STORYMIRROR

Barsha rani Nanda

Children

3  

Barsha rani Nanda

Children

ମା ଓ ମାତୃଭୂମି

ମା ଓ ମାତୃଭୂମି

1 min
191

ଅନିଲ୍ ପାଞ୍ଚ ବର୍ଷ ପରେ ଆଜି କାଲିଫର୍ଣ୍ଣିଆ ରୁ ଗାଁ କୁ ଫେରିଛି‌। ଗାଁ ର ପରିବେଶ କୁ ସେ ମନଭରି ଉପଭୋଗ କରୁଛି।ସେଠି ସେ ଅଣ ନିଶ୍ଵାସୀ ହୋଇ ପଡ଼ିଥିଲା ବାପା ମା ଙ୍କ ଠୁ ଦୂରରେ ରହି।ଆସିଲା ବେଳକୁ ବନ୍ଦାଣ ଥାଳି ଧରି ବାହାରେ ଜଗି ରହିଥାନ୍ତି ଅନୀଲ ର ମା। କେତେବେଳେ ସେ ପହଞ୍ଚିବ ଛୁଆଟା ଏତେ ଦୂରରୁ ଆସୁଛି।ସେ ଝଡି ଯାଇଥିବ ନିଶ୍ଚୟ।ସେଠି ତ ମୋ ପୁଅ ଭଲକି ଖାଉଛି ନଖାଉଛି କାମ ବ୍ୟସ୍ତତା ରେ ରହୁଛି ଏମିତି ଅନେକ କଥା କହି ଚାଲିଥାନ୍ତି ତା ମା।ମା ମନ କ'ଣ ବୁଝେ।ଅନୀଲ ପହଞ୍ଚି ଗଲା ପୁଅ କୁ ଜାବୁଡି ଧରି ବୁହେ କାନ୍ଦିଲେ ।ତାକୁ ମିଠା ଖୁଆଇ ବନ୍ଦେଇ ଘର ଭିତରକୁ ପାଛୋଟି ନେଲେ।ଅନୀଲ ଟିକେ ଫ୍ରେସ୍ ହେଇ ଆସିଲା ଖାଇବା ପାଇଁ ଦେଖେତ ମନ ପସନ୍ଦର ସବୁ ଜିନିଷ ସେ ଦେଖି କି ଆଖି ଭରିଗଲା ଲୁହରେ ମା ଏ କ'ଣ ତୁମେ ନା ମୁଁ ଆସିବି ବୋଲି ଏତେ କଷ୍ଟ କରି ଏସବୁ ଏକା ତିଆରି କରିଛ।ତମେ କେବେ ବଦଳିବନି।ସେ ଯାହା ବି ହେଉ ଆଜି ସେ ବହୁତ ଖୁସି ଏତେ ଦିନ ପରେ ଘରକୁ ଆସିଛି।ମା କୋଳରେ ମୁଣ୍ଡ ଦେଇ ଆଜି ସେ ଶାନ୍ତି ରେ ଟିକେ ଶୋଇବ।ମା ହାତରନ୍ଧା ଖାଇବ ଯାହା ତା ପାଇଁ ସେଠି ସ୍ବପ୍ନ ଥିଲା।ବାଡି ଆଡେ ଯାଇ ସେ ବହୁତ ଆତ୍ମସନ୍ତୋଷ ପାଉଛି ସେ ଛୋଟ ଥିଲା ବେଳେ ମା ଯେମିତି ଲଙ୍କା ଠାରୁ ଆରମ୍ଭ କରି ସବୁ ଜିନିଷ ବାଡିରେ ଲଗାନ୍ତି ଏବେବି ଠିକ୍ ସେମିତି ସବୁ ଲାଗିଛି।ଠାଏ କଖାରୁ ଠାଏ ପୋଇ ମାଡିଛି ଗହଳ ହୋଇ ଆଉ କେଉଁଠି ଶାଗ ଓ ପିଆଜର କିଆରି।ବାଡିରେ ପିଲାଦିନ ସେ ଯେଉଁ ଆମ୍ବଗଛ ତଳେ ବସୁଥିଲା ସେଇଠି ବସି ସେ ପିଲାଦିନ କୁ ମନେ ପକେଇ ଚାଲିଛି।ଏଇ କରୋନା ରେ ପ୍ଲେନ୍ ବନ୍ଦ ହେବା ଆଗରୁ ଯାହା ହେଉ ସେ ଘରକୁ ଫେରି ଆସିଛି।ମା ଓ ମାତୃଭୂମି ସତରେ କେତେ ମହାନ୍ ନହେଲେ ସେ କଣ ଆଜି ଏଠି କୁ ଆସି ପାରିଥାନ୍ତା । ଆସିବ ବୋଲି ସେ କାମ ବ୍ୟସ୍ତତା ରେ କେବେ ଆସି ପାରୁ ନଥିଲା କିନ୍ତୁ ମା ଓ ମାତୃଭୂମି ର ଭଲପାଇବା ପାଇଁ ଆଜି ଏତେବଡ଼ ବିପଦ ବେଳେ ଘରେ ଆସି ସେ ପହଞ୍ଚି ଯାଇଛି। ଗାଁ ର ମନଖୋଲା ପବନ କୁ ମନଭରି ଆଜି ସେ ଉପଭୋଗ କରୁଛି।ମା ଓ ମାତୃଭୂମି ତ ଆମକୁ ଅସରନ୍ତି ଭଲ ପାଇବା ଦିଅନ୍ତି ।ଏତେ ଭଲପାଇବା ତାର ତୁଳନା ବି ନାହିଁ।



Rate this content
Log in

Similar oriya story from Children