STORYMIRROR

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ମାଆ ଓ ମାଟି

ମାଆ ଓ ମାଟି

4 mins
129


ମୀନା ଆଉ ମନୁ ଭାଇ ଭଉଣୀ । ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢନ୍ତି । ସଞ୍ଜ ବେଳେ ସାଥୀ ପିଲାଙ୍କ ମେଳରେ ବସି ଜେଜି ମାଆ ଙ୍କ ଠାରୁ କାହାଣୀ ଶୁଣନ୍ତି । ସେ ଦିନ ଦିନେ ଜେଜିମାଆ ଙ୍କୁ ପିଲାଏ କହିଲେ , ଜେଜିମାଆ ଆଜି ଆମକୁ ମାଟି ମାଆ ବିଷୟରେ ଗୋଟିଏ କାହାଣୀ କୁହ ! ସେ କହିଲେ ମୁଁ ବା କ'ଣ କହିବି ? ମୋ ମନକୁ ସେ ବିଷୟରେ କିଛି ଆସୁ ନାହିଁ ଆଉ କାହାକୁ ଯିଏ ଜାଣିଥିବେ ତାଙ୍କୁ କହିଲେ ସେ ତୁମକୁ ମାଟି ମା' ବିଷୟ ରେ ଶୁଣାଇବେ । ପିଲାଏ ଯିଦ୍ କଲେ ନାଁ , ଆମେ କେବଳ ତୁମ ପାଖରୁ ଶୁଣିବୁ! ଜାଣିବୁ ! ଶିଖିବୁ !ଏହି ପରି ଭାବରେ ବହୁତ କଥା କଟାକଟି ପରେ ଶେଷରେ ପିଲା

ମାନଙ୍କ ଜିଦ୍ ଆଗରେ ହାରମାନି ଜେଜିମାଆ କାହାଣୀ ଶୁଣାଇବା କୁ ଆରମ୍ଭ କଲେ । ମା ଓ ମାଟି ବିଷୟ ରେ କହୁଛି ଶୁଣ । ଖରା ଦିନ ହୋଇ ଥାଏ । କୂଷକ ମାନେ କ୍ଷେତକୁ ହଳ ଓ ବଳଦ ନେଇ ଯାଇ ଥାଆନ୍ତି ହଳ କରିବା ପାଇଁ । ହଳ କଲା ବେଳେ ଗୁଣୁ ଗୁଣୁ କରି ଅନେକ ଭାବେ କେତେ କ'ଣ ଗୀତ ଗାଆନ୍ତି । ସେ ସବୁ ଗୀତ ରେ ମା' ଓ ମାଟି ସଂପର୍କରେ ମନୋଜ୍ଞ ସ୍ବର ଆଉ ମାଧୁର୍ଯ୍ଯଭରା କାହିଁ କେତେ ଶିକ୍ଷଣୀୟ ଅଭିବ୍ଯକ୍ତି ସବୁ ଲୁଚି ରହି ଥାଏ । ଯାହା ଅସଂଖ୍ଯ । କୂଷକ ମାନେ ହିଁ ମାଆ ଓ ମାଟି ର ପ୍ରକୂତ ସନ୍ତାନ ।

କାହିଁ କି ନା ସେମାନେ ଖରା ବର୍ଷା ଶୀତ ସହିତ ଲଢି ସବୁ ବେଳେ କଠିନ ପରିଶ୍ରମ କରି ମଣିଷ ଓ ଅନ୍ଯ ଜୀବ ମାନଙ୍କ ଲାଗି ଖାଦ୍ଯ ଶସ୍ଯ ଉତ୍ପା ଦନ କରନ୍ତି । ସାରା ଜଗତକୁ ଆହାର ଯୋଗାନ୍ତି ।

ପିଲା ମାନେ ଯେପରି ନିଜ ନିଜର ମାଆକୁ ସବୁଠୁ ଅଧିକ ଭଲ ପାଆନ୍ତି । ମାଆ କୋଳ ରେ ଖେଳନ୍ତି । ଠିକ୍ ସେହି ପରି କୃଷକ ବା ଚାଷୀ ମାନେ ନିଜ ଜମି ଓ ମାଟିକୁ ସବୁଠୁ ଅଧିକ ଭଲ ପାନ୍ତି ।

ସେ ମାନେ ସେହି ମାଟି ରେ ହିଁ ଖଟନ୍ତି । ମାଟି ଖୋଳି ଜଳ ବାହାର କରି ନିଜ ଜମିରେ ସେଚନ କରନ୍ତି । ମାଟିର ଉର୍ବରତା ଓ ଉତ୍ପାଦିକା ଶକ୍ତି ବଢାଇ ବାକୁ ଖତ ସାର ଇତ୍ୟାଦି ଦିଅନ୍ତି । 

ପିଲାଏ କହିଲେ ସାଂପ୍ରତିକ କାଳରେ କୁତ୍ରିମ ସାର ଓ କୀଟ ନାଶକ ପରି ବିଷାକ୍ତ ଔଷଧର ଅତ୍ଯଧିକ ବ୍ଯବହାର ବଢି ଚାଲିଛି । ଯା ଦ୍ବାରା ମାଟିର ଅବସ୍ଥା ବିଗିଡି ଯାଏ ।ଜେଜିମାଆ କହିଲେ ହଅଁ ରେ ତୁମେ ମାନେ ଠିକ୍ କଥା କହିଛ ।ଆଜିର ଯୁଗରେ ବିଜ୍ଞାନର ବିପୁଳ ଉନ୍ନତି ଫଳରେ ମାଟି ମାଆର ଅନେକ କ୍ଷତି ସାଧିତ ହୋଇ ଚାଲିଛି । ଆମେ ଆଜି ଆଉ କ'ଣ ଏ ବିଜ୍ଞାନ କୁ ଛାଡି ପାରିବୁ ନା ମାଟି ମାଆ କୁ ଏପରି ଅନେକ

କ୍ଷତି କବଳରୁ ଉଦ୍ଧାର କରି ପାରିବୁ ? " ଆଗକାଳରେ ତ ଏପରି କ୍ଷତି କାରକ ଜିନିଷର ପ୍ରଚଳନ ଆଦୌ ନଥିଲା । ଚାଷୀ ମାନେ

କୁତ୍ରିମ ସାର ବଦଳରେ ନଡାଗୁଣ୍ତ , ଚୂଲି ପାଉଁଶ ଓ ଗୋବର କୁ  ଖତ ରୂପେ ବ୍ଯବହାର କରୁ ଥିଲେ । ସେପରି କୀଟ ନାଶକ ବଦଳରେ ନିମ ତେଲ , କରଞ୍ଜ ତେଲ ଓ ଅନ୍ଯ ଅନେକ ପ୍ରାକୂତିକ

ଔଷଧ ବ୍ଯବହାର କରି ଏ ସମସ୍ଯା କୁ ଦୂର କରୁ ଥିଲେ । ମାତ୍ର ଆଜି ! ପିଲା ମାନେ କହିଲେ ଆମକୁ ମା ଓ ମାଟି ଉଭୟର ସୁରକ୍ଷା କରିବାକୁ ପଡିବ । କାହିଁକିନା ଆମେ ପିଲା ବେଳେ ଯେପରି ମାଆ କୋଳରେ ଛୋଟ ରୁ ବଡ ହେଉଛୁ , ଠିକ୍ ସେଇ ପରି ବଡ ହେଲେ ମାଟି ମାଆ କୋଳରେ ଆଶ୍ରୟ ନେଉଛୁ । ପିଲା ମାନଙ୍କର ଅତି ଅସହାୟ କାଳରେ ଯେପରି ମାଆ ହିଁ ଖାଦ୍ଯ ଠାରୁ ଆରମ୍ଭ କରି ତା'ର ଜୀବନ ଯାପନ ତଥା ଛୋଟ ରୁ ବଡ ହେବାର ପ୍ରାୟତ ସମସ୍ତ ସୁବିଧା ଓ ସାହାର୍ଯ୍ଯ ମାଆ ହିଁ ବହନ କରି ଥାନ୍ତି ! ଠିକ୍ ସେପରି ସେ ବଡ ହୋଇ ଭଲ ମଣିଷ ହେବାର ସୁବିଧା ସୁଯୋଗ ତଥା ତା' ଜୀବନର ମୌଳିକ ‐ପ୍ରାକୁତିକ ଆବଶ୍ଯକତା ରାଜି କେବଳ ମାଟିହିଁ ପୂରଣ କରି ଥାଏ । ଶେଷରେ ଜେଜିମାଆ କହିଲେ , ଏବେ ପିଲାଏ ଭଲଭାବେ ବୁଝିପାରିଲ ତ ? ପୂଥିବୀ ପୂଷ୍ଠରେ ବସବାସ କରୁ ଥିବା ପ୍ରତ୍ଯେକ ଜୀବ ତଥା ମଣିଷ ର ଜୀବନ ଧାରଣ ଉପରେ ଉଭୟ ମାଆ ଓ ମାଟି ର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ । 

ମାଟି ହିଁ ଆମକୁ ବିଶୁଦ୍ଧ , ଜଳ , ବାୟୁ , ଖାଦ୍ଯ , ଔଷଧୀୟ ଉଦ୍ଭିଦ ବାସସ୍ଥାନ , ତଥାନିତ୍ଯ ନୈମିତ୍ତିକ ଜୀବନ ଧାରଣ ର ସମସ୍ତ ପ୍ରକାର ଆବଶ୍ଯକତାର ପରିପୂରଣ ର ସର୍ବଶ୍ରେଷ୍ଠ ଉପାଦାନ । ସେ ମଧ୍ଯ ପ୍ରତ୍ଯେକ ପ୍ରାଣୀ କୁମାଆ ପରି ସ୍ନେହ ଦେଇ ନିଜ କୋଳରେ ଧରି ଥାଏ । ଏଣୁ ମାଟି ଆମର ସ୍ନେହମୟୀ ମାଆ । ମାଆ କୁ ଯେଉଁ ପିଲା ଯେତେ ବେଳେ ଯାହା ମାଗି ଥାଏ , ସେ ତାକୁ ତାହା ଦେଇ ଥାଏ । ସେପରି ମାଟି ଆମ ଲାଗି ପାର୍ଥିବ ସଂପଦ ରାଶିର ଅସରନ୍ତି ଉତ୍ସ ଓ ଭଣ୍ତାରସଂରକ୍ଷିତ ରଖିଥାଏ । ମାଆ ଯେପରି ନିଜ ସନ୍ତାନ ପାଇଁ ଦୂଷିତ ହୋଇ ଥାଏ ସେପରି ମାଟି ମାଆ ମଧ୍ଯ ନିଜ ର ସନ୍ତାନ ମାନଙ୍କ ପାଇଁ ଦୂଷିତ ହୋଇ ଚାଲିଛି । ଏବକୁ ମାଟି ରେ କଂକ୍ରିଟ ଜଙ୍ଗଲ ବଢି ଚାଲିବା ସହିତ ଅନ୍ଯ ଅନେକ ପ୍ରକାର ବହୁ ବିଧ ଉପାୟରେ ଆମେ ଦିନକୁ ଦିନ ମାଟି ମାଆ ଓ ତା'ର ସୁନ୍ଦର ଶସ୍ଯ‐ଶ୍ଯାମଳା କୋଳ କୁ ଦୂଷିତ କରି ଚାଲିଛୁ ।ଆଗ କାଳ ପରି ଆଜି ଆଉ ସବୁଜ ସୁନ୍ଦର ଫଳ‐ଫୁଲ ଭାରରେ ଭରା ବନ‐ଉପବନ ସଂଖ୍ଯା କ୍ରମଶଃ କମି କମି ଚାଲିଛି । ଯାହା

କିଛି ବି ରହିଛି ଆଉ ଅଳ୍ପ କିଛିଦିନ ପରେ ସଂପୂଣ୍ଣ ଭାବେ ଲୋପ ପାଇଯିବା ଅସମ୍ଭବ ନୁହେଁ ।

ମାଆ ଯେପରି ଆମରି ଲାଗି ବିଭିନ୍ନ ଖାଦ୍ଯ ବା ଭଲ ଭଲ ଜିନିଷ ଖେଳଣା ଇତ୍ଯାଦି ସାଇତି ରଖି ଥାଏ , ସେପରି ମାଟି ମାଆ ବି ଆମ ଲାଗି ଅସଂଖ୍ଯ ଦରବ , ସୁନାର ଫସଲ , ମିଠା ମିଠା ଫଳ, ମୂଳ, ସୁନ୍ଦର ମଧୁର ସୁଗନ୍ଧ ବିତରଣକାରୀ କୁସୁମ ସଂଭାର ଭାର ବହନ କରି ଥାଏ ।

ନିଜ ପିଲା ଦୋଷ କଲେ ମା' ଯେ ପରି କିଛି ନ କହି ସବୁ ସହି ଯାଏ ମାଟି ମାଆ ବି ସେପରି ତା' ଉପରେ କରା ଯାଉ ଥିବା ଅତ୍ଯାଚାର କୁ ମୁଣ୍ତପାତି ସହି ଚାଲି ଥାଏ । ଏଣୁ ମାରି ସହନଶୀଳତା ଗୁଣ ପାଇଁ ମାଟିମା କୁ ସର୍ବସହା କୁହାଯାଏ ।

ପିଲା ମାନଙ୍କର ଯେତେବେଳେ ଯାହା ଦରକାର ମାଆ ହିଁ ଯୋଗାଇ ଥାଏ । ଯାହାକୁ ଯେପରି ପ୍ରୟୋଜନ ତା' ପାଇଁ ସେପରି ବିଧାନ କରା ଯାଇ ଥାଏ । ଏହା ଶୁଣି ପିଲାଏ କହିଲେ ମା ' କଙ୍ଗାରୁ ର ପିଲାଙ୍କୁ ସୁରକ୍ଷା ଦେବାକୁ ଯେପରି ତା' ପେଟରେ ଥଳୀ ରହି ଥାଏ , ସେପରି ମାଟି ମାଆ ହିଁ ଆମ ପାଇଁ ସବୁ ପ୍ରକାର ର ସୁରକ୍ଷା ବ୍ଯବସ୍ଥା ଓ ପ୍ରୟୋଜନୀୟ ଉପାଦାନ ଯୋଗାଇ ଦେଇ ଆମ ଜୀବନ କୁ ଆନନ୍ଦମୟୀ କରି ଗଢି ତୋଳିବା ଦିଗରେ ସର୍ବାପେକ୍ଷା ଅଗ୍ରଣୀ ଭୂମିକା ଗ୍ରହଣ କରି ଥାଏ । ଏଣୁ ମାଟି ଓ ମାଆର ମହତ୍ତ୍ବ ସର୍ବଦା ସ୍ବୀକୂତ । ଏ ସମୟରେ ପିଲାଙ୍କୁ ଟି.ଭି. ଦେଖିବା ପାଇଁ ମାଆ ଡାକିବାରୁ ସମସ୍ତେ ଛାନିଆଁ ହୋଇ ଟି.ଭି . ନିକଟ ରେ ଯାଇ ବସିଲେ ।



Rate this content
Log in

Similar oriya story from Abstract