚ୍ଚ ସ୍ୱରରେ ରାବିବାକୁ ଲାଗିଲା l ସୀତା ପକ୍ଷୀଟିର ରାବଶୁଣି ଉପରକୁ ଚାହିଁ ଦେଖନ୍ତି ତ ସେ ଗଛରେ ନେନ୍ଥି ନେନ୍ଥି ହୋଇ, ହଳଦୀ ଗୁରୁ ଗୁରୁ ପାଚିଲା ଫଳ ସବୁ ଓହଳିଛି l ଏତିକି ବେଳେ କୁହୁ ତାନକାରୀ ସେ ପକ୍ଷୀଟି ଏକ ପାଚିଲା ଫଳ ତୋଳି ଆଣି, ସୀତାଙ୍କୁ ଦେଇ କହିଲା, ନିଅ ମାଆ ! ଏହି ଅପୁର୍ବ ଫଳକୁ ତୁମ ଶାଶୁ କୌଶଲ୍ୟାଙ୍କୁ ଦେଇ କହିବ, ଏ ପର୍ଯ୍ୟନ୍ତ କେହି ପୃଥିବୀବାସୀ ଏହି ଫଳ ଦେଖି ନାହାଁନ୍ତି l ମିଥିଳାରେ ହିଁ ଏହା ପ୍ରଥମେ ଫଳିଛି l ଏହା ଅଯୋଧ୍ୟା ପାଇଁ ମିଥିଳାର ଉପହାର l ସେହି ଫଳର ନାମ ଥିଲା ଆମ୍ବ ଆଉ ସେ ପକ୍ଷୀଟିର ନାମ ଥିଲା, ସଂଗୀତ ରାଣୀ କୋଇଲି l ସୀତାତ ପୃଥିବୀ ମାତାଙ୍କ କନ୍ୟା ଥିଲେ l ପୃଥିବୀ ମାତା, ପାର୍ଥିବୀଙ୍କ ଦୁଃଖ କଅଣ କେବେ ସହି ପାରି ଥାନ୍ତେ l ଏଣୁ ସେ ସୃଷ୍ଟି କରିଦେଲେ ଏହି ରସାଳ ଫଳ ଆମ୍ବ ଏବଂ ତାକୁ କୋଇଲି ମାଧ୍ୟମରେ ପଠାଇ ଦେଲେ, ନିଜର କନ୍ୟା ସୀତାଙ୍କ ନିକଟକୁ l
ଶହ ଶହ ଆମ୍ବ ଭାର ଘେନି ସୀତା ଜନକ ପୁରୀରୁ ଫେରିଲେ l ଅବଧ ପୁରୀରେ ସେହି ଅପୁର୍ବ ଫଳକୁ ଦେଖି ଚହଳ ପଡ଼ି ଗଲା l ମାଆ ସୀତା ଆଣିଥିବା ଫଳଭାର ଦେଖିବା ପାଇଁ ଅଯୋଧ୍ୟାର ପ୍ରଜା ମାନେ ଆସି ଗହଳି ଜମାଇ ଦେଲେ l ମାତା କୌଶଲ୍ୟା ସଭିଙ୍କୁ ଗୋଟିଏ ଗୋଟିଏ ଫଳ ଦେବାରୁ ସମସ୍ତେ ଆନନ୍ଦ ହୋଇ ନିଜ ଘରକୁ ବାହୁଡ଼ିଲେ l
    !!! ଜୟ ମାଆ ଜନକ ନନ୍ଦିନୀ !!!
               🙏🙏🙏
                   ଅର୍ଜୁନୀ
               -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational