Parameswar Ojha

Inspirational

3.4  

Parameswar Ojha

Inspirational

ମାଆ ମନ

ମାଆ ମନ

2 mins
271


ରାଜ୍ୟ ବାହାରେ ରହି ରହି ବୋଉ ହାତ ରନ୍ଧା ସୁଆଦ ଏକଦମ୍ ଝୁରି ହେଉଥିଲି । ଘରେ ପହଞ୍ଚିବାର ଗୋଟେ ସପ୍ତାହ ବିତିଛି ତ କାଇଁ ବ‌ହୁତ ମନେ ପଡ଼ିଲା, କାହିଁ କେତେ ଦିନଠୁଁ ମୋ ପ୍ରିୟ ସୁନୁସୁନିଆ ଶାଗ ଖାଇନି । ଆଉ ସେ ଯଦି ବୋଉ ହାତ ସ୍ପର୍ଶ ବାଜିଲା ଆଃ ଅମୃତ । ଏମିତି ରାତି ଖଟରେ ଗଡୁ ଗଡୁ କହି ପକାଇଲି, ସୁନୁସୁନିଆ ଶାଗ ଦିଇଟା ଆଣି ଭାଜନ୍ତୁନି ।

ବୋଉ ଆଉ କିଛି କହିଲାନି ସେତେବେଳେ ତା ଭାତ ଥାଳି ପାଖରେ ବସି ରହି ମୋ ମୁହଁକୁ ଚାହିଁ ରହିଥିଲା ଯାହା ।

ମୁଁ ସକାଳୁ ସବୁବେଳେ ଡେରିରେ ଉଠେ । ସେତେବେଳକୁ ବୋଉ ତା'ର ବାସି ପାଇଟି ବାସନ ମଜା ଘର ଓଳା ଗାଧୁଆ ଠାକୁର ପୂଜା ସାରି, ମୋତେ ଦଶଥର ଚହଳେଇ ସାରିବଣି ଉଠିବା ପାଇଁ ।

ଆଜି ମୁଁ ଉଠିବା ବେଳକୁ ସକାଳୁ ବୋଉ ଘରେ ନାଇଁ ବାପା ଘରର ସବୁ କାମ କରୁଥାନ୍ତି ବୋଉ ଉପରେ ଗଜର ଗଜର ହୋଇ । ଆମେ ସବୁ ଭାବିଲୁ କୋଉ ପଡୋଶୀ ଘରକୁ ଗଲେ ଏତେ ସମୟ ତ ସେ ରୁହେନି ବୋଉ, ତେବେ ଗଲା କୁଆଡେ !

ଆଠ ସାଢେ ଆଠ ସମୟ ହେବ ବୋଉ ଆସି ପହଞ୍ଚିଲା ଘରେ । ଝାଳ ନାଳ ଆଣ୍ଠିଏ ହୋଇ ହାତରେ ଗୋଟେ ନିଳ ଜରି ଆଉ ସେଥିରେ ଭରିକି ଆଣିଥିଲା କିଛି କଳମ ଶାଗ ଆଉ ମୋ ପସନ୍ଦର ସୁନୁସୁନିଆ ଶାଗ ।

ବାପା ପଚାରିଲେ - " କଣ ଗୋଟା ଓଳି ହେଲାଣି ଯାଇଛୁ ଶାଗ କରିବାକୁ.. ଭଲ ଆଉ ..?"

ବୋଉ ଥକା ମାରି ବସି ପାଣି ଗିଲାସେ ପିଉ ପିଉ କହିଲା, " ହଁ, ଟିକେ ଡେରି ହେଇଗଲା "

କିନ୍ତୁ ଡେରି ହେବାର ଅସଲ କଥା ଟି ସଂଧ୍ୟାକୁ ଜଣା ପଡ଼ିଲା । ଯେତେବେଳେ ରମା ବୋଉ ଆସି କଥାଟା ଖୋଲି ଦେଲା ।

-"କଣ ଦରକାର ଥିଲା କହିଲୁ ଏତେ ପରିଶ୍ରମ କରି ଛାତିଏ ପାଣି ଭିତରେ ପଶି ସେପାଖକୁ ଯିବା ? କଳମ ତ ଆଇଁଲୁ ପୁଳେ ପୁଣି କମ ପାଇଁ ...? "

ତା କଥା ମଝିରୁ ବୋଉ କହିଲା - " ଆମ ଗୁନୁ ସୁନୁସୁନିଆ ଶାଗ ଖାଇବ ବୋଲି ଆଶା କରିଥିଲା ତ ସେଥିପାଇଁ ..."

ରମା ବୋଉ ବଡ଼ ପାଟି କରି କହିଲା -" ତା ବୋଲି କ'ଣ ତୁ ଛାତିଏ ପାଣିରେ ପଶି ଶାଗ କରିଯିବୁ ?"

ବୋଉ ନରମ ଗଳାରେ ଉତ୍ତର ଦେଲା -" କଣ ହେଇଗଲା ସେଇଠୁ, ମୁଁ କଣ ପହଁରା ଶିଖିନି ନା ମୋତେ ବାଘ ଭାଲୁ ଖାଇ ଯାଉଛି ?"

ରମା ବୋଉ ଏଥର ଆଖିକୁ ଛୋଟ ଛୋଟ କରି କହିଲା -" ତା ଭିତରେ କେତେ ସାପ କେତେ ଜୋକ ଅଛନ୍ତି ତୁ କ'ଣ ଜାଣିନୁ ? ଆଉ ପାଣି ବି କେତେ ଅପରିଷ୍କାର ।

ବୋଉ ହସିକି କହିଲା -" କାଇଁ ସେମିତି ଗୋଟେ ତୁ ହଉଛୁ କହିଲୁ ? ମୁଁ କାଇଦାରେ ଯାଇଥିଲି ସେଥିପାଇଁ କିଛି ଜୋକ କି ଶାପ କେହି ଲାଗି ନାହାନ୍ତି । "

ଆମ ପାଖରେ ୧୦୦ ରୁ ସବୁବେଳେ ୪୦ ପ୍ରତିଶତ ମିଛ କହୁଥିବା ଆମ ବୋଉ ମୁହଁକୁ ଚାହିଁଥିଲି ଆଉ ଭାବୁଥିଲି, 

ସତରେ ...... 

ବୋଉ ସବୁବେଳେ ବୋଉ ସେ କେବେ ବି ବଦଳିବନି ।



Rate this content
Log in

Similar oriya story from Inspirational